ବରୀରେ ସଭ୍ୟସଂଗ୍ରହ ଅଭିଯାନ, ମିଶ୍ରଣ ପର୍ବ : ବିଜେଡିରେ ମିଶିଲେ ୨ଶହରୁ ଊର୍ଦ୍ଧ୍ୱ ନେତା, କର୍ମୀ

ବରୀ, ୯ା୯(ସ୍ବ.ପ୍ର.)- ବରୀ ବ୍ଲକ ଅଧୀନ ଅଟିରା ପଞ୍ଚାୟତ ସନ୍ଥନ ମଠ ନିକଟରେ ରବିବାର ବରୀ ନିର୍ବାଚନମଣ୍ଡଳୀ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଜିଲା ବିଜେଡି ସଭାପତି ସରୋଜ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ରାଜ୍ୟ ବିଜ୍ଞାନ କୌଶଳ ଓ ସାମାଜିକ ନିରାପତ୍ତା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ। ବରୀ ହେଉଛି ସ୍ବାଧୀନତା ସଂଗ୍ରାମୀର ମାଟି ଦେଶ ପାଇଁ ଶହୀଦ ହୋଇ ସ୍ବର୍ଣ୍ଣାକ୍ଷରରେ ଶହୀଦଙ୍କ ନାମ ଲିପିବଦ୍ଧ ହୋଇ ରହିଛି । ବରୀ ବିକାଶ ପାଇଁ ବିଧାୟିକା ସୁନନ୍ଦା ଦାସ ଉଦ୍ୟମ ଜାରିରଖିଥିଲା ବେଳେ ବିକାଶର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିସାରିଛନ୍ତି। ବରୀର ବିକାଶ ପାଇଁ ସମସ୍ତେ ବିଧାୟିକାଙ୍କୁ ସହଯୋଗ କରିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ପଣ୍ଡା କହିଥିଲେ। ଏହି ପରିପ୍ରେକ୍ଷୀରେ ଭାଜପା ଓ କଂଗ୍ରେସ ଛାଡି ୨ଶହରୁ ଊର୍ଦ୍ଧ୍ୱ ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଥିଲେ। ସମିତି ସଭ୍ୟା ଅନ୍ନପୂର୍ଣ୍ଣା ମହାନ୍ତି, ସମିତି ସଭ୍ୟା ନିର୍ଝରିଣୀ ସାମଲ, ସରପଞ୍ଚ ସମୀର ମଲ୍ଲିକ୍‌, ସରପଞ୍ଚ ରଞ୍ଜୁଲତା ମହାନ୍ତି, ୨୧ନଂ ଜୋନ୍‌ର ଭାଜପା ପ୍ରଭାରୀ ଆର୍ତ୍ତବନ୍ଧୁ ସାମଲ, ଭାଜପା ପ୍ରଭାରୀ ଦୁଷ୍ମନ୍ତ ସେଠୀ, ଭାଜପା ଜିଲା ପରିଷଦ ପ୍ରାର୍ଥୀ ଦୁର୍ଗା ମାଧବ ନନ୍ଦ, ଅରବିନ୍ଦ ମହାନ୍ତି, ପୂର୍ବତନ ସମିତି ସଭ୍ୟ ସୁରେନ୍ଦ୍ର ସାହୁ, ଭାଜପା ନେତା ଜୟନ୍ତ ରଥ, କଂଗ୍ରେସ ନେତା ନକୁଳ ଚନ୍ଦ୍ର ଦାସ, ସୁରେନ୍ଦ୍ର ମଲ୍ଲିକ, ଶରତ ଚନ୍ଦ୍ର ମଲ୍ଲିକ, ବୁଲା ମଲ୍ଲିକ୍‌, ଚାରୁଲତା ମଲ୍ଲିକ୍‌, କୃପାସିନ୍ଧୁ ଭୂୟାଁ, ପ୍ରମୁଖ ଭାଜପା ଓ କଂଗ୍ରେସ ନେତାଙ୍କ ସମେତ କର୍ମୀଙ୍କୁ ମନ୍ତ୍ରୀ ପଣ୍ଡା ଉତ୍ତରୀୟ ପ୍ରଦାନ କରି ସ୍ବାଗତ କରିଥିଲେ। ବରୀରେ ୮୦ ହଜାର ସଭ୍ୟଙ୍କୁ ବିଜେଡିରେ ସାମିଲ କରିବା ପାଇଁ ଟାର୍ଗେଟ୍‌ ରଖାଯାଇଛି ବୋଲି ବିଜେଡି ନେତା ଦେବେନ୍ଦ୍ର ଦାସ କରିଥିଲେ। ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ବରୀର ବିକାଶ ପାଇଁ ସମସ୍ତ ପ୍ରକାର ସହଯୋଗର ହାତ ବଢ଼ାଇବେ ବୋଲି ଦୃଢ଼ ପ୍ରତଶ୍ରୁତି ଦେଇଥିଲେ। ଯାଜପୁର ଏମ୍‌ପି ଶର୍ମିଷ୍ଠା ସେଠୀ, ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ୍‌, ଜିଲା ପରିଷଦ ସଭ୍ୟ ଅଶୋକ ସାମଲ, ବିଧାୟିକା ସୁନନ୍ଦା ଦାସ, ସରପଞ୍ଚ ସନ୍ତୋଷ ସାମଲ, ଯୁବ ବିଜେଡି ନେତା ଅମୂଲ୍ୟ ପରିଡ଼ା, ରଞ୍ଜନ ପଣ୍ଡା, ଗୌରବ ଦାସ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରୁ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ

ଭଦ୍ରକ ଅଫିସ, ୧୯।୧- ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ରବିବାର ରମ୍ଭିଳା ଗ୍ରାମର ଜଣେ ନାବାଳିକାଙ୍କ ମୃତଦେହ ଚରମ୍ପା ରେଲୱେ ଲାଇନକଡ଼ ଏକ ପୋଖରୀରୁ ଉଦ୍ଧାର...

ସହଜପୁର ଉ.ପ୍ରା. ବିଦ୍ୟାଳୟରେ ୧୫ ମାସ ହେଲା ଶିକ୍ଷକ ନାହାନ୍ତି

ପିପିଲି, ୪ା୮(ସ୍ବ.ପ୍ର/ଡି.ଏନ୍‌.ଏ): ପିପିଲି ବ୍ଲକ ଅନ୍ତର୍ଗତ ସହଜପୁର ଗ୍ରାମସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ପଢାଇବା ପାଇଁ କୌଣସି...

ବାଘ ଛାଲ ଜବତ, ୩ କୋର୍ଟ ଚାଲାଣ

ମାଲକାନଗିରି,୧୯ା୧(ଡି.ଏନ୍‌.ଏ.): ମାଲକାନଗିରି ବନଖଣ୍ଡ ଅନ୍ତର୍ଗତ ମୋଟୁ ବନାଞ୍ଚଳର ପୋଟେରୁକୋଲେଠାରେ ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି। ଏହି ଚମଡ଼ାର ଲମ୍ବର ପ୍ରାୟ ୧.୧୩ ମିଟର।...

ନିଖିଳ ଉକତ୍ଳ ବିଚାର ବିଭାଗୀୟ କର୍ମଚାରୀ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ସହାୟତା

ଭବାନୀପାଟଣା,୧୮।୫ (ଡି.ଏନ୍‌.ଏ.): ବାତ୍ୟ ପନୀରେ ଓଡ଼ିିଶାର ବିଭିନ୍ନ ଜିଲାରେ କ୍ଷୟକ୍ଷତି ହୋଇଛି। ବାତ୍ୟା ବିପନ୍ନଙ୍କୁ ସହାୟତା ପାଇଁ ଦେଶ ବିଦେଶରୁ ବିଭିନ୍ନ ବର୍ଗର ବ୍ୟକ୍ତି ଓ...

ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ: ସ୍ବାମୀ ଗିରଫ

ଧାମନଗର, ୧।୧୦ (ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ଥାନା ଅଧୀନ ବିରିଗଡିଆ ଗ୍ରାମର ବିମଳା ଘଡ଼ାଇ ନାମ୍ନୀ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ...

ବିନାନୁମତିରେ ଗଜପତିରେ ପଶିପାରିବେନି ଆନ୍ଧ୍ର ଲୋକେ

କାଶୀନଗର ,୧୧ା୫(ଡି.ଏନ.ଏ.)- ଗଜପତି ଜିଲାରେ ଥିବା ଓଡ଼ିଶାର ବହୁ ଅଞ୍ଚଳର ସୀମା ଆନ୍ଧ୍ର ସୀମାନ୍ତକୁ ଲାଗି ରହିଛି । ପ୍ରଶାସନର ସମସ୍ତ ସତର୍କତା ସତ୍ତ୍ୱେ ଆନ୍ଧ୍ରର...

ରାଖୀ ବାନ୍ଧିବା ପୂର୍ବରୁ ଚାଲିଗଲା ଭଉଣୀର ଜୀବନ

ରାଇରଙ୍ଗପୁର,୨୨ା୮(ଡି.ଏନ.ଏ.): ଗାଧୋଇ ସାରି ଘରକୁ ଫେରିଥିଲେ ବଡ଼ ଭାଇ ହାତରେ ରାଖୀ ବାନ୍ଧି ଥାଆନ୍ତେ। ହେଲେ ନିୟତିର ନିଷ୍ଠୁର ନିୟମ ତାଙ୍କୁ ପରିବାରଠାରୁ ସବୁଦିନ ପାଇଁ...

୧୮ରେ ଆନ୍ଦୋଳନ କରିବ ଜିଲା କଂଗ୍ରେସ

କେନ୍ଦ୍ରାପଡା ଅଫିସ, ୫।୨:କେନ୍ଦ୍ରାପଡା ଜିଲା ସ୍ବାସ୍ଥ୍ୟସେବାର ବିକାଶ ପାଇଁ ମେଡିକାଲ କଲେଜ ପ୍ରତିଷ୍ଠା ଆବଶ୍ୟକ। ଏହି ଦାବିରେ ଆସନ୍ତା ୧୮ ତାରିଖରେ ଜିଲା କଂଗ୍ରେସ ପକ୍ଷରୁ...

Advertisement
Archives

Model This Week