ଫେକ୍‌ ଆଇଡିରୁ ଶୁଭ୍ରାଂଶୁଙ୍କ ନିକଟକୁ ଆସିଥିଲା ଚିଠି; ନାସା ନାଁରେ ଭୁଆଁ ବୁଲାଇଥିଲେ ନାବାଳକ

ଅନୁଗୋଳ ଅଫିସ,୨।୧୨: ମାତ୍ର ୬୫ ହଜାର ଟଙ୍କାରେ ଅନୁଗୋଳ ଗାନ୍ଧୀମାର୍ଗ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୯ମ ଶ୍ରେଣୀ ଛାତ୍ର ଶୁଭ୍ରାଂଶୁ ନାୟକ ପ୍ରସ୍ତୁତ କରିଥିବା ‘ମାଭିକ୍‌’ ଡ୍ରୋନ୍‌କୁ ମିରାକିଲ୍‌ କହି ତାଙ୍କୁ ଆମେରିକା ଆମନ୍ତ୍ରଣ ପାଇଁ ପଠାଯାଇଥିବା ଚିଠି ସମ୍ପୂର୍ଣ୍ଣ ଫେକ୍‌। ଆମେରିକାର ମହାକାଶ ଗବେଷଣା ସଂସ୍ଥା (ନାସା) ନାଁକୁ ବ୍ୟବହାର କରି ଜନୈକ ନାବାଳକ ଶୁଭ୍ରାଂଶୁଙ୍କୁ ଏପରି ଭୁଆଁ ବୁଲାଇଥିବା ଅନୁଗୋଳ ଏସ୍‌ପି ଜଗମୋହନ ମୀନା ରବିବାର ସ୍ପଷ୍ଟ କରିଛନ୍ତି। ଉକ୍ତ ଚିଠିରେ ଥିବା ବନାନଗତ ତ୍ରୁଟିକୁ ନେଇ ଆରମ୍ଭରୁ ସାଇବର ସେଲ୍‌ ସନ୍ଦେହବ୍ୟକ୍ତ କରିବା ସହ ଅନୁସନ୍ଧାନ ଆରମ୍ଭ କରିଥିଲା। ତେବେ ଫେକ୍‌ ଚିଠି ସମ୍ପର୍କରେ ପ୍ରମାଣ ମିଳିବା ପରେ ଅନୁଗୋଳ ପୋଲିସ ନଂ. ୧୦୦୦/୧୯ରେ ଏକ ମାମଲା ରୁଜୁ କରିଥିବା ଏସ୍‌ପି ମୀନା ସୂଚନା ଦେଇଛନ୍ତି। ଅପରପକ୍ଷରେ ଚିଠିଟି ଫେକ୍‌ ବୋଲି ଜଣାପଡ଼ିବା ପରେ ନିଜ ପ୍ରକଳ୍ପକୁ ନେଇ ଆମେରିକା ଯିବାକୁ ସ୍ବପ୍ନ ଦେଖିଥିବା ଶୁଭ୍ରାଂଶୁଙ୍କ ଆଶା ଆଶାରେ ରହିଯାଇଛି।
ପୋଲିସ କହିଛି, ଏଭଳି ଫେକ୍‌ ଚିଠି ପଠାଇଥିବା ନାବାଳକଙ୍କୁ ଚିହ୍ନଟ କରାଯାଇଛି। ଶୁଭ୍ରାଂଶୁଙ୍କ ନିକଟକୁ ଆସିଥିବା ମେଲ୍‌ ଆଇଡି ନାସା ଏରୋନଟିକ୍ସ ଆଟ୍‌ ଜିମେଲ ଡଟ୍‌ କମ୍‌ କିଏ ପ୍ରସ୍ତୁତ କରିଥିଲେ ତାଙ୍କୁ ମଧ୍ୟ ଠାବ କରାଯାଇଛି। ଏଥିସହ ନାସା ହେଡକ୍ବାର୍ଟର୍ସ କହି ବ୍ୟବହାର ହେଉଥିବା ଫୋନ ନମ୍ବର ଯୁକ୍ତ୧(୨୦୨)୩୫୮-୦୦୦୦ କେଉଁଠାରୁ ଆସୁଥିଲା ତାହାର ସନ୍ଧାନ ମିଳିସାରିଛି। ଉକ୍ତ ତଦନ୍ତ ସମ୍ପର୍କରେ ଅନୁଗୋଳ ପୋଲିସ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ଏକ ରିପୋର୍ଟ ପ୍ରଦାନ କରିବ। ଉକ୍ତ ରିପୋର୍ଟକୁ ଜଷ୍ଟିସ ବୋର୍ଡ ଅନୁଧ୍ୟାନ କରିବା ପରେ କ’ଣ ପଦକ୍ଷେପ ନିଆଯିବ ସେ ନେଇ ନିଷ୍ପତ୍ତି ହେବ। ଏବେ ସମ୍ପୃକ୍ତ ନାବାଳକଙ୍କ ସମ୍ପର୍କରେ କୌଣସି ତଥ୍ୟ ପ୍ରଦାନ କରାଯାଇ ପାରିବ ନାହିଁ ବୋଲି ଏସ୍‌ପି ମୀନା କହିଛନ୍ତି। ସେହିପରି ନାସା ପକ୍ଷରୁ କୌଣସି ଇ-ମେଲ୍‌ କରାଯାଇ ନ ଥିବା ଏସ୍‌ପି ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ଘଟଣାକୁ ନେଇ ଶୁଭ୍ରାଂଶୁଙ୍କ ବିଦ୍ୟାଳୟରେ ବସିବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବୈଠକକୁ ସ୍ଥଗିତ ରଖାଯାଇଥିବା ପରିଚାଳନା କମିଟି ସମ୍ପାଦକ ବିଜୟ ମୋଦି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଦ୍ୟାଳୟକୁ ବଦ୍‌ନାମ କରିବା ଉଦ୍ଦେଶ୍ୟ ନୁହେଁ, ବରଂ ଶୁଭ୍ରାଂଶୁଙ୍କୁ ହଇରାଣ କରିବା ଉଦ୍ଦେଶ୍ୟରେ ଏହା କରାଯାଇଛି। ତେଣୁ ଏପରି କାର୍ଯ୍ୟ ଯିଏ ବି କରିଛି ତାଙ୍କୁ ଖୋଜାଯାଇ ଉଚିତ ଦଣ୍ଡ ଦିଆଯାଉ ବୋଲି ମୋଦି ଦାବି କରିଛନ୍ତି। ଏହି ଘଟଣା ଶୁଭ୍ରାଂଶୁଙ୍କ ସମେତ ତାଙ୍କ ପରିବାର, ସମ୍ପର୍କୀୟ, ଶୁଭେଚ୍ଛୁ, ସ୍କୁଲ କର୍ତ୍ତୃପକ୍ଷ ଓ ଅନୁଗୋଳର ବହୁ ବୁଦ୍ଧିଜୀବୀଙ୍କୁ ନିରାଶ କରିଛି। ତେବେ ଯୋଗାଯୋଗ ସମ୍ଭବ ନ ହେବାରୁ ଶୁଭ୍ରାଂଶୁଙ୍କ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା କରିବା ପରେ ଦୁର୍ଘଟଣାର ରୂପ ଦେବାକୁ ଉଦ୍ୟମ: ଅଭିଯୁକ୍ତଙ୍କ ମଧ୍ୟରୁ ୨ ଗିରଫ; ବ୍ୟବହୃତ ହାଇଓ୍ବା, କାର୍‌ ଜବତ

ଜମନକିରା, ୨।୮(ଡି.ଏନ୍‌.ଏ): ସମ୍ବଲପୁର ଜିଲା ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ ବଡ଼ରମା ଘାଟିରେ ଗତ ୧୪ ତାରିଖ ବିଳମ୍ବିତ ରାତିରେ ଘଟିଥିବା ବାଇକ ଦୁର୍ଘଟଣାରେ...

ମାଟ୍ରିକ ପରୀକ୍ଷାରେ ଅକୃତକାର୍ଯ୍ୟ ହେବାରୁ ଛାତ୍ରଙ୍କ ଆତ୍ମହତ୍ୟା

ବସ୍ତା, ୨୧।୫(ସ୍ବ.ପ୍ର.)-ମଙ୍ଗଳବାର ପ୍ରକାଶ ପାଇଛି ଚଳିତବର୍ଷର ମାଟ୍ରିକ ପରୀକ୍ଷାଫଳ। ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇ ବାଲେଶ୍ୱର ଜିଲା ବସ୍ତା ଥାନା ପଣ୍ଡରୁଙ୍ଗି ଗ୍ରାମର ଜଣେ ଦଶମ ଶ୍ରେଣୀର...

ଆଜିଠୁ ପଞ୍ଚାୟତ ଭୋଟ ଗଣତି

ଭୁବନେଶ୍ୱର, ୨୬ା୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବାବେଳେ ଭୋଟ୍‌ ବାକ୍ସରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌ ହୋଇଛି। ଶନିବାରଠାରୁ ଭୋଟ ଗଣତି ଆରମ୍ଭ ହେବ। ଏଥିପାଇଁ ପ୍ରାର୍ଥୀମାନଙ୍କ...

ନାକଚଣା ଦ୍ୱାରରେ ତିନିରଥ

ପୁରୀ ଅଫିସ,୧୦।୭: ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରରେ ପ୍ରସ୍ତୁତ ତିନି ରଥ। ମଙ୍ଗଳବାର ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ...

ଶିଆଳି ବେଳାଭୂମିକୁ ପ୍ରଦୂଷିତ କରୁଛି କଇଁଛଙ୍କ ମୃତଦେହ, ନିରାଶ ହୋଇ ଫେରୁଛନ୍ତି ପର୍ଯ୍ୟଟକ

ଏରସମା,୨୯ା୧୨(ସ୍ବ.ପ୍ର.): ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତସ୍ଥିତ ଶିଆଳି ସମୁଦ୍ର ବେଳାଭୂମିରେ ଏବେ ଶତାଧିକ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳୁଛି। ଶିଆଳି ସମୁଦ୍ର ବେଳାଭୂମି ଓଡ଼ିଶା...

ନୂଆ ରୂପ ପାଇବ ୫୦ ସରକାରୀ ହାଇସ୍କୁଲ

ସୁନ୍ଦରଗଡ଼, ୮।୮(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସଚିବସ୍ତରୀୟ ପ୍ରତିନିଧିଦଳ ଶନିବାର ସୁନ୍ଦରଗଡ଼ ଜିଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି...

ବନ୍ଦ ହେଲା ବିଜୁ ଯୁବ ବାହିନୀ

ଭୁବନେଶ୍ୱର,୧୨।୩(ବ୍ୟୁରୋ): ସାଧାରଣ ନିର୍ବାଚନ ପୂର୍ବରୁ ସୃଷ୍ଟ ବିଜୁ ଯୁବ ବାହିନୀ ବର୍ତ୍ତମାନ କାର୍ଯ୍ୟକ୍ଷମ ନାହିଁ। ଚଳିତ ବର୍ଷ ବିଜୁ ଯୁବ ବାହିନୀ ପାଇଁ ବଜେଟରେ ଅର୍ଥ...

ଅସ୍ଥାୟୀ ପରିବା ହାଟରେ ବିଦ୍ୟୁତ୍‌ ଭଡ଼ା ଆଦାୟକୁ ନେଇ ଅସନ୍ତୋଷ: ବିଧାୟକଙ୍କ ନିକଟରେ ଅଭିଯୋଗ

ଗୋପ,୨ା୪(ଡି.ଏନ୍‌.ଏ.) : କରୋନାକୁ ସିଧାସଳଖ ମୁକାବିଲା କରିବା ଓ ସାମାଜିକ ଦୂରତା ଉପରେ ଗୁରୁତ୍ୱକୁ ନେଇ ୨ ଦିନ ହେବ ସ୍ଥାନୀୟ ବିଧାୟକ ତଥା ଗଣଶିକ୍ଷା...

Advertisement
Archives

Model This Week