ବଡ଼ଦାଣ୍ଡରେ ଗର୍ଜିଲେ ସାଧୁସନ୍ଥ:ବଡ଼ଆଖଡା ମଠ ଉଚ୍ଛେଦ ସାମୟିକ ସ୍ଥଗିତ

ପୁରୀ ଅଫିସ,୪-୯:ଶ୍ରୀମନ୍ଦିର ସୁରକ୍ଷା ଏବଂ ପୁରୀର ବିକାଶ ପାଇଁ ପ୍ରଶାସନ ପକ୍ଷରୁ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟାରେ ଲାଗିଛି ବ୍ରେକ୍‌। କ୍ଷତିଗ୍ରସ୍ତଙ୍କ ଲାଗି ସରକାର ଆକର୍ଷଣୀୟ ପ୍ୟାକେଜ ଘୋଷଣା କରିଛନ୍ତି। ଏହା ସେମାନଙ୍କୁ ସନ୍ତୁଷ୍ଟ କରିପାରିନି। ବରଂ ସେମାନଙ୍କ ପ୍ରତିବାଦକୁ ଆହୁରି ଶାଣିତ କରିଛି। ସବୁଠୁ ବଡ଼ କଥା ହେଉଛି ଏହି ପ୍ରତିବାଦର ସ୍ବର ଆଉ ପୁରୀ କିମ୍ବା ଓଡ଼ିଶା ଭିତରେ ସୀମିତ ନାହିଁ, ଅନ୍ୟ ରାଜ୍ୟକୁ ବି ଛୁଇଁଛି। ଭାରତର ବିଭିନ୍ନ ସ୍ଥାନରୁ ଅଖିଳ ଭାରତୀୟ ସନ୍ଥ ସମିତିର ପ୍ରମୁଖ କର୍ମକର୍ତ୍ତା ଶ୍ରୀକ୍ଷେତ୍ରରେ ପହଞ୍ଚତ୍ ମଠ, ମନ୍ଦିରର ସୁରକ୍ଷା ପାଇଁ ଜୀବନ ବାଜି ଲଗାଇବାକୁ ପ୍ରସ୍ତୁତ ହୋଇଯାଇଛନ୍ତି। ମଠ, ମନ୍ଦିର ଉଚ୍ଛେଦକୁ ବିରୋଧ କରି ବଡ଼ଦାଣ୍ଡରେ ଗର୍ଜିଛନ୍ତି ସାଧୁସନ୍ଥ। ବଡ଼ ଆଖଡା ମଠରେ ମେଳି ବାନ୍ଧି ପ୍ରଶାସନକୁ ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛନ୍ତି। ଏଭଳି ପ୍ରତିବାଦକୁ ଦେଖି ଝୁଣ୍ଟିଛି ପ୍ରଶାସନ। ଫଳରେ ମଙ୍ଗଳବାର ହେବାକୁ ଥିବା ବଡ଼ ଆଖଡା ମଠ ଉଚ୍ଛେଦ କାର୍ଯ୍ୟକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ୨/୩ ଦିନ ମଧ୍ୟରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।
୨ଦିନ ଉଚ୍ଛେଦ ସ୍ଥଗିତ ରହିବା ପରେ ମଙ୍ଗଳବାର ବଡ଼ ଆଖଡା ମଠ ଭଙ୍ଗାଯିବ ବୋଲି ଜିଲାପାଳ ସୂଚନା ଦେଇଥିଲେ। ତେଣୁ ମଠରେ ଚାଲୁଥିବା ସିଂହଦ୍ୱାର ଥାନା, ଦୋକାନ ଖାଲି କରାଯାଇଥିବା ବେଳେ ମଠ ପରିସର ଘରଗୁଡ଼ିକରୁ ମଧ୍ୟ ଜିନିଷପତ୍ର ଖାଲି କରାଯାଇଥିଲା। ହେଲେ ମଙ୍ଗଳବାର ସକାଳୁ ପ୍ରବଳ ବର୍ଷା ଯୋଗୁ ପ୍ରଶାସନ ଉଚ୍ଛେଦ ପାଇଁ ପ୍ରସ୍ତୁତ ହୋଇ ନ ଥିବାବେଳେ ବଡ଼ ଆଖଡା ମଠ ଭଙ୍ଗାକୁ ବିରୋଧ କରିଥିଲେ ଅଖିଳ ଭାରତୀୟ ସନ୍ଥ ସମିତିର କର୍ମକର୍ତ୍ତା ଏବଂ କ୍ଷତିଗ୍ରସ୍ତ ଦୋକାନୀ। ଦେବୋତ୍ତର କମିଶନ ମଠକୁ ବିପଦସଙ୍କୁଳ ବୋଲି ଘୋଷଣା କରି ନ ଥିବାବେଳେ ପ୍ରଶାସନ ବିପଦସଙ୍କୁଳ ଦର୍ଶାଇ ଭାଙ୍ଗିବାକୁ ଉଦ୍ୟମ କରୁଛି ବୋଲି କହିଥିଲେ। ଏପରି କି ସାଧୁ ସନ୍ଥମାନେ ମଠ ଭିତରେ ଧାରଣା ଦେବା ସହ ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା ଜାରି ରଖିଥିଲେ। ଅପରାହ୍ନରେ ପ୍ରଶାସନ ପ୍ରଥମେ ମଠ କୋଠାରେ ଥିବା ଦୋକାନ ଘର ଭାଙ୍ଗିବାକୁ ପ୍ରସ୍ତୁତ ହୋଇଥିଲା। ପ୍ରାୟ ୩୦ ପ୍ଲାଟୁନ ଫୋର୍ସ ମଠକୁ ସମ୍ପୂର୍ଣ୍ଣ କର୍ଡନ କରି ଦେଇଥିଲେ। ମଠରୁ ଦୋକାନ ଘର ଭାଙ୍ଗିବା ପାଇଁ ଜେସିବି ଉଦ୍ୟମ କରୁଥିବା ବେଳେ ସାଧୁ ସନ୍ଥମାନେ ଗର୍ଜି ଉଠିଥିଲେ। ସେମାନେ ନାନା ପ୍ରକାର ପ୍ରଶାସନ ବିରୋଧୀ ନାରାବାଜି କରି ଜେସିବି ଆଗକୁ ଚାଲି ଆସିଥିଲେ। ଫଳରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇପାରି ନ ଥିଲା। ଏଭଳି ଅପ୍ରୀତିକର ପରିସ୍ଥିତି ଦେଖି ଉପଜିଲାପାଳ ଭବତାରଣ ସାହୁ ମଠ ମହନ୍ତ ହରିନାରାୟଣ ଦାସଙ୍କୁ ଆଲୋଚନା ପାଇଁ ଜିଲାପାଳଙ୍କ ପାଖକୁ ନେଇଯାଇଥିଲେ। ସେପଟେ ଆଲୋଚନା ଜାରି ରହିଥିବା ବେଳେ ଏପଟେ ସାଧୁସନ୍ଥମାନେ ପ୍ରଶାସନ ବିରୋଧୀ ସ୍ଲୋଗାନ ଦେଇ ମଠ ଉପରେ ଧାରଣାରେ ବସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri