ବଙ୍ଗଳା ଫିଲ୍ମରେ ‘ରଙ୍ଗବତୀ’

ଭୁବନେଶ୍ୱର,୧୬।୭(ବ୍ୟୁରୋ): ହିନ୍ଦୀ ପରେ ବଙ୍ଗଳା ସିନେମାରେ ସ୍ଥାନ ପାଇଛି ଲୋକପ୍ରିୟ ସମ୍ବଲପୁରୀ ଗୀତ ରଙ୍ଗବତୀ। ୭୦ ଦଶକର ପ୍ରସିଦ୍ଧ ଏହି ଗୀତକୁ ଶ୍ରୋତାମାନେ ତେଲୁଗୁ ଓ ହିନ୍ଦୀ ଭାଷାରେ ଶୁଣିବା ପରେ ଏବେ ବଙ୍ଗଳା ଭାଷାରେ ଶୁଣିବାର ଅବସର ପାଇବେ। ଅକ୍ଷୟ ପରିଜାଙ୍କ ଦ୍ୱାରା ପ୍ରଯୋଜିତ ଓ ଶିବପ୍ରସାଦ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ବଙ୍ଗଳା ଫିଲ୍ମ ‘ଗୋତ୍ର’ରେ ସମ୍ପୂର୍ଣ୍ଣ ନିଆରା ଶୈଳୀରେ ସ୍ଥାନପାଇଛି ରଙ୍ଗବତୀ ଗୀତ। ଗୀତକୁ ବଙ୍ଗଳାରେ ଅନୁବାଦ କରାଯାଇଥିବା ବେଳେ ଏହାର ସ୍ବର, ତାଳ ଓ ଲୟ ସବୁକିଛି ରଙ୍ଗବତୀ ଗୀତର ମୌଳିକତାକୁ ଅକ୍ଷୁଣ୍ଣ ରଖିଛି। ଏପଟେ ଗୀତ ରିଲିଜ ହେବାର ମାତ୍ର କିଛି ସମୟ ମଧ୍ୟରେ ଏହା ୟୁଟ୍ୟୁବ୍‌ରେ ସୁପରହିଟ୍‌ ହୋଇଛି।
ବଙ୍ଗଳା ସିନେମାରେ ସମ୍ବଲପୁରୀ ଗୀତ ରଙ୍ଗବତୀର ପରିକଳ୍ପନା କେହି କରି ନଥିଲେ ସୁଦ୍ଧା ଏହା ବାସ୍ତବତାର ରୂପ ନେଇଛି। ବଙ୍ଗଳା ସିନେମା ପ୍ରଯୋଜନା କ୍ଷେତ୍ରରେ ପାଦ ଦେଇଥିବା ଓଡ଼ିଶା ଜନ୍ମିତ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ପ୍ରୟାସରେ ଏହା ସମ୍ଭବ ହୋଇଛି। ପ୍ରାୟ ୪ ମିନିଟ ୩୦ ସେକେଣ୍ଡର ଏହି ଗୀତରେ ଓଡ଼ିଆ ଏବଂ ବଙ୍ଗଳା ସଂସ୍କୃତି, ପରମ୍ପରାରେ ରହିଥିବା ସମନ୍ବୟକୁ ଅତି ଚିତ୍ତାକର୍ଷକ ଶୈଳୀରେ ଦର୍ଶାଯାଇଛି। ସମୁଦ୍ରକୂଳରେ ଶୁଟିଂ ହୋଇଥିବା ଏହି ଗୀତରେ ଓଡ଼ିଶାର ପାରମ୍ପରିକ ଘୁମୁରା, ଘୋଡା ନାଚ, ନାଗା ମେଢ, ପଶୁମୁଖା ନୃତ୍ୟ, ଡାଲଖାଇ ନୃତ୍ୟ ଦେଖିବାକୁ ମିଳିଛି। ଏହାସହ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟର ଝଲକ ମଧ୍ୟ ଏଥିରେ ଦେଖିବାକୁ ପାଇଛନ୍ତି ଦର୍ଶକ। ରସଗୋଲା ହେଉ କି ଭାଷା ବିତର୍କ, ପଶ୍ଚିମବଙ୍ଗ ଏବଂ ଓଡ଼ିଶା ମଧ୍ୟରେ ଅଧିକାଂଶ ସମୟରେ ବିବାଦ ଦେଖାଦେବା କିଛି ନୂଆକଥା ନୁହେଁ। ହେଲେ ପ୍ରଥମଥର ପାଇଁ ଉଭୟ ରାଜ୍ୟର କଳା, ସଂସ୍କୃତିକୁ ଗୋଟିଏ ପରଦାରେ ଦେଖିବାକୁ ମିଳିବା ନିଶ୍ଚୟ ନୂଆକଥା।
୨୦୧୫ରେ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ବିଜେତା ଫିଲ୍ମନିର୍ମାତା ନୀଳମାଧବ ପଣ୍ଡାଙ୍କ ଦ୍ୱାରା ନିର୍ମିତ ହିନ୍ଦୀ ଫିଲ୍ମ ‘କନ୍‌ କିତନେ ପାନିମେ’ରେ ରଙ୍ଗବତୀ ସ୍ଥାନ ପାଇଥିଲା। ‘ରଙ୍ଗ୍‌ ଦେ ବସନ୍ତୀ’ ଷ୍ଟାର୍‌ କୁନାଲ କପୁର ଏବଂ ଅଭିନେତ୍ରୀ ରାଧିକା ଆପ୍ତେଙ୍କ ସହ ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ଏବଂ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀଙ୍କୁ ରଙ୍ଗବତୀର ତାଳେ ତାଳେ ନୃତ୍ୟ କରୁଥିବାର ଦେଖିବାକୁ ମିଳିଥିଲା। ଗୀତକୁ ହିନ୍ଦୀ ଭାଷାରେ ରୂପାନ୍ତରିତ କରାଯାଇଥିଲେ ମଧ୍ୟ ଏହାର ତାଳ, ଲୟ ଏବଂ ମର୍ମକୁ ଅକ୍ଷୁଣ୍ଣ ରଖାଯାଇଥିଲା। ସେଥିରେ ପଶ୍ଚିମ ଓଡ଼ିଶାର ପାରମ୍ପରିକ ବାଦ୍ୟର ବ୍ୟବହାର କରାଯାଇଥିବାବେଳେ ପଶ୍ଚିମ ଓଡ଼ିଶାର ଝଲକ ଦେଖିବାକୁ ମିଳିଥିଲା। ୧୯୭୯ରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ସୁରମାଳିକା କାର୍ଯ୍ୟକ୍ରମରେ ରଙ୍ଗବତୀ ଗୀତକୁ ପରିବେଷଣ କରାଯିବା ପରେ ଏହି ଗୀତଟି ଅଜସ୍ର ଲୋକପ୍ରିୟତା ହାସଲ କରିଥିଲା। ଏହାପରେ ବିବିସି ଏବଂ ଭଏସ୍‌ ଅଫ୍‌ ଆମେରିକା ଭଳି ଅନ୍ତର୍ଜାତୀୟ ରେଡିଓ ଷ୍ଟେଶନରେ ଏହି ଗୀତକୁ ପରିବେଷଣ କରାଯାଇଥିଲା। ଏହାସହ ବିଭିନ୍ନ ସ୍ଥାନରେ ରଙ୍ଗବତୀ ବ୍ୟବହୃତ ହୋଇ ଶ୍ରୋତାଙ୍କ ଆଦର ସାଉଁଟି ଥିଲା। ୨୦୦୨ରେ ତେଲୁଗୁ ଫିଲ୍ମ ‘ଶ୍ରୀରାମ’ରେ ରଙ୍ଗବତୀ ଶୁଣିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ

ଭଣ୍ଡାରିପୋଖରୀ,୭।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲିପୋଖରୀ ପଞ୍ଚାୟତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ: ବାପ–ପୁଅ ଗିରଫ

ଭୁବନେଶ୍ୱର, ୭।୭: ରାଜଧାନୀ ଭୁବନେଶ୍ୱରରେ ବ୍ରାଉନସୁଗାର କାରବାର ବିରୋଧରେ ଅବକାରୀ ବିଭାଗ ବଡ଼ ସଫଳତା ପାଇଛି। ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ କରୁଥିବା ଅଭିଯୋଗରେ ବାପ–ପୁଅଙ୍କୁ ଗିରଫ…

ଗଛରେ ଝୁଲୁଛି କଲରାପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରାପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ ଗଛରେ…

ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ: ଭାରତ ଯୋଗାଇବ ଇଣ୍ଡୋନେସିଆକୁ ସେହି ଅସ୍ତ୍ର, ଯାହା ପାକିସ୍ତାନକୁ ଥରାଇ ଦିଏ…

ନୂଆଦିଲ୍ଲୀ,୭।୭: ଭାରତ-ଇଣ୍ଡୋନେସିଆ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ ହୋଇଛି। ଭାରତ ମଙ୍ଗଳବାର ଇଣ୍ଡୋନେସିଆକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ଯୋଗାଇ ଦେବା ନେଇ ଚୁକ୍ତି ସ୍ବାକ୍ଷର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri