ବନୀକରଣ ପାଇଁ ରାଜ୍ୟ ସରକାର କାମ୍ପା ପାଣ୍ଠିରୁ ପାଇଛନ୍ତି ୨୬୪୪ କୋଟି, ଖର୍ଚ୍ଚ କରିଛନ୍ତି ୨୫୪୮ କୋଟି

ଭୁବନେଶ୍ୱର, ୩୦।୭(ବ୍ୟୁରୋ): କ୍ଷତି ପୂରକ ବନୀକରଣ ପାଣ୍ଠି ପରିଚାଳନା ଏବଂ ଯୋଜନା କର୍ତ୍ତୃପକ୍ଷ(କାମ୍ପା) ୨୦୦୯ରୁ ରାଜ୍ୟରେ କାର୍ଯ୍ୟକାରୀ ହେଉଛି। ସେବେଠାରୁ ରାଜ୍ୟକୁ କେନ୍ଦ୍ର ସରକାର ଆଡ୍‌ହକ୍‌ କାମ୍ପା ପାଣ୍ଠିରୁ ୨୬୪୪ କୋଟି ୧୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ୨୦୦୯-୧୦ରେ କେନ୍ଦ୍ର ସରକାର ଏହି ଯୋଜନାରେ ୧୩୧.୬ କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ୨୦୧୦-୧୧ରେ ୧୪୦.୧୮କୋଟି, ୨୦୧୧-୧୨ରେ ୧୭୬.୯କୋଟି, ୨୦୧୨-୧୩ରେ ୨୦୫.୮୩କୋଟି, ୨୦୧୩-୧୪ରେ ୧୮୦କୋଟି, ୨୦୧୫-୧୬ରେ ୩୨୨କୋଟି, ୨୦୧୬-୧୭ରେ ୪୭୩କୋଟି ଏବଂ ୨୦୧୭-୧୮ରେ ୪୭୭ କୋଟି ଟଙ୍କା ପ୍ରଦାନ କରିଛନ୍ତି। ସେଥିରୁ ୨୦୧୯ ଜୁନ୍‌ ୨ ସୁଦ୍ଧା ୨୫୪୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୨୦୦୯-୧୦ରୁ ୨୦୧୭-୧୮ ମଧ୍ୟରେ ଏହି ଅର୍ଥରେ ୨ଲକ୍ଷ ୯୪ ହାଜାର ୫୫ ହେକ୍ଟର ବନୀକରଣ କରାଯାଇଥିବା ବେଳେ ୭ଲକ୍ଷ ୪୪ ହଜାର ୭୮୪ହେକ୍ଟରରେ ବାଉଁଶ ଓ ୧ ଲକ୍ଷ ୭୯ହଜାର ଅନ୍ୟାନ୍ୟ ଜଙ୍ଗଲ ସୃଷ୍ଟି କରାଯାଇଛି। ଏଥିସହିତ ୨୪୮ ବନାଞ୍ଚଳ କାର୍ଯ୍ୟାଳୟ, ୨୯୭ ବାସଗୃହ, ୧୬୯୯ ବନରକ୍ଷୀଙ୍କ ପାଇଁ ବାସଗୃହ ଓ ୩୯ ମେଗା ନର୍ସରି ସୃଷ୍ଟି କରାଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ କାମ୍ପା ପାଣ୍ଠିରୁ ୬୧୬ କୋଟି ୯୪ ଲକ୍ଷ ଟଙ୍କାର ବାର୍ଷିକ ଯୋଜନା ଖର୍ଚ୍ଚ କରାଯାଇଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମଙ୍ଗଳବାର ବିଧାନସଭାର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବେଳେ ଏହି ସୂଚନା ଦେଇଛନ୍ତି। ବିଜେଡି ସଭ୍ୟ ପ୍ରମୋଦ ମଲିକ ମୂଳ ପ୍ରଶ୍ନରେ କହିଥିଲେ, କାମ୍ପା ଯୋଜନା କାର୍ଯ୍ୟକାରୀ ହେବାଠାରୁ କେନ୍ଦ୍ର ସରକାର କେତେ ଟଙ୍କା ଦେଇଛନ୍ତି, କେତେ ଖର୍ଚ୍ଚ ହୋଇଛି, ଚଳିତ ଆର୍ଥିକ ବର୍ଷରେ କେତେ ଟଙ୍କା ଖର୍ଚ୍ଚ ପାଇଁ ଅର୍ଥ ମଞ୍ଜୁର ହୋଇଛି। କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ, ନରସିଂହ ମିଶ୍ର, ବିଜେଡି ସଭ୍ୟ ପ୍ରୀତିରଞ୍ଜନ ଘଡ଼ାଇ, ଅତନୁ ସବ୍ୟସାଚୀ ନାୟକ, ରମେଶ ଚନ୍ଦ୍ର ସାଏ, ବଦ୍ରୀ ନାରାୟଣ ପାତ୍ର ପ୍ରମୁଖ ଅତିରିକ୍ତ ପ୍ରଶ୍ନରେ କାମ୍ପା ଯୋଜନା ଅର୍ଥରେ କେଉଁଠି ନୂଆ ଜଙ୍ଗଲ କରାଯାଇଛି । ବଲାଙ୍ଗୀର ଜିଲାର ଭିମପାହାଡ଼ରେ ଏକ ଡିୟର ପାର୍କ କରିବାର ବ୍ୟବସ୍ଥା ଅଛି କି? କଟକ, ଭୁବନେଶ୍ୱରରେ ପ୍ରଦୂଷଣ ବଢ଼ୁଛି। ଖାଲି ପଡ଼ିଥିବା ସରକାରୀ ଜାଗାରେ ବୃକ୍ଷରୋପଣ କରିବାର ଯୋଜନା ଅଛି କି?ହେନ୍ତାଳବନର ପୁନରୁଦ୍ଧାର, ସିମିଳିପାଳରେ ଇକୋ ଟ୍ୟୁରିଜମ୍‌ ଓ ବାନ୍ଧଗଡ଼ ଜଙ୍ଗଲ ସୁରକ୍ଷା କରିବା ନେଇ ପଚାରିଥିଲେ। ମନ୍ତ୍ରୀ କହିଥିଲେ ଯେ, ଫନୀରେ ଚନ୍ଦକା, ନନ୍ଦନକାନନ ଓ ଭୁବନେଶ୍ୱର ସହରରେ ବହୁ ଗଛ ନଷ୍ଟ ହୋଇଛି। ନୂଆ ବନୀକରଣ କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଜଙ୍ଗଲରେ ରହୁଥିବା ଆଦିବାସୀମାନଙ୍କ ଜୀବନଜୀବିକା ପାଇଁ ସହାୟତା ଯୋଗାଇ ଦିଆଯାଉଛି। ରାଜ୍ୟରେ ୨୦୦୯ରୁ ଆଡ୍‌ହକ୍‌ କାମ୍ପା ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରାଯାଉଛି ବୋଲି ମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri