ଫୁଲବାଣୀ ଅଫିସ, ୯ା୭ ରାକେଶ କୁମାର ରାଉତ କନ୍ଧମାଳ ଜିଲାରେ ବ୍ୟାପକ ଗଞ୍ଜେଇ ଚାଷ ହେବା ଘଟଣା କାହାରିକୁ ଅଛପା ନାହିଁ। ଜିଲାରୁ ରାଜ୍ୟ ଓ ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ବହୁ ନଜିର ରହିଛି। ଗଞ୍ଜେଇ ଗଛ ଲଗାଇବା ଏବଂ ଚୋରା କାରବାର ଯୋଗୁ ଜିଲାରେ ଅସାମାଜିକ ତତ୍ତ୍ୱଙ୍କ ଚଳପ୍ରଚଳ ବୃଦ୍ଧି ପାଉଛି। ସେମାନଙ୍କୁ ଧରାଯାଉନାହିଁ। ଗଞ୍ଜେଇ ଚାଷ ବର୍ଷକୁ ବର୍ଷ ବଢୁଛି ପଛେ, କମୁନାହିଁ। ଅବକାରୀ, ପୋଲିସ ବିଭାଗ ଗଞ୍ଜେଇ ଗଛ କାଟି ନଷ୍ଟ କରୁଥିବା କହୁଥିଲେ ହେଁ, ତାହା ସମୁଦ୍ରକୁ ଶଙ୍ଖେ ପରି। ଗଞ୍ଜେଇ ଚାଷ ସମ୍ପୂର୍ଣ୍ଣ ବନ୍ଦ କରିବା ଏବଂ ଏହା ଉପରେ ବିଭାଗ କ’ଣ ପଦକ୍ଷେପ ନେଇଥିବା ସଂକ୍ରନ୍ତରେ ଯେଉଁ ଉତ୍ତର ମିଳିଛି ତାହା ତାଜୁବ କଲାଭଳି। କାରଣ ବିଗତ ୨ ବର୍ଷରେ ୭୧୨୮ ଏକର ଜମିରୁ ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଇଥିଲେ ହେଁ ଏହି ଘଟଣାରେ କାହାରିକୁ ଗିରଫ କରାଯାଇନାହିଁ।
ସାଧାରଣତଃ ଜିଲାର ଫିରିଙ୍ଗିଆ, ବାଲିଗୁଡା ଏବଂ ଖଜୁରିପଡା, କ.ନୂଆଗଁା ବ୍ଲକ ଅଞ୍ଚଳରେ ଅଧିକ ଚାଷ କରାଯାଉଛି। ଅଧିକାଂଶ ଚାଷ ନିଜ ଜମି ସମେତ ଜଙ୍ଗଲ ଜମିରେ ହୋଇଥାଏ। ଯେଉଁଠି ଚାଷ ହୁଏ ସେଠାରେ ଥିବା ବନବିଭାଗ ଅଧିକାରୀ, ପୋଲିସ, ଅବକାରୀ କର୍ମଚାରୀ, ପିଆର୍ଆଇ ମେମ୍ବରଙ୍କ ଗୋଚରରେ ଥାଏ। ସମସ୍ତେ ସବୁ ଜାଣିଥାନ୍ତି। ଯେତବେଳେ ଉପରୁ ନିର୍ଦ୍ଦେଶ ଆସେ ସେତବେଳେ ଗଞ୍ଜେଇ ଗଛ କଟା ଅଭିଯାନ ଆରମ୍ଭ ହୁଏ। କିନ୍ତୁ କିଏ ଗଞ୍ଜେଇ ଗଛ ଲଗାଇଥିଲା ତାହା ଜାଣିଥିଲେ ମଧ୍ୟ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାନ୍ତିନାହିଁ। ସୂଚନା ଅନୁଯାୟୀ, ଯେତିକି ଗଛ ନଷ୍ଟ କରାଯାଏ ତାହା ୧୦ ପ୍ରତିଶତରୁ ବି କମ୍। ଗଞ୍ଜେଇ କାରବାରକୁ ରୋକିବା ଏବଂ ଏହାଦ୍ୱାରା ଜିଲାରେ ଅପରାଧ ବଢୁଛି ବୋଲି ଜିଲା ନାଗରିକ ମଞ୍ଚ ପକ୍ଷରୁ ଅବକାରୀ ଅଧୀକ୍ଷକଙ୍କ ପାଖରେ ଅଭିଯୋଗ କରାଯାଇଥିଲା। ହେଲେ ଅବକାରୀ ଅଧୀକ୍ଷକଙ୍କ ରିପୋର୍ଟ ଦେଖିଲେ ପ୍ରକୃତରେ ଜିଲାରେ କିପରି ଗଞ୍ଜେଇ ଚାଷ ରୋକାଯାଉଛି ତାହା ଆଶ୍ଚର୍ଯ୍ୟ ଲାଗିବ। ରିପୋର୍ଟ ଅନୁଯାୟୀ, ୨୦୧୫-୧୬ରେ ୧୪୩୧ ଏକରରେ ୧୨ ଲକ୍ଷ ୪୭ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଥିଲା। ଯାହାର ମୂଲ୍ୟ ୧୨୪.୭୮ କୋଟି। ଏହି ଘଟଣାରେ ୧୧ଟି ମାମଲା ରୁଜୁ କରାଯାଇ ମୋଟ ୫୪ ଜଣଙ୍କୁ ଗିରଫ କରାଯାଇଥିଲା। ୨୦୧୬-୧୭ରେ ୨୩୮୪ ଏକରରେ ୨୩ ଲକ୍ଷ ୮୪ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଥିଲା। ଯାହାର ମୂଲ୍ୟ ୨୩୮.୪୦ କୋଟି। ଏହି ଘଟଣାରେ ଗୋଟିଏ ମାମଲା ରୁଜୁ କରାଯାଇ ୫ ଜଣଙ୍କୁ ଗିରଫ କରାଯାଇଥିଲା। ହେଲେ ୨୦୧୭-୧୮ରେ ୨୪୨୪ ଏକରରେ ୨୪ ଲକ୍ଷ ୨୪ ହଜାର ଗଞ୍ଜେଇ ଗଛ କଟା ଯାଇଥିଲା। ଯାହାର ମୂଲ୍ୟ ୨୪୨.୪୦ କୋଟି। ଏହି ଘଟଣାରେ ୨୭ଟି ମାମଲା ରୁଜୁ ହୋଇଥିବା ବେଳେ ଜଣେ ବି କାହାରିକୁ ଗିରଫ କରାଯାଇ ନାହିଁ। ସେହିପରି ୨୦୧୮-୧୯ରେ ୪୭୦୪ ଏକରରେ ୪୭ ଲକ୍ଷ ୪ ହଜାର ଗଞ୍ଜେଇ ଗଛ କଟାଇଥିଲା। ଯାହାର ମୂଲ୍ୟ ୪୭୦.୪୦ କୋଟି। ହେଲେ ଏହି ଘଟଣାରେ ଗୋଟିଏ ବି ମାମଲା ରୁଜୁ ହୋଇ ନାହିଁ କି କେହି ଗିରଫ ହୋଇନାହାନ୍ତି। ରିପୋର୍ଟକୁ ଦେଖିଲେ ପ୍ରତିବର୍ଷ ଗଞ୍ଜେଇ ଚାଷ ବଢ଼ି ଚାଲିଛି। ସେହି ତୁଳନାରେ ମାମଲା ରୁଜୁ ହୋଇ ଗିରଫ ସଂଖ୍ୟା ବଢ଼ିବା କଥା, ହେଲେ ତାହା ହେଉନାହିଁ। ଏଥିରୁ ଗୋଟିଏ ଘଟଣା ସ୍ପଷ୍ଟ, ଅବକାରୀ ଅଧିକାରୀ/କର୍ମଚାରୀ, ପୋଲିସ, ବନ ବିଭାଗ ଏବଂ ଗଞ୍ଜେଇ ଚାଷୀଙ୍କ ମଧ୍ୟରେ ସଲାସୁତରା ରହିଛି। ଏ ନେଇ ଜିଲା ଅବକାରୀ ଅଧୀକ୍ଷକ ବିମ୍ବାଧର ସେଠୀଙ୍କୁ ପଚାରିବାରୁ ଜଙ୍ଗଲ ଭିତରେ ଚାଷ ହେଉଥିବାରୁ ମାମଲା ରୁଜୁ କରିବା ଏବଂ ଗିରଫ କରିବା କଷ୍ଟକର ହେଉଛି ବୋଲି କହିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…
ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା ୨୬ ନଂ…
ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ
ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…
୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା
ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…
ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନାୟକ ଦାସ: ଟ୍ରାଫିକ-ଆଇନ ଶୃଙ୍ଖଳାକୁ ପ୍ରାଥମିକତା
ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ…
ଭାଲିଡେସନ ଆକ୍ଟକୁ ନେଇ ପେନସନଭୋଗୀଙ୍କ ମନରେ ଭୟ: ବିରୋଧ କଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ
ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଦିଗପହଣ୍ଡି ଅବସରପ୍ରାପ୍ତ କର୍ମଚାରୀ…
ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ; ଜୟନ୍ତୀ ପଢିଆରି-ମହେଶ ମହାନ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭଞ୍ଜନଗରରେ ଖୁସିର ଲହରୀ
ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ…
ଘୋଡାହାଡ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ ବୃଦ୍ଧ: ଆଜି ମିଳିଲା ମୃତଦେହ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ
ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ…
ଫୁଲବାଣୀରୁ ବେଙ୍ଗାଲୁରୁକୁ ଗଞ୍ଜେଇ ଚାଲାଣ କରୁଥିଲେ ଭାଇ-ଭଉଣୀ, ଅଚାନକ ପହଞ୍ଚିଗଲା ପୋଲିସ, ତା’ପରେ…
ଛତ୍ରପୁର, ୧୦।୪(ଦିଲ୍ଲୀପ ସାମଲ): ବେଆଇନ ଭାବେ ଫୁଲବାଣୀରୁ ବେଙ୍ଗାଲୁରୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡି ବସିଲା ଛତ୍ରପୁର ଅବକାରୀ ଭ୍ରାମ୍ୟମାଣ ଥାନା । ଗୁରୁବାର ଅପରାହ୍ନରେ ଏକ…
Archives

