Posted inଖେଳ

ବକ୍ସିଂ ଡେ ଟେଷ୍ଟ: ଅଷ୍ଟ୍ରେଲିଆ ବୃହତ୍‌ ଅଗ୍ରଣୀ, ନ୍ୟୁଜିଲାଣ୍ଡର ସଂଘର୍ଷ ଜାରି

ମେଲବୋର୍ନ,୨୮।୧୨(ଏଏଫ୍‌ପି)- ସ୍ଥାନୀୟ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ (ଏମ୍‌ସିଜି)ରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଅଷ୍ଟ୍ରେଲିଆ ବୃହତ୍‌ ଅଗ୍ରଣୀ ହାସଲ କରିବା ସହ ସ୍ଥିତି ଆହୁରି ମଜଭୁତ କରିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ରେ ୧୫୫.୧ ଓଭରରେ ୪୬୭ ରନ୍‌ କରି ଅଲ୍‌ଆଉଟ ହୋଇଥିଲା। ଜବାବରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ୍‌ ଆରମ୍ଭ କରି ୫୪.୫ ଓଭରରେ ୧୪୮ ରନ୍‌ କରି ଅଲ୍‌ଆଉଟ ହୋଇଛି। ଏଥିଯୋଗୁ ଅଷ୍ଟ୍ରେଲିଆ ୩୧୯ ରନ୍‌ର ବୃହତ୍‌ ଅଗ୍ରଣୀ ହାସଲ କରିଥିଲା। ଏହାପରେ ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରି ଅଷ୍ଟ୍ରେଲିଆ ଶନିବାର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୪୫ ଓଭରରେ ୪ ଉଇକେଟ ହରାଇ ୧୩୭ ରନ୍‌ ସଂଗ୍ରହ କରିଛି। ଏବେ ଅଷ୍ଟ୍ରେଲିଆ ୬ ଉଇକେଟ ହାତରେ ରଖି ମୋଟ୍‌ ଉପରେ ୪୫୬ ରନ୍‌ର ବୃହତ୍‌ ଅଗ୍ରଣୀ ହାସଲ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ମାଥ୍ୟୁ ଓ୍ବାଡେ ୧୫ ଓ ପ୍ରଥମ ଇନିଂସ୍‌ରେ ଶତକ ହାସଲ କରିଥିବା ଟ୍ରାଭିସ ହେଡ୍‌ ୧୨ ରନ୍‌ କରି ଅପରାଜିତ ରହିଛନ୍ତି। ଦଳ ତରଫରୁ ଅଭିଜ୍ଞ ଓପ୍‌ନର ଡେଭିଡ ଓ୍ବାର୍ନର ୩୮, ଜୋ ବନର୍‌ସ ୩୫, ମାର୍ନସ ଲାବୁସେନ ୧୯ ଓ ଷ୍ଟିଭ୍‌ ସ୍ମିଥ୍‌ ୭ ରନ୍‌ କରି ଆଉଟ ହୋଇଛନ୍ତି। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ନିଲ ଓ୍ବାଗ୍‌ନର ୨ ଓ ମିଚେଲ ସାଣ୍ଟନର ଗୋଟିଏ ଉଇକେଟ ଅକ୍ତିଆର କରିଛନ୍ତି।
ଅସମାପ୍ତ ପ୍ରଥମ ଇନିଂସ୍‌ ସ୍କୋର ୪୪/୨ରୁ ଖେଳ ଆରମ୍ଭ କରି ନ୍ୟୁଜିଲାଣ୍ଡ ଶନିବାର ଅଲ୍‌ଆଉଟ ହୋଇଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ଟମ୍‌ ଲଥାମ ୯ରୁ ଖେଳ ଆରମ୍ଭ କରି ୫୦ ରନ୍‌ର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ସେହିପରି ୨ରୁ ଖେଳ ଆରମ୍ଭ କରି ଅଭିଜ୍ଞ ରସ୍‌ ଟେଲର ମାତ୍ର ୪ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ଲଥାମଙ୍କୁ ବାଦ୍‌ ଦେଲେ ବାକି ସବୁ ବ୍ୟାଟ୍ସମ୍ୟାନ ବିଫଳ ହୋଇଥିଲେ। ଏହି କ୍ରମରେ ଟମ୍‌ ବ୍ଲଣ୍ଡେଲ ୧୫, ଅଧିନାୟକ କେନ ଓ୍ବଲିୟମସନ ୯, ହେନେରୀ ନିକୋଲ୍ସ ବିନା ସ୍କୋର, ଉଇକେଟକିପର ବ୍ୟାଟ୍ସମ୍ୟାନ ବିଜେ ଓ୍ବାଟଲିଂ ୭, କଲିନ ଡି ଗ୍ରାଣ୍ଡହୋମ ୧୧, ମିଚେଲ ସାଣ୍ଟନର ୩, ଟିମ୍‌ ସୌଦି ୧୦, ଟ୍ରେଣ୍ଟ ବୋଲ୍ଟ ୮ରନ୍‌ କରି ଆଉଟ ହୋଇଥିବା ବେଳେ ଓ୍ବାଗ୍‌ନର ୧୮ ରନ୍‌ କରି ଅପରାଜିତ ରହିଥିଲେ। ଅଷ୍ଟ୍ରେଲିଆ ତରଫରୁ ପ୍ୟାଟ୍‌ କୁମିନ୍ସ ସର୍ବାଧିକ ୫, ଜେମ୍ସ ପାଟିନସନ ୩, ମିଚେଲ ଷ୍ଟାର୍କ ୨ଟି ଉଇକେଟ ନେଇଥିଲେ। ପୂର୍ବରୁ ପ୍ରଥମ ଟେଷ୍ଟରେ ବିଜୟୀ ହୋଇ ଅଷ୍ଟ୍ରେଲିଆ ୩ ମ୍ୟାଚ୍‌ବିଶିଷ୍ଟ ଏହି ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି।
ସଂକ୍ଷିପ୍ତ ସ୍କୋର:
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌- ୧୫୫.୧ ଓଭରରେ ୪୬୭ ରନ୍‌ରେ ଅଲଆଉଟ।
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ୍‌- ୫୪.୫ ଓଭରରେ ୧୪୮ ଅଲଆଉଟ
(ଲଥାମ- ୫୦, ଓ୍ବାଗ୍‌ନର- ୧୮*, ବ୍ଲଣ୍ଡେଲ- ୧୫, କୁମିନ୍ସ- ୫/୨୮, ପାଟିନସନ- ୩/୩୪, ଷ୍ଟାର୍କ- ୨/୩୦)।
ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ୍‌- ୪୫ ଓଭରରେ ୧୩୭/୪
(ଓ୍ବାର୍ନର- ୩୮, ବନର୍‌ସ- ୩୫, ଲାବୁସେନ- ୧୯, ଓ୍ବାଡେ- ୧୫*, ଓ୍ବାଗ୍‌ନର- ୨/୩୯, ସାଣ୍ଟନର- ୧/୨୨)।


Enter your email to get our daily news in your inbox.

All Right Reserved By Dharitri.Com

ଭୋ ଭୋ ହୋଇ କାନ୍ଦିଲେ ହେମା ମାଳିନୀ: ୨ ଝିଅଙ୍କ ଆଗରେ ଘଟିଲା…

ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ନିକଟରେ ଦେହାନ୍ତ ହୋଇଥିଲା। ତାଙ୍କ ପରିବାର ଏବେ ବି ଏହି ଆଘାତରୁ ମୁକୁଳିପାରୁନାହିଁ। କିଛି ଦିନ ପୂର୍ବେ ସନ୍ନି ଦେଓଲ...

ନିଜକୁ ଶ୍ରମିକ କହିଲେ ମୋଦି, ଏନଡିଏ ସାଂସଦଙ୍କୁ କଣ ଗୁରୁମନ୍ତ୍ର ଦେଲେ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ଏନଡିଏ ସାଂସଦଙ୍କ ମଧ୍ୟରେ ବୈଠକ ଶେଷ ହୋଇଛି । ମିଡ଼ିଆ ରିପୋର୍ଟ ଅନୁସାରେ, ବୈଠକ ସକରାତ୍ମକ ଏବଂ...

ତେରଗାଁ-ମହାକାଳପଡ଼ା ଲୁଣାନଦୀ ସେତୁ ନିର୍ମାଣ ବନ୍ଦ କଲେ ଲୋକେ

ମହାକାଳପଡ଼ା,୧୨ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତେରଗାଁ ସେତୁ ନିର୍ମାଣ କାର୍ଯ୍ୟ ଅଗ୍ରଗତି ହେଉଛି। କେତେଜଣ ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଏହି ନିର୍ମାଣ କାର୍ଯ୍ୟକୁ...

ଇଣ୍ଡିଗୋ ସଙ୍କଟ ମଧ୍ୟରେ DGCAର ବଡ଼ ଆକ୍ସନ, ସସପେଣ୍ଡ ହେଲେ ୪ ଇନ୍ସପେକ୍ଟର

ନୂଆଦିଲ୍ଲୀ,୧୨।୧୨: ଇଣ୍ଡିଗୋ ଏୟାରଲାଇନ୍ସ ଦ୍ୱାରା ସମ୍ମୁଖୀନ ହେଉଥିବା ପରିଚାଳନାଗତ ସମସ୍ୟାର ପ୍ରାରମ୍ଭିକ ତଦନ୍ତ ପରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ନିଜ ମାଟ୍ରିକ ବ୍ୟାଚର ସାଙ୍ଗସାଥିଙ୍କ ସହ ବଣଭୋଜିର ମଜା ନେଲେ ଭାଜପା ନେତା, କହିଲେ ଦାରିଙ୍ଗବାଡିରେ ଏୟାରଷ୍ଟ୍ରିପ ପାଇଁ…

ଦାରିଙ୍ଗବାଡି, ୧୨।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି କୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଇକୋ ରିଟ୍ରିଟ ସମେତ ପର୍ଯ୍ୟଟନକ୍ଷେତ୍ର ରେ ଭିଡ଼...

ଆଜି ଭାରତ ଆସିବେ ଫୁଟବଲ୍‌ ମହାରଥୀ ଲିଓନେଲ୍ ମେସି, ଯୋଗ ଦେବେ ପ୍ରଧାନମନ୍ତ୍ରୀଙ୍କ ସମେତ ଏ ସମସ୍ତ ଷ୍ଟାର

କୋଲକାତା,୧୨ା୧୨: ଫୁଟବଲ୍‌ର ମହାରଥୀ ତଥା ବିଶ୍ୱକପ୍ ବିଜେତା ଅଧିନାୟକ ଲିଓନେଲ ମେସି ଶୁକ୍ରବାର ଭୋର୍ ୧:୩୦ରେ ଭାରତରେ ପହଞ୍ଚିବା ସହ ତାଙ୍କର ତିନି ଦିନିଆ ‘GOAT...

ଚମତ୍କାର କଲେ ବୈଭବ ସୂର୍ଯ୍ୟବଂଶୀ: ୫୬ ବଲ୍‌ରେ କଲେ କମାଲ୍‌, କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ

ନୂଆଦିଲ୍ଲୀ,୧୨।୧୨: ଯୁବ ଭାରତୀୟ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ୧୯ ବର୍ଷରୁ କମ ଏସିଆ କପ୍‌ର ଉଦଘାଟନୀ ମ୍ୟାଚ୍‌ରେ ୟୁଏଇ ବିପକ୍ଷରେ ଏକ ଜ୍ୱଳନ୍ତ ଶତକ ହାସଲ...

ଏଇ ଭାରତରେ

ସାମଗ୍ରିକ ପ୍ରୟାସ ସଫଳତା ପାଇଁ ବାଟ କଢ଼ାଇନିଏ ବୋଲି ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲା ମୁନ୍‌ସିଆରି ବ୍ଲକର ଶଙ୍ଖଦୁରା ଗାଁର ମହିଳାମାନେ ପ୍ରମାଣ କରିପାରିଛନ୍ତି। ଗ୍ରାମପଞ୍ଚାୟତରେ ସେମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri