ଫ୍ୟାନ୍‌ଙ୍କୁ ଦିଓ୍ବାନା କଲା ଶ୍ରଦ୍ଧାଙ୍କ ଲୁକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ନିକଟରେ ସର୍ବିୟାରୁ ନିଜ ଅପ୍‌କମିଂ ଫିଲ୍ମ ‘ବାଗୀ-୩’ର ଶୁଟିଂ ଶେଷ କରି ଫେରିଛନ୍ତି। ଏହାପରେ ସେ ତୁରନ୍ତ ନିଜର ଦ୍ୱିତୀୟ ଅପ୍‌କମିଂ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର ୩ଡି’ର ପ୍ରମୋଶନରେ ବ୍ୟସ୍ତ ହୋଇଗଲେଣି। ଫିଲ୍ମ ‘ବାଗୀ-୩’ରେ ଟାଇଗର ଶ୍ରଫ୍‌ଙ୍କ ସହ ଶ୍ରଦ୍ଧା ନଜରକୁ ଆସିବାକୁ ଥିବାବେଳେ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର ୩ଡି’ରେ ତାଙ୍କୁ ବରୁଣ ଧାଓ୍ବନ୍‌ଙ୍କ ସହ ଦେଖିବାକୁ ମିଳିବ। ଫିଲ୍ମ ରିଲିଜ୍‌କୁ ନେଇ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର ୩ଡି’ର ପୂରା ଟିମ୍‌ ଏବେ ପ୍ରମୋଶନରେ ଲାଗିପଡ଼ିଛି। ଏନେଇ ବରୁଣ ଏବଂ ନିର୍ଦ୍ଦେଶକ ରେମୋ ଡି’ସୁଜାଙ୍କ ସହ ଶ୍ରଦ୍ଧା ଏକ ରିୟାଲିଟି ଶୋ’କୁ ଫିଲ୍ମ ପ୍ରମୋଶନ ଲାଗି ଯାଇଥିଲେ। ଏହି ଅବସରରେ ସେ ଏକ ସିଲ୍‌ଭର ଷ୍ଟ୍ରେପ୍‌ଲେସ୍‌ ଡ୍ରେସ୍‌ ସହ ବ୍ଲାକ୍‌ ଶୁଜ୍‌ ପିନ୍ଧିଥିଲେ। ଏହି ଲୁକ୍‌ରେ ସେ କିଛି ଫଟୋ ନିଜ ଅଫିସିଆଲ୍‌ ଇନ୍‌ଷ୍ଟାଗ୍ରାମରେ ମଧ୍ୟ ଶେୟାର କରିଥିଲେ। ତେବେ ଶ୍ରଦ୍ଧାଙ୍କ ଏହି ସିଜ୍‌ଲିଂ ଅବତାର ଦେଖି ଫ୍ୟାନ୍‌ମାନେ ନିଜର ଭଲପାଇବା ଅଜାଡ଼ି ଦେଉଛନ୍ତି। ସୋସିଆଲ୍‌ ମିଡିଆରେ ଶ୍ରଦ୍ଧାଙ୍କ ଏହି ଲୁକ୍‌କୁ ବେଶ୍‌ ପସନ୍ଦ କରାଯିବା ସହ ହଜାର ହଜାର ଲାଇକ୍‌, ଶେୟାର, କମେଣ୍ଟ ସାଙ୍ଗକୁ ଲକ୍ଷାଧିକ ଭିୟୁ ମିଳିଚାଲିଛି। ଅନ୍ୟପକ୍ଷରେ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର ୩ଡି’ରେ ଶ୍ରଦ୍ଧାଙ୍କ ବ୍ୟତୀତ ଅପାରଶକ୍ତି ଖୁରାନା, ନୋରା ଫତେହି, ଶକ୍ତି ମୋହନ ପ୍ରମୁଖ ମଧ୍ୟ ମୁଖ୍ୟ ଭୂମିକାରେ ନଜରକୁ ଆସିବେ। ଫିଲ୍ମଟି ୨୦୨୦ ଜାନୁୟାରୀ ୨୪ରେ ରିଲିଜ୍‌ ହେବ। ସେହିପରି ଶ୍ରଦ୍ଧାଙ୍କ ଫିଲ୍ମ ‘ବାଗୀ-୩’ ୨୦୨୦ ମାର୍ଚ୍ଚ ୬ରେ ରିଲିଜ୍‌ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଫାର୍ମହାଉସରେ ସଲମାନଙ୍କୁ ହତ୍ୟା ପାଇଁ କରାଯାଇଥିଲା ଷଡ଼ଯନ୍ତ୍ର

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ଜୀବନ ପ୍ରତି ନିରନ୍ତର ବିପଦ ରହିଛି। ତାଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରାଯାଉଛି । ଥରେ ଏହି ପ୍ଲାନ୍‌ ...

ଚନ୍ଦ୍ରୟାନ-୩ର ମଜା ଉଡାଇବା ଅଭିନେତାଙ୍କୁ ପଡ଼ିଲା ମହଙ୍ଗା: ମାମଲା ରୁଜୁ

ନୂଆଦିଲ୍ଲୀ,୨୨।୮: ଚନ୍ଦ୍ରୟାନ-୩ ମିଶନକୁ ନେଇ ଟୁଇଟ୍‌ କରି ଫସିଯାଇଛନ୍ତି ଅଭିନେତା ପ୍ରକାଶ ରାଜ। ତାଙ୍କ ବିରୋଧରେ ପୋଲିସ ମାମଲା ରୁଜୁ ହୋଇଛି। ପ୍ରକାଶ ରାଜ ଏକ୍ସରେ...

‘କୁତ୍ତେ’ରେ ଅର୍ଜୁନଙ୍କ ନୂଆ ଲୁକ

ମୁମ୍ବାଇ: ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ମୁଭି ‘କୁତ୍ତେ’ ଏବେ ଖୁବ୍ ଚର୍ଚ୍ଚାରେ । ପ୍ରଥମ ଦିନରୁ ହିଁ ଏହି ମୁଭି ତା’ର ଟାଇଟଲକୁ ନେଇ...

ଅଭିନେତା ଶାହରୁଖ ଖାନଙ୍କ ପୁଅ ଗିରଫ

ମୁମ୍ବାଇ,୩।୧୦: ପ୍ରସିଦ୍ଧ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟାନ ଶେଷରେ ଗିରଫ ହୋଇଛନ୍ତି। ତାଙ୍କୁ ଏନ୍‌ସିବି ରବିବାର ଗିରଫ କିରଛି। କ୍ରୁଜ୍‌ ରେଭ ପାର୍ଟିରେ ସାମିଲ...

ଲଗଜରୀ ଲାଇଫ୍ ମେଣ୍ଟେନ କରନ୍ତି ମହେଶ ବାବୁ, ଗୋଟିଏ ଫିଲ୍ମ ପାଇଁ ନିଅନ୍ତି କୋଟି କୋଟି ଟଙ୍କା ପାରିଶ୍ରମିକ

ଚେନ୍ନାଇ: ସାଉଥ୍ ଅଭିନେତା ମହେଶ ବାବୁ ମଙ୍ଗଳବାର ଅର୍ଥାତ୍ ଅଗଷ୍ଟ ୯ରେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ଆଜିକୁ ଠିକ୍ ୪୮ ବର୍ଷ ପୂର୍ବେ...

ବିୟର ଗ୍ରିଲ୍ସଙ୍କ ଆଡଭେଞ୍ଚର ଶୋ’ରେ ନଜର ଆସିବେ ଭିକି

ମୁମ୍ବାଇ: ଅଭିନେତା ଭିିକି କୌଶଲ ଆଡଭେଞ୍ଚର ଶୋ’ରେ ବିୟର ଗ୍ରିଲ୍ସଙ୍କ ସହ ନଜର ଆସିବେ। ବଲିଉଡ୍‌ ଅଭିନେତା ଅନିଲ କୁମାର, ଅକ୍ଷୟ କୁମାର, ଅଜୟ ଦେବଗନଙ୍କ...

ଭାଇରାଲ ହେଉଛି ଅନୁଷ୍କାଙ୍କ ସୋସିଆଲ ମିଡିଆ ଫଟୋ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ରିକେଟର ବିରାଟ କୋହଲିଙ୍କ ଯୋଡିଙ୍କୁ ଅନେକ ଦର୍ଶକ ବେଶ୍‌ ପସନ୍ଦ କରନ୍ତି। ଆଉ ଏମାନେ ଅଧିକାଂଶ ସମୟରେ...

ଏହି କାରଣରୁ ରାଧିକାଙ୍କୁ କରାଯାଉଥିଲା ବାରମ୍ବାର ରିଜେକ୍ଟ

ମୁମ୍ବାଇ:ଜଣେ ନାୟିକାର ଶାରୀରିକ ଗଠନ ଆକର୍ଷଣୀୟ ହେବା ଦରକାର। ସୁନ୍ଦର ଶରୀର ଥିବା ନାୟିକାଙ୍କୁ ଦର୍ଶକ ସ୍କ୍ରିନ୍‌ରେ ଦେଖିବାକୁ ଭଲପାଆନ୍ତି ବୋଲି ଏକ ଭୁଲ୍‌ ଧାରଣା...

Advertisement
Archives

Model This Week