ବଢୁଛି ଚୋରା ମଦ କାରବାର

କାମାକ୍ଷାନଗର, ୩୦।୯(ଡି.ଏନ୍‌.ଏ.) ପୋଲିସ ଏବଂ ଅବକାରୀ ବିଭାଗର ନିଷ୍କ୍ରିୟତା ଯୋଗୁ କାମାକ୍ଷାନଗର ଉପଖଣ୍ଡରେ ଅବାଧ ଚୋରା ମଦ କାରବାର ବଢ଼ିବାରେ ଲାଗିଛି। ମଦ ଯୋଗୁ ଗଣ୍ଡଗୋଳ, ଅସାମାଜିକ କାର୍ଯ୍ୟ ବଢୁଛି। ନିଶାଡ଼ିଙ୍କ ଉପଦ୍ରବ ଚିନ୍ତାର କାରଣ ପାଲଟିଛି। ଅନ୍ୟପଟେ ବିଭିନ୍ନ ସାମାଜିକ ଅନୁଷ୍ଠାନ, ମହିଳା ଗୋଷ୍ଠୀ ମଦବିକ୍ରିକୁ ବିରୋଧ କଲେ ଧମକ ମିଳୁଥିବା ଅଭିଯୋଗ ହେଉଛି। ଏହି କାରଣରୁ ନିଶା ବିରୋଧରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଶିଥିଳ ପଡ଼ିଯାଉଛି।
ଅଞ୍ଚଳରେ ମଦ କାରବାର ନୂଆ କଥା ନୁହେଁ। ମଦ ପାଇଁ ପରିବାରରେ ସୁଖଶାନ୍ତି ହଜିଯାଉଛି। ଗଣ୍ଡଗୋଳ ନିତିଦିନିଆ ଘଟଣା ହୋଇଛି। ଅସାମାଜିକଙ୍କ ଦୌରାତ୍ମରେ ଝିଅବୋହୂ ରାସ୍ତାରେ ଚାଲିବା ମୁସ୍କିଲ ହୋଇଗଲାଣି। ପୋଲିସ ଏବଂ ଅବକାରୀ ବିଭାଗ ଉପରୁ ଆସ୍ଥା ହରାଇ ଗତ ୨୧ ତାରିଖରେ କଙ୍କଡ଼ାହାଡ଼ ବ୍ଲକ ମକୁଆକାଟେଣୀ ଗ୍ରାମର ଶତାଧିକ ମହିଳା ଉପଜିଲାପାଳ ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟଙ୍କୁ ଫେରାଦ ହୋଇଥିଲେ। ଏହା ପରେ ବି ମଦବିକ୍ରି ରୋକିବାକୁ ପଦକ୍ଷେପ ନିଆଯାଉନାହିଁ।
ଅଭିଯୋଗ ଅନୁଯାୟୀ, କାମାକ୍ଷାନଗର, କଙ୍କଡ଼ାହାଡ଼, ଭୁବନ, ପରଜଙ୍ଗ ଅଞ୍ଚଳରେ ସରକାରୀ ଦେଶୀ ମଦଭାଟି ନାମକୁ ମାତ୍ର ରହିଛି। ଭାଟିରୁ ମଦ ପ୍ରସ୍ତୁତି ପରେ ଏହାକୁ ଅଭ୍ୟନ୍ତରୀଣ ଗ୍ରାମକୁ ଯୋଜନାବଦ୍ଧ ଭାବେ ପହଞ୍ଚାଇ ଦିଆଯାଉଛି। ପ୍ରତି ଗ୍ରାମରେ ଥିବା ବ୍ୟବସାୟୀମାନେ ମଦ କାରବାରକୁ ପ୍ରଶ୍ରୟ ଦେଉଛନ୍ତି। ଅନୁରୂପ ଭାବେ ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନରୁ ଢାବା, ପାନ ଦୋକାନ, ପରିବା ଦୋକାନ, ତେଜରାତି ଦୋକାନକୁ ମଦ ଯୋଗାଇ ଦିଆଯାଉଛି। ଅଞ୍ଚଳର କେତେଜଣ ମୁଷ୍ଟିମେୟ ବ୍ୟକ୍ତି ଏହି କାରବାରରେ ଲିପ୍ତ ଅଛନ୍ତି। ସେମାନଙ୍କ ବିରୋଧରେ ସ୍ବର ଉଠାଉଥିବା ବ୍ୟକ୍ତି, ଅନୁଷ୍ଠାନକୁ ଧମକଚମକ ମିଳୁଛି। କେତେଜଣ ନ୍ୟସ୍ତସ୍ବାର୍ଥ ସରକାରୀ କର୍ମଚାରୀ ଏପରି ବେଆଇନ କାରବାରରେ ସମ୍ପୃକ୍ତ ଥିବାରୁ ମଦ ବ୍ୟବସାୟୀଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରାଯାଉଛି। ଏଥିପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ସମ୍ପୃକ୍ତ ଅଞ୍ଚଳବାସୀ କହିଛନ୍ତି।
ଏ ନେଇ ଉପଖଣ୍ଡ ଦାୟିତ୍ୱରେ ଥିବା ଅବକାରୀ ଏସ୍‌ଆଇ ସ୍ବପ୍ନାରାଣୀ ସାହୁ କୁହନ୍ତି, ଅଭିଯୋଗ ଆସିଲେ ଯଥାସମ୍ଭବ ଚଢ଼ାଉ କରାଯାଉଛି। ସରକାରୀ ସ୍ବୀକୃତିପ୍ରାପ୍ତ ଦୋକାନଗୁଡ଼ିକରେ ମଦବିକ୍ରି କରିବା ନିୟମ ଅଛି। ଏହାକୁ ଉଲ୍ଲଂଘନ କରି ଅଣସ୍ବୀକୃତିପ୍ରାପ୍ତ ସ୍ଥାନରେ ମଦବିକ୍ରି କରୁଥିବା ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆକର୍ଷଣ ହରାଉଛି ଡଗରା ବେଳାଭୂମି

ବାଲିଆପାଳ,୧ା୩-ବଙ୍ଗୋପସାଗର କୂଳରେ ଥିବା ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ଡଗରା ବେଳାଭୂମିର ବିକାଶ ଲାଗି ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ। ଫଳରେ ଏହା ଧୀରେ ଧୀରେ ଆକର୍ଷଣ...

ଗୁଣି ସନ୍ଦେହରେ ମାଡ଼ ଘଟଣା: ଥାନାରେ ଭଉଣୀଙ୍କ ଅଭିଯୋଗ

ଗଞ୍ଜାମ,୧୬।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ଗଡ଼ ହୁମ୍ମା ଗ୍ରାମରେ ଦୁଇ ଜଣଙ୍କୁ ବାନ୍ଧି ମାଡ଼ ମାରିବା ସହ ଦାନ୍ତ ଭାଙ୍ଗିବା ଘଟଣାରେ ସୋମବାର...

ନଜୁଲ୍‌ ଆର୍‌ଆଇ ସର୍କଲରେ ବିଭିନ୍ନ ସମସ୍ୟା ନେଇ ଟାଉନ କଂଗ୍ରେସ ପକ୍ଷରୁ ଦାବିପତ୍ର

ଭବାନୀପାଟଣା,୨୩।୬(ଡିଏନ୍‌ଏ): ଭବାନୀପାଟଣା ସହରସ୍ଥିତ କଳାହାଣ୍ଡି ତହସିଲର ନଜୁଲ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟରେ ବିଭିନ୍ନ ଅବ୍ୟବସ୍ଥା ନେଇ ଭବାନୀପାଟଣା ଟାଉନ କଂଗ୍ରେସ ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ...

ବିରୋଧ ସତ୍ତ୍ୱେ ଦିଘି ଗ୍ରାମରେ ଉଚ୍ଛେଦ

ତାଳଚେର,୮।୬(ନି.ପ୍ର.) – ତାଳଚେର ବ୍ଲକ ଦିଘି ଗ୍ରାମଦେଇ ଫ୍ଲାଏ ଓଭର ବ୍ରିଜ ଯିବାକୁ ଥିବାରୁ ମଙ୍ଗଳବାର ସେଠାରେ ଉଚ୍ଛେଦ କାର୍ଯ୍ୟ କରାଯାଇଛି। ସକାଳେ ତାଳଚେର ପ୍ରଶାସନ...

ବାପାଙ୍କୁ ପିଟି ପିଟି ମାରିଦେଲେ ଦୁଇ ପୁଅ

ବଣାଇଁ, ୪।୬(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ଚାନ୍ଦିପୋଷ ଥାନା ଅଧୀନ ରାଣିବେର୍ଣ୍ଣା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳହକୁ କେନ୍ଦ୍ର କରି ଦୁଇ ପୁଅ...

ଦିନକରେ ପଡ଼ିଲା ୨୮ ନାମାଙ୍କନ

ଢେଙ୍କାନାଳ ଅଫିସ, ୭।୩ – ଢେଙ୍କାନାଳ ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ୫ମ ଦିନରେ ରବିବାର ୨୮ ପ୍ରାର୍ଥତ୍ପତ୍ର ଦାଖଲ ହୋଇଛି। ନାମାଙ୍କନ ଦାଖଲକୁ...

ତାଗିଦ କଲେ ଗଞ୍ଜାମ ଜିଲାପାଳ: କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ଯାଉଛନ୍ତି ପରିବାର ସଦସ୍ୟ, ଉଲ୍ଲଂଘନ ନେଇ ରୁଜୁ ହେବ ମାମଲା

ଛତ୍ରପୁର, ୧୦।୫(ଡି.ଏନ୍‌.ଏ.)- ବାରମ୍ବାର ଜ଼ିଲାପାଳଙ୍କ ତାଗିଦ୍‌ ସହ କାର୍ଯ୍ୟାନୁଷ୍ଠାନ ଚେତାବନୀ ପରେ ମଧ୍ୟ୍ୟ ଗଞ୍ଜାମ ଜିଲାର କେତେକ କ୍ୱାରାଣ୍ଟାଇନ୍‌ ସେଣ୍ଟରଗୁଡିକରେ ଥିବା ପ୍ରବାସୀଙ୍କୁ ଭେଟିବା ଲାଗି...

ଶିରୀ ହରାଇଛି ଶିକ୍ଷାନୁଷ୍ଠାନ

ଗଁଦିଆ, ୨୭।୯: ସମୃଦ୍ଧ ହେବ ଶିକ୍ଷାବ୍ୟବସ୍ଥା। ଭୟମୁକ୍ତ ବାତାବରଣ ମଧ୍ୟରେ ପଢ଼ିବେ ପିଲାଏ। କ୍ୟାମ୍ପସରେ ଉପଲବ୍ଧ ହେବ ଅତ୍ୟାଧୁନିକ ଲାବୋରେଟୋରି, ଲାଇବ୍ରେରି, କମ୍ପ୍ୟୁଟର ଶିକ୍ଷା। ଦକ୍ଷ କ୍ରୀଡ଼ାବିତ୍‌...

Advertisement
Archives

Model This Week