ବଢ଼ିଲା କଳାବଜାର: ୨ଶହରୁ ଊର୍ଦ୍ଧ୍ୱ ଔଷଧ ଦୋକାନ ଉପରେ ପୋଲିସ ଚଢ଼ାଉ

ଭୁବନେଶ୍ୱର,(ବ୍ୟୁରୋ)/ କଟକ ରୋଡ୍‌,୧୬।୩(ଡି.ଏନ୍‌.ଏ.) କରୋନା ପାଇଁ ମାସ୍କ ଓ ହ୍ୟାଣ୍ଡ୍‌ ସାନିଟାଇଜରର ହଠାତ୍‌ ଡିମାଣ୍ଡ ବଢ଼ିଯିବା ପରେ କଳାବଜାର ଆରମ୍ଭ ହୋଇଯାଇଛି। ଔଷଧ ଦୋକାନୀମାନେ ଅଭାବ ଦର୍ଶାଇ ମନଇଚ୍ଛା ଦର ନେଉଛନ୍ତି। ମୂଲ୍ୟ ୫୦ ଟଙ୍କା ରହିଥିଲେ ମଧ୍ୟ ଦୋକାନୀମାନେ ତାହାକୁ ୧୨୦ରୁ ୧୫୦ଟଙ୍କାରେ ବିକ୍ରି କରୁଛନ୍ତି। ଏନେଇ ଅଭିଯୋଗ ଆସିବା ପରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ରବିବାରଠାରୁ ଚଢ଼ାଉ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୨ଶହରୁ ଊର୍ଦ୍ଧ୍ୱ ଔଷଧ ଦୋକାନରେ ଚଢ଼ାଉ ଓ ଯାଞ୍ଚ କରାଯିବା ସହ ବ୍ୟବସାୟୀଙ୍କୁ ତାଗିଦ କରାଯାଇଛି। ଲକ୍ଷ୍ମୀସାଗର ଥାନା ପୋଲିସ ୪୫, ବଡ଼ଗଡ଼ ପୋଲିସ ୧୬ ଓ ଇନ୍‌ଫୋସିଟି ଥାନା ପୋଲିସ ୧୧ ଔଷଧ ଦୋକାନରେ ଚଢାଉ କରିଥିବାବେଳେ ଚନ୍ଦ୍ରଶେଖରପୁର ଥାନାଞ୍ଚଳରେ ୭, ନୟାପଲ୍ଲୀ ୧୭, ଶହୀଦନଗର ୨, ମଞ୍ଚେଶ୍ୱର ୩୨, ଖଣ୍ଡଗିରି ୨୦, ଖାରବେଳନଗର ୧୦, କ୍ୟାପିଟାଲ ଥାନା ୧୦, ଏୟାରପୋର୍ଟ ଥାନା ୯ ଓ ଏୟାରଫିଲ୍ଡ ଥାନାଞ୍ଚଳରେ ୧୦ ଔଷଧ ଦୋକାନରେ ଚଢାଉ କରାଯାଇଥିଲା। ସେହିଭଳି ଜଟଣୀ ଅଞ୍ଚଳରେ ମଧ୍ୟ ଚଢ଼ାଉ ହୋଇଥିଲା। ପ୍ରାୟ ସବୁ ଦୋକାନରେ ସାନିଟାଇଜର ନ ଥିବାବେଳେ କାଁ ଭଁା ଦୋକାନରେ ମାସ୍କ ରହିଥିଲା। ବଡ଼ଗଡ଼ ଥାନା ଅନ୍ତର୍ଗତ ଲୁଇସ୍‌ ରୋଡ୍‌ରେ ଥିବା ଏକ ମେଡିସିନ ଷ୍ଟୋର୍‌ରେ ୩୦ ଟଙ୍କିଆ ମାସ୍କକୁ ଦୋକାନୀ ୧୫୦ ଟଙ୍କାରେ ବିକ୍ରି କରିଥିବା ନେଇ ଜଣେ ବ୍ୟକ୍ତି ପୋଲିସକୁ ଫୋନ୍‌ କରି ଜଣାଇଥିଲେ। ପୋଲିସ ଟିମ୍‌ ସେଠାରେ ଚଢ଼ାଉ କରି ବିଲ୍‌ ଯାଞ୍ଚ କରି ୫ ଗୁଣା ଅଧିକ ଅର୍ଥ ନିଆଯାଇଥିବା ପ୍ରମାଣ ପାଇବା ପରେ ଦୋକାନୀ ଜଣକ ଅର୍ଥ ଫେରାଇଥିଲେ।
ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି, ଯେଉଁ ଔଷଧ ଦୋକାନୀ ମାସ୍କ, ସାନିଟାଇଜର ଆଦି ଚଢା ଦାମ୍‌ରେ ବିକ୍ରି କରୁଥିବା ନେଇ ଖବର ଆସିବ ସେଠାରେ ପୋଲିସ ଚଢାଉ କରି ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ।
ସମୀର ନାମକ ଜଣେ ଗ୍ରାହକ କହିଛନ୍ତି, ମୁଁ ୧୫ ଔଷଧ ଦୋକାନ ବୁଲିବା ପରେ ଗୋଟିଏ ଦୋକାନରେ ମାସ୍କ ପାଇଥିଲି। ଦୋକାନୀ ଗୋଟିଏ ମାସ୍କକୁ ଶହେ ଟଙ୍କା ଲେଖାଏ ନେଇଥିଲେ। ମୁଁ ୪ ମାସ୍କ ଘର ଲୋକଙ୍କ ପାଇଁ କିଣିଥିଲି। ଦାମ୍‌ ଯେତେ ହେଉନା କାହିଁକି ଏହା ମିଳୁ ନ ଥିବାରୁ କିଣିବାକୁ ବାଧ୍ୟ। ଜୀବନ ଆଗ, ଟଙ୍କା ରଖିଲେ କ’ଣ ସ୍ବର୍ଗକୁ ନେବ ବୋଲି ସେ କହିଛନ୍ତି। ଔଷଧ ଦୋକାନୀ ଦିଲୁ ନାୟକ କହିଛନ୍ତି, ଅର୍ଡର ଯେତିକି ଦିଆଯାଉଛି ତାହାର ୧୦ ପ୍ରତିଶତ ଆସୁଛି। ଫଳରେ ଲୋକେ ଅଧିକ କିଣି ନେଉଥିବାରୁ ଯୋଗାଇବା ସମ୍ଭବ ହେଉନି। ଯାହା ବି ଅଛି ଦୋକାନୀମାନେ ଅଧିକ ଦର ନେବାକୁ ବାଧ୍ୟ ହେଉଛନ୍ତି। କିନ୍ତୁ ଆମେ ମୂଲ୍ୟ ଅନୁସାରେ ଗୋଟିଏ ମାସ୍କ ୫୦ ଟଙ୍କାରେ ବିକ୍ରି କରୁଛୁ। ତେବେ ସାନିଟାଇଜର ଯୋଗାଣ ପୂରା ବନ୍ଦ ହୋଇଯାଇଛି। ସରକାର ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ଦିଲୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri