ବଢୁଛନ୍ତି ରୋଗୀ, ନାହିଁ ଡାଏଲିସିସ୍‌ ମେଶିନ୍‌

ବ୍ରହ୍ମପୁର ଅଫିସ୍‌,୨ା୭-ଗଞ୍ଜାମ ଏବଂ ଏହାର ଆଖାପାଖ ଜିଲାଗୁଡ଼ିକରେ ବିଗତ କିଛି ବର୍ଷ ହେଲା କିଡ୍‌ନୀ ରୋଗୀଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଛି। ଦକ୍ଷିଣ ଓଡ଼ିଶାର ଏକ ମାତ୍ର ରେଫରାଲ୍‌ ହସ୍‌ପିଟାଲ୍‌ ବା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟକୁ ରୋଗୀମାନେ ଚିକିତ୍ସା ପାଇଁ ଆସିଥାନ୍ତି ।
ଦୈନିକ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏଠାରେ ଆବଶ୍ୟକ ସଂଖ୍ୟକ ଡାଏଲିସିସ୍‌ ମେଶିନ୍‌ ନାହିଁ। ଫଳରେ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ୁଛି । ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି । ଏହି ସମସ୍ୟାକୁ ନେଇ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ନିୟମିତ ଆନ୍ଦୋଳନ ହେଉଥିଲେ ମଧ୍ୟ ରାଜ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି ।
ଅନ୍ୟପଟେ ମେଶିନ୍‌ ଅଭାବରୁ ରୋଗୀମାନେ ମୃତ୍ୟୁମୁଖରେ ପଡୁଛନ୍ତି । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ଏଭଳି ଅପାରଗତା ପ୍ରତିବାଦରେ ଆନ୍ଦୋଳନ ତୀବ୍ରତର ହେବାରେ ଲାଗିଛି। ସୋମବାର ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ତଥା ସ୍ବାସ୍ଥ୍ୟ ବିକାଶ ସମିତିର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ପକ୍ଷରୁ କୁହାଯାଇଛି, ଏମ୍‌କେସିଜି ନେଫ୍ରୋଲୋଜି ବିଭାଗରେ ମାତ୍ର ଦୁଇଟି ଡାଏଲିସିସ୍‌ ମଶିନ୍‌ ରହିଛି। ଜଣେ ରୋଗୀଙ୍କ ଡାଏଲିସିସ୍‌ ପାଇଁ ୪ଘଣ୍ଟା ଆବଶ୍ୟକ। ହେଲେ ମାତ୍ର ଦୁଇଟି ମେଶିନ୍‌ ଥିବା ଯୋଗୁ ବହୁ ରୋଗୀ ଅପେକ୍ଷାକରି ରହୁଛନ୍ତି। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୨ଟା ସୁଦ୍ଧା ଡାଏଲିସିସ୍‌ ବ୍ୟବସ୍ଥା ରହିଥିବା ଯୋଗୁ ଦିନକୁ ମାତ୍ର ୨ କିମ୍ବା ୩ଜଣ ରୋଗୀଙ୍କ ଡାଏଲିସିସ୍‌ ହୋଇପାରୁଛି। ବହୁ ସଂଖ୍ୟାରେ ରୋଗୀ ଅପେକ୍ଷା କରୁଛନ୍ତି । ଆବଶ୍ୟକ ସଂଖ୍ୟକ ଡାକ୍ତର କିମ୍ବା ଅନ୍ୟ କର୍ମଚାରୀମାନେ ମଧ୍ୟ ନାହାନ୍ତି। ଏଣୁ ଅନୂ୍ୟନ ୧୦ଟି ମେଶିନ୍‌ ସହ ଆବଶ୍ୟକ ଡାକ୍ତର ଏବଂ କର୍ମଚାରୀଙ୍କୁ ରାଜ୍ୟ ସରକାର ତୁରନ୍ତ ନିଯୁକ୍ତି ଦିଅନ୍ତୁ ବୋଲି ସଂଗଠନ ପକ୍ଷରୁ ଦାବି ହୋଇଛି। ସେହିଭଳି ବ୍ରହ୍ମପୁର ସିଟି ହସ୍‌ପିଟାଲ୍‌ ଜିଲାର ଏକ ଗୁରୁତ୍ୱପୂର୍ଣ୍ଣ ମେଡ଼ିକାଲ୍‌ ହୋଇଥିବା ଯୋଗୁ ସେଠାରେ ମଧ୍ୟ ଡାଏଲିସିସ୍‌ ବ୍ୟବସ୍ଥା କରାଯାଉ ବୋଲି ସଂଗଠନ ଦାବି ରଖିଛି । ଏହା ଦ୍ୱାରା ଏମ୍‌କେସିଜି ଉପରେ ଚାପ କମିବା ସହ ରୋଗୀମାନେ ମଧ୍ୟ ଉପକୃତ ହୋଇପାରିବେ ବୋଲି କୁହାଯାଇଛି। ପରେ ଏ ସମ୍ପର୍କିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ସଂଗଠନ ସଂଯୋଜକ ଅବନୀ କୁମାର ଗୟା, ଲକ୍ଷ୍ମୀନାରାୟଣ ରାଉତ, ମହେଶ୍ୱର ବାଡ଼ତ୍ୟା, ମାଗୁଣି ନାହାକ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଏସ୍‌. ସୂର୍ଯ୍ୟନାରାୟଣ, ପୂର୍ଣ୍ଣଚନ୍ଦ୍ର ମହାରଣା, ଏସ୍‌.ଶାମ୍ବଶିବ ରାଓ, ଗୌରୀଶଙ୍କର ମହାନ୍ତି ଏବଂ ଶଙ୍କର ସାହୁ ପ୍ରମୁଖ ଏଥିରେ ଭାଗ ନେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଜିଲାକୁ ବନ୍ଦ ହେଲା ଟ୍ରେନ୍‌ ସେବା

ଭୁବନେଶ୍ୱର, ୮ା୭(ବ୍ୟୁରୋ)-ଗଞ୍ଜାମରେ କୋଭିଡ-୧୯ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଜିଲାରେ ଟ୍ରେନ୍‌ ସେବାକୁ ବନ୍ଦ କରାଯାଇଛି। ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲାର ସମସ୍ତ ଷ୍ଟେସନ...

ଶ୍ରୀମନ୍ଦିରର ଭୁଲ୍‌ ଫଟୋ ଲଗାଇ ଅପପ୍ରଚାର

ପୁରୀ ଅଫିସ,୧୮ା୧୧: ଶ୍ରୀମନ୍ଦିରର ଭୁଲ୍‌ ଫଟୋ ବ୍ୟବହାର ଯୋଗୁ ଇଣ୍ଡିଆନ୍‌ ରେଲଓ୍ବେ କ୍ୟାଟରିଙ୍ଗ ଆଣ୍ଡ୍‌ ଟୁରିଜମ୍‌ କର୍ପୋରେଶନ (ଆଇଆର୍‌ସିଟିସି) ଓ ୨ ଓ୍ବେବ୍‌ ନ୍ୟୁଜ୍‌ ସଂସ୍ଥା...

ଦୁଇ ଦୁର୍ଦ୍ଦାନ୍ତ ହାଇୱେ ଲୁଟେରା ଗିରଫ

ବଲାଙ୍ଗୀର ଅଫିସ, ୨୫ା୯: ବଲାଙ୍ଗୀର ଜିଲା ପୁଇଁତଲା ଥାନା ପୋଲିସ ଦୁଇ ଦୁର୍ଦ୍ଦାନ୍ତ ହାଇୱେ ଲୁଟେରାଙ୍କୁ ବୁଧବାର ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ...

ଇଟାରେ ଛେଚି, ମାରି ପୋତିଦେଲେ…

ଭୁବନେଶ୍ୱର,୪।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଅପରାଧୀକ କାର୍ଯ୍ୟକଳାପ ବଢିବାରେ ଲାଗିଛି । ଗୁରୁବାର ରାତିରେ ଜଣେ ଯୁବକଙ୍କୁ ଅତି ନିର୍ମମ ହତ୍ୟା କରାଯାଇଛିି। ଭୁୁବନେଶ୍ବର...

ବଢ଼ିଲା ରଥଯାତ୍ରା ସମ୍ଭାବନା: ରଥ ପ୍ରତିଷ୍ଠା ପାଇଁ ଦେଉଳ ପୁରୋହିତଙ୍କୁ ଅନୁମତି

ପୁରୀ ଅଫିସ, ୧୬।୬: ମହାମାରୀ କରୋନା ଯୋଗୁ ମହାପ୍ରଭୁଙ୍କ ରଥ ବଡ଼ଦାଣ୍ଡରେ ଗଡ଼ିବ ନା ନାହିଁ ଏହାକୁ ନେଇ କଳ୍ପନାଜଳ୍ପନା ଲାଗିରହିଛି। ଆସନ୍ତା ୨୩ ତାରିଖରେ...

ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିଲେ ଦୁର୍ବୃତ୍ତ

ବୁଗୁଡ଼ା,୧୧ା୭(ଡି.ଏନ.ଏ.): ଫୁଲ ତୋଳିବା ବେଳେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଥିବା ସୋମବାର ବୁଗୁଡ଼ା ଥାନାରେ ଅଭିଯୋଗ ହୋଇଛି। ବୁଗୁଡ଼ା ସୀମାଞ୍ଚଳ ମାର୍ଗ ପ୍ରଥମ...

ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ପୋଲିସର ଅତ୍ୟାଚାରକୁ ବିରୋଧ, କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ମାଲକାନଗିରି,୨୫ା୭(ଡି.ଏନ୍‌.ଏ.): ଗଣମାଧ୍ୟମକୁ ସମ୍ବିଧାନରେ ଚତୁର୍ଥ ସ୍ତମ୍ଭ ବୋଲି ବିବେଚନା କରାଯାଇଥିବା ବେଳେ ଏହି ଗଣମାଧ୍ୟମ ପ୍ରତିନିଧିମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଫଳତା ଓ...

କାମ ଦେଉନି ଅକ୍ଷୟ ଶକ୍ତି ନୀତି

ଭୁବନେଶ୍ୱର,୨୦।୭(ବ୍ୟୁରୋ):ରାଜ୍ୟରେ ପାରମ୍ପରିକ ଶକ୍ତି ଚାହିଦା ବେଳକୁ ବେଳ ବୃଦ୍ଧି ପାଇବାରେ ଲାଗିଛି। ଏହା ସାଙ୍ଗକୁ ଉତ୍ପାଦନ ଖର୍ଚ୍ଚ ବଢୁଛି। ଏହାର ବିକଳ୍ପ ଭାବେ କ୍ଷୁଦ୍ର ଜଳ...

Advertisement
Archives

Model This Week