ବଢୁଛି ସାଇବର ଅପରାଧର କାରନାମା

ଭୁବନେଶ୍ୱର,୧୩ା୬(ବ୍ୟୁରୋ): ରାଜ୍ୟରେ ମାତିଛନ୍ତି ଆର୍ମି ଅଫିସର କହି ଲୁଟୁଥିବା ସାଇବର ଅପରାଧୀ। ରାଜଧାନୀ ସମେତ ବିଭିନ୍ନ ସହରରେ ସୋସିଆଲ ମିଡିଆରେ ଶସ୍ତାରେ ଗାଡ଼ି ଏବଂ ଘରର ଇଲେକ୍ଟ୍ରୋନିକ୍‌ ସାମଗ୍ରୀ ବିକ୍ରି ପାଇଁ ବିଜ୍ଞାପନ ଦେଉଛନ୍ତି। ଏହି ବିଜ୍ଞାପନ ଦେଖିବା ପରେ ସାଧାରଣ ଲୋକେ ଶସ୍ତାରେ ଗାଡ଼ି ଏବଂ ଅନ୍ୟ ସାମଗ୍ରୀ ପାଇବା ଆଶାରେ ସେମାନଙ୍କ ସହ ଯୋଗାଯୋଗ କରୁଛନ୍ତି। ପରେ ଏହି ଠକମାନେ ନିଜକୁ ଆର୍ମି ଅଫିସର ବୋଲି ପରିଚୟ ଦେଉଛନ୍ତି। ଲୋକଙ୍କ ମନରେ ବିଶ୍ୱାସ ଜମାଇବା ପାଇଁ ନିଜର ଆର୍ମି ପୋଷାକ ପିନ୍ଧା ଫଟୋ, ଆଧାର କାର୍ଡ ଏବଂ ଭୋଟର କାର୍ଡ ପଠାଉଛନ୍ତି। ଏପରିକି ଉକ୍ତ ଠକମାନେ ଆର୍ମି ପୋଷକ ପିନ୍ଧି ଭିଡିଓ କଲିଂ କରି ବିଶ୍ୱାସ ଜମାଉଛନ୍ତି। ପରେ ଗାଡ଼ି ଦେଖିବା ପାଇଁ ଅଗ୍ରିମ ଟଙ୍କା ପୈଠ କରିବାକୁ କହୁଛନ୍ତି। ଲୋକେ ବିଶ୍ୱାସ କରି ଟଙ୍କା ପୈଠ କରିବା ପରେ ଠକମାନେ ପରବର୍ତ୍ତୀ ସମୟରେ ବିଭିନ୍ନ ଆଳ ଦେଖାଇ ଲୋକଙ୍କୁ ଲୁଟି ଚାଲନ୍ତି। ଏହିଭଳି ରାଜ୍ୟରେ ଗତ ଦୁଇମାସ ମଧ୍ୟରେ ୨୦ ଜଣରୁ ଅଧିକ ଲୋକେ ଲୁଟର ଶିକାର ହେଲେଣି। ଲୁଟର ଶିକାର ହୋଇଥିବା ଅନେକ ଲୋକ ଥାନାକୁ ଯାଉଥିବାବେଳେ ଆଉ କେତେଜଣ ଲଜ୍ଜା ଭୟରେ ଥାନାକୁ ଯାଉନାହାନ୍ତି। ଯାହାଫଳରେ ଏହି ଠକମାନେ ଗୋଟିଏ ପରେ ଗୋଟିଏ ଲୋକଙ୍କୁ ଠକି ଚାଲିଛନ୍ତି। ଗତ ବର୍ଷକ ତଳେ ଏହିଭଳି ଠକେଇକୁ ରୋକିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ଏକ ସର୍କ୍ୟୁଲାର ଜାରି କରିଥିଲା। ସେଥିରେ ସମସ୍ତ ଜିଲାର ଏସ୍‌ପିଙ୍କୁ ଏନେଇ ସଜାଗ ରହିବାକୁ କୁହାଯିବା ସହ ପ୍ରତ୍ୟେକ ଥାନାକୁ ଏଭଳି ଠକେଇ ମାମଲାକୁ ଗୁରୁତ୍ୱର ସହ ଗ୍ରହଣ କରିବାକୁ ନିର୍ଦ୍ଦେଶ ରହିଥିଲା। ଏପରି କି ଏଭଳି ଠକେଇ ସମ୍ପର୍କରେ ଥାନାଗୁଡ଼ିକରେ ପୋଷ୍ଟର ମାରି ଲୋକମାନଙ୍କୁ ସଚେତନ କରାଇବାକୁ କୁହାଯାଇଥିଲା। ହେଲେ ଏହି ନିର୍ଦ୍ଦେଶନାମାକୁ ପାଳନ କରାଯାଉ ନ ଥିବା ଦେଖିବାକୁ ମିଳୁଛି।
ନିକଟରେ କଟକର ଜଣେ ବ୍ୟକ୍ତି ଠକେଇର ଶିକାର ହୋଇଛନ୍ତି। ଗତ ୭ତାରିଖରେ ସେ ସୋସିଆଲ ମିଡିଆରେ ଏକ ବିଜ୍ଞାପନ ଦେଖିଥିଲେ। ଯେଉଁଥିରେ ଏକ କାରର ଦାମ୍‌ ୧ଲକ୍ଷ ୨୦ହଜାର ଟଙ୍କା ଦାମ୍‌ ରହିଥିଲା। ବ୍ୟକ୍ତି ଜଣଙ୍କ ଗାଡ଼ି ଶସ୍ତା ଦେଖି ଉକ୍ତ ଫୋନ୍‌ ନମ୍ବରରେ ଯୋଗାଯୋଗ କରି ଗାଡ଼ି କିଣିବା ପାଇଁ କହିଥିଲେ। ଠକ ଜଣଙ୍କ ନିଜକୁ ଆର୍ମି ଅଫିସର ବୋଲି ପରିଚୟ ଦେଇଥିଲେ। ଏପରିକି ସେ ଭୁବନେଶ୍ୱର ବିମାନ ବନ୍ଦରରେ କାମ କରୁଥିବା ମଧ୍ୟ କହିଥିଲେ। ଗାଡ଼ି ବ୍ୟବସାୟ ତାଙ୍କର ସାଇଟ୍‌ ବ୍ୟବସାୟ ହୋଇଥିବା କହିଥିଲେ। ଏହାପରେ ତାଙ୍କୁ ଗାଡି ଦେଖିବା ପାଇଁ ୩ ହଜାର ୧୨୦ ଟଙ୍କା ଦେବାକୁ କହିଥିଲେ। ଠକ ନିଜକୁ ଆର୍ମି ଅଫିସର ପରିଚୟ ଦେଇଥିବାରୁ ବ୍ୟକ୍ତି ଜଣଙ୍କ ବିଶ୍ୱାସ କରି ଗୁଗଲ ପେ’ ଦ୍ୱାରା ୩ ହଜାର ୧୨୦ ଟଙ୍କା ପଠାଇଥିଲେ। ହେଲେ ଠକ ତାଙ୍କୁ ଗାଡ଼ି ଦେଖାଇ ନ ଥିଲେ। ବରଂ ଗାଡ଼ି କନ୍ଦରପୁରରେ ଅଛି ଆଉ ୧୦ହଜାର ଟଙ୍କା ପଠାଅ, ଗାଡ଼ିକୁ ଆମ ଡ୍ରାଇଭର ଆଣି ଦେଖାଇବ ବୋଲି କହିଥିଲେ। ହେଲେ ବ୍ୟକ୍ତି ଜଣଙ୍କ ନିଜେ ଗାଡି ରହିଥିବା ସ୍ଥାନକୁ ଯାଇ ଦେଖିବେ ବୋଲି କହିଥିଲେ। ମାତ୍ର ଠକ ତାଙ୍କୁ ମନା କରିବାରୁ ବ୍ୟକ୍ତିଙ୍କର ସନ୍ଦେହ ହୋଇଥିଲା। ସେ ଆଉ ଟଙ୍କା ନଦେଇ ତାଙ୍କର ଚିହ୍ନାଥିବା କିଛି ପୋଲିସ ଅଧିକାରୀଙ୍କ ସହ କଥା ହୋଇଥିଲେ। ଏହାପରେ ଠକଙ୍କ କାରନାମା ବିଷୟରେ ଜାଣି ଥାନାରେ ଅଭିଯୋଗ କରିଥିଲେ। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଞ୍ଚଳର ଜଣେ ଲୋକ ମଧ୍ୟ ଏକ ପୁରୁଣା ବୋଲେରୋ ଗାଡ଼ି କିଣିବାକୁ ଯାଇ ୧ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିବା ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ସେହିପରି ଏୟାରପୋର୍ଟ ଥାନା ଅଞ୍ଚଳର ଜଣେ ବ୍ୟକ୍ତି ମଧ୍ୟ ଘରର ଆସବାବପତ୍ର କିଣିବା ଆଶାରେ ୮୪ହଜାର ଟଙ୍କା ଠକେଇର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗକୁ ଗ୍ରହଣ କରି ତଦନ୍ତ ଆରମ୍ଭ କରିଥିବା କହିଛି।
କ୍ରାଇମ୍‌ବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଏନେଇ ପଚାରିବାରେ ସେ କହିଛନ୍ତି ଯେ, ସାଇବର ଠକେଇ ସମ୍ପର୍କରେ ଲୋକଙ୍କୁ ସର୍କ୍ୟୁଲାର ଜାରି କରି ସଚେତନ କରାଯାଉଛି। ଲୋକେ ସଚେତନ ହେବା ଆବଶ୍ୟକ। ଏପରିକି ସ୍ଥାନୀୟ ଥାନାକୁ ତଦନ୍ତ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛୁ ବୋଲି ପ୍ରିୟଦର୍ଶୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri