ଫିଲ୍ମ ଫ୍ରାଇଡେ’:‘ପାନିପତ୍‌’ ବନାମ୍‌ ‘ପତି, ପତ୍ନୀ ଔର୍‌ ଓ୍ବ’

ଭୁବନେଶ୍ୱର,୪ା୧୨(ବ୍ୟୁରୋ):ଫିଲ୍ମ ଫ୍ରାଇଡେ’ରେ ଏଥର ପରଦାକୁ ଆସୁଛି ଦୁଇଟି ଫିଲ୍ମ। ବହୁ ପ୍ରତୀକ୍ଷିତ ହିନ୍ଦୀ ଐତିହାସିକ ଫିଲ୍ମ ‘ପାନିପତ୍‌’କୁ ଟକ୍କର ଦେବ ରୋମାଣ୍ଟିକ୍‌ କମେଡି ଫିଲ୍ମ ‘ପତି, ପତ୍ନୀ ଔର୍‌ ଓ୍ବ’। ଆଶୁତୋଷ ଗୋଓ୍ବାରିକରଙ୍କ ନିର୍ଦ୍ଦେଶିତ ‘ପାନିପତ୍‌’ ୧୭୬୧ରେ ହୋଇଥିବା ୩ୟ ପାନିପତ୍‌ ଯୁଦ୍ଧ ଉପରେ ଆଧାରିତ। ସେହିଭଳି ମୁଦ୍ଦାସ୍‌ର ଅଜିଜ୍‌ଙ୍କ ନିର୍ଦ୍ଦେଶିତ ‘ପତି, ପତ୍ନୀ ଔର୍‌ ଓ୍ବ’ରେ ବିବାହ ଓ ପରକୀୟା ପ୍ରୀତିକୁ ନେଇ ଦମ୍‌ଦାର କମେଡି ଦେଖିବାକୁ ମିଳିବ।
‘ପାନିପତ୍‌’ରେ ଅର୍ଜୁନ କପୁର, ସଞ୍ଜୟ ଦତ୍ତ ଏବଂ କ୍ରିତି ସାନନ୍‌ ମୁଖ୍ୟ ଭୂମିକାରେ ଅଭିନୟ କରଛନ୍ତି। ଆଫଗାନୀ ତଥା ଦୂରାନୀ ଏବଂ ମରାଠା ସାମ୍ରାଜ୍ୟ ମଧ୍ୟରେ ହୋଇଥିବା ଐତିହାସିକ ପାନିପତ୍‌ ଯୁଦ୍ଧ ଆଜି ବି ଲୋମ ଟାଙ୍କୁରାଇ ଦେଉଥିବାବେଳେ ଫିଲ୍ମ ମାଧ୍ୟମରେ ପୁଣିଥରେ ସେହି ଅଭୁଲା ଇତିହାସକୁ ଉଜ୍ଜୀବିତ କରାଯାଇଛି। ୩ୟ ପାନିପତ୍‌ ଯୁଦ୍ଧରେ ମରାଠା ସେନାର ମୁଖ୍ୟ ସର୍ଦ୍ଦାର ସେନାପତି ଥିବା ସଦାଶିବ ରାଓ ଭାଉଙ୍କ ଭୂମିକାରେ ଅର୍ଜୁନ କପୁରଙ୍କୁ ଦେଖିବାକୁ ମିଳିବ। ‘ହାଫ୍‌ ଗର୍ଲଫ୍ରେଣ୍ଡ’, ‘ଇଶକ୍‌ଜାଦେ’ ଓ ‘କି ଆଣ୍ଡ୍‌ କା’ ଭଳି ଫିଲ୍ମ କରିଥିବା ଅର୍ଜୁନ ପ୍ରଥମଥର ପାଇଁ ଏଭଳି ଏକ ଗମ୍ଭୀର ଭୂମିକାରେ ନଜରକୁ ଆସିବେ। ସେହିଭଳି ‘କଲଙ୍କ’ରେ ଜବରଦସ୍ତ ଅଭିନୟ ପରେ ପୁଣିଥରେ ‘ପାନିପତ୍‌’ ମାଧ୍ୟମରେ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିବାକୁ ପରଦାକୁ ଆସିବେ ସଞ୍ଜୟ ଦତ୍ତ। ସେ ଦୂରାନୀ ସାମ୍ରାଜ୍ୟର ପ୍ରତିଷ୍ଠାତା ଅହମ୍ମଦ ଶାହା ଦୂରାନୀଙ୍କ ଚରିତ୍ରରେ ଅଭିନୟ କରିବେ। ‘ହାଉସ୍‌ଫୁଲ୍‌ ୪’ ପରେ କ୍ରିତି ସାନନଙ୍କୁ ଏକ ସିରିୟସ୍‌ ଚରିତ୍ର ମିଳିଥିବାବେଳେ ଫିଲ୍ମରେ ସେ ସଦାଶିବ ରାଓ ଭାଉଙ୍କ ଦ୍ୱିତୀୟ ପତ୍ନୀ ପାର୍ବତୀ ବାଇଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମର କାହାଣୀ ମୁତାବକ, ଅଷ୍ଟାଦଶ ଶତାବ୍ଦୀରେ ମରାଠା ସାମ୍ରାଜ୍ୟ ଭାରତୀୟ ଭୂଖଣ୍ଡର ସବୁଠାରୁ ଶକ୍ତିଶାଳୀ ସାମ୍ରାଜ୍ୟଭାବେ ପରିଗଣିତ ହେଉଥିବାବେଳେ ସେମାନଙ୍କ ସାମ୍ରାଜ୍ୟ ଉପରେ ଆଫ୍‌ଗାନ ରାଜା ଅହମ୍ମଦ ଶାହା ଦୂରାନୀଙ୍କ ନଜର ପଡ଼ିଥିଲା। ଭାରତକୁ ନିଜ ଅଧୀନକୁ ନେବାକୁ ଦୂରାନୀ ସମସ୍ତ ବଳ ପ୍ରୟୋଗ କରିଦେଇଥିବାବେଳେ ମରାଠା ପେଶଓ୍ବା ତାଙ୍କୁ ଅଟକାଇବାକୁ ସଦାଶିବ ରାଓ ଭାଉଙ୍କ ନେତୃତ୍ୱରେ ଯୁଦ୍ଧ ପାଇଁ ଡାକରା ଦେଇଥିଲେ, ଯାହାକି ପରବର୍ତ୍ତୀ ସମୟରେ ୩ୟ ପାନିପତ୍‌ ଯୁଦ୍ଧ ଭାବେ ପରିଚିତ ହୋଇଥିଲା। ଫିଲ୍ମରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଘମାଘୋଟ ଯୁଦ୍ଧର ଚିତ୍ରକୁ ସ୍ଥାନିତ କରାଯାଇଥିବାବେଳେ ଆକ୍ସନ ଫିଲ୍ମକୁ ଭଲପାଉଥିବା ଦର୍ଶକଙ୍କ ପାଇଁ ଏହା ଏକ ଭଲ ଫିଲ୍ମ ବୋଲି କୁହାଯାଉଛି।
ଅନ୍ୟପକ୍ଷରେ, ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ତୃତୀୟ ବ୍ୟକ୍ତି ଆସିଲେ ଯେଉଁ ପରିସ୍ଥିତି ସୃଷ୍ଟି ହୁଏ ତା’କୁ ରୋମାଣ୍ଟିକ୍‌ କମେଡି ଜରିଆରେ ପରଦାରେ ରଖିବେ (ପତି) କାର୍ତ୍ତିକ ଆର୍ୟନ, (ପତ୍ନୀ)ଭୂମି ପାଡନେକର୍‌ ଏବଂ (ଔର୍‌ ଓ୍ବ) ଅନନ୍ୟା ପାଣ୍ଡେ। ଫିଲ୍ମରେ ରାଜେଶ ଶର୍ମା ଏବଂ ଅପାରଶକ୍ତି ଖୁରାନା ମଧ୍ୟ ପ୍ରମୁଖ ଭୂମିକାରେ ନଜରକୁ ଆସିବେ। ରେଣୁ ରବି ଚୋପ୍ରାଙ୍କ ପ୍ରଯୋଜିତ ଏହି ଫିଲ୍ମ ୧୯୭୮ର ଫିଲ୍ମ ‘ପତି, ପତ୍ନୀ ଔର୍‌ ଓ୍ବ’ର ରିମେକ୍‌। ତେବେ ବଲିଉଡ୍‌ ଫ୍ରାଇଡେ ବକ୍ସରେ ଦେଖିବାକୁ ମିଳିବ ‘ପାନିପତ୍‌’ ବନାମ୍‌ ‘ପତି, ପତ୍ନୀ ଔର୍‌ ଓ୍ବ’।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri