Posted inଖେଳ

ଫିଫା ମହିଳା ୧୭ ବର୍ଷରୁ କମ୍‌ ବିଶ୍ୱକପ, ନ୍ୟୁଜିଲାଣ୍ଡକୁ ଯୋଗ୍ୟତା

ନୂଆଦିଲ୍ଲୀ, ୭।୬(ପି.ଟି.)-ଆସନ୍ତାବର୍ଷ ଭାରତରେ ହେବାକୁଥିବା ଫିଫା ମହିଳା ୧୭ ବର୍ଷରୁ କମ୍‌ ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡ ଯୋଗ୍ୟତା ଅର୍ଜନ କରିଛି। ଏଥିସହ ଓସେନିଆ ଅଞ୍ଚଳରୁ ଏକମାତ୍ର ଦଳଭାବେ ନ୍ୟୁଜିଲାଣ୍ଡ ପ୍ରତିନିଧିତ୍ୱ କରିବା ନିଶ୍ଚିତ ହୋଇଛି। ଆୟୋଜକ ହିସାବରେ ଭାରତ ପ୍ରତିଯୋଗିତା ଖେଳିବ। ପୂର୍ବରୁ ଜାପାନ ଓ ଉତ୍ତର କୋରିଆ ଏସିଆରୁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। ଭାରତର ୫ଟି ଭେନ୍ୟୁରେ ଫେବୃୟାରୀ ୧୭ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ହେବାକୁଥିବା ଏହି ପ୍ରତିଯୋଗିତାରେ ୧୬ଟି ଦଳ ଅଂଶଗ୍ରହଣ କରିବେ। କରୋନା ଭାଇରସ ସଂକ୍ରମଣ ଯୋଗୁ ୨୦୨୦ ଏପ୍ରିଲରେ ହେବାକୁଥିବା ୧୭ ବର୍ଷରୁ କମ୍‌ ଓଏଫସି ମହିଳା ଚାମ୍ପିୟନଶିପ୍‌ ବାତିଲ ହେବାପରେ ଓସେନିଆ ଫୁଟବଲ କନ୍‌ଫେଡେରେଶନ କାର୍ଯ୍ୟନିର୍ବାହୀ କମିଟି ନ୍ୟୁଜିଲାଣ୍ଡ ନାମ ସୁପାରିସ କରିଥିଲା। ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ସମସ୍ତ ୬ଟି ଫିଫା ମହିଳା ୧୭ ବର୍ଷରୁ କମ୍‌ ବିଶ୍ୱକପରେ ପ୍ରତିଦ୍ୱନ୍ଦ୍ୱିତା କରିଛି। ୨୦୧୮ରେ ଉରୁଗୁଏରେ ଅନୁଷ୍ଠିତ ପ୍ରତିଯୋଗିତାରେ ଦଳ ଏକ ବ୍ରୋଞ୍ଜ ପଦକ ପାଇଥିଲା। ୨୦୦୮ ପ୍ରଥମ ସଂସ୍କରଣକୁ ଏହି ଦେଶ ଆୟୋଜନ କରିଥିଲା।
ପ୍ରକାଶ ଯୋଗ୍ୟ ଯେ, ଫିଫା ମହିଳା ୧୭ ବର୍ଷରୁ କମ୍‌ ବିଶ୍ୱକପ ପ୍ରକୃତରେ ୨୦୨୦ ନଭେମ୍ବର ୨ରୁ ୨୧ ପର୍ଯ୍ୟନ୍ତ ହେବାର ଥିଲା। ମାତ୍ର କୋଭିଡ-୧୯ ଯୋଗୁ ଏହାକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଛି। ବିଶ୍ୱବ୍ୟାପୀ ସ୍ବାସ୍ଥ୍ୟ ସଙ୍କଟ ଦେଖା ଦେଇଥିବାରୁ ଅନ୍ୟ ୪ଟି କନ୍‌ଫେଡେରେଶନ ଆଫ୍ରିକା, ୟୁରୋପ, ଦକ୍ଷିଣ ଆମେରିକା ଓ କନ୍‌କାକାଫ(ସେଣ୍ଟ୍ରାଲ ନର୍ଥ ଆମେରିକା ଓ କାରିବିୟନ) ଏପର୍ଯ୍ୟନ୍ତ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟ ଆୟୋଜନ କରିପାରି ନାହାନ୍ତି। ଚଳିତ ବର୍ଷ ଶେଷସୁଦ୍ଧା ଏହି କାର୍ଯ୍ୟ ସରିଯିବା ଆଶା ରହିଛି। ୪ଟି କନ୍‌ଫେଡେରେଶନରୁ ୩ଟି ଲେଖାଏ ଦଳ ଯୋଗ୍ୟତା ଅର୍ଜନ କରିବେ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ, କୋଲକାତାର ସଲ୍ଟଲେକ୍‌, ଗୁଆହାଟୀର ଇନ୍ଦିରା ଗାନ୍ଧୀ ଆଥଲେଟିକ୍‌ ଷ୍ଟାଡିୟମ, ଅହମ୍ମଦାବାଦର ଏକ୍କା ଆରେନା ଓ ନଭି ମୁମ୍ବାଇର ଡି.ଓ୍ବାଇ. ପାଟିଲ ଷ୍ଟାଡିୟମରେ ମ୍ୟାଚ ଗୁଡ଼ିକ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କିଶନଙ୍କ ବିସ୍ଫୋରକ ବ୍ୟାଟିଂ, ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ, ୧୩।୪: ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ ହୁସେନଙ୍କ ଡ୍ରିମ୍‌ ଡେବ୍ୟୁ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ଅନୁଷ୍ଠିତ…

ବସ୍‌ ଉପରକୁ ଗୁଳିମାଡ଼: ଚାଲିଗଲା ଫୁଟବଲ୍‌ ଖେଳାଳିଙ୍କ ଜୀବନ

ଘାନା,୧୩ା୪: ଡକାୟତଙ୍କ ଆକ୍ରମଣରେ ଘାନାନିଆନ ପ୍ରିିମିୟର ଲିଗ୍‌ କ୍ଲବର ଫୁଟବଲ ଖେଳାଳି ବେରେକୁମ୍‌ ଚେଲ୍‌ସୀର ଡୋମିନିକ୍‌ ଫ୍ରିମ୍‌ପଙ୍ଗ୍‌ ନିହତ ହୋଇଛନ୍ତି। କ୍ଲବ ସୂତ୍ରରୁ ପ୍ରକାଶ ଘାନାର ଦକ୍ଷିଣାଞ୍ଚଳରେ…

ଏହି କାର୍ଯ୍ୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଠୋର ଦଣ୍ଡ ଦେଲା BCCI, ମ୍ୟାଚ ସମୟରେ ଏମିତି କ’ଣ କଲେ ଅଧିନାୟକ

ନୂଆଦିଲ୍ଲୀ,୧୩।୪: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରନ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ମ୍ୟାଚ ମଧ୍ୟ ବିବାଦରେ ଫସି…

ଟି-୨୦ ବିଶ୍ୱକପ ପାଇଁ ବମ୍ଫର ପୁରସ୍କାର ରାଶି ଘୋଷଣା କଲା ICC, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୧୩।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ୨୦୨୬ ମହିଳା ଟି୨୦ ବିଶ୍ୱକପ ପାଇଁ ଏକ ରେକର୍ଡ ପୁରସ୍କାର ରାଶି ଘୋଷଣା କରିଛି। ICC ଘୋଷଣା କରିଛି ଯେ ବିଜେତା…

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

‘ତୁମେ ଆମ ଟିମର ସବୁଠାରୁ ବଡ଼ ପ୍ରେରଣା’, ଏମିତି କହି ରୋହିତଙ୍କୁ ଅଭିନନ୍ଦନ ଜଣାଇଲେ ହାର୍ଦ୍ଦିକ

ନୂଆଦିଲ୍ଲୀ,୧୩।୪: ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ଫ୍ରାଞ୍ଚାଇଜ ସହିତ ୧୫ ବର୍ଷ ପୂରଣ କରିବା ପାଇଁ ଅଭିନନ୍ଦନ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri