ବର୍ଷାଜଳ ନିଷ୍କାସନ ନ ହେବା ନେଇ ଉଦ୍‌ବେଗ : କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଧମକ

ହିଞ୍ଜିଳିକାଟୁ,୨୮।୯(ଡି.ଏନ୍‌.ଏ.): ଚଳିତବର୍ଷ ବିଭିନ୍ନ ସମୟରେ ପ୍ରବଳ ବର୍ଷା ହୋଇଥିବା ବେଳେ ନଦୀରେ ସଠିକ୍‌ ଭାବରେ ଜଳ ନିଷ୍କାସନ ହୋଇ ନ ପାରିବାରୁ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକର ବିଭିନ୍ନ ପଞ୍ଚାୟତରେ ବନ୍ୟା ପରିସ୍ଥିତି ସୃଷ୍ଟିହୋଇଛି। ହିଞ୍ଜିଳିକାଟୁ ବ୍ଲକର ଗଣ୍ଡଳା, ବେଲଗାଁ, ଧୋବାଡ଼ି, ସାହାପୁର, ପୁଟିଆପଦର, ନନ୍ଦିକ, ରାଳବ, ଶାସନଆମ୍ବଗାଁ, ଶିକିରି,ସାରୁ ସମେତ ହିଞ୍ଜିଳିକାଟୁ ମ୍ୟୁନିସ୍‌ପାଲିଟି ଅଞ୍ଚଳର ବ୍ୟାପକ ଚାଷଜମି ପ୍ରଭାବିତ ହୋଇଛି। ସେହିପରି ଚାଷଜମିକୁ ମାଫିଆମାନେ କବ୍‌ଜା କରି ପ୍ଲଟ କରିବା ସହ ବିଭିନ୍ନ ସ୍ଥାନରେ ଜଳ ବନ୍ଦ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ପୂର୍ତ୍ତ ବିଭାଗ ଓ ଜଳସେଚନ ବିଭାଗ ପକ୍ଷରୁ ବର୍ଷାଜଳ ନିଷ୍କାସନ ପାଇଁ ମିଳିତ ଯୋଜନା କରାଯାଉ ନାହିଁ। କେନାଲ ନିର୍ମାଣ ବେଳେ ଏହା ସଙ୍କୁଚିତ ହେବାରୁ ଜଳ ନିଷ୍କାସନ ଠିକ୍‌ ଭାବରେ ହେଉନାହିଁ। ଏହି ଦୁଇ ବିଭାଗରେ ସମନ୍ବୟ ଅଭାବରୁ ନିର୍ମାଣ କରାଯାଉଥିବା ରାସ୍ତା ଓ କେନାଲ ସମସ୍ୟା ସୃଷ୍ଟି କରୁଛି ବୋଲି ବ୍ଲକ କଂଗେସ ପକ୍ଷରୁ ଅଭିଯୋଗ ହୋଇଛି। ହଞ୍ଜିଳି ବ୍ଲକ ସହ ପୁରୁଷୋତ୍ତମପୁର, କବିସୂର୍ଯ୍ୟନଗର, କୁକୁଡ଼ାଖଣ୍ଡି ପ୍ରଭୃତି ବ୍ଲକର ବିଭିନ୍ନ ଅଞ୍ଚଳରେ ବର୍ଷା ଜଳ ତାରାତାରିଣୀ ଛକ ନିକଟ ଦେଇ ଋଷିକୂଲ୍ୟାରେ ପ୍ରବେଶ କରୁଛି। ଫଳରେ ପାଣି ଜମି ରହି ଅଞ୍ଚଳର ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି କଂଗେସ ପକ୍ଷରୁ ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀ ତୁରନ୍ତ ଏହାର ସମାଧାନ ପନ୍ଥା ଗ୍ରହଣ ନ କଲେ କଂଗେସ ପକ୍ଷରୁ ଚାଷୀ ଆନ୍ଦୋଳନ କରାଯିବ ବୋଲି ବ୍ଲକ କଂଗେସ ସଭାପତି ପଦ୍ମ ଚରଣ ସାହୁ କହିଛନ୍ତି। ଏନେଇ ବିଭିନ୍ନ ଅଧିକାରୀଙ୍କ ନିକଟକୁ ଦାବିପତ୍ର ପ୍ରଦାନ କରାଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri