ବଗଦାଦିଙ୍କ ୫ମ ଥର ମୃତ୍ୟୁ ଖବର: କେତେ ସତ କେତେ ମିଛ? ରୁଷିଆର ସନ୍ଦେହ-ତୁର୍କୀର ସମର୍ଥନ

ଓ୍ବାଶିଂଟନ,୨୮।୧୦: ଇସଲାମିକ୍‌ ଷ୍ଟେଟ୍‌(ଆଇଏସ୍‌) ସଂଗଠନ ମୁଖ୍ୟ ଅବୁ ବକର ଅଲ୍‌ ବଗଦାଦିଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଏହାକୁ ମିଶାଇ ୫ମ ଥର ପାଇଁ ଏଭଳି ଖବର ମିଳିଛି। ସିରିୟାରେ ଜାରି ରହିଥିବା ମିଳିତ ସର୍ଚ୍ଚ ଅପରେଶନ୍‌ରେ ଏଭଳି ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସିରିୟାର ଉତ୍ତର-ପଶ୍ଚିମ ଅଞ୍ଚଳରେ ଥିବା ଇଦବିଲ୍‌ ପ୍ରଦେଶରେ ହୋଇଥିବା ୨ ଘଣ୍ଟାର ଅପରେଶନ୍‌ର ଲାଇଭ୍‌ ଟ୍ରମ୍ପ୍‌ ଦେଖିଥିବା କହିଛନ୍ତି। ତେବେ ଏହା ପୂର୍ବରୁ ବଗଦାଦିଙ୍କ ମୃତ୍ୟୁ ଘଟିଥିବା ଖବର ୪ ଥର ପ୍ରଚାରିତ ହୋଇଛି। ତେଣୁ ୫ମ ଥରର ଖବରରେ କେତେ ଦୂର ସତ୍ୟାସତ୍ୟ ରହିଛି ସେ ନେଇ ଆମେରିକା କଥାକୁ ରୁଷିଆ ନାପସନ୍ଦ କରିବା ସହିତ ସନ୍ଦେହ ପ୍ରକାଶ କରିଛି। ଅପର ପକ୍ଷରେ ତୁର୍କୀ ଆମେରିକା ଦାବିକୁ ସମର୍ଥନ କରିଛି। ୨୦୧୪ ସେପ୍ଟେମ୍ବର ୬ରେ ବଗଦାଦିଙ୍କ ମୃତ୍ୟୁ ଘଟିଥିବା ଖବର ପ୍ରଚାରିତ ହୋଇଥିଲା। ମିଳିତ ସୁରକ୍ଷାକର୍ମୀଙ୍କ ବୋମାମାଡ଼ରେ ଆହତ ବଗଦାଦିଙ୍କ ମୃତ୍ୟୁ ଘଟିଥିବା କୁହାଯାଇଥିଲା। ତେବେ ୨୦୧୪ ନଭେମ୍ବର ୧୩ରେ ବଗଦାଦିଙ୍କର ଏକ ଅଡ଼ିଓ ଟେପ୍‌ ଜାରି ହୋଇଥିଲା। ଏହା ତାଙ୍କ ମୃତ୍ୟୁ ଖବର ମିଥ୍ୟା ବୋଲି ସାବ୍ୟସ୍ତ କରିଥିଲା। ସେହିପରି ୨୦୧୫ ଏପ୍ରିଲ୍‌ ୨୭ରେ ସିରିୟାର ଗୋଲାନ ହାଇଟସ୍‌ ଅଞ୍ଚଳରେ ବଗଦାଦିଙ୍କ ମୃତ୍ୟୁ ଘଟିଥିବା ଖବର ପୁଣି ପ୍ରଚାରିତ ହୋଇଥିଲା। ମାତ୍ର ସେହିବର୍ଷ ଜୁଲାଇରେ ବାଗଦାଦି ଜୀବିତ ଥିବା ଜଣାପଡ଼ିଥିଲା। ତୃତୀୟ ଥର ୨୦୧୫ ଅକ୍ଟୋବର ୧୨ରେ ଇରାକ୍‌-ସିରିୟା ସୀମାରେ ବୋମାମାଡ଼ରେ ବଗଦାଦିଙ୍କ ମୃତ୍ୟୁ ଘଟିଥିବା ଖବର ପ୍ରକାଶ ପାଇଥିଲା। ତେବେ ନଭେମ୍ବର ଶେଷରେ ବଗଦାଦି ଏହି ଖବର ମିଛ ବୋଲି ନିଜେ କହିଥିଲେ। ଚତୁର୍ଥ ଥର ୨୦୧୬ ଜୁନ୍‌ ୯ରେ ସିରିୟାର ରକ୍କା ସହରରେ ବଗଦାଦିଙ୍କ ମୃତ୍ୟୁ ଘଟିଥିବା ଆମେରିକା କହିଥିଲା। ମାତ୍ର ପରେ ଜଣାପଡ଼ିଥିଲା ଆମେରିକା ସୈନ୍ୟଙ୍କ ଆକ୍ରମଣ ସମୟରେ ବଗଦାଦି ସେଠାରେ ନ ଥିଲେ। ଇତିମଧ୍ୟରେ ଆମେରିକା ୫ମ ଥର ପାଇଁ ଏଭଳି ଦାବି କରିଛି। ଏହା ସହିତ ଆମେରିକା ସୈନ୍ୟ ବାହିନୀ ପକ୍ଷରୁ ଡିଏନ୍‌ଏ ପରୀକ୍ଷା ରିପୋର୍ଟକୁ ଗୁରୁତ୍ୱ ଦେଇଛି। ତେବେ ଏହାର ସତ୍ୟାସତ୍ୟ ନେଇ ପ୍ରଶ୍ନ ଉଠିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାରେ ‘ଗୋଟିଏ ସନ୍ତାନ ନୀତି’କୁ ପୂରଣ ହେଲା ୧୦ ବର୍ଷ, ବଢିଲା ନାହିଁ ଜନ୍ମହାର, ଏବେ ଭୟ…

ବେଜିଂ,୧।୧: ଚାଇନା ବର୍ତ୍ତମାନ ଏହାର ଯୁବପିଢ଼ିଙ୍କୁ ଯଥାସମ୍ଭବ ଅଧିକ ସନ୍ତାନ ଜନ୍ମ କରିବାକୁ ଅନୁରୋଧ କରୁଛି ଯାହା ଦ୍ୱାରା ଦେଶର ଜନସଂଖ୍ୟା ଉପରେ ବିଶେଷ ପ୍ରଭାବ...

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ବନ୍ୟଜନ୍ତୁ ଖାଇ…

ଦିଗପହଣ୍ଡି,୧|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମ ନିକଟ ଗୋପୀନାଥପୁର ମୌଜା ରାଧାକୃଷ୍ଣ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ...

ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କଲା ହାତୀ: ଆଉ ତା’ପରେ…

ଅନୁଗୋଳ,୧/୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବଡ଼କେରା ପଞ୍ଚାୟତ ଗୁରୁଙ୍ଗ ଖଇରା ସାହି ନିକଟ ଆଡଗଣ୍ଡି ନାଳ ପୋଲ ପାଖରେ ଜଣେ ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କ...

ମା’ ତାରାତାରିଣୀ ପୀଠ ଚଳଚଞ୍ଚଳ: ପୂଜାର୍ଚ୍ଚନା କଲେ ଗଞ୍ଜାମ ଜିଲାପାଳ, ସମସ୍ତଙ୍କ ଶୁଭ ମନାସି ଜିଲାର…

ପୁରୁଷୋତ୍ତମପୁର,୧ା୧(ସବିତା ମିଶ୍ର): ନବବର୍ଷ ଅବସରରେ ଗୁରୁବାର ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ ହେଇଉଠିଥିବା ବେଳେ ପ୍ରବଳ ଜନସମାଗମ ହୋଇଛି। ଭୋର୍‌...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋର୍‌ଦାର ପ୍ରସ୍ତୁତି

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଆଉ ଗୋଟିଏ ସପ୍ତାହ ପରେ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଜୋର୍‌ଦାର କରାଯାଉଛି। ୪ଦିନ ଧରି...

ନୂଆବର୍ଷରେ ବଡ଼ ପ୍ରତିଜ୍ଞା କରିଦେଲେ ଅନୁପମ ଖେର: ପ୍ରଶଂସକ ଚକିତ

ବଲିଉଡ ନୂଆବର୍ଷକୁ ଜୋରଦାର୍‌ ସ୍ବାଗତ କରିଛି। କିଏ ନିଜ ପରିବାର ସହିତ ସମୟ ବିତାଉଛନ୍ତି, ଆଉ କିଏ ମନ୍ଦିରରେ ପ୍ରାର୍ଥନା କରି ଆଶୀର୍ବାଦ ନେଉଛନ୍ତି। ଅଭିନେତା...

ସରକାରୀ ବସ୍‌ରେ ଯାତ୍ରୀଙ୍କୁ ମିଳୁନି ଟିକେଟ୍‌, ସଂଗୃହୀତ ଅର୍ଥ ଯାଉଛି କୁଆଡ଼େ

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କେରୁବାଡ଼ିଠାରୁ ଫୁଲବାଣୀକୁ ଯାତାୟାତ କରୁଥିବା ସରକାରୀ ଯାତ୍ରୀବାହୀ ବସ୍‌ରେ ସମସ୍ତ ଯାତ୍ରୀଙ୍କୁ ବସ୍‌ର କର୍ମଚାରୀ ବା ଟିକେଟ୍‌...

ନିରବି ଗଲା ୪୦୧ ବର୍ଷର ପରମ୍ପରା, ପ୍ରଥମଥର ପାଇଁ ବିଶ୍ୱର ଏହି ଦେଶ ବନ୍ଦ କଲା ଏମିତି ଏକ ସେବା

କୋପେନହାଗେନ,୧।୧: ଡେନମାର୍କ ୪୦୧ ବର୍ଷର ପୁରୁଣା ପରମ୍ପରାକୁ ବିଦାୟ ଦେଇଛି। ଦେଶର ଡାକ ସେବା, ପୋଷ୍ଟନୋର୍ଡ, ଘରୋଇ ଚିଠି ବିତରଣକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି। ଡେନମାର୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri