ବଢ଼ିଛି ମହିଳା ସଙ୍କୀତ୍ତର୍ର୍ର୍ନ ମଣ୍ଡଳୀର ଆଦୃତି

କେନ୍ଦୁଝର,୨୧।୩-ସମାଜରେ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରିବା ସହ କିଛି ରୋଜଗାର କରି ପେଟ ପୋଷିବା ଲାଗି ମହିଳାମାନେ ଆଗଭର ହୋଇ ପାଲା, ସଙ୍କୀତ୍ତର୍ର୍ନ ଭଳି କାର୍ଯ୍ୟକୁ ଆଦରି ନେଉଛନ୍ତି। କଳା ସଂସ୍କୃତିର ପ୍ରଚାର ଲକ୍ଷ୍ୟ ନେଇ ବର୍ଷେ ତଳେ କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଦୋବଲାପାଳ ଗାଁରେ ଗଢି ଉଠିଥିବା ମା’ କାଳୀ ମହିଳା ସଙ୍କୀତ୍ତର୍ର୍ନ ମଣ୍ଡଳୀ ନିଜ ଅଞ୍ଚଳରେ ଏଥିଲାଗି ସୁନାମ ଅର୍ଜନ କରିପାରିଛନ୍ତି। ଏହି ମଣ୍ଡଳୀରେ ମୋଟ ୨୬ ମହିଳା ସଦସ୍ୟା ରହିଛନ୍ତି। ସେମାନଙ୍କ ସାଥିରେ ବାଦ୍ୟ ବଜାଇବା ସହ ତାଳ ଧରିବାକୁ ୨ରୁ ୩ ଜଣ ପୁରୁଷ ସଦସ୍ୟ ଅଛନ୍ତି ା ଖୋଳ ବାଦ୍ୟ ବଜାଉଥିବାରୁ ସେମାନଙ୍କୁ ଖୋଳିଆ ଓ ତାଳଧରୁଥିବାରୁ ତାଳୁଆ ସ୍ଥାନୀୟ ଭାଷାରେ କୁହାଯାଏ। ଏହି ସଂଗଠନର ସଦସ୍ୟାମାନେ ବିଭିନ୍ନ ସ୍ଥାନକୁ ଯାଇ ନାମଯଜ୍ଞ, ବ୍ରତ, ପୁନେଇ ପରବ ଆଦି ଆଧ୍ୟାତ୍ମିିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ‘ହରେ କୃଷ୍ଣ ହରେ ରାମ’ ଆଦି ନାମ ଜପି ସଙ୍କୀର୍ତ୍ତନ କରିବା ସହ ନୃତ୍ୟ ପରିବେଷଣ କରିଥାନ୍ତି ା ଭାବାବେଗ ହୋଇ ଭଗବାନଙ୍କ ନାମ ସ୍ମରଣ କରି ସେମାନେ ସମସ୍ତଙ୍କୁ ଭକ୍ତି ଭାବରେ ବାନ୍ଧି ରଖିିଥାନ୍ତି।
ସଂଗଠନର କେତେକ ସଦସ୍ୟା କହିଛନ୍ତି, ସେମାନେ ଆଗରୁ ସଙ୍କୀର୍ତ୍ତନ ଲାଗି ଗାଁରେ ଅଭ୍ୟାସ କରିଥାନ୍ତି ା ସବୁଦିନ ଭାଗବତ ପାଠ ପଢାଯିବା ପରେ ନାମ ସଙ୍କୀର୍ତ୍ତନ କରାଯାଇଥାଏ ା ଗାଁ ଦାଣ୍ଡରେ ସେମାନେ ଅଭ୍ୟାସ କାର୍ଯ୍ୟ କରିଥାନ୍ତି ବୋଲି ପୁଷ୍ପଲତା ସାହୁ ନାମ୍ନୀ ଜଣେ ଜଣେ ସଦସ୍ୟା କହିଛନ୍ତି। ସେ ଭୁବନେଶ୍ୱରରେ ରହୁଥିଲେ ମଧ୍ୟ ସଙ୍କୀର୍ତ୍ତନ ପାଇଁ ବରାଦ ଆସିଲେ ଗାଁକୁ ଆସି ଏଥିରେ ସାମିଲ ହୋଇଥାନ୍ତି ା ଏହି ମଣ୍ଡଳୀର ସଦସ୍ୟାମାନେ ସରକାରୀ ଓ ଘରୋଇ ଚାକିରି କରିବା ସାଙ୍ଗକୁ ଚାଷବାସ କାମ କରୁଛନ୍ତି । ସେମାନଙ୍କ କହିବା କଥା ହେଲା, ଏ ଅଞ୍ଚଳରେ ପ୍ରତ୍ୟେକ ଗ୍ରାମରେ ପ୍ରାୟ ଅଷ୍ଟପ୍ରହର ନାମଯଜ୍ଞ ହୋଇଥାଏ ା ବହୁ ଆଗରୁ ଏହି ପରମ୍ପରା ପାଳିତ ହୋଇଆସୁଛି ା ଏହି ନାମଯଜ୍ଞ କଲେ ଗ୍ରାମବାସୀଙ୍କ ମଙ୍ଗଳ ହେବା ସହ ବର୍ଷା ହୋଇ ଭଲ ଚାଷ କାର୍ଯ୍ୟ ହୋଇଥାଏ ବୋଲି ଲୋକେ ବିଶ୍ୱାସ କରନ୍ତି। ଆଗରୁ ପୁରୁଷମାନେ ନାମଯଜ୍ଞରେ ସାମିଲ ହେଉଥିଲେ। ଏବେ ମହିଳାମାନେ ସଂଗଠିତ ହୋଇ ଏଭଳି କାର୍ଯ୍ୟ କରୁଥିବାରୁ ସେମାନଙ୍କ ଆଦୃତି ବଢିଛି। ବିଭନ୍ନ ସମୟରେ ସେମାନଙ୍କୁ ଅଷ୍ଟପ୍ରହର ନାମଯଜ୍ଞରେ ଯୋଗଦେବା ଲାଗି ନିମନ୍ତ୍ରଣ ମିଳୁଥିବା ସଦସ୍ୟା କଳାକାର ଅନୀତା ପ୍ରଧାନ କହିଛନ୍ତି ା ନାମ ସଙ୍କୀର୍ତ୍ତନରୁ ନିର୍ମଳ ଆନନ୍ଦ ମିଳିଥାଏ ବୋଲି କହିଛନ୍ତି ସଦସ୍ୟା ସୁକାନ୍ତି ପ୍ରଧାନ । ହାତରେ କୁବୁଜି ଧରି ଦେବଦେବୀଙ୍କ ଚାରିପାଖରେ ବୁଲି ଅବିରାମ ନୃତ୍ୟକରି ନାମ ସଙ୍କୀର୍ତ୍ତନ କରିବା ବହୁ କଷ୍ଟସାଧ୍ୟ କାର୍ଯ୍ୟ। ମହିଳାମାନେ ପୁରୁଷଙ୍କ ଭଳି ଅଭ୍ୟାସ କରି ଏହି କାର୍ଯ୍ୟ କରି ପାରୁଛନ୍ତି। ସେମାନଙ୍କ ନାମସଙ୍କୀର୍ତ୍ତନ ଦର୍ଶକ ଓ ସ୍ରୋତାଙ୍କୁ ବାନ୍ଧି ରଖିପାରୁଛି ବୋଲି ସ୍ଥାନୀୟ ରାସପୂଜା କମିଟି ସମ୍ପାଦକ ଧୀରେନ୍ଦ୍ର ରାଉତ କହିଛନ୍ତି। ସମ୍ପ୍ରତି ତେଲକୋଇ ବ୍ଲକରେ ଏଭଳି ଆହୁରି ଅନେକ ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ ଗଢି ଉଠିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri