ବଧୂ ବେଶରେ ବସିଥିଲେ ଝିଅ, ଆସିଲେନି ବର

ଭୁବନେଶ୍ୱର,୧୮।୨(ବ୍ୟୁରୋ): ବିବାହ ପାଇଁ ମଣ୍ଡପରେ ରବିବାର ଚାଲିଥିଲା ଜୋରଦାର ପ୍ରସ୍ତୁତି। ବନ୍ଧୁବାନ୍ଧବ ଆସି ଭୋଜି ଖାଇବା ସହ ବଧୂବେଶରେ ଥିବା ଝିଅକୁ ଆଶୀର୍ବାଦ ଦେଇଥିଲେ। ପୁରୋହିତ ବିବାହ ପାଇଁ ସବୁ ଆୟୋଜନ ଶେଷ କରିଦେଇଥିଲେ। କିନ୍ତୁ ବିବାହ ସମୟ ଗଡ଼ିଯାଇଥିଲେ ମଧ୍ୟ ଆସିଲେନି ବର। ଏପରିକି ବରଙ୍କ ମୋବାଇଲ ଫୋନ୍‌ ମଧ୍ୟ ସୁଇଚ୍‌ ଅଫ୍‌ ହୋଇଯାଇଥିଲା। ଶେଷରେ ଅଡୁଆରେ ପଡିଥିଲେ ଝିଅ ଘର ଲୋକେ। ଏଭଳି କଥା ପହଞ୍ଚିଲା ଓଡ଼ିଶା ନାରୀ ସଚେତନ ମଞ୍ଚ ନିକଟରେ। ମଞ୍ଚ ପକ୍ଷରୁ ପୋଲିସ ସହାୟତାରେ ବରଙ୍କୁ ଖୋଜିଯାଇଥିଲା। ବହୁ ଉଦ୍ୟମ ପରେ ବରଙ୍କୁ ଯାଜପୁରରୁ ଖୋଜି ଅଣାଯାଇଥିଲା ଏବଂ ସୋମବାର ଭୋର ୪ଟାରେ ବିବାହ ସମ୍ପନ୍ନ ହୋଇଥିଲା। ଏଭଳି ରୋଚକ ଘଟଣା ଘଟିଛି ବଡଗଡ଼ ଥାନା ଜଗନ୍ନାଥ ମନ୍ଦିର ମଣ୍ଡପରେ।
ମିଳିଥିବା ସୂଚନା ଅନୁଯାୟୀ, ପୋଖରୀପୁଟରେ ରହୁଥିବା ଜଣେ ଯୁବକ ୪ ବର୍ଷ ହେଲା ଝାରପଡ଼ାର ଜଣେ ଯୁବତୀଙ୍କୁ ଭଲ ପାଇଥିଲେ। ଯୁବକ ଜଣକ ଯାଜପୁରର ଏକ ଘରୋଇ ସଂସ୍ଥାରେ ଚାକିରି କରନ୍ତି। ଉଭୟ ପରସ୍ପର ଭଲପାଇବା ପରେ ଗତ ଜାନୁୟାରୀ ୧୪ରେ କୋର୍ଟ ବିବାହ କରିଥିଲେ। ଏହାପରେ ବୈଦିକ ରୀତିରେ ବିବାହ କରିବା ପାଇଁ ଉଭୟଙ୍କ ପରିବାର ରାଜି ହୋଇଥିଲେ। ଏଥିପାଇଁ ସ୍ଥାନ ଓ ତାରିଖ ସ୍ଥିର ହୋଇଥିଲା। ତଦନୁଯାୟୀ ଝିଅ ଘର ପକ୍ଷରୁ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ହୋଇଥିଲା। କିନ୍ତୁ ଝିଅ ନିଜ ଜାତିର ହୋଇ ନ ଥିବାରୁ ଶେଷ ମୁହୂର୍ତ୍ତରେ ପୁଅର ପରିବାର ଲୋକେ ବିବାହ ପାଇଁ ମନା କରିଥିଲେ। ଫଳରେ ଯୁବକ ଜଣକ ନିଜ ମୋବାଇଲ୍‌ ଫୋନ ବନ୍ଦ କରି ଯାଜପୁରରେ ଯାଇ ଲୁଚିଥିଲେ। ଝିଅ ଘର ଲୋକେ ନିରାଶ ହୋଇ ଓଡ଼ିଶା ନାରୀ ସଚେତନ ମଞ୍ଚର ସଭାପତି ଡଲି ରଥଙ୍କୁ ଭେଟି ଆଲୋଚନା କରିଥିଲେ। ଏହାପରେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରଯାଇଥିଲା। ଥାନା ଅଧିକାରୀ ଯୁବକଙ୍କ ଫୋନ୍‌ ଲୋକେସନ୍‌ ଟ୍ରେସ୍‌ କରିବା ପରେ ମହିଳା ନେତ୍ରୀ ରଥ ଓ ମଞ୍ଚର ଅନ୍ୟ ସଦସ୍ୟାମାନେ ରାତିରେ ଯାଜପୁର ଯାଇ ଯୁବକଙ୍କୁ ଧରି ଭୁବନେଶ୍ୱର ଫେରିଥିଲେ। ଭୋର ୪ଟାରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଲୋକଲଜ୍ଜାରୁ ବଞ୍ଚିଯାଇଥିବାରୁ ଝିଅ ଘର ଲୋକେ ଓଡ଼ିଶା ନାରୀ ସଚେତନ ମଞ୍ଚକୁ ଧନ୍ୟବାଦ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri