ବଜାଜଙ୍କ ବାଜିମାତ

ଭାରତରେ ୨୦୧୯ ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୪.୫ ପ୍ରତିଶତକୁ ଖସିଆସିଥିବା ରିପୋର୍ଟ ନିକଟରେ ପ୍ରକାଶ ପାଇଛି। ଏ ଦେଶରେ ସବୁ ତଥ୍ୟ ବା ଡାଟା ପ୍ରକାଶ ପାଇବା ପରେ ତାହାକୁ ମୋଡ଼ି ବଙ୍କେଇ କେନ୍ଦ୍ର ସରକାର ଲୋକଙ୍କ ସମ୍ମୁଖକୁ ଆଣୁଛନ୍ତି। ଏପରି ବିକୃତ କାର୍ଯ୍ୟ ସତ୍ତ୍ୱେ ଯେତେବେଳେ ଏଭଳି ଜିଡିପି ତଥ୍ୟ ପ୍ରକାଶ ପାଉଛି, ତାହା ନିଶ୍ଚିତ ଭାବେ ଚିନ୍ତାର ବିଷୟ। କେବଳ ସେତିକି ନୁହେଁ, ଅତି ବିଳମ୍ବ ପରେ ସବୁ ତଥ୍ୟ ଯୋଗାଡ଼ ହେଉଥିବା ହେତୁ ସମ୍ଭବତଃ ୪.୫ ପ୍ରତିଶତ ଜିଡିପି ଅଭିବୃଦ୍ଧି ଡାଟା ପୁରୁଣା। ଆଜି ହୁଏତ ବାସ୍ତବ ପରିସ୍ଥିତି କେହି ଜାଣିନାହାନ୍ତି। ସରକାରଙ୍କ ପାଖରେ ଥିବା ତଥ୍ୟ ଅଧିକ ଭୟଙ୍କର ହୋଇଥାଇପାରେ। କାରଣ ବଜାର ପରିସ୍ଥିତି ଦେଖିଲେ ଜିଡିପି ଅଭିବୃଦ୍ଧି ୪.୫ ପ୍ରତିଶତଠାରୁ ମଧ୍ୟ ହ୍ରାସ ପାଇଥାଇପାରେ।
ବାସ୍ତବ ଦୃଷ୍ଟିକୋଣରୁ ଦେଖିଲେ ଭାରତୀୟ ଅର୍ଥନୀତିରେ ମାନ୍ଦାବସ୍ଥା ଦୀର୍ଘଦିନ ହେବ ଦେଖାଦେଇଆସିଲାଣି। ହେଲେ ସରକାରଙ୍କ ନୀତିକୁ ସେଭଳି କେହି ସମାଲୋଚନା କରିବାକୁ ଚେଷ୍ଟା କରୁ ନ ଥିଲେ। କାରଣ ସମାଲୋଚନାକାରୀଙ୍କୁ କେନ୍ଦ୍ରର ଭାଜପା ସରକାର ଦେଶଦ୍ରୋହୀ ଆଖ୍ୟା ଦେଇଥିବା ଅତୀତରେ ଦେଖିବାକୁ ମିଳିଛି। ନିକଟରେ ମହାରାଷ୍ଟ୍ରରେ ଭାଜପା ସରକାର ଗଢ଼ିବାରେ ବିଫଳ ହେବା ଏବଂ ପୂର୍ବରୁ ଯେଉଁସବୁ ରାଜ୍ୟରେ ଦଳର କାଟ୍‌ତି ଥିଲା, ତାହା କମିବାର ଲକ୍ଷଣ ଦେଖାଦେବାରୁ କେନ୍ଦ୍ର ସରକାରଙ୍କ କାର୍ଯ୍ୟ ଓ ପଦକ୍ଷେପକୁ ନାପସନ୍ଦ କରିବାକୁ ଆରମ୍ଭମାତ୍ର ହୋଇଛି। ନିକଟରେ ଅର୍ଥନୀତି ସମ୍ପର୍କିତ ଜାତୀୟ ଖବରକାଗଜ ‘ଦି ଇକୋନମିକ୍‌ ଟାଇମ୍ସ’ ପକ୍ଷରୁ ମୁମ୍ବାଇଠାରେ ଅନୁଷ୍ଠିତ ଇଟି ଆଓ୍ବାର୍ଡ କାର୍ଯ୍ୟକ୍ରମରେ ଶିଳ୍ପପତି ରାହୁଲ ବଜାଜ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଥିଲା। ସେ କହିଥିଲେ ଯେ, ମୋଦି ସରକାରଙ୍କ ବିରୋଧରେ ଲୋକେ କହିବାକୁ ଭୟ କରୁଛନ୍ତି। ସମାଲୋଚନାକୁ ସରକାର ସକାରାତ୍ମକ ଭାବେ ଗ୍ରହଣ କରିବା ନେଇ ସେ ନିଶ୍ଚିତ ହୋଇପାରୁ ନାହାନ୍ତି। ମନମୋହନ ସିଂଙ୍କ ସରକାର ଅମଳରେ ଯେକୌଣସି ବ୍ୟକ୍ତିଙ୍କୁ ସମାଲୋଚନା କରିବାର ସ୍ବାଧୀନତା ଥିଲା। ତେବେ ରାହୁଲ ବଜାଜଙ୍କ ଭିଡିଓ ଯେଉଁମାନେ ଦେଖିଥିବେ, ସେମାନେ ବୁଝିପାରୁଥିବେ ଯେ ତାଙ୍କ ଭଳି ଧନୀ ଓ ଶକ୍ତିଶାଳୀ ବ୍ୟକ୍ତି ମଧ୍ୟ ଭୟଭୀତ ହୋଇ ଏଭଳି ମନ୍ତବ୍ୟ ଦେଉଛନ୍ତି। ଅର୍ଥାତ୍‌ ଦେଶର ବାତାବରଣ ଭୟରେ ବୁଡ଼ି ରହିଛି। ଉଲ୍ଲେଖଯୋଗ୍ୟ, ଉକ୍ତ କାର୍ଯ୍ୟକ୍ରମର ମଞ୍ଚ ଉପରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏବଂ ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ଉପସ୍ଥିତ ଥିଲେ। ବଜାଜଙ୍କ ଏଭଳି ସମାଲୋଚନାର ଉତ୍ତରରେ ଅମିତ ଶାହା କହିଥିଲେ ଯେ, କେହି ଭୟଭୀତ ହେବା ଠିକ୍‌ ନୁହେଁ। ତେବେ ଶାହା, ସୀତାରାମନ ଏବଂ ଗୋଏଲଙ୍କ ଉପସ୍ଥିତିରେ ବଜାଜ ଏଭଳି କହିବା ଦର୍ଶାଉଛି ଯେ, ଭାରତବର୍ଷର ଏବକାର ପରିସ୍ଥିତିରେ ପରିବର୍ତ୍ତନ କୌଣସି ରାଜନୈତିକ ଦଳ ବା ବ୍ୟକ୍ତି ଆଣୁନାହାନ୍ତି। ପରିବର୍ତ୍ତନ ଆସୁଛି କାରଣ ଜନସାଧାରଣ ଅର୍ଥନୈତିକ ପରିସ୍ଥିତିକୁ ସମ୍ଭାଳିବାରେ ମୋଦି ସରକାର ସମ୍ପୂର୍ଣ୍ଣ ବିଫଳ ହେଲା ବୋଲି ବୁଝିସାରିଲେଣି।
ଶିଳ୍ପପତି ରାହୁଲ ବଜାଜଙ୍କ ଭଳି ଜଣେ ଶକ୍ତିଶାଳୀ ବ୍ୟକ୍ତି ଯେତେବେଳେ ଏ ଦେଶରେ ଭୟ କଥା ଉଲ୍ଲେଖ କରୁଛନ୍ତି, ସେତେବେଳେ ସାଧାରଣ ଲୋକଙ୍କ ଡରିବାର ସ୍ତର କେଉଁଭଳି ସ୍ଥିତିରେ ଥିବ ବୁଝାପଡ଼ିଯାଉଛି। ରାହୁଲ ବଜାଜ ସମ୍ଭବତଃ ପ୍ରଥମ ଶିଳ୍ପପତି, ଯିଏ ମୋଦି ସରକାରଙ୍କୁ ସିଧାସଳଖ ସମାଲୋଚନା କରିଛନ୍ତି। କେହି କହିପାରନ୍ତି, ଗାଡ଼ିମୋଟର ଶିଳ୍ପ ଦୁର୍ଦ୍ଦିନ ଦେଇ ଗତି କରୁଥିବାରୁ ଅଟୋମୋବାଇଲ କ୍ଷେତ୍ରରେ ଅନ୍ୟତମ ପ୍ରମୁଖ ନିର୍ମାତା ବଜାଜ ନିଜ କ୍ରୋଧ ପ୍ରକାଶ କରିଛନ୍ତି। କିନ୍ତୁ ତାଙ୍କ ଭାଷଣରେ ବଜାଜ କହିଥିଲେ ଯେ, ତାଙ୍କର ପୁତ୍ର ଦୁହେଁ ବ୍ୟବସାୟରେ ସଫଳତା ପାଇଛନ୍ତି।
ପ୍ରକୃତରେ ଅର୍ଥନୀତିରେ ମାନ୍ଦାବସ୍ଥା ପରିସ୍ଥିତି ଦେଖାଦେଲେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବୃହତ୍‌ ବ୍ୟବସାୟୀଙ୍କ ଉପରେ ଏହାର ପ୍ରଭାବ ପଡ଼ିବ। କାରଣ ଚାହିଦା ହ୍ରାସ ପାଉଥିବାରୁ କାରଖାନାରୁ ଅଧିକ ଉତ୍ପାଦ ବାହାର କରିବାକୁ ଶିଳ୍ପପତିମାନେ ଭୟ କରୁଛନ୍ତି। ନିକଟ ଅତୀତକୁ ଦେଖିଲେ ଅପର୍ଯ୍ୟାପ୍ତ ଗାଡ଼ି ବଜାରରେ ଆସି ହାଉଯାଉ ହେଉଥିଲେ ମଧ୍ୟ ସେସବୁକୁ କିଣିବାକୁ ଗ୍ରାହକଙ୍କ ଘୋର ଅଭାବ ଦେଖାଦେଇଛି। ଯେହେତୁ ଶିଳ୍ପଗୁଡ଼ିକର ଅଭିବୃଦ୍ଧି ଘଟୁ ନାହିଁ, ସେଥିପାଇଁ ସେଗୁଡ଼ିକ ତିଷ୍ଠି ରହିବା ଲାଗି ସନ୍ଦେହ ଉପୁଜିଲାଣି। ଏଭଳି ସ୍ଥଳେ ନକାରାତ୍ମକ ପ୍ରତିକ୍ରିୟା ପ୍ରକାଶ ପାଇବା ସ୍ବାଭାବିକ। ବିଶ୍ଳେଷକଙ୍କ ମତରେ ସରକାର ଇକୋନମିକ୍‌ ଆକ୍‌ଟିଭିଟି ବା ଅର୍ଥନୈତିକ କାର୍ଯ୍ୟକୁ ତ୍ୱରାନ୍ବିତ କରି କିଭଳି ବଜାରରେ ଚାହିଦା ସୃଷ୍ଟି କରାଯାଇପାରିବ, ସେହି ଦିଗରେ ଚିନ୍ତନ କରିବା ଆବଶ୍ୟକ। ବଜାରରେ ଖର୍ଚ୍ଚ କିଭଳି ବଢ଼ିବ, ସେଥିଲାଗି ଅର୍ଥନୀତିଜ୍ଞ ଓ ବଜାର ବିଶେଷଜ୍ଞଙ୍କ ପରାମର୍ଶ ଲୋଡ଼ାଯିବା ଉଚିତ। ଯେଉଁମାନେ ସରକାରଙ୍କ ନୀତିକୁ ସମାଲୋଚନା କରୁଛନ୍ତି, ସେମାନଙ୍କୁ ହତାଦର କରା ନ ଯାଇ ପରାମର୍ଶ ନିଆଗଲେ ଏହାର ସୁଫଳ ମିଳିପାରନ୍ତା। ସରକାର କାହା କଥା ନ ଶୁଣି ଏକଶିଙ୍ଗିଆ ନିଷ୍ପତ୍ତି ନେଲେ ଦେଶର ଆର୍ଥିକ ସ୍ବାସ୍ଥ୍ୟ ଆହୁରି ବିଗିଡ଼ିଯିବ। କିନ୍ତୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହୁଛନ୍ତି ଯେ, ଭାରତୀୟ ଅର୍ଥନୀତିର ଗତି ଧିମା ହୋଇଯାଇଥିଲେ ମଧ୍ୟ ମାନ୍ଦାବସ୍ଥା ଦେଖାଦେଇ ନାହିଁ। ଯଦି ଆବଶ୍ୟକ ପଡ଼େ ସରକାର ତାଙ୍କ ନୀତି ପରିବର୍ତ୍ତନ କରିବେ। ଏଠାରେ ମନେପଡ଼େ ଆମେରିକାର ପୂର୍ବତନ ରାଷ୍ଟ୍ରପତି ରୋନାଲ୍‌ଡ ରେଗାନ୍‌ଙ୍କ କଥା। ରେଗାନ୍‌ କହିଥିଲେ ଯେ, ମାନ୍ଦାବସ୍ଥା ବା ରିସେସନ୍‌ ଜଣାପଡ଼େ, ଯେତେବେଳେ ପଡ଼ୋଶୀର ରୋଜଗାର ବନ୍ଦ ହୁଏ। ବିଷାଦ ବା ଡିପ୍ରେସନ୍‌ ଜଣାପଡ଼େ, ଯେତେବେଳେ ନିଜର ରୋଜଗାର ବନ୍ଦ ହୋଇଯାଏ। ଦେଶର ପରିସ୍ଥିତି ବଦଳିବାକୁ ଆରମ୍ଭ କରୁଛି ବୋଲି ସେତିକିବେଳେ ଜଣାପଡ଼େ, ଯେତେବେଳେ ଦେଶର ମୁଖ୍ୟ କ୍ଷମତାରୁ ବିଦା ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ଚରିତ୍ର କିଣି ହୁଏନି

ଚିତ୍ର ଦିଶେ। ଦୃଶ୍ୟ ଦିଶେ। ଅନେକ ଜଡ଼ବସ୍ତୁ ସହ ଜୀବନ୍ତ ଗଛଲତା, ଜୀବଜନ୍ତୁ, ସର୍ବୋପରି ପ୍ରାଣୀ ଶ୍ରେଷ୍ଠ ମଣିଷ ବି ଦେଖାଯାନ୍ତି ନଗ୍ନ ଆଖିକୁ। ହେଲେ ମଣିଷର…

ଭଲ ପିଲାର ସଂଜ୍ଞା

ରାସ୍ତାର ଦୁଇ ପଟେ ଦୁଇଟି ଗଛ। ଆମ୍ବ ଗଛ। ଦୁଇ ଗଛରେ ପ୍ରଚୁର ଆମ୍ବ ଫଳିଛି। ପାଚିଛି ଓ ସୁନ୍ଦର ଦିଶୁଛି। ଗୋଟିଏ ଗଛ ତଳେ ପିଲାମାନେ…

ହର୍ମୁଜରୁ ତାଇଓ୍ବାନ

ଅଧିକାଂଶ ସ୍କୁଲପିଲାଙ୍କୁ ଶିକ୍ଷା ଦିଆଯାଉଛି ଯେ, ପୃଥିବୀର ପରିଧିର ଲମ୍ବ ପାଖାପାଖି ୨୫,୦୦୦ ମାଇଲ ବା ୪୦,୦୦୦ କିଲୋମିଟର। ହେଲେ ସେମାନେ ଜାଣିନାହାନ୍ତି ଯେ, ଏହା ମଧ୍ୟରୁ…

ଯୁଗେ ଯୁଗେ ଇଚ୍ଛାମୃତ୍ୟୁ

ଣସି କାରଣରୁ ବ୍ୟକ୍ତି ଇଚ୍ଛାକରି ମୃତ୍ୟୁକୁ ଆଦରି ନେବା ହେଉଛି ଇଚ୍ଛାମୃତ୍ୟୁ, ଯାହା ପୁରାଣ ପୃଷ୍ଠା ମଣ୍ଡନକରି ପାଠକର ମନ ହୃଦୟକୁ ଆନ୍ଦୋଳିତ କରେ। ରାମାୟଣ ଯୁଦ୍ଧର…

ଓଡ଼ିଶାରେ ଗଛର ବିବିଧତା

ପ୍ରକୃତି ଓଡ଼ିଶାକୁ ଗଛର ବିବିଧତାରେ ଭରିଦେଇଛି । ଓଡ଼ିଶାର ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ବିକାଶ ପାଇଁ ଗଛର ବିବିଧତାର ସୁରକ୍ଷା ଏବଂ ବିକାଶ ଆବଶ୍ୟକ। ଭାରତୀୟ…

ଶାକାହାରୀ ଦୟାଳୁ କି

ନାଥୁରାମ ଗଡ୍‌ସେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲେ। ସେ କ’ଣ ଶାକାହାରୀ ଥିଲେ କି? ହିନ୍ଦୁ ପୁରାଣ ଅନୁଯାୟୀ, ପର୍ଶୁରାମ ଅନେକ ପିଢ଼ିର କ୍ଷତ୍ରିୟଙ୍କୁ ହତ୍ୟା କରିଥିଲେ।…

ଯୋଗ୍ୟତମ ଗୁରୁ

ଦର୍ଶର ପ୍ରତୀକ ସାଜି ସମାଜକୁ ଅନବରତ ଦିଗ୍‌ଦର୍ଶନ ଦେଇ ଚାଲୁଥିବା ଜଣେ ମହାନ୍‌ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି – ଗୁରୁ। ସେ ହିଁ ବାସ୍ତବରେ ଜଣେ ଯୋଗ୍ୟତମ…

ମୋତେ କୃଷକ କୁହନା

ଖରା, ବର୍ଷା, ଶୀତ, କାକରକୁ ତିଳେମାତ୍ର ଖାତିର ନ କରି ଯିଏ ନିଜ ମୁଣ୍ଡଝାଳ ତୁଣ୍ଡରେ ମାରି, ହାଡ଼ଭଙ୍ଗା ପରିଶ୍ରମ କରି ମାଟିରେ ସୁନା ଫଳାଏ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri