ଫିଲ୍ମ ଇଣ୍ଡଷ୍ଟ୍ରୀରେ ୫୦ ବର୍ଷ ପୂରଣ କଲେ ଅମିତାଭ ବଚ୍ଚନ

ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଆଜି ଫିଲ୍ମ ଇଣ୍ଡଷ୍ଟ୍ରୀରେ ୫୦ ବର୍ଷ ପୂରଣ କରିଛନ୍ତି। ୧୯୪୨, ୧୧ଅକ୍ଟୋବରରେ ଉତ୍ତର ପ୍ରଦେଶର ଇଲହାବାଦରେ ଜନ୍ମ ଗ୍ରହଣ କରିଥିଲେ। ବଲିଉଡ ଜଗତରେ ‘ସେହନସାହ’ ନାମରେ ପରିଚିତ ଅମିତାଭ ବଚ୍ଚନ। ଦୀର୍ଘ ୫୦ ବର୍ଷ ସମୟ ଧରି ସେ ୧୯୦ଟି ଚଳଚ୍ଚିତ୍ରରେ ଅଭିନୟ କରି ଏକ ଅଭୁଲା କୀର୍ତ୍ତିମାନ ସୃଷ୍ଟି କରିପାରିଛନ୍ତି। ନଭେମ୍ବର ୭ ୧୯୬୯ରେ ଅମିତାଭଙ୍କ ପ୍ରଥମ ଅଭିନୀତ ଚଳଚ୍ଚିତ୍ର ‘ସାତ୍‌ ହିନ୍ଦୁସ୍ତାନୀ’ ରିଲିଜ୍‌ ହୋଇଥିଲା। ଇଣ୍ଡଷ୍ଟ୍ରୀରେ ୫୦ବର୍ଷ ପୂରଣ କରିବା ନେଇ ଅମିତାଭ ଟୁଇଟରରେ ଜଣାଇଛନ୍ତି। ଏଥିପାଇଁ ସେ ନିଜ ଫ୍ୟାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଜଞ୍ଜିର, ଦିୱାର, ଶୋଲେ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ସେ ଲୋକପ୍ରିୟ ହୋଇଥିଲେ। ବଲିଉଡ୍‌ ଆଙ୍ଗ୍ରି ୟଙ୍ଗମ୍ୟାନ, ଶେହନସାହ, ବିଗ ବି, ଷ୍ଟାର୍‌ ଅଫ ଦି ମିଲେନିୟମ ଆଦି ଅନେକ ନାମରେ ସେ ପରିଚିତ। ଭାରତୀୟ ଚଳଚ୍ଚିତ୍ର ଇତିହାସରେ ଅମିତାଭ ଏକ ଶ୍ରଦ୍ଧାଶୀଳ ନାମ। କୌନ ବନେଗା କରୋ କାର୍ଯ୍ୟକ୍ରମ ଜରିଆରେ ସେ ସବୁଠୁ ଅଧିକ ଲୋକପ୍ରିୟ ହୋଇପାରିଥିଲେ। ନିଜର ଦୀର୍ଘ ଅଭିନୟ ଜୀବନରେ ସେ ଅନେକ ପୁରସ୍କାର ଓ ସମ୍ମାନ ପ୍ରାପ୍ତ ହୋଇଛନ୍ତି। ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମେତ ଫିଲ୍ମ ଫେୟାର୍‌ ଆୱାର୍ଡ ମଧ୍ୟ ଲାଭ କରିଛନ୍ତି। ନିକଟରେ ତାଙ୍କ ନାମ ଦାଦା ସାହେବ ଫାଲକେ ପୁରସ୍କାର ପାଇଁ ମନୋନୀତ ହୋଇଛି। ସେ ଏକା ସାଙ୍ଗରେ ଜଣେ ପ୍ରସିଦ୍ଧ ଅଭିନେତା, ଗାୟକ, ପ୍ରଯୋଜକ, ଆଙ୍କର। ନିଜର ଉଚ୍ଚ ସ୍ବର ଏବଂ ଅଭିନୟ ବଳରେ ସେ ଆଜି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସେହନ୍ଶାହ, ଡନ, ଅଗ୍ନିପଥ, କାଲିଆ, ସୋଲେ, ସୁର୍ଯ୍ୟବଂଶମ, ଦିୱାର, ଲାୱାରିସ, କଭି ଖୁସି କଭି ଗମ ଆଦି ସୁପରହିଟ ଚଳଚ୍ଚିତ୍ରରେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି ବିଗ ବି ଅମିତାଭ।


Enter your email to get our daily news in your inbox.

All Right Reserved By Dharitri.Com

କଟ୍‌-ଓକେ କହିବେ ଇରା

ଆଉ ଜଣେ ଷ୍ଟାର କିଡ୍‌ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ସଜବାଜ ହେଉଛନ୍ତି। ହେଲେ ସେ ଅଭିନୟ କରିବେ ନାହିଁ। କ୍ୟାମେରା ପଛରେ ରହି ନିଜ ଦାୟିତ୍ୱ...

ଏହି ୫ ଜଣଙ୍କ ସାମ୍ନାରେ ମୁଣ୍ଡ ନୁଆଁନ୍ତି ସଲମାନ୍‌ ଖାନ୍‌: ଜଣଙ୍କୁ ମାନିଥାନ୍ତି ନିଜର ସବୁକିଛି  

ବଲିଉଡ୍‌ର ସୁପରଷ୍ଟାର ହେଉଛନ୍ତି ସଲମାନ୍‌ ଖାନ୍‌। ତାଙ୍କର ଲୋକପ୍ରିୟତା କାହାକୁ ଅଛପା ନାହିଁ। କିନ୍ତୁ ଫିଲ୍ମ ଦୁନିଆରେ ଏମିତି କିଛି ଲୋକ ରହିଛନ୍ତି ଯାହାଙ୍କୁ ସଲମାନ୍‌...

ବିବାହ ପୂର୍ବରୁ ବ୍ୟାଚ୍‌ଲର୍‌ ପାର୍ଟି ଦେଲେ ନେହା, ଆଦିତ୍ୟ

ବଲିଉଡ୍‌ ପ୍ରସିଦ୍ଧ ଗାୟିକା ନେହା କକ୍କରଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ପ୍ରସିଦ୍ଧ ଗାୟକ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣଙ୍କୁ ବିବାହ...

ପାରମ୍ପରିକ ରୀତିନୀତିରେ ବିବାହ କରିବେ ଫରହାନ-ଶିବାନୀ

ମୁମ୍ବାଇ: ବଲିଉଡ ଅଭିନେତା ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଫେବୃଆରୀ ୧୯ରେ ମହାରାଷ୍ଟ୍ରୀୟ ପାରମ୍ପରିକ ରୀତିନୀତିରେ ଦୁହେଁ...

୫ ହଜାର କୋଟି ସମ୍ପତ୍ତିର ମାଲିକ, ପିଲାମାନେ ପାଇବେନି କିଛି…

ଚଣ୍ଡିଗଡ଼,୨୭।୧୦: ବଲିଉଡ ଅଭିନେତା ସୈଫ ଅଲି ଖାଁ ହେଉଛନ୍ତି ପଟୌଦିର ନବାବ ଏବଂ ତାଙ୍କୁ ବଲିଉଡର ନବାବ ମଧ୍ୟ କୁହାଯାଏ। ସେ ରୟାଲ ପରିବାର ସହିତ...

୩୯ରେ ରିୟା ସେନ : ବିବାହ ପୂର୍ବରୁ ଗର୍ଭବତୀ ଥିବା ନେଇ ହୋଇଥିଲା ଚର୍ଚ୍ଚା

ମୁମ୍ବାଇ: ବଲିଉଡ୍‌ର ଚୁଲ୍‌ବୁଲି ଅଭିନେତ୍ରୀ ସୁନ୍ଦରୀ ରିୟା ସେନ୍‌ ଶୁକ୍ରବାର ୩୯ ବର୍ଷରେ ପଦାର୍ପଣ କରିଛନ୍ତି । ସେ ୧୯୮୧ ଜାନୁୟାରୀ ୨୪ରେ କୋଲକତାଠାରେ ଜନ୍ମଗ୍ରହଣ...

ରାତି ଅଧରେ ‘ମନତ୍‌’ରେ ପହଞ୍ଚିଲେ ସଲମାନ

ମୁମ୍ବାଇ ,୩।୧୦: ଡ୍ରଗ୍ସ ମାମଲାରେ ବଲିଉଡ୍‌ ଷ୍ଟାର ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନ୍‌ ଗିରଫ ହେବା ଖବର ବଲିଉଡ୍‌ରେ ହଇଚଇ ସୃଷ୍ଟି କରିଛି। ରବିବାର...

ବୋଲ୍ଡ ଲୁକ୍‌ରେ ନଜର ଆସିଲେ ରାମାନନ୍ଦ ସାଗରଙ୍କ ଅଣନାତୁଣୀ

ବମ୍ବେ: ଚର୍ଚ୍ଚାରେ ରାମାନନ୍ଦ ସାଗରଙ୍କ ଅଣନାତୁଣୀ ସାକ୍ଷୀ ଚୋପ୍ରା। ବମ୍ବେର ରାସ୍ତାରେ ଗୋଲାପୀ ରଙ୍ଗର ହଟ୍‌ ପୋଷାକ ପିନ୍ଧିଥିବା ନଜର ଆସିଥିଲେ ସେ। ଏହାର କିଛି...

Advertisement
Archives

Model This Week