ବଡ଼ଗଡ଼ରେ ମୁଣ୍ଡ ଟେକୁଛି ବଡ଼ ଗ୍ୟାଙ୍ଗ

ଭୁବନେଶ୍ୱର, ୧୩ା୧(ବ୍ୟୁରୋ): କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ୍‌-୨ ମାର୍କେଟ ବିଲ୍ଡିଂରେ ଭଙ୍ଗାରୁଜା ଓ ଆକ୍ରମଣ କରି ଆତଙ୍କ ଖେଳାଇବା ଘଟଣାରେ ରବିବାର ପୋଲିସ ଆଉ ୩ଜଣ ନାବାଳକଙ୍କୁ ଧରିଛି। ପୂର୍ବରୁ ୧୮ଜଣ ଗିରଫ ହୋଇଥିବାବେଳେ ଏବେ ଏହି ସଂଖ୍ୟା ୨୧ରେ ପହଞ୍ଚତ୍ଛି। ତେବେ ଏହି ଘଟଣାର ଖୋଳତାଡ଼ ବେଳେ ପୋଲିସକୁ ବଡ଼ ସୁରାକ ମିଳିଛି। ରାଜଧାନୀରେ ରାଜ୍‌ କରିବାକୁ ବଡ଼ଗଡ଼ ଥାନାଞ୍ଚଳରେ ଏକ ବଡ଼ ଗ୍ୟାଙ୍ଗ୍‌ ମୁଣ୍ଡ ଟେକିଥିବା ଜଣାପଡ଼ିଛି। ଏହି ଗ୍ୟାଙ୍ଗ୍‌ ତା’ର ଉପସ୍ଥିତି ଜାହିର କରିବା ପାଇଁ ମାର୍କେଟ ବିଲ୍ଡିଂ ପରି ପୂର୍ବରୁ ବହୁ ଅପରାଧ ଘଟାଇଛି। ତେବେ ମାଷ୍ଟରମାଇଣ୍ଡ୍‌ ଚିଣ୍ଟୁ ରହିଥିବାବେଳେ ଗୋପୀ ଓ ପ୍ରୀତମଙ୍କ ସହ ମିଶି ଗ୍ୟାଙ୍ଗ୍‌ ଚଳାଉଥିବା ପୋଲିସ ଜାଣିବାକୁ ପାଇଛି। ଏହି ୩ ମୁଖ୍ୟ ଅଭିଯୁକ୍ତ ଏବେ ଫେରାର ଥିବାରୁ ସେମାନଙ୍କୁ ଧରିବା ପରେ ଗ୍ୟାଙ୍ଗ୍‌ ସମ୍ପର୍କରେ ଆହୁରି ବହୁ ତଥ୍ୟ ମିଳିପାରିବ ବୋଲି କମିଶନରେଟ ପୋଲିସ ଆଶା ରଖିଛି। ତେବେ ଏବେସୁଦ୍ଧା ପୋଲିସକୁ ମିଳିଥିବା ତଥ୍ୟ ଅନୁସାରେ ଏହି ଗ୍ୟାଙ୍ଗ୍‌ ବିଶେଷକରି ବସ୍ତିର ଗରିବ ଯୁବକ ଓ ନାବାଳକଙ୍କୁ ଗ୍ୟାଙ୍ଗ୍‌ରେ ସାମିଲ୍‌ କରି ବିଭିନ୍ନ ଅପରାଧରେ ଲଗାଇଥାଏ। ଏପରି କି ମାର୍କେଟ ବିଲ୍ଡିଂରେ ଏପରି ଆତଙ୍କ ସୃଷ୍ଟି କରିବା ପଛରେ ସେମାନଙ୍କର ଦାଦା ବଟି ଲକ୍ଷ୍ୟ ରହିଥିବା କୁହାଯାଉଛି। ସେହିଭଳି ନିଶା କାରବାରରେ ନାବାଳକଙ୍କୁ ମଧ୍ୟ ନିୟୋଜିତ କରାଯାଇଥିବା ମଧ୍ୟ ସୂଚନା ମିଳିଛି।
ନାବାଳକଙ୍କ ମୁହଁରେ ‘ଭାଇ’
ଚିଣ୍ଟୁ ଇତିମଧ୍ୟରେ ବହୁ ଅପରାଧ ଘଟାଇ ‘ଭାଇ’ ନାଁରେ ରାଜ୍‌ ଆରମ୍ଭ କରିଛନ୍ତି। ଗ୍ୟାଙ୍ଗ୍‌ର ସଦସ୍ୟମାନେ ତାଙ୍କୁ ଭାଇ ବୋଲି ସମ୍ବୋଧନ କରୁଥିଲେ। ଧରାପଡ଼ିଥିବା ନାବାଳକଙ୍କୁ ପଚରାଉଚରାବେଳେ ସେମାନେ ଚିଣ୍ଟୁଙ୍କ ବିଷୟରେ ବହୁ ତଥ୍ୟ ପୋଲିସକୁ ଦେଇଛନ୍ତି। ପ୍ରଥମେ ଚିଣ୍ଟୁ କଲେଜ ଓ ସ୍କୁଲ୍‌ ପିଲାଙ୍କୁ ସହାୟତା ବାହାନାରେ ନିକଟତର ହୁଅନ୍ତି। ତା’ପରେ ସେମାନଙ୍କୁ ବିଭିନ୍ନ ସମୟରେ ଟଙ୍କା ପଇସା ଦେଇ ବଡ଼ ଭାଇପରି ବ୍ୟବହାର ଦେଖାନ୍ତି। ତାଙ୍କୁ ମଧ୍ୟ ସେମାନେ ଭାଇ ବୋଲି ଡାକିବା ଆରମ୍ଭ କରନ୍ତି। ଏପରିି କି ଯେତେବେଳେ ଚିଣ୍ଟୁ ଯେଉଁଠିକୁ ଯାଇଥାନ୍ତି, ଯୁବକ ଓ ନାବାଳକମାନେ ତାଙ୍କ ଚାରିପଟେ ଭାଇ ଭାଇ ବୋଲି ଡାକି ଡାକି ଯାଇଥାନ୍ତି। ସମୟକ୍ରମେ ଚିଣ୍ଟୁଙ୍କ ଅପରାଧ ସାମ୍ରାଜ୍ୟ ସହ ସେମାନେ ଛାଏଁ ଯୋଡ଼ି ହୋଇଯାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri