ବର୍ଜ୍ୟବସ୍ତୁ ଜମା, ପ୍ରକ୍ରିୟାକରଣ ପ୍ଲାଣ୍ଟକୁ ବିରୋଧ

ବାଲେଶ୍ୱର ଅଫିସ, ୧୨।୬-ବାଲେଶ୍ୱର ସହର ଅନ୍ତର୍ଗତ ଗୁଡ଼ିପଦାଠାରେ ପୌରାଞ୍ଚଳ ପକ୍ଷରୁ ବର୍ଜ୍ୟବସ୍ତୁ ଜମା ଓ ପ୍ରକ୍ରିୟାକରଣ ପ୍ଲାଣ୍ଟ ନିର୍ମାଣ କରାଯିବାକୁ ସ୍ଥିର କରାଯାଇଛି। ମାତ୍ର ଉକ୍ତ ସ୍ଥାନରେ ୧୦୦ଫୁଟ୍‌ ମଧ୍ୟରେ ଜଳଯୋଗାଣ ସମ୍ପ ହାଉସ୍‌ ନିର୍ମାଣ, ୩୦ଫୁଟ୍‌ ଭିତରେ ଆଦିବାସୀଙ୍କ ପୂଜାସ୍ଥଳୀ ଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକମାନେ ବର୍ଜ୍ୟବସ୍ତୁ ପକାଇଲେ ଏସବୁ ଦୂଷିତ ହେବାର ଅଭିଯୋଗ କରିଥିଲେ। ଏହାକୁ ବିରୋଧ କରି ଶୁକ୍ରବାର ଗୁଡ଼ିପଦା ଗ୍ରାମବାସୀ ଜିଲାପାଳଙ୍କ ଅଫିସ୍‌ ଘେରାଉ କରି ଦାବିପତ୍ର ପ୍ରଦାନ କରିଛନ୍ତି।
ଓଡ଼ିଶା କୋଷ୍ଟ କେନାଲ ନିକଟ ସ୍ବାଧୀନ ପଡ଼ିଆରେ ବର୍ଜ୍ୟବସ୍ତୁ ଜମା ଓ ପ୍ରକ୍ରିୟାକରଣ ପାଇଁ ପୂର୍ବରୁ ଜାଗା ଚିହ୍ନଟ କରାଯାଇଥିଲା। ଉକ୍ତ ସ୍ଥାନକୁ ଛାଡି ଗୁଡିପଦା ଅଞ୍ଚଳରେ ନିର୍ମାଣ କରିବାର ନିଷ୍ପତ୍ତି ନେବାରୁ ପୌରକର୍ତ୍ତୃପକ୍ଷ, କଣ୍ଟ୍ରାକ୍ଟର, ତହସିଲଦାରଙ୍କ ତରବରିଆ ଭାବେ କାର୍ଯ୍ୟକୁ ସନ୍ଦେହ କରିଥିବା ଅଭିଯୋଗ ହୋଇଛି। ଜନବସତି ଭିତରେ ଏଭଳି ପ୍ରକଳ୍ପ ପ୍ରତିଷ୍ଠା କଲେ ସ୍ବାସ୍ଥ୍ୟବସ୍ଥାରେ ଘୋର ପ୍ରଭାବ ପକାଇବ ବୋଲି ଗୋଷ୍ଠୀ ବାସିନ୍ଦା ବେଣୁଧର ବାରିକ କହିଛନ୍ତି। ଉକ୍ତ ପ୍ରକଳ୍ପକୁ ସହରର ଜନବସତି ଭିତରେ କରା ନ ଯାଇ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି ହୋଇଛି। ସିପିଆଇ ନେତା ଜୟନ୍ତ ଦାସ, ଯତୀନ ପାତ୍ର, ଅରୁଣ ଜେନା, ବନ୍ଦନା ବିଶ୍ୱାସ, ଗୀତା ହେମ୍ବ୍ରମ, ବିଜୟଲକ୍ଷ୍ମୀ ବାସ୍କେ, ବାସନ୍ତୀ ସାହୁ, ଧାନୀ ସରେନ, ଫୁଲମଣି ହାଁସଦା, ଚମ୍ପାମଣି ହେମ୍ବ୍ରମ, ଶାନ୍ତି ମୁର୍ମୁ, ରାଇସେନ ହେମ୍ବ୍ରମ, ସମର ଲାଲ ହାଁସଦା, ସୁବୁଦା ଟୁଡୁ, ହେମେନ୍ଦ୍ର ମାଝି ଓ ମଙ୍ଗଳା ହେମ୍ବ୍ରମ ପ୍ରମୁଖ ଏହି ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଦ୍ଦିନରେ ଟସର ବୁଣାକାର

ବାଲେଶ୍ୱର ଅଫିସ, ୧୩।୮-ଟସରରେ ପ୍ରସ୍ତୁତ ଧୋତି, ଶାଢ଼ି, ଯୋଡ଼, ସ୍କାର୍ଫ, ଉତ୍ତରୀୟ, ଶାର୍ଟ କପଡ଼ା, ଚାଦର ଆଦି ତିଆରି କରି ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି...

ମୃତକଙ୍କ ପରିବାରକୁ ଭେଟିଲେ ମନ୍ତ୍ରୀ

ଖଇରା, ୩୦।୭(ଡି.ଏନ.ଏ.)-ଖଇରା ବ୍ଲକ ଅଧୀନ ଆମ୍ବହତା କେନାଲରେ ବୁଡି ପ୍ରାଣ ହରାଇଥିବା ରଟିଣା ନୋଡାଲ ନୋଡାଲ ହାଇସ୍କୁର ଦୁଇ ଛାତ୍ରଙ୍କୁ ପରିବାରକୁ ପର୍ଯ୍ୟଟନ ଓ ସଂସ୍କୃତି...

ଫିନାଇଲ୍‌ ମିଶା ଡାଲି ଖାଇ ୧୭ ଛାତ୍ରୀ ଅସୁସ୍ଥ

ରୂପସା,୧୧।୩(ଡି.ଏନ.ଏ.): ବାଲେଶ୍ୱର ସଦର ବ୍ଲକ ଅଧୀନ ରୂପ୍‌ସା ସ୍ଥିତ ଯୋଗେନ୍ଦ୍ର ଆଞ୍ଚଳିକ ମହାବିଦ୍ୟାଳୟର ୧୭ ଛାତ୍ରୀ ଶୁକ୍ରବାର ଫିନାଇଲ୍‌ ମିଶା ଡାଲି ଖାଇ ଅସୁସ୍ଥ ହୋଇ...

ତହସିଲଦାରଙ୍କୁ ୬ଘଣ୍ଟା ଅଟକ ରଖି ରାସ୍ତାରୋକୋ

ସଜନାଗଡ଼,୫।୧୨(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରି ତହସିଲ ଅଧୀନ ମିତ୍ରପୁର କାଠପାଳ ଅଞ୍ଚଳରେ ବୁଧବାର ଏକ ବାଲିବୋଝେଇ ଗାଡ଼ିକୁ ଜବତ କରାଯିବା ବେଳେ ନୀଳଗିରି ତହସିଲଦାର ସୁଶ୍ରୀତା...

ସବୁଠି ‘ଓଁ ନମଃ ଶିବାୟ’: ଭୁଷଣ୍ଡେଶ୍ୱର ଓ ଚନ୍ଦନେଶ୍ୱର ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଭୋଗରାଇ,୨୧।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଏସିଆର ସର୍ବବୃହତ ଶିବ ଲିଙ୍ଗ ଭୁଷଣ୍ଡେଶ୍ୱର ଓ ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମହାଦେବଙ୍କଠାରେ ମହାଶିବରାତ୍ରି ଉପଲକ୍ଷେ ଲକ୍ଷାଧିକ...

ଭୋଟ ପରେ ଅଙ୍କ କଷୁଛନ୍ତି ନେତା ଓ କର୍ମୀ

ହାଟଡ଼ିହି,୨୫ା୪(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ଭୋଟଗ୍ରହଣ ପରେ ନେତା ଓ କର୍ମୀମାନେ ଏବେ ଅଙ୍କ କଷୁଛନ୍ତି। କେଉଁ ବୁଥ୍‌ରୁ କେତେ ଭୋଟ ମିଳିବ...

୯ରେ ରେଳରୋକୋ ନିଷ୍ପତ୍ତି

ରୂପସା,୬।୫(ଡି.ଏନ୍‌.ଏ.): ଦକ୍ଷିଣ ପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅଧୀନ ବାଲେଶ୍ୱର ଜିଲା ହଳଦୀପଦା ରେଳଷ୍ଟେଶନ ସମସ୍ୟାର ସମାଧାନ ହୋଇପାରୁ ନାହିଁ। ଦାବି ପୂରଣ ଦିଗରେ ବିଭାଗୀୟ...

ବାଡ଼ିରେ ଛେଳି ପଶିବାରୁ ଦମ୍ପତିଙ୍କୁ ଗଛରେ ବାନ୍ଧି ପିଟିଲେ

ଲଙ୍ଗଳେଶ୍ୱର,୨।୬: ଛେଳି ଚରାଇବାକୁ କେନ୍ଦ୍ର କରି ଦେଖାଦେଇଛି ଉତ୍ତେଜନା। ବାଡ଼ିରେ ଛେଳି ପଶିବାରୁ ଚରାଳି ଏବଂ ତାଙ୍କର ସ୍ତ୍ରୀଙ୍କୁ ଗଛରେ ବାନ୍ଧି ଗାଁ ଲୋକେ ମାଡ଼...

Advertisement
Archives

Model This Week