Posted inଖେଳ

ଫୋଗତ୍‌ଙ୍କ ନାମ ଖେଳରତ୍ନ ପାଇଁ ସୁପାରିସ ହେବ

ନୂଆଦିଲ୍ଲୀ, ୧ା୬ (ପି.ଟି.):ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ବିଜୟିନୀ ଭିନେଶ ଫୋଗତ୍‌ଙ୍କ ନାମ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଖେଳରତ୍ନ ପୁରସ୍କାର ଲାଗି ସୁପାରିସ କରାଯିବ। ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ଆସିଷ୍ଟାଣ୍ଟ ସେକ୍ରେଟାରି ବିନୋଦ ତୋମାର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ରିଓ ଅଲିମ୍ପିକ ବ୍ରୋଞ୍ଜ ବିଜୟିନୀ ସାକ୍ଷୀ ମଲିକ ପୂର୍ବରୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ଲାଭ କରିସାରିଥିଲେ ମଧ୍ୟ ଏଥର ଅର୍ଜୁନ ପୁରସ୍କାର ପାଇଁ ପ୍ରାର୍ଥୀ ହେବେ। ବର୍ତ୍ତମାନ ସ୍ଥଗିତ ରଖାଯାଇଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ଭିନେଶ ହେଉଛନ୍ତି ଏକମାତ୍ର ଭାରତୀୟ ମହିଳା ରେସ୍‌ଲର। ସେ ଗତବର୍ଷ ମଧ୍ୟ ଖେଳରତ୍ନ ପୁରସ୍କାର ପାଇଁ ଆବେଦନ କରିଥିଲେ। ମାତ୍ର ତାଙ୍କୁ ପଛରେ ପକାଇ ବଜରଙ୍ଗ ପୁନିଆ ମର୍ଯ୍ୟାଦାପୂର୍ଣ୍ଣ ପୁରସ୍କାର ଜିତିଥିଲେ। ଭିନେଶ ଗତ ୩ ବର୍ଷ ହେଲା ସ୍ଥିର ପ୍ରଦର୍ଶନ କରି ଆସୁଛନ୍ତି। ଜାକର୍ତ୍ତାରେ ସେ ଏସିଆନ ଗେମ୍ସ ସ୍ବର୍ଣ୍ଣ ଜିତିଛନ୍ତି। ୨୦୧୯ରେ ନୁର୍‌ ସୁଲତାନଠାରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍‌ରେ ସେ ବ୍ରୋଞ୍ଜ ହାସଲ କରିଛନ୍ତି। ଚଳିତବର୍ଷ ପ୍ରଥମ ଭାଗରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏସିଆନ ଚାମ୍ପିୟନଶିପ୍‌ରେ ସେ ଏକ ବ୍ରୋଞ୍ଜ ଜିତିଥିଲେ। ତୋମାର କହିଛନ୍ତି, ଆମେ ସୋମବାର ଖେଳରତ୍ନ ପୁରସ୍କାର ପାଇଁ ଭିନେଶଙ୍କ ଦରଖାସ୍ତ ପଠାଇବୁ। ପୁରସ୍କାର ପାଇଁ ସେ ଅନ୍ୟତମ ପ୍ରମୁଖ ଦାବିଦାର। କିନ୍ତୁ ଅର୍ଜୁନ ପୁରସ୍କାର ପାଇଁ ଆବେଦନକାରୀଙ୍କ ସଂଖ୍ୟା ଅଧିକ ରହିଥିବାରୁ ଆମେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇପାରିନାହୁଁ। କେଉଁ ଆବେଦନକାରୀଙ୍କ ନାମ ସୁପାରିସ ହେବ ତାହା ଡବ୍ଲ୍ୟୁଏଫ୍‌ଆଇ ସଭାପତି ସ୍ଥିର କରିବେ। ଆମ ପାଖରେ ଜୁନ୍‌ ୩ ପର୍ଯ୍ୟନ୍ତ ସମୟ ରହିଛି। ହେଲେ ଅଧିକାଂଶଙ୍କ ନାମ ସୋମବାର ପଠାଇଦିଆଯିବ ବୋଲି ସେ କହିଛନ୍ତି। ଡବ୍ଲ୍ୟୁଏଫ୍‌ଆଇ ସୂତ୍ରରୁ ପ୍ରକାଶ ସାକ୍ଷୀ ଏବେ ଫର୍ମ ଫେରିପାଇବାକୁ ସଂଘର୍ଷ ଜାରି ରଖିଥିଲେ ମଧ୍ୟ ଅର୍ଜୁନ ପୁରସ୍କାର ପାଇଁ ଆବେଦନ କରିଛନ୍ତି। ସେ ୨୦୧୬ରେ ଜିମ୍ନାଷ୍ଟ ଦୀପା କର୍ମାକାର ଓ ଶୁଟର ଜିତୁ ରାୟଙ୍କ ସହିତ ଖେଳରତ୍ନ ପୁରସ୍କାର ଲାଭ କରିଥିଲେ। ନିକଟରେ ସେ ସ୍ବଳ୍ପ ବୟସ୍କା ରେସ୍‌ଲର ସୋନମ ମଲିକଙ୍କଠାରୁ ଦୁଇ ଥର ପରାଜିତ ହେବା ଦ୍ୱାରା ଏସିଆନ ଅଲିମ୍ପିକ କ୍ୱାଲିଫାୟର୍ସ ପାଇଁ ଯୋଗ୍ୟତା ହାସଲ କରିପାରି ନଥିଲେ। ଏଥର ଅର୍ଜୁନ ପୁରସ୍କାର ପାଇଁ ୨୦୧୯ ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ରୌପ୍ୟ ହାସଲ କରିଥିବା ଦୀପକ ପୁନିଆ(୮୬କେଜି) ଓ ପ୍ରତିଭା ସମ୍ପନ୍ନ ରାହୁଲ ଆଓ୍ବାରେ (୬୧କେଜି, ଅଣ-ଅଲିମ୍ପିକ କାଟେଗୋରୀ) ଡବ୍ଲ୍ୟୁଏଫ୍‌ଆଇ୍‌ ଦରଖାସ୍ତ କରିଥିବାରୁ ଡବ୍ଲ୍ୟୁଏଫ୍‌ଆଇ ସାକ୍ଷୀଙ୍କ ନାମ ସୁପାରିସ କରୁଛି କି ନା ଲକ୍ଷ୍ୟ କରିବା କଥା। ରିଓ ଗେମ୍ସ ପୂର୍ବରୁ ସାକ୍ଷୀ କୌଣସି ଉଲ୍ଲେଖନୀୟ ସଫଳତା ହାସଲ କରି ନ ଥିଲେ। ତେଣୁ ତାଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ପଠାଯାଇ ନ ଥିଲା। ମାତ୍ର ସେ ରିଓରେ ଏକ ବ୍ରୋଞ୍ଜ ଜିତିବାରୁ ସେ ସମୟରେ ସିଧାସଳଖ ଖେଳରତ୍ନ ପୁରସ୍କାର ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri