Posted inଖେଳ

ବର୍ଷର ଶେଷ ମ୍ୟାଚ ପାଇଁ ପ୍ରସ୍ତୁତି

କଟକ ଅଫିସ,୨୨ା୧୨-  ଭାରତୀୟ ଦଳ ବାରବାଟୀ ଷ୍ଟାଡିୟମରେ ରବିବାର ‘୨୦୧୯’ର ଶେଷ ମ୍ୟାଚ୍‌ ଖେଳିବ। ଚଳିତବର୍ଷ ଭାରତୀୟ କ୍ରିକେଟ ନିମନ୍ତେ ଏହା ‘ସୁପର-ସଣ୍ଡେ’ ବୋଲି କୁହାଯାଉଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଏହି ଏକଦିବସୀୟ ଅନ୍ତର୍ଜାତୀୟ ମ୍ୟାଚ୍‌ ନିମନ୍ତେ ଶନିବାର ଉଭୟ ଦଳ ଅଭ୍ୟାସକୁ ଓହ୍ଲାଇଥିଲେ। ପୂର୍ବାହ୍ନରେ ବିରାଟ ବାହିନୀ ଓ ଅପରାହ୍ନରେ କିରନ ପୋଲାର୍ଡଙ୍କ ନେତୃତ୍ୱାଧୀନ ଇଣ୍ଡିଜର ଖେଳାଳି ଅଭ୍ୟାସ ଶେଷ କରି ଫେରିଛନ୍ତି। ତେବେ ଏଠାରେ ଉକ୍ତ ଦ୍ୱିପାକ୍ଷିକ ସିରିଜ୍‌ର ନିର୍ଣ୍ଣାୟକ ଫଳାଫଳ ଜଣାପଡ଼ିବ, ଯାହା ଓଡ଼ିଶାର ଏହି ଅର୍ନ୍ତଜାତୀୟ କ୍ରିକେଟ ଷ୍ଟାଡିୟମର ଇତିହାସରେ ଲିପିବନ୍ଧ ହେବାକୁ ଅପେକ୍ଷା କରିଛି…
୩୭ବର୍ଷ ପରେ କଟକରେ ନିର୍ଣ୍ଣାୟକ
୧୯୮୨ ମସିହାରେ ଅନ୍ତର୍ଜାତୀୟ କ୍ରିକେଟ ସିରିଜର ନିର୍ଣ୍ଣାୟକ ମ୍ୟାଚ୍‌ ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ସେହି ବର୍ଷ ଜାନୁୟାରୀ ମାସରେ ଇଂଲଣ୍ଡ ବିପକ୍ଷ ଏକଦିବସୀୟ ସିରିଜ୍‌ର ୩ୟ ମ୍ୟାଚ୍‌ ଭାରତ ଏଠାରେ ଖେଳିଥିଲା। ପୂର୍ବ ୨ ମ୍ୟାଚରେ ସ୍ଥିତି ୧-୧ରେ ରହିଥିବା ବେଳେ ଅନ୍ତିମ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇ ଟ୍ରଫି ହାସଲ କରିଥିଲା। ଦୀର୍ଘ ୩୭ବର୍ଷର ବ୍ୟବଧାନ ପରେ ପୁଣି ଥରେ ଏଠାରେ ଏଭଳି ରୋମାଞ୍ଚକର ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ଗୋଟିଏ ଲେଖାଏ ମ୍ୟାଚ ଜିତି ଭାରତ ଓ ଇଣ୍ଡିଜ ଦଳ ସମାନ ସ୍ଥିତିରେ ଅଛନ୍ତି। ରବିବାରର ମ୍ୟାଚ୍‌ ଯିଏ ଜିତିବ ସେ ଟ୍ରଫିର ହକ୍‌ଦାର ହେବ।
ରୋହିତଙ୍କ ଫ୍ୟାନ୍‌ ନିରାଶ
ରୋହିତ ଶର୍ମାଙ୍କ ଫ୍ୟାନ୍‌ ଶନିବାର ନିରାଶ ହୋଇଛନ୍ତି। ଗ୍ୟାଲେରି ନଂ-୬ ଓ କ୍ଲବ ହାଉସରେ କ୍ରିକେଟପ୍ରେମୀ ଭାରତୀୟ ଦଳର ଅଭ୍ୟାସ ଦେଖିବାକୁ ଭିଡ଼ ଜମାଇଥିଲେ। ଏଥିରେ ଶହଶହ ରୋହିତଙ୍କ ପ୍ରଶଂସକ ଉପସ୍ଥିତ ଥିଲେ। ଏପରିକି ରୋହିତ ଶର୍ମାଙ୍କ ଜର୍ସିର ନକଲ ପିନ୍ଧି ଗ୍ୟାଲେରିକୁ ଆସିଥିଲେ। ହେଲେ ଭାରତୀୟ ଦଳର ଅଭ୍ୟାସରେ ରୋହିତ ଆସି ନ ଥିବା ଦେଖିବାକୁ ମିଳିଥିଲା। ରୋହିତଙ୍କ ସମେତ ଲୋକେଶ ରାହୁଲ, ରିଷଭ ପନ୍ତ, ମହମ୍ମଦ ସାମି ଓ ୟୁଜଭେନ୍ଦ୍ର ଚହଲ ମଧ୍ୟ ଅଭ୍ୟାସରେ ଅନୁପସ୍ଥିତ ଥିଲେ।
ବିରାଟଙ୍କ କ୍ରେଜ୍‌ ଅଧିକ
ଅଭ୍ୟାସକୁ ସବୁଠାରୁ ବିଳମ୍ବରେ ଆସିଥିଲେ ଅଧିନାୟକ ବିରାଟ କୋହଲି। ହେଲେ ଗ୍ରାଉଣ୍ଡକୁ ପ୍ରବେଶ କରିବା ମାତ୍ରେ ଦର୍ଶକଙ୍କ ବିରାଟ..ବିରାଟ ଡାକରେ ଷ୍ଟାଡିୟମ ପ୍ରକମ୍ପିତ ହୋଇଥିଲା। ବିରାଟ ପ୍ରଥମେ ପ୍ୟାଭିଲିୟନ ନିକଟରେ ଅଭ୍ୟାସ କରିଥିଲେ। ପରେ ଗ୍ୟାଲେରି ନଂ-୩ ନିକଟ ନେଟ୍ସରେ ବ୍ୟାଟିଂ ଅଭ୍ୟାସ କରିଥିଲେ। ବିରାଟ ଷ୍ଟାଡିୟମର ଯେଉଁ ଦିଗକୁ ଗଲେ ବି କ୍ରିକେଟପ୍ରେମୀଙ୍କ ମୁହଁରେ କେବଳଙ୍କ ତାଙ୍କରି ନାଁ ଥିଲା।
ପୋଲାର୍ଡଙ୍କ ପାଇଁ ବିଶେଷ ବ୍ୟବସ୍ଥା
ୱେଷ୍ଟଇଣ୍ଡିଜ ଦଳ ଅଭ୍ୟାସକୁ ଆସିବା ପରେ ଉପସ୍ଥିତ କ୍ରିକେଟପ୍ରେମୀ କେବଳ ପୋଲାର୍ଡଙ୍କ ନାମ ଚିତ୍କାର କରିଥିଲେ। ପୋଲାର୍ଡ ପିଚ୍‌ ଅନୁଧ୍ୟାନ କରିବା ପରେ ବ୍ୟାଟିଂ ଅଭ୍ୟାସ କରିଥିଲେ। ତେବେ ପୋଲାର୍ଡଙ୍କୁ ପାଖରେ ପାଇ ବାଉଣ୍ଡରୀ ନିକଟରେ ଥିବା ଦର୍ଶକ ତାଙ୍କ ସହ ସେଲ୍‌ଫି ଉଠାଇବାକୁ ଭିଡ଼ ଜମାଇଥିଲେ। ପୋଲିସ ବାଧ୍ୟ ହୋଇ ପ୍ୟାଭିଲିୟନ ସମ୍ମୁଖ ଅଞ୍ଚଳକୁ ସ୍ବତନ୍ତ୍ର ଭାବେ ବ୍ୟାରିକେଡ ବ୍ୟବସ୍ଥା କରିଥିଲା।
କୋହଲିଙ୍କ ବିଗ୍‌ଫ୍ୟାନ ପିଣ୍ଟୁ
ପେଟରେ ସଚିନ ତେନ୍ଦୁଲକର ଓ ଛାତିରେ ବିରାଟ କୋହଲିଙ୍କ ଟାଟୁ। ଦେହ ସାରା କୋହଲିଙ୍କୁ ଭଲପାଇବାର ଚିହ୍ନ। ଭାରତୀୟ ଦଳର ଅଭ୍ୟାସ ସମୟରେ ବାଉଣ୍ଡରୀ ନିକଟରେ ଉପସ୍ଥିତ ଥିବା କୋହଲିଙ୍କ ଏହି ବିଗ୍‌ ଫ୍ୟାନ୍‌ ଜଣଙ୍କ ହେଲେ ପିଣ୍ଟୁ ବେହେରା। ପିଣ୍ଟୁ ଶନିବାର ସମସ୍ତଙ୍କ ନଜର ପରିସରକୁ ଆସିଥିଲେ। ଭାରତୀୟ ଦଳର ସମସ୍ତ ଖେଳାଳିଙ୍କ ନଜର ମଧ୍ୟ ପିଣ୍ଟୁଙ୍କ ଉପରେ ପଡ଼ିଥିଲା। ତେବେ ପୂର୍ବରୁ ପିଣ୍ଟୁ କୋହଲିଙ୍କୁ ଭେଟିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri