ବଡ଼ଦାଣ୍ଡକୁ ବାହାରିବନି ବିମାନ

ପୁରୀ ଅଫିସ,୩ା୬: ରାଜ୍ୟରେ ଦ୍ରୁତଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ଗାଇଡ଼ଲାଇନ ଜାରି କରିଛନ୍ତି। ଜୁନ୍‌ ୩୦ ପର୍ଯ୍ୟନ୍ତ କୌଣସି ଧାର୍ମିକସ୍ଥଳକୁ ସର୍ବସାଧାରଣ ଯାଇପାରିବେ ନାହିଁ। ସେହିପରି ଧାର୍ମିକ ସମାବେଶ ଉପରେ ବି ପୂର୍ବବତ କଟକଣା ରହିଛି। ଏଥିପାଇଁ ବୁଧବାର ଚମ୍ପକ ଦ୍ୱାଦଶୀରେ ବଡ଼ଦାଣ୍ଡକୁ ଠାକୁରଙ୍କ ବିମାନ ବାହାରିବ ନାହିଁ, ଶ୍ରୀମନ୍ଦିର ଭିତରେ କେବଳ ବିଧି ରକ୍ଷା ହେବ। ଶ୍ରୀମନ୍ଦିର ପ୍ରଶାସନର ଏହି ନଷ୍ପତ୍ତି ପରେ ଏବେ ରଥଯାତ୍ରା ଆୟୋଜନକୁ ନେଇ ଆଶଙ୍କା ବଢିଯାଇଛି। ନୂଆ ଗାଇଡ଼ଲାଇନ ଅବଧି ମଧ୍ୟରେ ରଥଯାତ୍ରା ପଡ଼ୁଥିବାରୁ ଏଭଳି ଅନିଶ୍ଚିତତା ସୃଷ୍ଟି ହୋଇଛି।
ଆସନ୍ତା ୫ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନବେଦିରେ ପ୍ରତ୍ୟକ୍ଷ ସ୍ନାନ କରିବେ ଚତୁର୍ଦ୍ଧାବିଗ୍ରହ। ଏଥର କରୋନା ପାଇଁ ବିନା ଭକ୍ତରେ ହେବ ସ୍ନାନଯାତ୍ରା। କୌଣସି ଶ୍ରଦ୍ଧାଳୁ ସ୍ବଚକ୍ଷୁରେ ଠାକୁରଙ୍କ ଦିବ୍ୟସ୍ନାନ ଏବଂ ହାତୀବେଶ ଦେଖିପାରିବେ ନାହିଁ। ଘରେ ରହି ଟିଭିରେ ଦେଖିବା ଲାଗି ବ୍ୟବସ୍ଥା କରାଯାଇଛି। ମନ୍ଦିର ପରିସର ସ୍ନାନମଣ୍ଡପରେ ଯେହେତୁ ଏହି ନୀତି ରହିଛି ତେଣୁ ଆୟୋଜନ ପାଇଁ କୌଣସି ଅସୁବିଧା ନାହିଁ। କିନ୍ତୁ ରଥଯାତ୍ରାକୁ ନେଇ ଏବେ ସମସ୍ତଙ୍କ ମନରେ ସନ୍ଦେହ ଉଠିଲାଣି। ଜୁନ୍‌ ୨୩ରେ ରଥଯାତ୍ରା। ଯଦି ସରକାରଙ୍କ ଗାଇଡ୍‌ଲାଇନ ପାଳନ କରାଯାଏ ତେବେ ବଡଦାଣ୍ଡରେ ଠାକୁରଙ୍କ ରଥ ଗଡ଼ିବା ନେଇ ସନ୍ଦେହ ରହିଛି। ତେବେ ଏ ନେଇ ବର୍ତ୍ତମାନ କେହି ମୁହଁ ଖୋଲୁନାହାନ୍ତି।
ଗତ ୩୦ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଥିଲା। ବିନା ଭକ୍ତରେ ରଥଯାତ୍ରା ଆୟୋଜନ ଲାଗି କମିଟି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା। ଅପରପକ୍ଷେ ରଥଖଳାରେ ତିନିରଥ ନିର୍ମାଣ କାମ ଆଗେଇ ଚାଲିଥିବାରୁ ରଥଯାତ୍ରାକୁ ନେଇ ପ୍ରାୟ ସମସ୍ତେ ସକାରାତ୍ମକ ଆଭିମୁଖ୍ୟ ରଖିଥିଲେ। ହେଲେ ଏହାକୁ ନୂଆ ଗାଇଡ୍‌ଲାଇନ ପୁଣି ଆଶଙ୍କା ଭିତରକୁ ଠେଲିଦେଇଛି। ଏପରି କି ଏଥିଯୋଗୁ ବୁଧବାର ହେବାକୁ ଥିବା ଚମ୍ପକ ଦ୍ୱାଦଶୀରେ ଠାକୁରଙ୍କ ଗୁଆଲି ଶୋଭାଯାତ୍ରା ବଡଦାଣ୍ଡକୁ ବାହାରିବ ନାହିଁ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି। ଯେଉଁଠି ଠାକୁରଙ୍କ ବିମାନ ବାହାରକୁ ବାହାରି ପାରୁନାହିଁ ସେଠି ରଥଯାତ୍ରା କେମିତି ହେବ ଏମିତି ଭାବନା ସମସ୍ତଙ୍କ ମନକୁ ଘାରିଛି। ଏ ନେଇ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲାପାଳ ବଲୱନ୍ତ ସିଂ କହିଛନ୍ତି, ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ରଥ ନିର୍ମାଣ କାର୍ଯ୍ୟ ଚାଲିଛି। ଠିକଣା ସମୟରେ ଉପଯୁକ୍ତ ପ୍ଲାଟଫର୍ମରେ ଠିକ୍‌ ନିଷ୍ପତ୍ତି ନିଆଯିବ। ହେଲେ ଆଇନକୁ ପାଳନ କରିବାକୁ ପଡ଼ିିବ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri