ବନ୍ୟାବିପନ୍ନଙ୍କ ଦୁଃଖ ଦୂରହେଉନି

ଯାଜପୁର ଅଫିସ,୬ା୯:ଦଶରଥପୁର ବ୍ଲକ ଅନ୍ତର୍ଗତ ଦତ୍ତପୁର ପଞ୍ଚାୟତରେ ବନ୍ୟା ବିପନ୍ନଙ୍କ ଦୁଃଖ ଏଯାଏ ଦୂର ହୋଇ ପାରିନାହିଁ। ଏହାକୁ ସମାଧାନ କରିବାରେ ବ୍ଲକ ପ୍ରଶାସନ ବିଫଳ ହୋଇଛି ବୋଲି ସୋମବାର ବିଭିନ୍ନ ଯୁବ ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି। ଏକ ଖବରଦାତା ସମ୍ମିଳନୀରେ ସେମାନେ ଦର୍ଶାଇଛନ୍ତି, ବୈତରଣୀ ନଦୀ ତଟରେ ଅବସ୍ଥିତ ଦତ୍ତପୁର ପଞ୍ଚାୟତବାସୀ ପ୍ରତିବର୍ଷ ବନ୍ୟାଦ୍ୱାରା ପ୍ରଭାବିତ ହେବା ସହିତ ବ୍ୟାପକ କ୍ଷୟକ୍ଷତିର ସାମ୍ନା କରୁଛନ୍ତି। ୨୦୨୧ ବନ୍ୟାରେ ଦତ୍ତପୁରଠାରେ ପ୍ରାୟ ୧୦୦ ଫୁଟ୍‌ର ଘାଇ ହେବା ଦ୍ୱାରା ହଜାରହଜାର ଜନସାଧାରଣ ବାସଚ୍ୟୁତ ହୋଇଥିଲେ। ଦତ୍ତପୁର ଅଞ୍ଚଳ ବାଲିଚରି ଯାଇଥିଲା। ମାତ୍ର ବନ୍ୟା ପରବର୍ତ୍ତୀ ସମୟରେ ପ୍ରଶାସନ ସେମାନଙ୍କୁ ଉପଯୁକ୍ତ ଥଇଥାନ ସହିତ ଏହାର ସ୍ଥାୟୀ ପ୍ରତିକାର କରିବାରେ ବିଫଳ ହୋଇଥିଲା। ଏହାପରେ ଅଗଷ୍ଟ ଶେଷ ଭାଗରେ ବୈତରଣୀ ନଦୀର ଉଚ୍ଛୁଳା ପାଣି କାଣୀ ନଦୀରେ ଘାଇ ସୃଷ୍ଟି ହୋଇ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଥିଲା। ଏଥିରେ ୨୦ ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହେବା ସହ ଶତାଧିକ ଲୋକ ବାସହରା ହୋଇଥିଲେ। ଏଭଳି ଭାବେ ପ୍ରତ୍ୟେକ ବର୍ଷ ବନ୍ୟାରେ ପଞ୍ଚାୟତରେ ନିର୍ମାଣ ହୋଇଥିବା ରାସ୍ତାଘାଟର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ନିର୍ମାଣାଧୀନ କଲ୍ୟାଣ ମଣ୍ଡପ ଅସମ୍ପୂର୍ଣ୍ଣ ଥିବାରୁ ତାହା କାର୍ଯ୍ୟରେ ଲାଗିପାରୁ ନାହିଁ। ମାର୍କେଟ କମ୍ପ୍ଲେକ୍ସ ଗୃହ ବଣ୍ଟନ କରାଯାଇନାହିଁ। ପଞ୍ଚାୟତରେ ଥିବା ବିଦ୍ୟାଳୟଗୁଡ଼ିକରେ ଭିତ୍ତିଭୂମିର ଅଭାବ ରହିବା ସହିତ ଆବଶ୍ୟକ ଶିକ୍ଷକ ନାହାନ୍ତି।
୨ଟି ପର୍ଯ୍ୟାୟରେ ହାଇସ୍କୁଲଗୁଡିକୁ ୫-ଟି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିବାବେଳେ ଏହି ପଞ୍ଚାୟତରେ ଅବସ୍ଥିତ ଦତ୍ତପୁର ହାଇସ୍କୁଲ ଓ ଅର୍ଦ୍ଦାଉଳିଆ ବାଳିକା ଉଚ୍ଚ ବିଦ୍ୟାଳୟ ଏଥିରୁ ବଞ୍ଚିତ ରହିଛି। ଜଳ ନିଷ୍କାସନ ନିମନ୍ତେ ଏକମାତ୍ର ଧୁଆଳୀ ନାଳକୁ ସଫେଇ କରାଯାଇ ନ ଥିବା ଯୋଗୁ ବନ୍ୟାଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି ହେଉଛି। ଦତ୍ତପୁର ମଲ୍ଲିକ ସାହିରେ ବିଦ୍ୟୁତ୍‌ ତାରଗୁଡିକ ବିପଦପୂର୍ଣ୍ଣ ଅବସ୍ଥାରେ ଝୁଲି ରହିଥିବା ଯୋଗୁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ନାରାୟଣପୁର, ଦତ୍ତପୁର ଓ ମଲ୍ଲିକସାହି ଘାଟକୂଳ, ଗଡ଼ାଣୀ ରାସ୍ତା ନିର୍ମାଣ ନ କରାଯିବା ଓ ବିଭିନ୍ନ ଗ୍ରାମରେ ଡ୍ରେନ ନିର୍ମାଣ ନ ହେବା ଯୋଗୁ ଗ୍ରାମରେ ବର୍ଷାଜଳ ଜମି ରହି ମ୍ୟାଲେରିଆ ଏବଂ ଡେଙ୍ଗୁ ଆଦିର କାରଣ ପାଲଟୁଛି। ତେଣୁ ତୁରନ୍ତ ବ୍ଲକ ପ୍ରଶାସନ ଏଠାରେ ଥିବା ମୌଳିକ ସମସ୍ୟା ଗୁଡିକୁ ସମାଧାନ କରିବାକୁ ଦାବି କରାଯାଇଛି। ଏହା ନ ହେଲେ ଆଗାମୀ ଦିନରେ ଦୃଢ଼ ପ୍ରତିବାଦ କରାଯିବ ବୋଲି ଯୁବ ସଂଗଠକ ପ୍ରଶାନ୍ତ ସାମଲ, ସୁଶାନ୍ତ ସାହୁ, ଅଜୟ କୁମାର ରାଉତ, ଅଜୟ ମଲ୍ଲିକ, ପ୍ରମୋଦ ରାଉତ, ପ୍ରଶାନ୍ତ ଜେନା ଓ ପ୍ରଶାନ୍ତ ପରିଡ଼ା ପ୍ରମୁଖ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଗାଁ: ଯେଉଁଠି ଲୋକେ ନାଁ ଧରି ନୁହେଁ, ସିଟି ବଜାଇ ପରସ୍ପରକୁ ଡାକନ୍ତି , କାରଣ ବି ଖୁବ୍‌ ଅଜବ…

ସାରା ବିଶ୍ୱରେ ଅନେକ ଗାଁ ଅନନ୍ୟ କାରଣ ପାଇଁ ଜଣାଶୁଣା। ଭାରତରେ ଏପରି ଏକ ଗାଁ ଅଛି, ଯାହା ଏହାର ଅନନ୍ୟ ଶୈଳୀ ପାଇଁ ବେଶ୍‌...

ନୂଆବର୍ଷରେ ଦେଶକୁ ବଡ଼ ଉପହାର, ଏହି ରୁଟରେ ଦୌଡ଼ିବ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ, ଜାଣନ୍ତୁ କେତେ ରହିବ ଭଡା

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନ (ଜାନୁଆରୀ ୧) କେନ୍ଦ୍ରର ମୋଦି ସରକାର ଦେଶକୁ ଏକ ଗୁରୁତ୍ୱପୂର୍ଣ୍ଣ ଉପହାର ପ୍ରଦାନ କରିଛନ୍ତି। ରେଳ ମନ୍ତ୍ରଣାଳୟ ପ୍ରଥମ...

ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ତୁଳନା କଲେ କଂଗ୍ରେସ ନେତା, ଭାଜପା କହିଲା…

ନୂଆଦିଲ୍ଲୀ,୧।୧: ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲେ ଏକ ବୟାନ ଦେଇ ରାଜନୈତିକ ହଇଚଇ ସୃଷ୍ଟି କରିଛନ୍ତି। ସେ ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ...

ଚାଇନାରେ ‘ଗୋଟିଏ ସନ୍ତାନ ନୀତି’କୁ ପୂରଣ ହେଲା ୧୦ ବର୍ଷ, ବଢିଲା ନାହିଁ ଜନ୍ମହାର, ଏବେ ଭୟ…

ବେଜିଂ,୧।୧: ଚାଇନା ବର୍ତ୍ତମାନ ଏହାର ଯୁବପିଢ଼ିଙ୍କୁ ଯଥାସମ୍ଭବ ଅଧିକ ସନ୍ତାନ ଜନ୍ମ କରିବାକୁ ଅନୁରୋଧ କରୁଛି ଯାହା ଦ୍ୱାରା ଦେଶର ଜନସଂଖ୍ୟା ଉପରେ ବିଶେଷ ପ୍ରଭାବ...

ବଦଳିଲା CBSE ବୋର୍ଡ ପରୀକ୍ଷା ତାରିଖ, ଜାଣନ୍ତୁ କେବେ ହେବ…

ନୂଆଦିଲ୍ଲୀ,୧।୧: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ  ୨୦୨୬ ପାଇଁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ସଂଶୋଧିତ ସମୟସାରଣୀ ପ୍ରକାଶ କରିଛି। ପ୍ରଶାସନିକ...

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ବନ୍ୟଜନ୍ତୁ ଖାଇ…

ଦିଗପହଣ୍ଡି,୧|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମ ନିକଟ ଗୋପୀନାଥପୁର ମୌଜା ରାଧାକୃଷ୍ଣ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ...

ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କଲା ହାତୀ: ଆଉ ତା’ପରେ…

ଅନୁଗୋଳ,୧/୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବଡ଼କେରା ପଞ୍ଚାୟତ ଗୁରୁଙ୍ଗ ଖଇରା ସାହି ନିକଟ ଆଡଗଣ୍ଡି ନାଳ ପୋଲ ପାଖରେ ଜଣେ ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କ...

ମା’ ତାରାତାରିଣୀ ପୀଠ ଚଳଚଞ୍ଚଳ: ପୂଜାର୍ଚ୍ଚନା କଲେ ଗଞ୍ଜାମ ଜିଲାପାଳ, ସମସ୍ତଙ୍କ ଶୁଭ ମନାସି ଜିଲାର…

ପୁରୁଷୋତ୍ତମପୁର,୧ା୧(ସବିତା ମିଶ୍ର): ନବବର୍ଷ ଅବସରରେ ଗୁରୁବାର ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ ହେଇଉଠିଥିବା ବେଳେ ପ୍ରବଳ ଜନସମାଗମ ହୋଇଛି। ଭୋର୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri