ବରଦାନ ସାବ୍ୟସ୍ତ ହୋଇପାରେ ଆଣ୍ଟିବଡିଜ୍‌

ନ୍ୟୁୟର୍କ: କରୋନା ପୀଡ଼ିତ ହୋଇ ସୁସ୍ଥ ହୋଇଥିବା ରୋଗୀଙ୍କ ବ୍ଲଡ୍‌ ପ୍ଲାଜ୍‌ମା କ’ଣ ଏହି ମହାମାରୀ ସହ ଲଢ଼ିବାରେ ସହାୟକ ହେବ? କରୋନାର ଭୟାବହତା ଆଗରେ ବିଶ୍ୱବାସୀ ଅସହାୟ ହୋଇପଡ଼ିଥିବାବେଳେ ଏପରି ଏକ ପ୍ରଶ୍ନ ଏବେ ଦେଖାଇଛି ଆଶାର କିରଣ। ନ୍ୟୁୟର୍କର ଡାକ୍ତରମାନେ ଖୁବ୍‌ଶୀଘ୍ର ଏହାର ପ୍ରୟୋଗ କରିବାକୁ ଚିନ୍ତା କରୁଛନ୍ତି। କରୋନା ଭାଇରସ୍‌ ପ୍ରଭାବରେ ଅତ୍ୟନ୍ତ ସଙ୍କଟାପନ୍ନ ହୋଇପଡ଼ିଥିବା ରୋଗୀଙ୍କଠାରେ ଏହାକୁ ପ୍ରୟୋଗ କରାଯିବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତି। କରୋନାକୁ ହରାଇଥିବା ରୋଗୀଙ୍କ ବ୍ଲଡ୍‌ ପ୍ଲାଜ୍‌ମା ଆଣ୍ଟିବଡିଜ୍‌ର ପ୍ରମୁଖ ମାଧ୍ୟମ ହୋଇପାରିବ। ଦଶନ୍ଧି ଦଶନ୍ଧି ଧରି ଏହି ଉପାୟ ଆପଣାଇ ଅନେକ ମାରାତ୍ମକ ବ୍ୟାଧିର ଚିକିତ୍ସା ସମ୍ଭବ ହୋଇପାରିଛି। ଇବୋଲା, ଇନ୍‌ଫ୍ଲୁଏଞ୍ଜା ଭଳି ଘାତକ ରୋଗ କ୍ଷେତ୍ରରେ ଆଣ୍ଟିବଡିଜ୍‌ ବରଦାନ ସାବ୍ୟସ୍ତ ହୋଇଛି।
ମାଉଣ୍ଟ ସିନାଇ ହସ୍ପିଟାଲର ପ୍ରେସିଡେଣ୍ଟ ତଥା ଚିଫ୍‌ ଅପରେଟିଂ ଅଫିସର ଡା. ଡେବିଡ ଏଲ୍‌. ରିକ୍‌ କୁହନ୍ତି, ପରୀକ୍ଷା ନ ସରିବା ଯାଏ ଏହା କେତେ ଉପାଦେୟ ସାବ୍ୟସ୍ତ ହେବ ତାହା କହିବା ମୁସ୍କିଲ। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀ କିମ୍ବା ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଥିବା ସାଧାରଣ ରୋଗୀଙ୍କ ଉପରେ ଏହାକୁ ପ୍ରୟୋଗ କରାଯାଇପାରେ। କିନ୍ତୁ ଗମ୍ଭୀର ସ୍ଥିତିରେ ପହଞ୍ଚି ସାରିଥିବା ରୋଗୀଙ୍କ କ୍ଷେତ୍ରରେ ଏହାର ପ୍ରୟୋଗ କରିବା ପରିଣାମ ନକାରାତ୍ମକ ହୋଇପାରେ। ତେଣୁ ଠିକ୍‌ ସମୟରେ ଠିକ୍‌ ରୋଗୀଙ୍କୁ ଚିହ୍ନଟ କରି ଆଣ୍ଟିବଡିଜ୍‌ର ପ୍ରୟୋଗ କରିବା ଆବଶ୍ୟକ ବୋଲି ଡା. ରିକ୍‌ ପରାମର୍ଶ ଦେଇଛନ୍ତି।
ନ୍ୟୁୟର୍କ ବ୍ଲଡ ସେଣ୍ଟରର ଚିଫ୍‌ ମେଡିକାଲ ଅଫିସର ଡା. ବ୍ରୁସ୍‌ ସାଚେଜ୍‌ କୁହନ୍ତି, ଆମେରିକା ଫୁଡ୍‌ ଆଣ୍ଡ ଡ୍ରଗ୍ସ ଆଡ୍‌ମିନିଷ୍ଟ୍ରଶନ୍‌ ପକ୍ଷରୁ ଏଥିଲାଗି ଅନୁମତି ମିଳିଛି। ଏହାପରେ ନ୍ୟୁୟର୍କର ହସ୍ପିଟାଲ ଏହାର ପ୍ରୟୋଗ ଲାଗି ଅଣ୍ଟା ଭିଡ଼ିଛି। ଜଣେ ଡୋନରଙ୍କ ପାଖରୁ ସଂଗୃହୀତ ପ୍ଲାଜ୍‌ମାରେ ଅନୂ୍ୟନ ୩ଜଣ ରୋଗୀ ଭଲ ହୋଇପାରିବେ। ତାଙ୍କ ଶରୀରରୁ ୨୦% ଆଣ୍ଟିବଡ଼ିଜ୍‌ ନିଆଯିବ, ଯାହା ୨ରୁ ୪ଦିନ ମଧ୍ୟରେ ଆଉଥରେ ଭରଣା ହୋଇଯାଇଥାଏ। ସେ ଆହୁରି ମଧ୍ୟ କହିଛନ୍ତି, ରୋଗୀଙ୍କ ଚିକିତ୍ସା ଲାଗି ଏଭଳି ଏକ ପ୍ରଡକ୍ଟ ବାହାରିବା ଜରୁରୀ ଆବଶ୍ୟକତା ରହିଛି। ଏପରି ପ୍ଲାଜ୍‌ମା ସଂଗ୍ରହ କରିବା ଲାଗି ନ୍ୟୁୟର୍କରେ ଥିବା ବ୍ଲଡ୍‌ ବ୍ୟାଙ୍କ ପର୍ଯ୍ୟାପ୍ତ ହେବନାହିଁ। ବିଭିନ୍ନ ବ୍ଲଡ୍‌ ସେଣ୍ଟର ସହ ଯୋଗାଯୋଗ ରକ୍ଷା କରି ଏ ଦିଗରେ କାମ କରାଯାଇପାରିବ। ଫଳରେ ଅଧିକରୁ ଅଧିକ ରୋଗୀ ଏହାଦ୍ୱାରା ଉପକୃତ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri