ବନ୍ୟପ୍ରାଣୀ ବିଭାଗରୁ ୯୯ ଗାଡ଼ି ମାଲିକଙ୍କୁ ମିଳିଲା ପରିଚୟପତ୍ର

ଗଣିଆ,୧୧।୧୦(ଡି.ଏନ.ଏ.): ନୟାଗଡ଼ ଜିଲା ସାତକୋଶିଆ ବ୍ୟାଘ୍ର ସଂରକ୍ଷଣାଞ୍ଚଳ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ଛାମୁଣ୍ଡିଆ ଓ କୁଶଙ୍ଗ ବନାଞ୍ଚଳରେ ଗୁରୁବାର ୯୯ଜଣ ଗାଡି ମାଲିକଙ୍କୁ ବନ୍ୟପ୍ରାଣୀ ବିଭାଗ ତରଫରୁ ପରିଚୟପତ୍ର ପ୍ରଦାନ କରାଯାଇଛି। ଏଥିମଧ୍ୟରୁ ଛାମୁଣ୍ଡିଆ ବନାଞ୍ଚଳରେ ୭୭ ଓ କୁଶଙ୍ଗ ବନାଞ୍ଚଳରେ ୨୨ଜଣ ୩ଚକିଆ ଓ ୪ଚକିଆ ଯାନବାହନର ମାଲିକ ତଥା ଚାଳକଙ୍କୁ ଏହି ପରିଚୟପତ୍ର ପ୍ରଦାନ କରାଯାଇଛି। ଉକ୍ତ ପରିଚୟପତ୍ରରେ ଗାଡି ନମ୍ବର , ମାଲିକଙ୍କ ନାମ ଓ ଠିକଣା ରହିଥିବା ବେଳେ ମହାବଳ ବାଘ ଚିତ୍ରର ଲୋଗ ଥିବା ଷ୍ଟିକର ଗାଡିଗୁଡିକରେ ଲଗାଯାଇଥିଲା। ଛାମୁଣ୍ଡିଆ ବନାଞ୍ଚଳ ଅଧିକାରୀ ବେଣୁଧର ବେହେରା , ଫରେଷ୍ଟର ଗୋଲକ ବିହାରୀ ବେହେରା, ଦୀପ୍ତିରଞ୍ଜନ ଆଚାର୍ଯ୍ୟ, ବ୍ରଜରାଜ ବିଶ୍ୱାଳ, ଗାୟତ୍ରୀ ପରିଡ଼ା ଓ ଫରେଷ୍ଟ ଗାର୍ଡ ରଞ୍ଜିତା ସ୍ବାଇଁ, ପ୍ରଭାକର ସାହୁ , ପୁଷ୍ପଲତା ପ୍ରଧାନ ଓ କାଳନ୍ଦୀ ଚରଣ ସାଥୁଆ ପ୍ରମୁଖ ଯୋଗଦେଇ ପରିଚୟପତ୍ର ବଣ୍ଟନ କରିଥିଲେ। ତେବେ ସମ୍ପୃକ୍ତ ଗାଡି ଚାଳକମାନଙ୍କୁ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ତରଫରୁ ସ୍ବତନ୍ତ୍ର ଭାବେ ସବୁଜ ରଙ୍ଗର ବାନିୟନ ପ୍ରଦାନ କରାଯାଇଥିଲା। ଉକ୍ତ ବନାଞ୍ଚଳ ପରିସରରେ ଥିବା ସ୍ଥାନୀୟ ଗାଡିମାଲିକଙ୍କ ଯାନବାହନ ଗୁଡିକ ସୁବିଧାରେ ଚଳପ୍ରଚଳ ନିମିତ ବନ୍ୟପ୍ରାଣୀ ବିଭାଗ ତରଫରୁ ଏହି ପରିଚୟପତ୍ର ପ୍ରଦାନ କରାଯାଇଥିବା ବନାଞ୍ଚଳ ଅଧିକାରୀ କହିଛନ୍ତି। ଅପରପକ୍ଷେ ଅଭୟାରଣ୍ୟ ମଧ୍ୟରେ ଥିବା ତନଖି ଫାଟକଗୁଡିକରେ ଏହା ସ୍ବତନ୍ତ୍ର ପରିଚୟପତ୍ର ଭାବେ କାର୍ଯ୍ୟକରିବ। ଫଳରେ ଅଭୟାରଣ୍ୟ ମଧ୍ୟରେ ଏହି ପଞ୍ଜୀକୃତ ଗାଡିଗୁଡିକ ଯାତାୟାତ କରିବା ପାଇଁ କୌଣସି ଟିକସ ଦେବାକୁ ପଡିବ ନାହିଁ। ସେହିପରି ଅପରାହ୍ନରେ କୁଶଙ୍ଗ ବନାଞ୍ଚଳ ଅଧିକାରୀ ଅଶୋକ କୁମାର ଦାସ, ସହକାରୀ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ଭୂତିଆ ଉପସ୍ଥିତ ରହି ୨୨ଜଣ ଗାଡିମାଲିକଙ୍କୁ ପରିଚୟପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri