ଫିଟ୍‌ନେସ୍‌ ସିକ୍ରେଟ୍‌ କହିଲେ ମନୀଷ

ମୁମ୍ବାଇ : ଲକ୍‌ଡାଉନ୍‌ ସମୟରେ ସେଲିବ୍ରିଟ୍‌ମାନେ ଘରେ ରହି ସମୟ ଅତିବାହିତ କରୁଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ହାସ୍ୟ ଅଭିନେତା ମନୀଷ ପାଲ୍‌। କିନ୍ତୁ ଏହି ସମୟରେ ତାଙ୍କର ଫିଟ୍‌ନେସ୍‌ ଯେମିତି ପ୍ରଭାବିତ ନ ହେବ ସେଥିପ୍ରତି ସେ ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି। ପ୍ରତିଦିନ ସ୍ତ୍ରୀଙ୍କ ସହ ୧୦ ମହଲା କୋଠାର ସିଡ଼ି ଚଢ଼ି ଓହ୍ଲାଉଛନ୍ତି। ଏହା ବ୍ୟତୀତ ନିଜ ଘରେ ଆବଶ୍ୟକ ଜିମ୍‌ ଉପକରଣ ତିଆରି କରିଛନ୍ତି। ଏହି ସମୟରେ ପରିବାର ଲୋକେ ଘରେ ଅନ୍ୟ କାମରେ ବ୍ୟସ୍ତ ରହୁଥିବା ବେଳେ ମନୀଷ ତାଙ୍କ କ୍ୟାଲୋରୀ ହ୍ରାସ କରିବାର ନୂଆ ତରିକା ଆପଣାଇଛନ୍ତି।
ମନୀଷ କୁହନ୍ତି, ‘ମୁଁ ସାରେଗାମା ପା ଲିଟିଲ ଚାମ୍ପ୍‌ସ୍‌ ଶୁଟିଂ ସହିତ ଯୁବ ପ୍ରତିଯୋଗୀଙ୍କୁ ବହୁ ମିସ୍‌ କରୁଛି। ମୁଁ ମଧ୍ୟ ଘରେ ରହିବାର ଆବଶ୍ୟକତାକୁ ବୁଝିପାରୁଛି। ମୁଁ ଜାଣିଥିଲି ଯେ ଏହି ଲକ୍‌ଡାଉନ୍‌ ସମୟରେ ଜିମ୍‌ ଯାଇପାରିବି ନାହିଁ। କିନ୍ତୁ ପ୍ରତିଦିନ ବ୍ୟାୟାମ କରିବାକୁ ଚାହୁଁଥିଲି। ତେଣୁ କିଛି ଜିମ୍‌ ଉପକରଣ କିଣିଥିଲି। ଯାହା କିଛି ହେଇଯାଉନା କାହିଁକି ମୁଁ ଏବଂ ମୋ’ ସ୍ତ୍ରୀ ଏହି ଲକ୍‌ଡାଉନ୍‌ ସମୟରେ ଫିଟ୍‌ ରହିବାକୁ ଚାହୁଁଛୁ। ସେଥିପାଇଁ ଘର ପାଇଁ ଡମ୍ବଲ, ବେଞ୍ଚ ଏବଂ ଷ୍ଟିକ୍‌ କିଣିଥିଲି। ଏହା ବ୍ୟତୀତ ମୋ’ ସ୍ତ୍ରୀ ମଧ୍ୟ ଅନେକ ତାଲିମ ଦିଇନ୍ତି। ତେଣୁ ଆମେ ଅନେକ ପ୍ଲାକ, ପୁସ୍‌ଅପ, ଅବସ କ୍ରଞ୍ଚ ଆଦି କରୁଛୁ। ବାସ୍ତବରେ ଫିଟ୍‌ ରହିବା ପାଇଁ ଆମେ ପ୍ରତିଦିନ ୧୦ ମହଲା କୋଠ ଚଢୁଛୁ। ୨୦ ମିନିଟ୍‌ ପର୍ଯ୍ୟନ୍ତ ବ୍ୟାୟାମ କରୁଛୁ। ଏହା ଠିକ୍‌ ଯେ ସୁସ୍ଥ ରହିବାକୁ ଆମେ ଏପରି କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri