ଫିଲ୍ମରେ କଳାକାରମାନେ ପିନ୍ଧୁଥିବା ପୋଷାକ କ’ଣ ହୁଏ

ମୁମ୍ବାଇ: ବଲିଲଡ୍‌ ମୁଭି ନିର୍ମାଣ କରିବାରେ ପ୍ରଯୋଜକ ନିର୍ଦ୍ଦେଶକ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାଆନ୍ତି। ଫିଲ୍ମ ହିଟ୍‌ ହେଉ ଅବା ଫ୍ଲପ୍‌ ଟଙ୍କା ଖର୍ଚ୍ଚ କରିବାରେ ସାଧାରଣତଃ କେହି କଞ୍ଜୁସି କରନ୍ତି ନାହିଁ। ବେଳେ ବେଳେ ଦେଖାଯାଏ ଫିଲ୍ମରେ ବିଶେଷ କରି ନାୟକ ନାୟିକାମାନେ ଯେଉଁ ପୋଷାକ ପିନ୍ଧି ଥାଆନ୍ତି ତାହା ଖୁବ୍‌ ସୁନ୍ଦର ହୋଇଥାଏ। ହେଲେ ପରେ ଏହି ପୋଷାକ କୁଆଡେ ଯାଏ ବା କ’ଣ ହୁଏ ଏହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠିଥାଏ। ୟଶରାଜ ଫିଲ୍ମର ଷ୍ଟାଇଲିସ ଆୟଶା ଖାନ୍ନା ଯାହା କୁହନ୍ତି ତାହା ହୁଏତ ଅନେକ ଜାଣି ନ ଥିବେ। ସେ କୁହନ୍ତି ଫିଲ୍ମ ଶୁଟିଂ ସରିବା ଓ ରିଲିଜ୍‌ ସରିବା ପରେ ସେଲିବ୍ରିଟିଙ୍କ କିଛି ପୋଷକକୁ ସାଇତା ହୋଇ ରଖାଯାଏ। ଏହାସହ ସେହି କପଡାରେ ଫିଲ୍ମର ଟ୍ୟାଗ ଲଗାଇ ଦିଆଯାଇଥାଏ। ଏହାପରେ ଏହାକୁ ମିକ୍ସ ଆଣ୍ଡ ମ୍ୟାଚ୍‌ କରି ଜୁନିୟର ଆର୍ଟିଷ୍ଟମାନଙ୍କୁ ଦିଆଯାଇଥାଏ। ଆହୁରି ମଧ୍ୟ ପ୍ରଡକସନ୍‌ ହାଉସର ପରବର୍ତ୍ତି ଫିଲ୍ମରେ ଏହି ପୋଷାକକୁ ବ୍ୟବହାର କରାଯାଇଥାଏ। ହେଲେ ଏହାକୁ ଯେତେବେଳେ ପୁଣିଥରେ ବ୍ୟବହାର କରାଯାଏ ସେତେବେଳେ ଧ୍ୟାନ ଦିଆଯାଏ ଯେମିତି ଦର୍ଶକେ ଏହି ପୋଷାକକୁ ଆଗରୁ ଦେଖିଥିଲେ ବୋଲି ଜାଣି ନ ପାରନ୍ତି। କିନ୍ତୁ ସବୁ ପୋଷାକକୁ ଏମିତି ବ୍ୟବହାର କରାଯାଏ ନାହିଁ। କେବେ କେବେ କଳାକାରମାନଙ୍କୁ ପସନ୍ଦ ଆସିଲେ ସେମାନେ ନିଜ ପାଖରେ ମଧ୍ୟ ନିଜର ପୋଷାକକୁ ରଖି ଦିଅନ୍ତି। ସେହିପରି ଯଦି କୌଣସି ଡିଜାଇନର କୌଣସି ଫିଲ୍ମ ପାଇଁ ପୋଷାକ ଦେଇଥାଆନ୍ତି ଫିଲ୍ମ ସରିବା ପରେ ସେ ତାକୁ ଫେରାଇ ନିଅନ୍ତି। ବେଳେବେଳେ ଅନ୍‌ ଲାଇନ୍‌ରେ ଏହାର ନିଲାମି ମଧ୍ୟ କରାଯାଇଥାଏ। ଆଉ ସେହି ଟଙ୍କାକୁ କୌଣସି ଅନୁଷ୍ଠାନକୁ ଦାନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ମୁଭିରେ ଅଗସ୍ତ୍ୟ ନନ୍ଦାଙ୍କ ସହ ଲିପଲକ ସିନରେ ନଜର ଆସିଲେ ଶାହରୁଖଙ୍କ ଲାଡଲି

ମୁମ୍ବାଇ: ଜୋୟା ଅଖତରଙ୍କ ମୁଭି ‘ଦ ଆର୍ଚିଜ’ ଗୁରୁବାର ଅର୍ଥାତ୍‌ ୭ ଡିସେମ୍ବରରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହୋଇଛି। ଫିଲ୍ମଟି ଦର୍ଶକଙ୍କଠାରୁ ବହୁତ ଭଲ...

ପୁଷ୍ପା ଫିଲ୍ମର ଏହି ଷ୍ଟାର୍‌ ଗିରଫ

ମୁମ୍ବାଇ: ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ପୁଷ୍ପା ଫିଲ୍ମ ବିଶ୍ୱ ସ୍ତରରେ ସଫଳ ହୋଇଥିଲା ଏବଂ କୌତୂହଳର ବିଷୟ ହେଉଛି ଏହି ଫିଲ୍ମଟି ପ୍ରମୋଶନ...

ରକି ଔର ରାନୀ କି ପ୍ରେମ କାହାନୀ: ଫିଲ୍ମ ମଝିରୁ ହଲ୍‌ରୁ ପଳାଇଥିଲେ ବବି ଦେଓଲ

ମୁମ୍ବାଇ: ବି ଟାଉନର ଲୋକପ୍ରିୟ ଅଭିନେତା ବବି ଦଓ୍ବେଲ ଏବେ ତାଙ୍କ ପିଲ୍ମ ଆନିମଲ ପାଇଁ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ପିଲ୍ମ ଆନିମଲ ବକସ ଅଫିସରେ...

ଧର୍ମେନ୍ଦ୍ରଙ୍କ ମୋଟ ସମ୍ପତ୍ତିର ମୂଲ୍ୟ କେତେ ଜାଣନ୍ତି

ବଲିଉଡର ହି-ମ୍ୟାନ ଧର୍ମେନ୍ଦ୍ର ୮୭ ବର୍ଷରେ ପଦାର୍ପଣ କରିଛନ୍ତି। ୬୩ ବର୍ଷ ପୂର୍ବେ ସେ ନିଜ କ୍ୟାରିଅର୍‌ ଆରମ୍ଭ କରିଥିଲେ। ସେ ଗତ ୬ ଦଶନ୍ଧି...

ମୁସଲିମ୍ ପ୍ରେମିକ ସହିତ ବ୍ରେକ୍ ଅପ କଲେ ହିମାନ୍ସି ଖୁରାନା, କହିଲେ-‘ଧର୍ମ ପାଇଁ ଦେଲି ପ୍ରେମର ବଳିଦାନ’

ମୁମ୍ବାଇ: ରିୟାଲିଟି ଶୋ ବିଗ୍ ବସ୍-୧୩ ରେ ହିମାନ୍ସି ଖୁରାନା ଏବଂ ଅସୀମ ରିଆଜ ମଧ୍ୟରେ ଲଭ ସମ୍ପର୍କ ଆରମ୍ଭ ହୋଇଥିଲା। ଏବେ ଦୁହିଁଙ୍କ ରାସ୍ତା...

ମଦନିଶାରେ ଟଳମଳ ହୋଇ ରାସ୍ତାରେ ବୁଲିଲେ ସନ୍ନି ଦେଓଲ! ସାହାରା ଦେଲେ ଅଟୋ ଡ୍ରାଇଭର…

ବମ୍ବେ: ମଦନିଶାରେ ଟଳମଳ ହୋଇ ରାସ୍ତାରେ ବୁଲୁଥିବା ନଜର ଆସିଲେ ଗଦର ଷ୍ଟାର ସନ୍ନି ଦେଓଲ। ଅବସ୍ଥା ଏଭଳି ଥିଲା ଯେ ଏକ ଅଟୋ ରିକ୍ସାବାଲା...

ବଲିଉଡ୍‌ର ଏଭଳି ଜଣେ ସୁପରଷ୍ଟାର, ଯାହାଙ୍କୁ ପ୍ରଥମ ଫିଲ୍ମ ପରେ ବିବାହ ପ୍ରସ୍ତାବ ପଠାଇଥିଲେ ୩୦ହଜାର ଯୁବତୀ…

ବମ୍ବେ: ବଲିଉଡର ହ୍ୟାଣ୍ଡସମ ନାୟକଙ୍କ ମଧ୍ୟରୁ ହ୍ରିତିକ ରୋଶନ ଅନ୍ୟତମ। ତାଙ୍କୁ ‘ବଲିଉଡ୍‌ର ଟମ କ୍ରୁଜ’ ମଧ୍ୟ କୁହାଯାଏ। ସୁନ୍ଦର ଚେହେରା ଯୋଗୁ ବଲିଉଡରେ ନିଜର...

ବାତ୍ୟାରେ ଦୀର୍ଘ ୨୪ ଘଣ୍ଟା ଯାଏ ଫସି ରହିଲେ ଆମିର ଖାଁ; ପାଣି କି ବିଜୁଳି ମିଳିଲା ନାହିଁ…

ଚେନ୍ନାଇ: ବାତ୍ୟା ‘ମିଗ୍‌ଜୋମ୍‌’ରେ ଫସି ରହିଥିଲେ ବଲିଉଡ୍‌ ଅଭିନେତା ଆମିର ଖାଁ। ଘଣ୍ଟାଏ କିମ୍ବା ଦୁଇ ଘଣ୍ଟା ନୁହେଁ ଦୀର୍ଘ ୨୪ ଘଣ୍ଟା ଯାଏ ଫସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri