ବର୍ଷାକୁ ନେଇ ଚାଷୀଙ୍କ ଚିନ୍ତା: ନଷ୍ଟ ହେବାକୁ ବସିଛି ଧାନ ତଳି

ଚମ୍ପୁଆ,୧୭ା୭(ଡି.ଏନ.ଏ.)-ଚମ୍ପୁଆରେ ସ୍ବାଭାବିକ ବର୍ଷା ହେଉ ନ ଥିବାରୁ ଧାନତଳି ନଷ୍ଟ ହେବାକୁ ବସିଥିବା ବେଳେ ଚାଷୀଙ୍କ ଚିନ୍ତା ବଢିବାରେ ଲାଗିଛି। ମୌସୁମୀ ବର୍ଷାକୁ ଅପେକ୍ଷା କରି ରହିଥିବା ଚାଷୀ ଶେଷରେ ଲଘୁଚାପ ବର୍ଷାକୁ ଅନେଇ ବସିରହିଥିଲେ ମଧ୍ୟ ବର୍ଷାର ଦେଖା ନାହଁ। ଫଳରେ ଧାନକ୍ଷେତ ଫାଟି ଆଁ କରୁଥିବା ବେଳେ ତଳି ଶୁଖିବା ଆରମ୍ଭ ହେଲାଣି। ସୂଚନା ଅନୁସାରେ ଚମ୍ପୁଆ କୃଷିଜିଲାରେ ଏଥର ସ୍ବାଭାବିକ ବର୍ଷା ହୋଇନାହଁ। ଫଳରେ ଚାଷ ନିମନ୍ତେ ରଖାଯାଇଥିବା ଟାର୍ଗେଟ ପୂରଣ ହେବା ନେଇ ସନ୍ଦେହ ଦେଖାଦେଇଛି। ଚମ୍ପୁଆ ବ୍ଲକରେ ଚଳିତ ଋତୁରେ ଧାନ ୧୪୨୦୦ ହେକ୍ଟର ଓ ଅଣଧାନକୁ ମିଶାଇ ୨୨୩୪୦ ହେକ୍ଟର ଟାର୍ଗେଟ ରହିଥିବାବେଳେ ଧାନ ୩୬୭୪ ହେକ୍ଟର ଓ ଅଣଧାନକୁ ମିଶାଇ ୬୦୫୯ ହେକ୍ଟର କରାଯାଇପାରିଛି ଏବଂ ୭୨୦ ହେକ୍ଟର ତଳି ପକାଯାଇଛି। ଝୁମ୍ପୁରା ବ୍ଲକରେ ଧାନ ୧୮୫୫୫ ହେକ୍ଟର ଓ ଅଣଧାନକୁ ମିଶାଇ ୨୪୬୩୦ ହେକ୍ଟର ଟାର୍ଗେଟ ରହିଥିବା ବେଳେ ମାତ୍ର ଧାନ ୪୯୯୩ ହେକ୍ଟର କରାଯାଇଛ ଏବଂ୧୧୧୭ହେକ୍ଟର ତଳି ପକାଯାଇଛି। ସେହିପରି ଯୋଡା ବ୍ଲକରେ ଧାନ ୮୨୬୦ ହେକ୍ଟର ଓ ଅଣଧାନକୁ ମିଶାଇ ୧୪୨୮୫ ହେକ୍ଟର ଟାର୍ଗେଟ ଥିବାବେଳେ ଧାନ ୧୩୦୦ ହେକ୍ଟର କରାଯାଇଛି ଏବଂ ୭୫୦ ହେକ୍ଟର ତଳି ପକାଯାଇଛି। ବର୍ଷା ଅଭାବରୁ ବିଲ ଶୁଖର ଫାଟି ଯାଉଥିବା ବେଳେ ତଳିଗୁଡିକ ଝାଉଁଳିବା ଆରମ୍ଭ ହେଲାଣି। ବର୍ଷା ବିହୁନେ ଚାଷୀ ଆତଙ୍କିତ ହୋଇ ଚିନ୍ତାଗ୍ରସ୍ତ ହୋଇଥିବା ବେଳେ ଚାଷପାଇଁ କରିଥିବା ଖର୍ଚ୍ଚ ପାଇବ କି ନାହଁ ତାହା ଏବେ ସନ୍ଧିହିନ ହୋଇପଡିଛି। ଏନେଇ ଜିଲା କୃଷି ଅଧିକାରୀ ଗଜେନ୍ଦ୍ରନାଥ ଗୋଛାୟତଙ୍କୁ ପଚାରିବାରୁ ବର୍ଷା ନହେବା ଫଳରେ ଏହି ପରିସ୍ଥିତି ଉପୁଜିଛି। ଆଗକୁ ୨ଦିନ ମଧ୍ୟରେ ବର୍ଷା ନ ହେଲେ ତଳି ନଷ୍ଟ ହେବାର ସମ୍ଭାବନା ଅଧିକ ହେବବୋଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ପରିବାରଲୋକେ କରୁଥିଲେ ନାପସନ୍ଦ, ପ୍ରେମିକଙ୍କୁ ପାଇବାକୁ ଅପହରଣ ନାଟକ ରଚିଥିଲେ ପ୍ରେମିକା, ଏବେ ପୋଲିସ…

ଫୁଲବାଣୀ, ୨ା୧(ରାକେଶ କୁମାର ରାଉତ)- କନ୍ଧମାଳ ଜିଲା ଗୋଛାପଡା ଥାନା ଅଞ୍ଚଳର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ କେତେ ଜଣ ଯୁବକ ତାଙ୍କ ଗାଁ ନିକଟରୁ...

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ମାର୍ଚ୍ଚ ମାସରୁ ଏଟିଏମରେ ମିଳିବନି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨।୧: ଆଜିକାଲି ସୋସିଆଲ ମିଡିଆରେ ୫୦୦ ଟଙ୍କିଆ ନୋଟ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ପାଲଟିଛି। ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ ମାର୍ଚ୍ଚ ୨୦୨୬ ରୁ...

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

ନୂଆବର୍ଷ ଦିନ ହୋଇଯାଇଥିଲେ ନିଖୋଜ, ସକାଳୁ ଗଛରେ ଝୁଲୁଥିଲା ମୃତଦେହ; କୋକସରା ପୋଲିସ…

କୋକସରା,୨।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧିନସ୍ଥ ଜୟନ୍ତପୁର ପଞ୍ଚାୟତ ରଏନଗୁଡା ଗ୍ରାମରୁ ଶୁକ୍ରବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର...

ବିଚ୍ଛିନ୍ନତାବାଦୀଙ୍କ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌: ୭ ମୃତ ୨୦ରୁ ଊର୍ଦ୍ଧ୍ୱ ଆହତ

ଦୁବାଇ,୨ା୧: ପୂର୍ବ ୟେମେନ୍‌ରେ ଥିବା ବିଚ୍ଛିନ୍ନତାବାଦୀଙ୍କ କ୍ୟାମ୍ପ ଉପରେ ସାଉଦି ଆରବ ନେତୃତ୍ୱରେ ଶୁକ୍ରବାର ମିଳିତ ଏୟାରଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିବା...

ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଅଜାଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍

ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ  ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri