ବକ୍ସିଂରେ ଗୌରବ ବଢ଼ାଉଛନ୍ତି ଦୁଇଭଉଣୀ

ବଡ଼ଗାଁ, ୧ା୫ (ଡି.ଏନ.ଏ)- ଦୁଇ ଭଉଣୀ ସୁଭଦ୍ରା ସିଂ ଓ ଯାଜ୍ଞସେନୀ। ସରକାର ଓ ପ୍ରଶାସନର ସହଯୋଗ ନ ଥିବା ଓ ଆର୍ଥିକ ଅଭାବ ସତ୍ତ୍ବେ ବକ୍ସିଂରେ ସଫଳତା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ବକ୍ସିଂରେ ଗୌରବ ବଢାଇ ଚାଲିଛନ୍ତି ଏହି ଦୁଇ ଭଉଣୀ। ୨୦୧୧ରେ ମା’ଙ୍କ ମୃତ୍ୟୁ ପରେ ବାପା ଅନ୍ୟତ୍ର  ଚାଲିଗଲେ। ଆଉ ଫେରିଲେ ନାହିଁ। ଏକ ପ୍ରକାର ଅସହାୟ ହୋଇପଡିଲେ ଦୁଇ ଭଉଣୀ। ପୂର୍ବରୁ ବିବାହ କରିଥିବା ବଡ଼ଭଉଣୀଙ୍କ ଶାଶୁ ଘର ଗାଁ ପାଖାପାଖି ଶଙ୍କରା ଗ୍ରାମକୁ ଯାଇ ଭଡା ଘରେ ରହିଲେ ଦୁଇ ଭଉଣୀ। ବିବାହିତା ବଡ ଭଉଣୀଙ୍କ କିଛିଟା ସାହାଯ୍ୟ ସହଯୋଗରେ ପାଠପଢ଼ିଲେ। ଏହି ସମୟରେ ସୁନ୍ଦରଗଡ଼ର ଯୁବ ବକ୍ସିଂ କୋଚ ରୂପକ କୁମାର ପ୍ରସାଦଙ୍କ ସହିତ ସାକ୍ଷାତ ହୋଇଥିଲା। ଉଭୟ ଭଉଣୀ କୋଚ ପ୍ରସାଦଙ୍କ ତତ୍ତ୍ବାବଧାନରେ ଆରମ୍ଭ କରିଥିଲେ ତାଲିମ। ସେହି ସମୟରୁ ଗୋଟିଏ ପରେ ଗୋଟିଏ କୃତୀତ୍ୱ ଅର୍ଜନ କରିଚାଲିଛନ୍ତି ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ମୁଣ୍ଡାଗାଁ ଗ୍ରାମର ସୁଭଦ୍ରା ଓ ଯାଜ୍ଞସେନୀ। ୨୦୧୨ରେ ସୁଭଦ୍ରା କିର୍ଞ୍ଜିିର୍ମା କଲେଜ ଓ ଯାଜ୍ଞସେନୀ ଭେଡାବାହାଲ କଲେଜରେ ନାମ ଲେଖାଇଥିଲେ। କିର୍ଞ୍ଜିିର୍ମା  କଲେଜରେ ଛାତ୍ରୀମାନଙ୍କୁ ବକ୍ସିଂ ତାଲିମ ଦେବାକୁ କୋଚ ପ୍ରସାଦ ଯାଇଥିଲା ବେଳେ ସୁଭଦ୍ରାଙ୍କ ସହିତ ସାକ୍ଷାତ ହୋଇଥିଲା। ସୁଭଦ୍ରାଙ୍କ ପ୍ରବଳ ଇଚ୍ଛା, ଆଗ୍ରହ ଦେଖିବା ସହ ଗରିବ ପରିବାରରୁ ଆସି ଏଠାରେ ରହୁଥିବା ଜାଣିବା ପରେ କୋଚ ତାଙ୍କୁ ସହଯୋଗର ହାତ ବଢ଼ାଇଥିଲେ। ଆଉ ଖୁବ କମ ସମୟ ମଧ୍ୟରେ ସୁଭଦ୍ରା ତାଙ୍କ ଦକ୍ଷତାର ପ୍ରମାଣ ଦେଇଥିଲେ। ଜିଲା ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଉନ୍ନୀତ ହୋଇ ୨୦୧୫ରେ ପ୍ରଥମ କରି ବକ୍ସିଂ ଫେଡ଼େରେସନ ଅଫ ଇଣ୍ଡିଆ (ବିଏଫ୍‌ଆଇ) ପକ୍ଷରୁ ଆସାମରେ ଆୟୋଜିତ ଜାତୀୟସ୍ତର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ୨୦୧୭ ଜାନୁୟାରୀରେ ପଞ୍ଜାବ ଏବଂ ନଭେମ୍ବରରେ ଚଣ୍ଡିଗଡ଼ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାତୀୟ  ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ। ୨୦୧୮ରେ ବିଏଫ୍‌ଆଇ ତରଫରୁ ହରିୟାଣାରେ ଜାତୀୟସ୍ତରର ପ୍ରତିଯୋଗିତାରେ  ବକ୍ସିଂ ଅଫ ଦି ଡେ ସମ୍ମାନରେ ସମ୍ମାନିତ ହୋଇଥିଲେ। ୨୦୧୯ରେ ରାଜସ୍ଥାନରେ ଆୟୋଜିତ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ପାଇଥିବା ଓ ୫ଥର ଜାତୀୟସ୍ତରକୁ ଖେଳିବାର ସୁଯୋଗ ପାଇଥିଲେ ସୁଭଦ୍ରା। ତାଙ୍କ ଭଉଣୀ ୨୦୧୮ରେ ଚଣ୍ଡିଗଡ, ୨୦୧୯ରେ ରାଜସ୍ଥାନରେ ଆୟୋଜିତ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଖେଳିଛନ୍ତି। ୨୦୧୭ରୁ ସୁନ୍ଦରଗଡ ଆର୍‌.କେ ସ୍ପୋଟ୍ସ ଏକାଡେମୀ ଏବଂ ଜନସେବା ସମିତି ଯୋଗିମାଲ ଅନୁକୂଲ୍ୟରେ ଜିଲା କ୍ରୀଡା ସଂସଦ ସହଯୋଗରେ ତାଲିମ ଜାରି ରଖିଛନ୍ତି। କିଞ୍ଜିର୍ମା ଡିଗ୍ରୀ କଲେଜ ଅଧ୍ୟକ୍ଷ ଓ ସୁନ୍ଦରଗଡ଼ର ନିରଜ ଅଗ୍ରୱାଲ ଆର୍ଥିକ ସହଯୋଗ ଦେଉଛନ୍ତି। ଖେଳାଳିଙ୍କ ଖଣି କୁହାଯାଉଥିବା ସୁନ୍ଦରଗଡର ଏହି ଦୁଇ ଭଉଣୀଙ୍କ ପ୍ରତି ଜିଲା ପ୍ରଶାସନ, ରାଜ୍ୟ ସରକାର କିମ୍ବା ରାଜନୈତିକ ବ୍ୟକ୍ତିଙ୍କ ସହଯୋଗ ଏ ଯାଏଁ ନ ମିଳିବା ଦୁର୍ଭାଗ୍ୟଜନକ। ଏହି ଭଉଣୀଦ୍ୱୟ କୋଚଙ୍କ ସହଯୋଗରେ ୫୦ ଛାତ୍ରୀଙ୍କୁ ତାଲିମ ଦେଇ ରାଜ୍ୟ ତଥା ଜାତୀୟ ସ୍ତରର ପ୍ରତିଯୋଗିତାକୁ ପଠାଇଛନ୍ତି । ନିଜ ଗ୍ରାମ ମୁଣ୍ଡାଗାଁ ନିକଟ ବରଙ୍ଗାକଛାରର ଖ୍ରୀଷ୍ଟିନା କାଣ୍ଡୁଲାନା ଓ ସରିତା ସାମାଦଙ୍କୁ ଜାତୀୟସ୍ତରରେ ପହଞ୍ଚାଇବା ବାସ୍ତବିକ ପ୍ରେରଣାଦାୟୀ। ସୁଭଦ୍ରାଙ୍କୁ ଆମ ପ୍ରତିନିଧି ସାକ୍ଷାତ କରି ପଚାରିବାରେ ସେ କହିଥିଲେ, କେବଳ ମୁଁ ନୁହେଁ ଆମ ଜିଲା ଖେଳ ପ୍ରତିଭାର ଗନ୍ତାଘର, କେବଳ ସେମାନଙ୍କୁ ଚିହ୍ନଟ କରି ତାଲିମ ଦେବାର ଆବଶ୍ୟକତା ରହିଛି। କୋଚ ପ୍ରସାଦଙ୍କ ସହଯୋଗ ଯୋଗୁ ଜାତୀୟ ସ୍ତରରେ ଖେଳିପାରିଛି। ଆମ ଜିଲାର ଲୁକ୍କାୟିତ ପ୍ରତିଭାକୁ ଆଣି ଉଚ୍ଚସ୍ତରରେ ପହଞ୍ଚାଇ ପାରିଲେ ଆତ୍ମସନ୍ତୋଷ ମିଳିବ। କୋଚ ପ୍ରସାଦ କହନ୍ତି, ସୁଭଦ୍ରାଙ୍କ ଆଗ୍ରହ, ଇଚ୍ଛାଥିଲା ଆମେ ଏଭଳି ପ୍ରତିଭାଙ୍କୁ ଖୋଜି ଚାଲିଛୁ । ଆମ ଜିଲାର ଝିଅ ନିର୍ଭୟ, ଦକ୍ଷ । କେବଳ ତାଲିମ ଦେଲେ ଏମାନେ ଜିଲାର ସୁନାମ ବଢ଼ାଇବେ । ଆମେ ଲଗାତାର ପ୍ରୟାସରେ ଅଛୁ ।


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ସୁରକ୍ଷା କଡ଼ାକଡ଼ି: ଡଗ ସ୍କ୍ବାଡ ସହ ବୁଲୁଛି ପୋଲିସ

ସମ୍ବଲପୁର,୧୦।୪(ପ୍ରମୋଦ ବହିଦାର): ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ହନୁମାନ ଜୟନ୍ତୀ ସହ ବାଇକ ରାଲି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସହରର ଶାନ୍ତିଶୃଙ୍ଖଳା…

ପରିବେଶ ନିୟମ ଉଲ୍ଲଂଘନ, ସିପିସିବି ନିର୍ଦ୍ଦେଶରେ ରେଙ୍ଗାଲି ଶ୍ୟାମ ମେଟାଲିକ୍ସ ସିଲ୍

ସମ୍ବଲପୁର/ରେଙ୍ଗାଲି,୬୲୪(ପ୍ରମୋଦ ବହିଦାର/ଦେବବ୍ରତ ପଣ୍ଡା): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡ ବିରୋଧରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)…

ସମ୍ବଲପୁରର ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ସମ୍ବଲପୁର,୫।୪(ପ୍ରମୋଦ ବହିଦାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ…

ଅବକାରୀ ବିଭାଗରେ ମହାଘୋଟାଲା: ଏତିକି କୋଟି ଟଙ୍କା ଚଳୁ କରି ୨ ଗିରଫ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri