Posted inଖେଳ

ଫ୍ରିଜ୍‌ ଜିତିଲେ ‘ଷ୍ଟେ ଆଟ୍‌ ହୋମ୍‌ ସ୍ଲାମ୍‌‌’

ଲସ୍‌ଏଞ୍ଜେଲ୍ସ, ୫ା୫ (ଏଏଫ୍‌ପି)-ଯୁକ୍ତରାଷ୍ଟ୍ର ଆମେରିକାର ଭୋକିଲା ଶିଶୁ ମାନଙ୍କ ଲାଗି ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ଷ୍ଟାର ଖେଳାଳିମାନଙ୍କୁ ନେଇ ଆୟୋଜିତ ଏକ ଅନ୍‌ଲାଇନ୍‌ ଟେନିସ୍‌ ଟୁର୍ନାମେଣ୍ଟରୁ ୧ ନିୟୁତ ଡଲାର ଆୟ ହୋଇପାରିଛି। ଏଥିରେ ସେରେନା ଓ୍ବିଲିୟମ୍ସ ଓ ମାରିଆ ଶାରାପୋଭାଙ୍କୁ ପଛରେ ପକାଇ ଆମେରିକାର ଟେଲର ଫ୍ରିଜ୍‌ ବିଜୟ ଲାଭ କରିଛନ୍ତି। ବିଶ୍ୱର ୨୪ ନମ୍ବର ମାନ୍ୟତାପ୍ରାପ୍ତ ଫ୍ରିଜ୍‌ ଓ ସୋସିଆଲ ମିଡିଆ ଷ୍ଟାର ଆଡିସନ ରେ’ ଜାପାନର କେଇ ନିଶିକୋରୀ ଏବଂ ଡିଜେ ଷ୍ଟିଭ୍‌ ଆକୋଇଙ୍କୁ ପରାସ୍ତ କରି ‘ଷ୍ଟେ ଆଟ୍‌ ହୋମ୍‌ ସ୍ଲାମ୍‌’ ଟାଇଟଲ ଜିତିଛନ୍ତି। କରୋନା ଭାଇରସ୍‌ ଯୋଗୁ ଖେଳାଳିମାନେ ଏବେ ଗୃହାବଦ୍ଧ ଥିବାରୁ ଭେନସ ଓ୍ବିଲିୟମ୍ସ ଓ ନାଓମି ଓସାକାଙ୍କ ସମେତ ଅନ୍ୟ ଟେନିସ ଖେଳାଳିମାନେ ସେମାନଙ୍କ ଘରେ ରହି ଏବଂ ମଡେଲ ଗିଗି ହାଦିଦ୍‌ ଓ ହେଲି ବିବର ମଧ୍ୟ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଜନ୍‌ ମ୍ୟାକ୍‌ନ୍‌ରୋ କମେଣ୍ଟ୍ରି କରିଥିଲେ। ପ୍ରକୃତ ମ୍ୟାଚ ଖେଳିବା ଅପେକ୍ଷା ଏହି ଚ୍ୟାରିଟି ମ୍ୟାଚରେ ସେ ଅଧିକ ନର୍ଭସ ଅନୁଭବ କରିଥିବା ଫ୍ରିଜ୍‌ ପ୍ରକାଶ କରିଛନ୍ତି। ଫ୍ରିଜ୍‌ ଓ ରେ’ ସେମାନଙ୍କ ପୁରସ୍କାର ରାଶିକୁ ‘ନୋ କିଡ୍‌ ହଙ୍ଗ୍ରି’ ଚ୍ୟାରିଟିକୁ ପ୍ରଦାନ କରିଥିଲେ। ଏହି ସଂସ୍ଥା ଯୁକ୍ତରାଷ୍ଟ୍ର ଆମେରିକାରେ ଖାଦ୍ୟ ପାଇଁ ସଂଘର୍ଷ କରୁଥିବା ପିଲାମାନଙ୍କ ଥଇଥାନ କ୍ଷେତ୍ରରେ କାର୍ଯ୍ୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବଦଳିବ ପାକିସ୍ତାନ ଦଳର କୋଚିଂ ସେଟ୍‌ଅପ

କରାଚୀ,୭।୮- ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଦଳର କୋଚ୍‌ ମିକି ଆର୍ଥରଙ୍କ କାର୍ଯ୍ୟକାଳରେ ବୃଦ୍ଧି କରାଯିବ ନାହିଁ ବୋଲି ବୁଧବାର ଘୋଷଣା କରିଛି। ଫଳରେ ପାକିସ୍ତାନ...

ବାପୁ ନାଦକର୍ଣ୍ଣୀଙ୍କ ବିରଳ କ୍ରିକେଟ୍‌ ରେକର୍ଡ…

ଚେନ୍ନାଇ,୧୨।୧: ଟେଷ୍ଟ୍‌ କ୍ରିକେଟରେ ଜଣେ କଞ୍ଜୁସ୍‌ ବୋଲର ଭାବେ ଭାରତୀୟ କ୍ରିକେଟର ବାପୁ ନାଦକର୍ଣ୍ଣୀଙ୍କ ନାମରେ ରେକର୍ଡ ରହିଛି। ୫୭ ବର୍ଷ ତଳେ ନାଦକର୍ଣ୍ଣୀ ଏକ...

ନୂଆ ଟେନିସ୍‌ ସେନ୍‌ସେଶନ

ମାତ୍ର ୨୧ ବର୍ଷରେ ଆମେରିକାର ସୋଫିଆ କେନିନ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ୨୦୧୯ରେ ଡବ୍ଲ୍ୟୁଟିଏ ଶ୍ରେଷ୍ଠ ଉଦୀୟମାନ ମହିଳା ଖେଳାଳିର ମାନ୍ୟତା ପାଇଥିବା ଏହି...

ହାଉସ୍‌ ଅଫ୍‌ ଲର୍ଡସ ସଦସ୍ୟ ହେଲେ ବୋଥାମ୍‌

ଲଣ୍ଡନ, ୨ା୮ (ପି.ଟି.)-କିମ୍ବଦନ୍ତୀ ଇଂଲଣ୍ଡ ଅଲରାଉଣ୍ଡର ଇଆନ ବୋଥାମ ବ୍ରିଟିଶ ପାର୍ଲାମେଣ୍ଟର ହାଉସ୍‌ ଅଫ୍‌ ଲଡର୍‌ସ ସଦସ୍ୟ ହୋଇଛନ୍ତି। ୬୪ ବର୍ଷୀୟ ପୂର୍ବତନ କ୍ରିକେଟ ଅଧିନାୟକଙ୍କ...

ବାଇକ୍‌ ଦୁର୍ଘଟଣାରେ ଅଲିମ୍ପିକ୍‌ ଜାଭେଲିନ ଥ୍ରୋୟରଙ୍କ ମୃତ୍ୟୁ

ବୁଏନ୍ସ ଏରିଜ,୨୮।୨- ଟୋକିଓ ଅଲିମ୍ପିକ୍ସକୁ ମାତ୍ର ୫ ମାସ ବାକିଥିବାବେଳେ ଆର୍ଜେଣ୍ଟିନାର ୨୬ ବର୍ଷୀୟ ଜାଭେଲିନ ଥ୍ରୋୟର ବ୍ରାଏନ ଟୋଲେଡୋ ବାଇକ୍‌ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।...

ଅନ୍ୟ ଏକ ତାରିଖରେ ଆୟୋଜିତ ହୋଇପାରେ ଅନ୍ତିମ ଟେଷ୍ଟ ! ବିସିସିଆଇ ଦେଲା ଏହି ବଡ ଅପ୍‌ଡେଟ୍‌

ନୂଆଦିଲ୍ଲୀ,୧୦।୯: କରୋନା ଯୋଗୁ ଭାରତ-ଇଂଲଣ୍ଡ ମଧ୍ୟରେ ଜାରି ଟେଷ୍ଟ ସିରିଜ୍‌ର ଅନ୍ତିମ ମ୍ୟାଚ୍‌କୁ ଏବେ ବାତିଲ କରିଦିଆଯାଇଛି। ମାଞ୍ଚେଷ୍ଟରରେ ହେବାକୁ ଥିବା ଏହି ମୁକାବିଲାକୁ ବାତିଲ...

ଓଭାଲରେ ଅସଲ ପରୀକ୍ଷା: ଡରାଉଛି ରେକର୍ଡ

ଓଭାଲ,୧।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ – ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ସେପ୍ଟେମ୍ବର ୨ରୁ ଓଭାଲ ଗ୍ରାଉଣ୍ଡରେ ଖେଳାଯିବ। ଲର୍ଡସ ଟେଷ୍ଟ ଜିତିଥିବା ଟିମ...

ଗାଳି ଦେଲେ କୋହଲି; ଅମ୍ପାୟାର କହିଲେ, ମୁହଁରେ ତାଲା ଦିଅ: ଦେଖନ୍ତୁ ଭିଡିଓ

ଇଂଲଣ୍ଡ,୧୭।୮: ଲର୍ଡସରେ ଖେଳାଯାଇଥିବା ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟର ଶେଷ ଦିନ ଅତ୍ୟନ୍ତ ରୋମାଞ୍ଚକର ଥିଲା। ଏହା ସହିତ ମ୍ୟାଚରେ ଅନେକ ହାଇ...

Advertisement
Archives

Model This Week