ବମିଖାଲ ଓଭରବ୍ରିଜ୍‌ ତଳେ ଚାଲିଛି ଖୁଲମଖୁଲା ନିଶା କାରବାର: ତାରିଣୀ ମା’ ଡାକିଲେ ମିଳେ ବ୍ରାଉନ ସୁଗାର

ଭୁବନେଶ୍ୱର,,୧୭ା୧୨(ବ୍ୟୁରୋ): ନିଶା କାରବାର ରୋକିବାକୁ ପୋଲିସ ପକ୍ଷରୁ ବିଭିନ୍ନ ଉଦ୍ୟମ ଚଳାଉଥିବାବେଳେ ବେପାରୀମାନେ ମଧ୍ୟ ନୂଆ ନୂଆ ତରିକା ଆପଣାଉଛନ୍ତି। କିଛିଦିନ ବ୍ୟବଧାନ ପରେ ପୁଣି ଏକ ନିଶା ବ୍ୟବସାୟୀ ଠିକଣା ପୋଲିସ ହାତରେ ଲାଗିଛି। ଘର, ଦୋକାନ ପରେ ଏବେ ମନ୍ଦିରକୁ ମଧ୍ୟ ବେପାରୀମାନେ ନିଶା କାରବାରର ନୂଆ ଠିକଣା କରିସାରିଲେଣି। ଏବେ ମନ୍ଦିରରେ ମିଳୁଛି ନିଶା ସାମଗ୍ରୀ। ତାରିଣୀ ମା’ ଡାକିଦେଲେ ଗ୍ରାହକ ପାଇଯାଉଛନ୍ତି ବ୍ରାଉନ ସୁଗାର । ଏହି ତାରିଣୀ ମା’ ଏକ ପ୍ରକାର କୋଡ ଆକାରରେ ବ୍ୟବହାର କରାଯାଉଛି। ଏହାକୁ ପୁଣିି ଯୋଗାଉଛନ୍ତି ମନ୍ଦିରରେ ପୂଜା କରୁଥିବା ଜଣେ ବୟସ୍କା ମହିଳା(ତାରିଣୀ ମା’)। ଶହୀଦ ନଗର ଥାନା ଅଧୀନ ବମିଖାଲ ଓଭରବ୍ରିଜ ଲେବୁଲ କ୍ରସିଂ ନିକଟରେ ଥିବା ତାରିଣୀ ମନ୍ଦିରରେ ଚାଲିଛି ଏହି ନିଶା ବ୍ୟବସାୟୀ। ଏହି ନିଶା କାରବାର ପଛରେ ମୁଖ୍ୟଧାର ହେଉଛି ଶାନ୍ତିପଲ୍ଲୀ ବସ୍ତିର ସଞ୍ଜୟ ଖଟୁଆ। ସଞ୍ଜୟର ଦୁଇ ସହଯୋଗୀ କୁନା ଓ ଦିବାକର ନାମକ ଯୁବକ କାରରେ ଆସି ଏଠାରେ ବ୍ରାଉନ ସୁଗାର ଦେଇଯାଉଛନ୍ତି। ସଞ୍ଜୟ ପ୍ରଥମେ ଦେହ ବ୍ୟବସାୟ କରୁଥିଲେ ପରେ ସେଥିରେ ବିଶେଷ ଲାଭ ନ ହେବାରୁ ଖୁବ୍‌ କମ୍‌ ସମୟରେ ଲକ୍ଷାଧିକ ଟଙ୍କା ରୋଜଗାର କରିବା ପାଇଁ ବ୍ରାଉନ ସୁଗାର ବ୍ୟବସାୟ କରୁଛନ୍ତି। ଏହିପରି ଏହି ମହିଳା ଜଣଙ୍କ ମନ୍ଦିର ଭିତରେ ବ୍ରାଉନ ସୁଗାର ଲୁଚାଇ ରଖୁଛନ୍ତି। ଜଣେ ସାଧାରଣ ବ୍ୟକ୍ତି ମନ୍ଦିରରେ ବ୍ରାଉନ ସୁଗାର ବ୍ୟବସାୟ ହେଉଥିବା ନେଇ ସହଜରେ ଜାଣିପାରିବେ ନାହିଁ। ଅନ୍ୟପକ୍ଷରେ ନିଶା କାରବାର ରୋକିବା ପାଇଁ ଅତିରିକ୍ତ ଏସ୍‌ପିଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଗତ ୩ମାସ ମଧ୍ୟରେ ଅତିରିକ୍ତ ସିପିଙ୍କ ଉଦ୍ୟମରେ ୧୨୨ଟି ଏନ୍‌ଡିପିଏସ୍‌ ମାମଲା କରାଯାଇଛି। ତେଣୁ ପୋଲିସ ଏହି ନିଶା କାରବାର ଖବର ଜାଣିିବା ପରେ ସୋମବାର କ୍ୟୁଏଟି ସ୍ବତନ୍ତ୍ର ସେଠାରେ ଚଢାଉ କରି ଦୁଇଜଣ ଯୁବକଙ୍କୁ ସନ୍ଦେହରେ ଉଠାଇ ନେଇଛି।
ଅନ୍ୟପଟେ କିଭଳି ଏହି ବ୍ରାଉନ ସୁଗାର କାରବାର ହେଉଛି ସେନେଇ ମହିଳାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ମହିଳା ଜଣଙ୍କ କହୁଛନ୍ତି, ସେ ପ୍ରଥମେ ମଦ ବ୍ୟବସାୟ କରୁଥିଲେ। ହେଲେ ସଞ୍ଜୟ ସହ ତାଙ୍କର ପରିଚୟ ହେବା ପରେ ସେ ଏହି ନିଶା ବେପାର କରୁଛନ୍ତି। ଏଥିପାଇଁ ସଞ୍ଜୟ ତାଙ୍କୁ ମାସକୁ ଦରମା ଦିଅନ୍ତି। ସେ ୩ଥର ଜେଲ ଯାଇଥିବା ବେଳେ ତାଙ୍କୁ ସଞ୍ଜୟ ଜାମିନ୍‌ରେ ଆଣିଥିଲେ। ତେଣୁ ଆଉ ୧୨ଟି ମାମଲା ହେଲେ ମୁଁ ରାଜଗାଦିରେ ବସିବି ବୋଲି ସେ କହୁଥିବାରୁ ଭିଡିଓରେ ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ ସେ ଆହୁରି କହିଛନ୍ତି, ସେ ସଞ୍ଜୟକୁ କେବେ ଧୋକା ଦେବେ ନାହିଁ। ସେ ତାଙ୍କ ପେଟକୁ ଦାନା ଦେଇଛନ୍ତି। ଏହି ସ୍ଥାନରେ ବ୍ରାଉନ ସୁଗାର ବେପାର କରିବା ପାଇଁ ଅନେକ ଟଙ୍କା ଯାଚୁଛନ୍ତି। କିନ୍ତୁ ମୁଁ ଛାଡୁନାହିଁ। କାରଣ ସୁବିଧା ଅସୁବିଧା ସମୟରେ ସଞ୍ଜୟ ଟଙ୍କା ମାଗିଲେ ସାହାଯ୍ୟ କରେ। ଏହାସହ ଶହୀଦନଗର ଥାନା ପୋଲିସ ଏବଂ ଅବକାରୀକୁ ସଞ୍ଜୟ ମାସିକ ବଟି ଦେଉଛି। ତେଣୁ ପୋଲିସ ଏହା ଉପରେ ଚଢାଉ କରୁ ନ ଥିବା କହିଛନ୍ତି।
ନିକଟରେ ଏକାଧିକ ଲୋକେ ରହୁଥିବାରୁ ପିଲାମାନଙ୍କ ଉପରେ ଏହାର ପ୍ରଭାବ ପଢୁଛି। ସେମାନେ ନିଶା ସେବନ କରି ମୃତ୍ୟୁ ମୁଖରେ ପଢୁଛନ୍ତି। ତେଣୁ ଏହାକୁ ବନ୍ଦ କରିବା ପାଇଁ ସ୍ଥାନୀୟ ଲୋକେ ପୋଲିସକୁ ନିବେଦନ କରିଛନ୍ତି।
ଏ ସମ୍ପର୍କରେ ଅତିରିକ୍ତ ପୋଲିସ କମିଶନର ସଞ୍ଜୟ ସିଂ କହିଛନ୍ତି, ଏ ନେଇ ଆମ ନିକଟରେ ଖବର ନ ଥିଲା। ଏଭଳି ହେଉଥିଲେ ଆମ ଚଢାଉ କରି ତୁରନ୍ତ ଏହା ପଛରେ ଥିବା ର଼୍ୟାକେଟକୁ ଧରିବୁ । ଏନେଇ ସ୍ଥାନୀୟ ଲୋକେ ଆମକୁ ଖବର ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri