ବଢି ଚାଲିଛି ମାପ ଓଜନ ଠକେଇ

ଭଦ୍ରକ ଅଫିସ, ୧୪।୧୦ – ଭଦ୍ରକ ଜିଲା ସଦର ମହକୁମା ବଙ୍କସାହି ଠାରେ ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବୈଧ ମାପବିଜ୍ଞାନ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଏକ ଭଡ଼ା ଘରେ ଚାଲିଛି । କାର୍ଯ୍ୟାଳୟର ଦୁରବସ୍ଥା କହିଲେ ନ ସରେ । କେବଳ ଦୁଇଟି ଟେବୁଲ ପଡିଛି, କମ୍ପ୍ୟୁଟର କିମ୍ବା ଅନ୍ୟ ଆନୁଷଙ୍ଗିିକ ସୁବିଧା ନାହିଁ । ଆବଶ୍ୟକ କର୍ମଚାରୀ ଅଭାବରୁ କାର୍ଯ୍ୟାଳୟରେ ଅଚଳାବସ୍ଥା ଲାଗି ରହୁଛି। ଘରର ଛାତ ଭାଙ୍ଗିରୁଜି ଯାଇଥିଲେ ବି ଏହାକୁ ମରାମତି କରାଯାଉ ନାହିଁ । ଏଭଳି ଅବ୍ୟବସ୍ଥା ସ୍ଥିତିରେ ଜିଲାର ଗ୍ରାହକମାନେ ମାପ ଓଜନରେ ବ୍ୟାପକ ଠକେଇର ଶିକାର ହେଉଥିବା ଅଭିଯୋଗ କରୁଛନ୍ତି।
ଭଦ୍ରକ ଜିଲାରେ ୭ଟି ବ୍ଲକ, ଗୋଟିଏ ଏନ୍‌ଏସି ଓ ଦୁଇଟି ପୌରପାଳିକା ରହିଛି। ଏହା ଅଧୀନରେ ଥିବା ସମସ୍ତ ବ୍ୟବସାୟିକ ଅନୁଷ୍ଠାନ, ପେଟ୍ରୋଲ ପମ୍ପ, ରାଇସ୍‌ ମିଲ୍‌ ଭଳି ବିଭିନ୍ନ ବ୍ୟବସାୟିକ ସଂସ୍ଥାରେ ଉପଯୁକ୍ତ ଓଜନ ଓ ମାପ ଯନ୍ତ୍ର ପରୀକ୍ଷଣ କରିବା ଏହି କାର୍ଯ୍ୟାଳୟର ମୁଖ କାର୍ଯ୍ୟ। ୭ ବ୍ଲକରେ ୭ ନିରୀକ୍ଷକ ପଦବୀ ଥିବାବେଳେ କେବଳ ଭଦ୍ରକରେ ଜଣେ ମାତ୍ର ନିରୀକ୍ଷକ କାମ ଚଳାଉଛନ୍ତି। ଏଭଳି ପରିସ୍ଥିତିର ସୁଯୋଗ ନେଇ କେତେକ ବ୍ୟବସାୟିକ ସଂସ୍ଥା ଓ ପେଟ୍ରୋଲ ପମ୍ପ ଗ୍ରାହକଙ୍କୁ ଓଜନ ଓ ମାପରେ ଠକୁଛନ୍ତି। ବର୍ତ୍ତମାନ ଜିଲା ମୁଖ୍ୟ କାର୍ଯ୍ୟାଳୟରେ ଜଣେ ନିରୀକ୍ଷକ ଜଣେ ସହକାରୀ ନିୟନ୍ତ୍ରକଙ୍କୁ ନେଇ ଜିଲା ତମାମ ଚଢାଉ କରି ଧରପଗଡ଼ କରୁଥିବା କୁହାଯାଉଛି। ବିଭାଗ ପକ୍ଷରୁ ମିଳୁଥିବା ସୂଚନା ଅନୁଯାୟୀ, ଜିଲାରେ ୪୧ ଟି ପେଟ୍ରୋଲ ପମ୍ପ ଥିବା ବେଳେ ଚଳିତ ବର୍ଷ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ମାତ୍ର ୪ ଟି ପେଟ୍ରୋଲ ପମ୍ପରେ ଚଢାଉ କରାଯାଇ ଜରିମାନା ଆଦାୟ କରାଯାଇଛି। ଏହାବାଦ ଅନ୍ୟ ଧରପଗଡ ଘଟଣାରେ ୭୪ ମାମଲା ରୁଜୁ କରାଯାଇ ୭୧, ୨୦୦ ଟଙ୍କା ଜରିମାନା ସଂଗ୍ରହ କରାଯାଇଛି । ମୋଟ ୧୧ ଲକ୍ଷ ୮୪ ହଜାର ୨୭୨ ଟଙ୍କା ରାଜସ୍ବ ସଂଗ୍ରହ ହୋଇଛି। ବିସ୍ମୟର କଥା ଯେ, ଏଠାରେ କାର୍ଯ୍ୟରତ ଥିବା ଜଣେ ନିରୀକ୍ଷକଙ୍କୁ ଯାଜପୁର ଇଣ୍ଡଷ୍ଟ୍ରି ଲାଗି ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେହିପରି ସହକାରୀ ନିୟନ୍ତ୍ରକଙ୍କୁ ଭଦ୍ରକ ଓ ଜଗତ୍‌ସିଂହପୁର ଦାୟିତ୍ୱ ତୁଲାଇବା ସହ ଖୋର୍ଦ୍ଧାର ଟେକ୍ନିକାଲ ଟିମ୍‌ ଦାୟିତ୍ୱ ଦିଆଯାଇଛି। କାର୍ଯ୍ୟାଳୟରେ ଆବଶ୍ୟକ କର୍ମଚାରୀ ନ ଥିବାରୁ ଅନେକ ବ୍ୟବସାୟୀ ବଟକରା ମାପ ଓଜନ ତନଖି କରିବାକୁ ଆସି ନିରାଶ ହୋଇ ଫେରୁଥିବା ଅଭିଯୋଗ କରୁଛନ୍ତି। ବ୍ୟବସାୟୀ ରନତ୍ାକର ବେହେରା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ବଟକରା ସିଲ୍‌ କରିବା ପାଇଁ ଦୁଇଥର ଅଫିସ ଯାଇ ଫେରି ଆସିଛି। କାର୍ଯ୍ୟାଳୟରେ ଅଧିକାଂଶ ତାଲା ପଡୁଥିବା ଦେଖବବାକୁ ମିଳୁଛି। ସିଲ୍‌ କରିବା ସମୟ ଗଡିଗଲେ ଅଧିକ ଫାଇନ୍‌ ଦେବାକୁ ପଡୁଛି। ସ୍ଥାନୀୟ ଗ୍ରାହକ ରମେଶ ନାୟକ କହିଛନ୍ତି, ଆମକୁ ଦୈନିକ ମାଛ ବଜାରରେ ଓଜନରେ ଠକିବାକୁ ପଡୁଛି। ଓଜନ ଓ ମାପ ବିଭାଗର ସ୍ଥାଣୁତା ପାଇଁ ସାଧାରଣ ଗ୍ରାହକ ଠକେଇର ଶିକାର ହେଉଛନ୍ତି। ସେହିପରି ଗ୍ରାହକ ଗଣେଶ ପ୍ରସାଦ ବାରିକ କହିଛନ୍ତି ବଜାରରୁ ୧ କେଜି ମାଛ କିଣି ଅନ୍ୟ ଦୋକାନରେ ଓଜନ କରିବାରୁ ତାହା ୯ଶହ ହେଲା। ପରେ ଜଣାଗଲା କେଜିକିଆ ବଟକରାକୁ ସେମାନେ ଗ୍ରାଇଣ୍ଡିଂ କରି ଏଭଳି ଠକେଇ କରୁଛନ୍ତି। ଏନେଇ ନିରୀକ୍ଷକ ଦାୟିତ୍ୱରେ ଥିବା ଅଞ୍ଜନ କୁମାର ଜେନାଙ୍କୁ ପଚାରିବାରୁ କହିଛନ୍ତି, ସ୍ବଳ୍ପ କର୍ମଚାରୀଙ୍କୁ ନେଇ କାମ କରିବାରେ ବହୁ ଅସୁବିଧା ହେଉଛି। ତଥାପି ଗାହକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଜିଲାରେ ରାଜସ୍ବ ଲକ୍ଷ୍ୟ ପୂରଣ ପାଇଁ ଉଦ୍ୟମ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ଲାଇସେନ୍ସ ନବୀକରଣ ନ ହେବା ଯାଏ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ

ଜୁନାଗଡ଼,୧୦ା୧୨(ଉତ୍ତମ ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି।...

ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଗଠନ ହେଲା ଟିମ୍‌

ନୂଆଦିଲ୍ଲୀ,୧୦ା୧୨: ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଏକ ଟିମ୍‌ ଗଠନ କରାଯାଇଛି। ବିମାନ ଚଳାଚଳ ନିୟାମକ ଡିରେକ୍ଟୋରେଟ ଜେନେରାଲ ଅଫ୍‌ ସିଭିଲ ଏଭିଏସନ (DGCA) ବୁଧବାର...

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମିଟୁ, ପର୍ଯ୍ୟଟନକ୍ଷେତ୍ରରେ ବ୍ୟବସାୟ କରି…

ଦାରିଙ୍ଗବାଡ଼ି,୧୦ା୧୨(ଅରୁଣ ସାହୁ): ଏବେ ଚାଲିଛି ପର୍ଯ୍ୟଟନ ଋତୁ। ଆଉ ଏହି ଋତୁରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ଛୁଟି ଆସୁଛନ୍ତି ବହୁ ସଂଖ୍ୟାରେ ପର୍ଯ୍ୟଟକ। ପର୍ଯ୍ୟଟକ ଆସିଲେ...

ଗାଈକୁ ମାରି ଖାଇଲା ବାଘ, ପାଦଚିହ୍ନ ଦେଖି ଲୋକେ ଭୟଭୀତ

କଣ୍ଟାମାଳ,୧୦ା୧୨(ଆଦିତ୍ୟେଶ୍ୱର ମିଶ୍ର): ସମାକୁପା ଅଞ୍ଚଳରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଏକ ଗାଈକୁ ମାରି ଖାଇଦେଇଛି ବାଘ। ଜଙ୍ଗଲରେ ବାଘର ପାଦଚିହ୍ନ ଏବଂ ମଳ ଦେଖି...

ୟୁଟ୍ୟୁବ ଦେଖି ଅପରେଶନ କଲେ କ୍ଲିନିକ୍ ମାଲିକ ଓ ଭଣଜା, ମହିଳା ମୃତ

ନୂଆଦିଲ୍ଲୀ,୧୦।୧୨: ଉତ୍ତର ପ୍ରଦେଶର ବାରାବାଙ୍କିରେ ଏକ ଅବୈଧ କ୍ଲିନିକ୍‌ର ମାଲିକ ଏବଂ ତାଙ୍କ ଭଣଜା ୟୁଟ୍ୟୁବ୍ ଭିଡିଓ ଦେଖି ଜଣେ ମହିଳାଙ୍କର ଅସ୍ତ୍ରୋପଚାର କରିବା ପରେ...

୫୨ ବର୍ଷରେ ବି ଚମକୁଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡ୍‌ର ଜଣେ ପ୍ରତିଭାବାନ ତଥା ଗ୍ଲାମରସ ଅଭିନେତ୍ରୀ। ଯିଏ ତାଙ୍କ ସୌନ୍ଦର୍ଯ୍ୟ ସହିତ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ...

ମାଓବାଦୀଙ୍କ ଯୋଜନା ପଣ୍ଡ: ବିଏସଏଫ ପକ୍ଷରୁ କୋମ୍ବିଂ ଅପରେଶନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ

ବାଲିଗୁଡା,୧୦।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ସ୍ଥିତ ୧୩୬ ବିଏସଏଫ ଯବାନମାନେ କୋମ୍ବିଂ ଅପରେଶନ କରୁଥିବା ବେଳେ ଏକ ବଡ଼ଧରଣର ମାଓ ହମଲା ଉଦ୍ୟମକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri