Posted inଫୁରସତ

ଫ୍ୟାଶନ୍‌ରେ ନୂଆ ସମ୍ଭାବନା

ସ୍ବପ୍ନ ଥିଲା କିଛି ନୂଆ କରିବାର। ନିଜର ଏକ ପରିଚୟ ତିଆରି କରିବାର। ନୂଆ ନୂଆ ପୋଷାକ ପ୍ରତି ରୁଚି ତାଙ୍କୁ ପ୍ରେରଣା ଦେଇଥିଲା ‘ଫ୍ୟାଶନ ଡିଜାଇନ’ରେ କ୍ୟାରିୟର କରିବାକୁ। ଇଏ ଥିଲେ ପୁରୀ ବାସେଳି ସାହି ନିବାସୀ ପିତା ବ୍ରଜବଲ୍ଲଭ ପଟ୍ଟନାୟକ ଏବଂ ମାତା ଶାନ୍ତିମୟୀ ପଟ୍ଟନାୟକଙ୍କ କନିଷ୍ଠ ସନ୍ତାନ ରାମ ପଟ୍ଟନାୟକ। ମାତାପିତାଙ୍କ ଇଚ୍ଛା ଥିଲା ପୁଅ ଇଞ୍ଜିନିୟର ହେଉ। କିନ୍ତୁ ତାଙ୍କର ଫ୍ୟାଶନ ପ୍ରତି ଥିଲା ଅହେତୁକ ଆକର୍ଷଣ।

ଏ ସମ୍ପର୍କରେ ରାମ କୁହନ୍ତି, ‘ମୋ’ ପୂରା ପରିବାର ମତେ ଏକ୍ଷେତ୍ରରେ ସହଯୋଗ କରିବା ସହ ପ୍ରେରଣା ଦେଇଆସିଛନ୍ତି। ବିଏସସି ପରେ ମୁଁ ୧୯୯୪ ମସିହାରେ ସାଉଥ ଦିଲ୍ଲୀରେ ଆଇଆଇଏଫଟି(ଇଣ୍ଟରନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଫ୍ୟାଶନ ଟେକ୍ନୋଲୋଜି)ରେ ଦୁଇ ବର୍ଷିଆ ଡିପ୍ଲୋମା କୋର୍ସ କରିଥିଲି। କୋର୍ସ ସରିବା ପରେ ଗୋଟିଏ ଆଡ୍‌ ଏଜେନ୍ସିରେ ଟ୍ରେନି ଭାବରେ ଜଏନ କଲି। ୧୯୯୮ ମସିହାରେ ଗୁରୁଗାଓଁରେ ଜିଏନଇ(ଗୁରୁନାନକ ଏକ୍ସପୋର୍ଟ) ହାଉସରେ ଡିଜାଇନର କମ୍‌ ପ୍ରଡକ୍ସନ ହେଡ୍‌ ଭାବରେ ନିଯୁକ୍ତି ପାଇଲି ଓ ଏକ୍ସପୋର୍ଟ ସହିତ ଡିଜାଇନ ପ୍ରଡକ୍ସନ ଏବଂ ଅର୍ଡର ଦେଖିବା କାମ ବି କଲି। ୧୦ବର୍ଷ କାମ କଲାପରେ ଜି.ଏନ.ଇ ହାଇ ଫ୍ୟାଶନ ସେକ୍ଟରରେ ପଦାର୍ପଣ କରି ନିଜର ଶୋ’ରୁମ ଖୋଲିଲି। ସେତେବେଳେ ମଧ୍ୟ ଏକ୍ସପୋର୍ଟ ସହ ଡିଜାଇନ ଓ କ୍ଲାଏଣ୍ଟଙ୍କୁ ଦେଖୁଥିଲି। ୨୦୧୭ ପର୍ଯ୍ୟନ୍ତ ଏଠାରେ କାର୍ଯ୍ୟରତ ଥିଲି। ନିଜେ କିଛି କରିବା ଉଦ୍ଦେଶ୍ୟରେ ଏଠାରୁ କାମ ଛାଡି ବର୍ଷେ ପର୍ଯ୍ୟନ୍ତ ବିଭିନ୍ନ କମ୍ପାନୀରେ ମୁକ୍ତ ଭାବେ କାମ କରିଥିଲି। ତା’ପରେ ୨୦୧୮ରେ ”ରୋନକ ଆପାରେଲ୍ସ“ ନାମରେ ନିଜର ଏକ କମ୍ପାନୀ ଖୋଲିଲି। ଏଠାରେ ଦେଶର ବିଭିନ୍ନ ରାଜ୍ୟରୁ କାରିଗରମାନେ କାମ କରୁଛନ୍ତି। ୟୁକେ, ୟୁଏସଏ, କାନାଡା ଆଦି ଦେଶର ବିଭିନ୍ନ ଶୋ’ରୁମକୁ ରପ୍ତାନି କରିବା ସହିତ ଦେଶ ଭିତରେ ଅନେକ ଶୋ’ ରୁମକୁ ମଧ୍ୟ ଆମର ହାଇ ଫ୍ୟାଶନ୍‌ ଗାରମେଣ୍ଟ ସପ୍ଲାଇ କରାଯାଉଛି। ବିଦେଶରେ ଏହି ସବୁ ପୋଷାକର ଚାହିଦା ବହୁତ। ଯାହା ମୁଁ କାନାଡା ଓ୍ବେଡିଂ ବ୍ରାଇଡାଲ ଫ୍ୟାଶନ୍‌ ଶୋ’ ଓ ଲଣ୍ଡନ ବ୍ରାଇଡାଲ୍‌ ଫ୍ୟାଶନ ଶୋ’ରେ କାମ କରି ମୁଁ ଅନୁଭବ କରିଥିଲି। ଏବେ ମୁଁ ୟୁଏସ୍‌ ବେସ୍‌ଡ ଅନ୍‌ଲାଇନ୍‌ କମ୍ପାନୀ ପାଇଁ ଡିଜାଇନ୍‌ କରୁଛି। ତେବେ ଓଡ଼ିଶାରେ ଫ୍ୟାଶନ କ୍ଷେତ୍ରରେ କିଛି କରିବା ପାଇଁ ପ୍ରଥମରୁ ଆଗ୍ରହ ଥିଲା। ୨୦୦୨ ମସିହାରେ ଆର.ଆର. କ୍ରିଏସନ୍ସ ନାମରେ ଏକ ଜେଣ୍ଟ୍‌ସ ଫ୍ୟାଶନ ଷ୍ଟୁଡିଓ ଖୋଲିଥିଲି। ଅନୁଭବୀ କାରିଗର ନ ମିଳିବା ଯୋଗୁ ଏଥିରେ ସଫଳତା ମିଳିପାରି ନ ଥିଲା। କିନ୍ତୁ ଏବେ ଓଡ଼ିଶାରେ ଖଦୀକୁ ନେଇ କାମ କରିବାର ଅଛି। ଖଦୀକୁ ନେଇ ସମର୍‌ କଲେକ୍ସନ କରିବାର ଯୋଜନା ରହିଛି। ତାସହ ଓଡ଼ିଶାର କଳାକୃତିକୁ ହାଇ ଫ୍ୟାଶନର ରୂପ ଦେବା ପାଇଁ ସ୍ବପ ରହିଛି।’ କେବଳ ଫ୍ୟାଶନ ନୁହେଁ, ଇଣ୍ଟେରିୟର ଡେକୋରେଶନ ପେଣ୍ଟିଙ୍ଗ, କ୍ରିଏଟିଭ ଫିଲ୍ଡ ଆଦିରେ ତାଙ୍କର ରୁଚି ରହିଛି। ସ୍ତ୍ରୀ ରଞ୍ଜିତା ଓ ପୁଅ ରୋନକକୁ ନେଇ ତାଙ୍କର ସଂସାର। ରଞ୍ଜିତା ମଧ୍ୟ ଜଣେ ଫ୍ୟାଶନ ଡିଜାଇନର ଓ ସେ ସବୁ କ୍ଷେତ୍ରରେ ତାଙ୍କୁ ସହଯୋଗ କରିଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri