ବଡ଼ଦାଣ୍ଡରେ ଗର୍ଜିଲେ ସାଧୁସନ୍ଥ:ବଡ଼ଆଖଡା ମଠ ଉଚ୍ଛେଦ ସାମୟିକ ସ୍ଥଗିତ

ପୁରୀ ଅଫିସ,୪-୯:ଶ୍ରୀମନ୍ଦିର ସୁରକ୍ଷା ଏବଂ ପୁରୀର ବିକାଶ ପାଇଁ ପ୍ରଶାସନ ପକ୍ଷରୁ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟାରେ ଲାଗିଛି ବ୍ରେକ୍‌। କ୍ଷତିଗ୍ରସ୍ତଙ୍କ ଲାଗି ସରକାର ଆକର୍ଷଣୀୟ ପ୍ୟାକେଜ ଘୋଷଣା କରିଛନ୍ତି। ଏହା ସେମାନଙ୍କୁ ସନ୍ତୁଷ୍ଟ କରିପାରିନି। ବରଂ ସେମାନଙ୍କ ପ୍ରତିବାଦକୁ ଆହୁରି ଶାଣିତ କରିଛି। ସବୁଠୁ ବଡ଼ କଥା ହେଉଛି ଏହି ପ୍ରତିବାଦର ସ୍ବର ଆଉ ପୁରୀ କିମ୍ବା ଓଡ଼ିଶା ଭିତରେ ସୀମିତ ନାହିଁ, ଅନ୍ୟ ରାଜ୍ୟକୁ ବି ଛୁଇଁଛି। ଭାରତର ବିଭିନ୍ନ ସ୍ଥାନରୁ ଅଖିଳ ଭାରତୀୟ ସନ୍ଥ ସମିତିର ପ୍ରମୁଖ କର୍ମକର୍ତ୍ତା ଶ୍ରୀକ୍ଷେତ୍ରରେ ପହଞ୍ଚତ୍ ମଠ, ମନ୍ଦିରର ସୁରକ୍ଷା ପାଇଁ ଜୀବନ ବାଜି ଲଗାଇବାକୁ ପ୍ରସ୍ତୁତ ହୋଇଯାଇଛନ୍ତି। ମଠ, ମନ୍ଦିର ଉଚ୍ଛେଦକୁ ବିରୋଧ କରି ବଡ଼ଦାଣ୍ଡରେ ଗର୍ଜିଛନ୍ତି ସାଧୁସନ୍ଥ। ବଡ଼ ଆଖଡା ମଠରେ ମେଳି ବାନ୍ଧି ପ୍ରଶାସନକୁ ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛନ୍ତି। ଏଭଳି ପ୍ରତିବାଦକୁ ଦେଖି ଝୁଣ୍ଟିଛି ପ୍ରଶାସନ। ଫଳରେ ମଙ୍ଗଳବାର ହେବାକୁ ଥିବା ବଡ଼ ଆଖଡା ମଠ ଉଚ୍ଛେଦ କାର୍ଯ୍ୟକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ୨/୩ ଦିନ ମଧ୍ୟରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।
୨ଦିନ ଉଚ୍ଛେଦ ସ୍ଥଗିତ ରହିବା ପରେ ମଙ୍ଗଳବାର ବଡ଼ ଆଖଡା ମଠ ଭଙ୍ଗାଯିବ ବୋଲି ଜିଲାପାଳ ସୂଚନା ଦେଇଥିଲେ। ତେଣୁ ମଠରେ ଚାଲୁଥିବା ସିଂହଦ୍ୱାର ଥାନା, ଦୋକାନ ଖାଲି କରାଯାଇଥିବା ବେଳେ ମଠ ପରିସର ଘରଗୁଡ଼ିକରୁ ମଧ୍ୟ ଜିନିଷପତ୍ର ଖାଲି କରାଯାଇଥିଲା। ହେଲେ ମଙ୍ଗଳବାର ସକାଳୁ ପ୍ରବଳ ବର୍ଷା ଯୋଗୁ ପ୍ରଶାସନ ଉଚ୍ଛେଦ ପାଇଁ ପ୍ରସ୍ତୁତ ହୋଇ ନ ଥିବାବେଳେ ବଡ଼ ଆଖଡା ମଠ ଭଙ୍ଗାକୁ ବିରୋଧ କରିଥିଲେ ଅଖିଳ ଭାରତୀୟ ସନ୍ଥ ସମିତିର କର୍ମକର୍ତ୍ତା ଏବଂ କ୍ଷତିଗ୍ରସ୍ତ ଦୋକାନୀ। ଦେବୋତ୍ତର କମିଶନ ମଠକୁ ବିପଦସଙ୍କୁଳ ବୋଲି ଘୋଷଣା କରି ନ ଥିବାବେଳେ ପ୍ରଶାସନ ବିପଦସଙ୍କୁଳ ଦର୍ଶାଇ ଭାଙ୍ଗିବାକୁ ଉଦ୍ୟମ କରୁଛି ବୋଲି କହିଥିଲେ। ଏପରି କି ସାଧୁ ସନ୍ଥମାନେ ମଠ ଭିତରେ ଧାରଣା ଦେବା ସହ ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା ଜାରି ରଖିଥିଲେ। ଅପରାହ୍ନରେ ପ୍ରଶାସନ ପ୍ରଥମେ ମଠ କୋଠାରେ ଥିବା ଦୋକାନ ଘର ଭାଙ୍ଗିବାକୁ ପ୍ରସ୍ତୁତ ହୋଇଥିଲା। ପ୍ରାୟ ୩୦ ପ୍ଲାଟୁନ ଫୋର୍ସ ମଠକୁ ସମ୍ପୂର୍ଣ୍ଣ କର୍ଡନ କରି ଦେଇଥିଲେ। ମଠରୁ ଦୋକାନ ଘର ଭାଙ୍ଗିବା ପାଇଁ ଜେସିବି ଉଦ୍ୟମ କରୁଥିବା ବେଳେ ସାଧୁ ସନ୍ଥମାନେ ଗର୍ଜି ଉଠିଥିଲେ। ସେମାନେ ନାନା ପ୍ରକାର ପ୍ରଶାସନ ବିରୋଧୀ ନାରାବାଜି କରି ଜେସିବି ଆଗକୁ ଚାଲି ଆସିଥିଲେ। ଫଳରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇପାରି ନ ଥିଲା। ଏଭଳି ଅପ୍ରୀତିକର ପରିସ୍ଥିତି ଦେଖି ଉପଜିଲାପାଳ ଭବତାରଣ ସାହୁ ମଠ ମହନ୍ତ ହରିନାରାୟଣ ଦାସଙ୍କୁ ଆଲୋଚନା ପାଇଁ ଜିଲାପାଳଙ୍କ ପାଖକୁ ନେଇଯାଇଥିଲେ। ସେପଟେ ଆଲୋଚନା ଜାରି ରହିଥିବା ବେଳେ ଏପଟେ ସାଧୁସନ୍ଥମାନେ ପ୍ରଶାସନ ବିରୋଧୀ ସ୍ଲୋଗାନ ଦେଇ ମଠ ଉପରେ ଧାରଣାରେ ବସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri