ବଗଲା ଧର୍ମଶାଳା ଜମିକୁ ନେଇ ପିକେଡିଏ ସଚିବଙ୍କୁ ସ୍ମାରକପତ୍ର: ବିଲ୍ଡିଂ ପ୍ଲାନ ଅନୁମୋଦନ କରା ନ ଯାଉ

ପୁରୀ ଅଫିସ, ୧୬ା୧୧: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ବିସ୍ଥାପିତ ହେବାକୁ ଥିବା ଲଜ୍‌ ମାଲିକମାନଙ୍କୁ ବଗଲା ଧର୍ମଶାଳା ଜମି ପ୍ରଦାନ କରାଯିବ। ଯେଉଁ ଲଜ୍‌ ମାଲିକମାନେ ଜମି ନେବାକୁ ଚାହିଁବେ ସେମାନଙ୍କୁ ଏହି ଜମି ପ୍ଲଟିଂ କରି ଦିଆଯିବ। ଏ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଏହାକୁ ପୁରୀର ଆଇନଜୀବୀମାନେ ବିରୋଧ କରୁଛନ୍ତି। ଏ ନେଇ ପୂର୍ବରୁ ସେମାନେ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଥିବାବେଳେ ଶନିବାର ଲଜ୍‌ ନିର୍ମାଣ ନିମନ୍ତେ ବିଲ୍ଡିଂ ପ୍ଲାନ ଅନୁମୋଦନ ନ କରିବା ଲାଗି ପିକେଡିଏ (ପୁରୀ – କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ) ସଚିବଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଆଇନଜୀବୀମାନେ କହିଛନ୍ତି, ଶ୍ରୀମନ୍ଦିରକୁ ଆସୁଥିବା ଯାତ୍ରୀଙ୍କ ରହଣି ଓ ଧର୍ମକର୍ମ ନିମନ୍ତେ ବଡ଼ଦାଣ୍ଡରେ କହ୍ନେୟା ବଗଲା ଧର୍ମଶାଳା ନିର୍ମାଣ କରାଯାଇଥିଲା। ଜଣେ ଦାତା ଏଥିପାଇଁ ଦାନ କରିଥିଲେ। ପକେଟକୁ ସୁହାଇଲା ଭଳି ଟଙ୍କା ଦେଇ ଯାତ୍ରୀମାନେ ଏଠାରେ ରହୁଥିବାବେଳେ ସାମାଜିକ, ସାଂସ୍କୃତିକ, ଧାର୍ମିକ କାର୍ଯ୍ୟକ୍ରମ କରାଯାଉଥିଲା। ପରବର୍ତ୍ତୀ ସମୟରେ ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧ କରାଯିବା ନିଷ୍ପତ୍ତି ନିଆଯାଇ ଏହାକୁ ଭାଙ୍ଗି ଦିଆଯାଇଥିଲା। ପ୍ରସାଦ ଯୋଜନାରେ ୧୦ କୋଟି ଟଙ୍କା ଖର୍ଚ୍ଚରେ ଏଠାରେ ନୂତନ ଧର୍ମଶାଳା ନିର୍ମାଣ ଚାଲୁଥିଲା। ଓଟିଡିସି ଏହି କାମ କରୁଥିବା ବେଳେ ବର୍ତ୍ତମାନ ତାହାକୁ ବନ୍ଦ ରଖାଯାଇଛି। ମାଟିତୋଟା ମୌଜାରେ ନୂତନ ଧର୍ମଶାଳା ନିର୍ମାଣ ଲାଗି ସ୍ଥିର ହୋଇଛି। ବିସ୍ଥାପିତ ହେବାକୁ ଥିବା ଲଜ୍‌ ମାଲିକଙ୍କୁ ବଗଲା ଧର୍ମଶାଳା ଜମି ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଲଜ୍‌ ବିଲ୍ଡିଂ ପ୍ଲାନକୁ ଅନୁମୋଦନ ନ କରିବା ପାଇଁ ପିକେଡିଏ ସଚିବଙ୍କୁ ଓକିଲମାନେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂରୁନି ପରିବାରର ପେଟ

ଖମାର,୧୪ା୭ ସୁସ୍ଥ ଥିବା ସମୟରେ ମୂଲ ମଜୁରି କରି ଶାଗ ମୁଗରେ ଚଳାଇ ନେଉଥିଲେ ସଂସାର। ହେଲେ ଅଜଣା ରୋଗର ଶିକାର ହେବାପରଠାରୁ ସେହି ଦାୟିତ୍ୱ...

ଚୋରାକାଠ କାରଖାନାରେ ଚଢ଼ାଉ

ବାରିପଦା ଅଫିସ, ୩।୨-ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଧୀନ ବାଗଦିଆ ଗଉଡଡିଆଠାରେ ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର କାଠ ଜବତ କରାଯାଇଛି। ସେଠାରେ...

ଶ୍ରୀମନ୍ଦିର ହେରିଟେଜ କରିଡ଼ର: ଦିଅଁଙ୍କ ବାହାର ବିଜେ ପାଇଁ ସ୍ବତନ୍ତ୍ର ପରିକ୍ରମା ମାର୍ଗ

ପୁରୀ ଅଫିସ,୧୧ା୧: ଶ୍ରୀମନ୍ଦିର ପରମ୍ପରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ପୂର୍ବରୁ ଯେଉଁପରି ଭାବେ ସିଂହଦ୍ୱାର ସମ୍ମୁଖରେ ତିନିରଥ ରହୁଥିଲେ ଏବଂ ମହାପ୍ରଭୁ ରଥାରୂଢ଼ ହେବା...

ଲକ୍‌ଡାଉନ ବେଳେ ବଢୁଛି ମଦ କାରବାର

କେନ୍ଦୁଝର,୧୬ା୪(ସ୍ବ.ପ୍ର.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ ଘୋଷଣା କରାଯାଇ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଅନ୍ୟ ଦୋକାନ ବଜାର ବନ୍ଦ ରହିଛି। ସେହିପରି ମଦ ଦୋକାନ...

ଶିକ୍ଷୟିତ୍ରୀଙ୍କୁ ବଦଳି ଦାବି: ସ୍କୁଲରେ ତାଲା ପକାଇ ପ୍ରତିବାଦ

ଭୁବନ, ୨୭।୭(ଡି.ଏନ.ଏ.)- ଭୁବନ ବ୍ଲକ ବାଲିଝାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ପୁଷ୍ପଲତା ହୋତାଙ୍କୁ ବଦଳି ଦାବିରେ ଶୁକ୍ରବାର ସ୍କୁଲ ଫାଟକରେ ତାଲା ପକାଇ...

କରୋନା ପାଇଁ ସଚେତନ ବାର୍ତ୍ତା: ହାତ ଧୋଇବାକୁ ପରାମର୍ଶ

ରାଜନଗର, ୧୬।୩(ଡି.ଏନ୍‌.ଏ.): ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ସୋମବାର କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ କାର୍ଯ୍ୟାଳୟରେ ହାତଧୁଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କରୋନା ଭୂତାଣୁ...

ରଥଯାତ୍ରା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଦଇତାପତି ନିଯୋଗ

ପୁରୀ ଅଫିସ,୨୯।୪: ମହାମାରୀ କରୋନାକୁ ନେଇ ମହାପ୍ରଭୁଙ୍କ ରଥଯାତ୍ରା ହେବ କି ନାହିଁ ସେ ନେଇ ଅନିଶ୍ଚିନ୍ତତା ଲାଗି ରହିଥିବା ବେଳେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ...

କ୍ରିକେଟ ଖେଳରୁ ଦୁର୍ଘଟଣା:  ବଲ ବାଜି ମେଡିକାଲ ଛାତ୍ରଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୧୬ା୧୧-ଗଞ୍ଜାମ ଜିଲା ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର ବଡ ମେଡିକାଲ ଖେଳ ପଡ଼ିଆରେ ଶୁକ୍ରବାର କ୍ରିକେଟ ଖେଳ ବେଳେ ଏକ ଦୁର୍ଘଟଣା ଘଟିଛି। କ୍ରିକେଟ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *