ବଢୁଛି ମୋହନଙ୍କ ପତିଆରା: ଗୋଟିଏ ପରେ ଗୋଟିଏ ଗୁରୁଦାୟିତ୍ୱ ଦେଉଛି ଭାଜପା

ଭୁବନେଶ୍ୱର,୬ା୫(ସୁନିତ୍‌ ମିଶ୍ର):ପଶ୍ଚିମବଙ୍ଗରେ ଭାଜପା ଏକାକୀ ସରକାର ଗଠନ କରିବାକୁ ଯାଉଛି। ଭାଜପା ବିଧାୟକ ଦଳ ନେତା ବାଛିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କରାଯାଇଥିବା ବେଳେ ମୋହନଙ୍କୁ ସହ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ମିଳିଛି। ଶାହାଙ୍କ ସାଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କିଏ ହେବେ ତା’ର ନିଷ୍ପତ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ମିଳିବା ପରେ ମୋହନଙ୍କ ରାଜନୈତିକ ପତିଆରା ବଢ଼ିଲା ବୋଲି ସବୁ ମହଲରେ ଆଲୋଚନା ଜୋର୍‌ ଧରିଛି।
ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନରେ ଭାଜପା ପ୍ରଥମ ଥର ପାଇଁ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ସରକାର ଗଠନ କରିବାକୁ ଯାଉଛି। ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ନିର୍ବାଚନରେ ଭାଜପାକୁ ୨୦୭ ଏବଂ ଟିଏମ୍‌ସିକୁ ୮୦ଟି ଆସନ ମିଳିଛି। ଭାଜପା ସରକାର ଗଠନ କରିବାକୁ ଯାଉଥିବା ବେଳେ କିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ଚେହେରା ହେବେ ତାକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦାୟିତ୍ୱ ଦିଆଯାଇଛି। ମଙ୍ଗଳବାର ଭାଜପା ସଂସଦୀୟ ବୋର୍ଡ ପକ୍ଷରୁ ପଶ୍ଚିମବଙ୍ଗରେ ବିଧାୟକ ଦଳ ନେତା କାହାକୁ କରାଯିବ ସେନେଇ ସ୍ଥିର କରିବାକୁ ଅମିତ ଶାହା, ମୋହନ ଚରଣ ମାଝୀଙ୍କୁ ଦାୟିତ୍ୱ ଦିଆଯାଇଥିବା ନେଇ ଭାଜପା ଦିଲ୍ଲୀ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦଳର ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଓଡ଼ିଆ ଭୋଟରଙ୍କୁ ଭାଜପା ସପକ୍ଷରେ ଆକୃଷ୍ଟ କରିବାକୁ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଓଡ଼ିଶାର ବହୁ ବିଧାୟକ ଏବଂ ଦଳୀୟ କାର୍ଯ୍ୟକର୍ତ୍ତା ଦାୟିତ୍ୱ ନେଇଥିଲେ। ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ଏକାଧିକ ଥର ପଶ୍ଚିମବଙ୍ଗ ଯାଇ ନିର୍ବାଚନ ସଭାରେ ପ୍ରଚାର କରିବାଠାରୁ ବିଭିନ୍ନ ରାଲିରେ ମଧ୍ୟ ଯୋଗଦେଇଥିଲେ। ଭାଜପାର ରାଜ୍ୟ ନେତାମାନେ କହିବା କଥା ହେଲା, ପଶ୍ଚିମବଙ୍ଗରେ ରହୁଥିବା ବହୁ ଓଡ଼ିଆ ଭୋଟର ମଧ୍ୟ ଭାଜପା ସପକ୍ଷରେ ଭୋଟ ଦେଇଛନ୍ତି। ଶାହା ପଶ୍ଚିମବଙ୍ଗରେ ଦଳୀୟ ପ୍ରଚାରର ମଙ୍ଗ ଧରିଥିଲେ। ଶାହା ସେଠାରେ ଅଙ୍ଗ, ବଙ୍ଗ ଓ କଳିଙ୍ଗର କଥା ଉଠାଇଥିଲେ। ଏବେ ପଶ୍ଚିମବଙ୍ଗର ଶାସନ ମୁଖ୍ୟ ଚୟନ ଦାୟିତ୍ୱ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ ବୋଲି କୁହାଯାଇପାରେ। ଏହାସହ ଶାହାଙ୍କ ସହିତ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଏତେବଡ଼ ଦାୟିତ୍ୱ ମିଳିବା ପରେ ଶାସକ ଦଳ ଭିତରକୁ ଏହା ଭିନ୍ନ ଏକ ସନ୍ଦେଶ ଦେଇଛି। ଆଦିବାସୀ ଓ ଗରିବ ବହୁଳ ପୂର୍ବ ଭାରତରେ ମୋହନଙ୍କୁ ବଡ଼ ରାଜନୈତିକ ଚେହେରା ବଡ଼ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ ଆଗ୍ରହୀ ଥିବା କଥା ମଧ୍ୟ ଚର୍ଚ୍ଚା ହୋଇଆସୁଛି। ମୁଖ୍ୟମନ୍ତ୍ରୀ ମାଝୀ ପଶ୍ଚିମବଙ୍ଗର ୬ଟି ବିଧାନସଭା କ୍ଷେତ୍ରରେ ପ୍ରଚାର କରିଥିଲେ। ଏହି ୬ ଆସନ ମଧ୍ୟରୁ ୫ଟିରେ ଭାଜପା ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ଏହାପରେ ପଶ୍ଚିମବଙ୍ଗରେ ଭାଜପା ବିଧାୟକ ଦଳ ନେତା ନିର୍ବାଚନରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶାହାଙ୍କ ସହଯୋଗୀ ଭାବେ ରହିବା ଅନେକ ରାଜନୈତିକ ସନ୍ଦେଶ ଦେଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଥର ପାଇଁ ରାଜ୍ୟପାଳଙ୍କୁ ଭେଟିଲେ ବିଜୟ, ସରକାର ଗଠନ ପାଇଁ ଦାବି,କାଲି ହୋଇପାରେ…

ଚେନ୍ନାଇ,୮ା୫: ତାମିଲାଗା ଭେଟ୍ଟ୍ରି କାଝାଗମ୍‌ (ଟିଭିକେ) ମୁଖ୍ୟ ବିଜୟ ବାମଦଳର ସମର୍ଥନ ହାସଲ କରିବା ପରେ ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଲୋକ ଭବନରେ…

ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ:ଆଗାମୀ ୪ ଦିନ ବର୍ଷା, ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୮ା୫ (ବନ୍ଦନା ସେଠୀ) – ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ସମୁଦ୍ର ପତନଠାରୁ ଦେଢ କିଲୋମିଟର ଉଚ୍ଚ ଯାଏ ଘୂର୍ଣ୍ଣିବଳୟଟି ବ୍ୟାପିଛି। ଆଗାମୀ…

ଦିଗପହଣ୍ଡି ଓ ପାଟପୁର ଥାନାରେ ଜୁଭେଣ୍ଟିକା ସଚେତନତା

ଦିଗପହଣ୍ଡି,୮|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଓ ପାଟପୁର ଥାନା ପରିସରରେ ଶୁକ୍ରବାର ମହିଳା ଓ ଶିଶୁଙ୍କ ପ୍ରତି ଅପରାଧ ନିରାକରଣ ସମ୍ପର୍କିତ ଜୁଭେଣ୍ଟିକା ସଚେତନତା…

କାର ଦୁର୍ଘଟଣାରେ ଜିଏନଏମ ଛାତ୍ରୀଙ୍କ ମୃତ୍ୟୁ

ଭବାନୀପାଟଣା,୮।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବାଦଲି ଛକ ନିକଟରେ ଗୁରୁବାର ରାତିରେ ଏକ କାର ଦୁର୍ଘଟଣାରେ ଜଣେ ଜିଏନଏମ ଛାତ୍ରୀଙ୍କ ମୃତ୍ୟୁ…

କିଶୋରୀଙ୍କୁ ଶିଖାଇଲେ ସାଇବର ସୁରକ୍ଷା ଥାନା ବୁଲିଲେ ପୋଲିସ …

ଦାରିଙ୍ଗବାଡି, ୮ ।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ପରିସରରେ ଶୁକ୍ରବାର ଅପରାହ୍ନରେ ପୋଲିସ ପକ୍ଷରୁ ଜୁଭେଂଟିକା କାର୍ଯ୍ୟକ୍ରମ ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କ ଅଧ୍ୟକ୍ଷତାରେ…

ପଶ୍ଚିମବଙ୍ଗର ହେଭିଓ୍ବେଟ୍‌ ନେତା, ହେଲେ ପାଖରେ ୧ ଗ୍ରାମର ସୁନା ନାହିଁ…ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ଶୁଭେନ୍ଦୁ ଅଧିକାରୀ?

କୋଲକାତା,୮।୫: ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ରାଜ୍ୟରେ ଏବେ ‘ଶୁଭେନ୍ଦୁ ସରକାର’ ଗଠନ ହେବାକୁ ଯାଉଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର…

ପୋଲିସ-କିଶୋରୀ ସମ୍ପର୍କର ନୂଆ ଅଧ୍ୟାୟ: ଥୁଆମୂଳ ରାମପୁରରେ ‘ଜୁଭେଣ୍ଟିକା’ ଅଭିଯାନ

ଥୁଆମୂଳ ରାମପୁର, ୮ା୫ (ଦୁର୍ଗା କୀର୍ତ୍ତି) : ଓଡ଼ିଶା ପୋଲିସର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଏବଂ ୟୁନିସେଫ୍‌ର ମିଳିତ ପ୍ରୟାସରେ ଶୁକ୍ରବାର ଥୁଆମୂଳ…

କାଣ୍ଡେଲ ରୋଡ୍‌ ଷ୍ଟେଶନ ସମସ୍ୟା ସମାଧାନ ଦାବି

କେସିଙ୍ଗା, ୮ା୫ (ତୁମେଶ୍ୱର ସାହୁ)- ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କାଣ୍ଡେଲ ରୋଡ୍‌ ଷ୍ଟେଶନରେ ବିଭିନ୍ନ ସମସ୍ୟା ଯୋଗୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri