ବର୍ଷାଦିନିଆ ରୋଗକୁ ରୋକିବେ ପ୍ରଗତି ସାଥୀ

ଭୁବନେଶ୍ୱର, ୧୮ା୭(ବ୍ୟୁରୋ): ବର୍ଷାଦିନରେ ଜଳ ବାହିତ ରୋଗ ତଥା ପରିମଳ ଜନିତ ରୋଗରୁ ରାଜଧାନୀକୁ ରକ୍ଷା କରିବା ଲାଗି ‘ସୋସିଆଲି ସ୍ମାର୍ଟ ଭୁବନେଶ୍ୱର’ ଯୋଜନାରେ ‘ପ୍ରଗତି ସାଥୀ’ ନାମରେ ୬୦ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ବିଶେଷ ଟ୍ରେନିଂ ଦିଆଯାଇଛି। ଏମାନେ ସହର ଭିତରେ ବିଭିନ୍ନ ବସ୍ତିଗୁଡିକ କିଭଳି ପରିଷ୍କାର ପରିଛନ୍ନ ରହିବ ତାକୁ ଦେଖିବେ ଓ ସାଧାରଣ ଲୋକଙ୍କୁ ସଚେତନ କରେଇବେ। ସଫା ସୁତୁରା ରହିବା ଦ୍ୱାରା ବର୍ଷା ଦିନିଆ ରୋଗ ସବୁରୁ ରକ୍ଷା ପାଇହେବ। ବିଶେଷ କରି ମ୍ୟାଲେରିଆ, ଡାଏରିଆ ଓ ଡେଙ୍ଗୁ ରୋଗକୁ ନଜରରେ ରଖି ଏହି କାର୍ଯ୍ୟକ୍ରମ କରାଯାଉଛି ବୋଲି ବିଏସ୍‌ସିଏଲ କର୍ତ୍ତୃପକ୍ଷ କହିଛନ୍ତି। ରୋଗ ବିଷୟରେ ପିପିଟି ମାଧ୍ୟମରେ ଜଣେଇବା ସହ ଲକ୍ଷଣଗୁଡିକ ବି ଜଣାଇ ଦିଆଯାଇଛି। ସେମାନେ ବସ୍ତି ବାସିନ୍ଦା ସଚେତନ କରେଇବେ ଯେ, ଲକ୍ଷଣ ଦେଖାଯିବା ମାତ୍ରେ ସଙ୍ଗେସଙ୍ଗେ ଡାକ୍ତରଖାନାକୁ ଯିବେ। ସତ୍ୟନଗର ଓ ଆଇଆରସି ଭିଲେଜ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ବୁଧବାର ୬୦ ଜଣ ପ୍ରଗତି ସାଥୀଙ୍କୁ ଟ୍ରେନିଂ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଞ୍ଜନ ଡ୍ୟାନ୍ସ ଏକାଡେମୀର ନୃତ୍ୟ, ସଙ୍ଗୀତ ଉତ୍ସବ ଉଦ୍‌ଘାଟିତ: ଜଗନ୍ନାଥ ମଙ୍ଗଳମ୍‌ରେ ମୁଗ୍ଧ ହେଲେ ଦର୍ଶକ

କଟକ ଅଫିସ,୨୩ା୧୧: ମଞ୍ଚରେ ହେଲା ପହଣ୍ଡି ବିଜେ ଆଉ ରଥଟଣା। ବାଜିଲା ‘ଚତର୍ଭୁଜ ଜଗନ୍ନାଥ କଣ୍ଠ ଶୋଭିତ କୌସ୍ତୁଭ’ ଗୀତ। ଜଗନ୍ନାଥ ମଙ୍ଗଳମ୍‌ ନୃତ୍ୟରେ ସୃଷ୍ଟି...

ବଢ଼ୁଛି କରୋନା: ଲୋକଙ୍କୁ ଭିଡ଼କୁ ନ ଯିବାକୁ କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର, ୨୮।୬(ବ୍ୟୁରୋ): ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ସ୍ଲୋ ପ୍ରାଗେସରେ ଅଛି। ପୂର୍ବରୁ ସଂକ୍ରମଣ ୫୦ ମଧ୍ୟରେ ରହୁଥିଲା, କିଛି ଦିନ ହେବ ତାହା ୭୦କୁ...

ଗୁରୁତର ସିଂହୀ ସୁପ୍ରିୟାର ମୃତ୍ୟୁ

ବାରଙ୍ଗ,୩୦ା୯(ଡି.ଏନ୍‌.ଏ.):ପ୍ରାଣୀ ଉଦ୍ୟାନ ନନ୍ଦନକାନନର ସିଂହ ସଫାରିରେ ଗୁରୁତର ହୋଇ ଚିକିତ୍ସା ହେଉଥିବା ସିଂହୀ ସୁପ୍ରିୟାର ମଙ୍ଗଳବାର ମୃତ୍ୟୁ ଘଟିଛି। ୨୬ବର୍ଷୀୟ ଏହି ସିଂହୀଟି ଗତ କିଛିଦିନ...

ମାନସିକ ଯନ୍ତ୍ରଣା ଦେଉଛି ବିଦ୍ୟୁତ୍‌ ବିଲ୍‌

ପିପିଲି,୭।୪(ସ୍ବ.ପ୍ର.): ବିଦ୍ୟୁତ୍‌ ବିଲ୍‌କୁ ନେଇ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି ପରିବାର। ୫ଟି ଏଲଡି ବଲବ୍‌, ୨ଟି ଫ୍ୟାନ ଏବଂ ୧ଟି ଫ୍ରିଜ ପାଇଁ ମାସକୁ ୫ହଜାରରୁ...

ଗଛରେ ପିଟିହେଲା ବରଯାତ୍ରୀ ଗାଡ଼ି: ୨ ଜଣଙ୍କ ଜୀବନ ଗଲା

ସୋନପୁର,୭ା୩(ନି.ପ୍ର.): ସୋନପୁର ଜିଲା ରାମପୁର ଥାନା ବଡ଼କର୍ଲେ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବୋଲେରୋରେ ବରଯାତ୍ରୀ...

ଜାନୁୟାରୀ ୫ରେ କାଦମ୍ବିନୀ ସାହିତ୍ୟ ଉତ୍ସବ

ଭୁବନେଶ୍ୱର, ୩୧ା୧୨(ବ୍ୟୁରୋ): ଆସନ୍ତା ୫ ଜାନୁୟାରୀରେ କିଟ୍‌ କନଭେନସନ ସେଣ୍ଟରଠାରେ ମାସିକ ପାରିବାରିକ ପତ୍ରିକା କାଦମ୍ବିନୀ ପକ୍ଷରୁ ଆୟୋଜନ ହେଉଛି କାଦମ୍ବିନୀ ସାହିତ୍ୟ ଉତ୍ସବ, କାଦମ୍ବିନୀ...

ଇଂରାଜୀରେ ଓରିଶା ବଦଳରେ ଓଡ଼ିଶା ହାଇକୋର୍ଟ ନାଁ ଦେବାକୁ ଦାବି

ଭୁବନେଶ୍ୱର,୯ା୨(ବ୍ୟୁରୋ): ରାଜ୍ୟସଭାର ଶୂନ୍ୟକାଳରେ ହାଇକୋର୍ଟ ନାମ ପରିବର୍ତ୍ତନ ପ୍ରସଙ୍ଗ ନେଇ ଦାବି ଉପସ୍ଥାପନ କରାଯାଇଛି। ବିଜେଡି ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟ ଏନେଇ ଦାବି କରିଛନ୍ତି। ଇଂରାଜୀରେ...

ବିଶୋଧନ ହେଲା ସ୍ବର୍ଗଦ୍ୱାର

ପୁରୀ ଅଫିସ,୧୬ା୪: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତା ଓ ବିଶୁଦ୍ଧୀକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ତେବେ ପୁରୀର ସବୁଠୁ ସମ୍ବେଦନଶୀଳ କୁହାଯାଉଥିବା...

Advertisement
Archives

Model This Week