Posted inଜାତୀୟ

ବରିଷ୍ଠ ନେତାଙ୍କ ଉପରେ ବର୍ଷିଲେ ରାହୁଲ: କହିଲେ, ପୁଅ ମୋହ ଯୋଗୁ ଆଜି ଦଳର ଏଭଳି ଅବସ୍ଥା

ନୂଆଦିଲ୍ଲୀ: କ୍ରମାଗତ ଦୁଇ ଦୁଇଟା ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ପାର୍ଟି ଶନିବାର ଏକ ମାରାଥନ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ଆତ୍ମଚିନ୍ତନ କରିଛି। ଦେଶବ୍ୟାପୀ କଂଗ୍ରେସର ପ୍ରମୁଖ ନେତାମାନେ ଏହି ବୈଠକରେ ଯୋଗ ଦେଇ ପରାଜୟର କାରଣ ସମୀକ୍ଷା କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃବରେ ପୁନଃ ତୃଣମୂଳସ୍ତରରରୁ ଦଳର ପୁନର୍ଗଠନ କରିବାକୁ ବୈଠକରେ ସର୍ବସମ୍ମତି କ୍ରମେ ଏକ ସଂକଳ୍ପନାମା ଗୃହୀତ ହୋଇଛି। ଏଥର ସାଧାରଣ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପାଇଁ ନିଜକୁ ଦାୟୀ କରି ରାହୁଲ ଗାନ୍ଧୀ ଦଳର ତିନି ବରିଷ୍ଠ ନେତାଙ୍କ ଉପରେ ଖୋଲାଖୋଲି ଅସନ୍ତୋଷ ଜାହିର କରିଛନ୍ତି।
କଂଗ୍ରେସର ପରାଜୟ ପରେ ବିବ୍ରତ ହୋଇପଡିଥିବା ରାହୁଲ କହିଛନ୍ତି, ଯେଉଁ ରାଜ୍ୟ ଗୁଡିକରେ କଂଗ୍ରେସ କ୍ଷମତାରେ ଅଛି, ଦଳ ସେଠାରେ ବହୁତ ଖରାପ ପ୍ରଦର୍ଶନ କରିଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ ସେମାନଙ୍କ ପୁଅଙ୍କୁ ଟିକେଟ ଦେବା ପାଇଁ ଅଡି ବସିଥିଲେ। ମୁଁ ସେମାନଙ୍କ ଦାବି ସପକ୍ଷରେ ନ ଥିଲି ବୋଲି ସେ କହିଥିଲେ। ଦଳ କେମିତି ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ସେନେଇ କାହାର ଚିନ୍ତା ନ ଥିଲା। କେମିତି ପୁଅମାନେ ଟିକେଟ ପାଇବେ ସେନେଇ ନେତାଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଥିଲା ବୋଲି ରାହୁଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତବର୍ଷ ଗୋଟିଏ ବି ୨୦୦୦ ଟଙ୍କିଆ ନୋଟ ଛପାଯାଇନାହିଁ

ନୂଆଦିଲ୍ଲୀ,୧୭।୧୦: ଚଳିତବର୍ଷ ଗୋଟିଏ ବି ୨ ହଜାର ଟଙ୍କିଆ ନୋଟ୍‌ ଛପାଯାଇନାହିଁ। ଆରଟିଆଇ ଦ୍ୱାରା ମଗାଯାଇଥିବା ଏକ ରିପୋର୍ଟରେ ଆରବିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ବିଧାନସଭା ଉପନିର୍ବାଚନ: ୩୨ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କଲା ଭାଜପା

ନୂଆଦିଲ୍ଲୀ, ୨୯।୯:୧୭ ରାଜ୍ୟର ୬୪ଟି ବିଧାନସଭା ଆସନ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଜଳରେ ହେବାକୁ ଥିବା ବିଧାନସଭା ଉପର୍ନିବାଚନ ପାଇଁ ରବିବାର ପ୍ରାର୍ଥୀ ତାଲିକା...

କେଜ୍ରିଓ୍ବାଲଙ୍କୁ ବଡ଼ ଝଟ୍‌କା

ଶିମଲା,୯।୪: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି(ଏଏପି)କୁ ବଡ଼ ଝଟ୍‌କା ଲାଗିଛି। ରାଜ୍ୟର ୨ଜଣ ବଡ଼ ନେତା ଭାଜପାରେ ସାମିଲ ହୋଇଛନ୍ତି।...

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରିପୋର୍ଟକୁ ନେଇ ଘେରିଲା କଂଗ୍ରେସ

ନୂଆଦିଲ୍ଲୀ,୨୫ା୧୨(ପି.ଟି./ଆଇଏଏନ୍‌ଏସ୍‌): ଏନ୍‌ସିଆର୍‌ ପ୍ରସ୍ତୁତି ପାଇଁ ଏନ୍‌ପିଆର୍‌ ପ୍ରଥମ ପଦକ୍ଷେପ ହେବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବାର୍ଷିକ ରିପୋର୍ଟରେ ପ୍ରକାଶ ପାଇଥିଲା। ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ...

ଲଖିମପୁର ଖେରି ହିଂସା: ଆଶିଷଙ୍କୁ ମିଳିଲା ନାହିଁ ଜାମିନ

ଲକ୍ଷ୍ନୌ,୧୩ ।୧୦: ଲଖିମପୁର ଖେରି ହିଂସାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନକୁ ସିଜେଏମ୍ କୋର୍ଟ ଖାରଜ...

ରାମ ମନ୍ଦିରକୁ ୧ କୋଟି ଟଙ୍କା ଦାନ କଲେ ଉଦ୍ଧବ

ଅଯୋଧ୍ୟା,୭।୩: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଉଦ୍ଧବ ଠାକରେ ଶନିବାର ଅଯୋଧ୍ୟା ଗସ୍ତ କରିଛନ୍ତି। ସେ ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି...

ବିହାର ନିର୍ବାଚନ: ପୁଣିଥରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କରଙ୍କୁ ଧୋକା ଦେଲା ହେଲିକପ୍ଟର

ମୁଜାଫରପୁର,୩୦ ।୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ହୁଏତ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ସପକ୍ଷରେ ଯାଉନାହିଁ ତାଙ୍କ ହେଲିକପ୍ଟର । ଯାହା ଏବେ ତାଙ୍କୁ ଚିନ୍ତାରେ...

ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ହୁଅନ୍ତୁ, ୧୦୦୧ ଶିଡ଼ି ଚଢି ମନ୍ଦିରରେ ପ୍ରାର୍ଥନା କଲେ ଭାଜପା ଏମ୍‌ପି

ବେଙ୍ଗାଲୁରୁ, ୧୯।୭: କର୍ନାଟକରେ ଏବେ ଚାଲିଛି ରାଜନୈତିକ ନାଟକ। କ୍ଷମତା ପାଇଁ ଚାଲିଛି ଜୋରଦାର ଲଢେଇ। ବିଧାନସଭାରେ ଆସ୍ଥା ଭୋଟ ପୂର୍ବରୁ ଭାଜପା ସାଂସଦ ଶୋଭା...

Advertisement
Archives

Model This Week