ଫିଟ୍‌ନେସ୍‌ର ସିକ୍ରେଟ୍‌ ବାସ୍କେଟ୍‌ବଲ

ଏଫ୍‌ବିବି ଫେମିନା ମିସ୍‌ ଇଣ୍ଡିଆ ଫାଇନାଲିଷ୍ଟ୍‌ ଟାଇଟଲ୍‌ ସହ ମିସ୍‌ ଓଡ଼ିଶା ଓ ମିସ୍‌ ରୂପଶ୍ରୀ ଟାଇଟଲ୍‌। କେବଳ ଏତିକି ନୁହେଁ, ଭାରତରେ ପ୍ରଥମଥର ପାଇଁ ଆୟୋଜିତ ହୋଇଥିବା ବିଶ୍ୱ ଯୁବ ସମ୍ମିଳନୀ(ଓ୍ବାର୍ଲଡ ୟୁଥ୍‌ କନ୍‌ଫରେନ୍ସ ଅନ୍‌ କାଇଣ୍ଡନେସ୍‌)ରେ ଏକମାତ୍ର ଓଡ଼ିଆଭାବେ ଯୋଗଦେଇଥିଲେ ମଡେଲ ପୂଜା ମିଶ୍ର। ଭାରତ-ମାଲ୍‌ଡିଭ୍‌ସ ୟୁଥ୍‌ ଏକ୍ସଚେଞ୍ଜ୍‌ ପ୍ରୋଗ୍ରାମରେ ମାଳଡିଭ୍‌ସ ପାଇଁ ପ୍ରଥମ ଇଣ୍ଡିଆନ୍‌ ଆମ୍ବାସାଡର ହେବାସହ କିନ୍ନର, ଦିବ୍ୟାଙ୍ଗ ଏବଂ ହ୍ବିଲ୍‌ ଚେୟାର ବ୍ୟବହାରକାରୀମାନଙ୍କୁ ର଼୍ୟାମ୍ପ୍‌ରେ ଚଲାଇ ଏକ ନିଆରା ଉଦାହରଣ ସୃଷ୍ଟି କରିଥିଲେ। ମଡେଲିଂ ପାଇଁ ନିଜ ଫିଟ୍‌ନେସ୍‌ ଉପରେ ବିଶେଷ ଧ୍ୟାନ ଦେଉଥିବା ପୂଜା ବାସ୍କେଟ୍‌ବଲ ଓ ବ୍ୟାଡ୍‌ମିଣ୍ଟନ୍‌ ଭଳି କ୍ରୀଡାକୁ ନିଜ ଫିଟ୍‌ ରହିବାର ସମସ୍ତ କ୍ରେଡିଟ୍‌ ଦିଅନ୍ତି।

ବିଉଟି ପ୍ୟାଜେଣ୍ଟ୍‌ କିମ୍ବା କୌଣସି ପ୍ରତିଯୋଗିତା ଥିଲେ ସେ ଫିଟ୍‌ନେସ୍‌ ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି। ନଚେତ୍‌ ନିଜ ପସନ୍ଦର ଖାଦ୍ୟ ଖାଇବାକୁ ସେ ପଛାନ୍ତି ନାହିଁ। ଦିନକୁ ୫/୬ ଲିଟର ପାଣି ପିଇବା ସହ ଯଥାସମ୍ଭବ ଫ୍ରୁଟ୍‌ସ ଖାଇଥାନ୍ତି। ସ୍ପୋର୍ଟସ୍‌ ବ୍ୟତୀତ ପାଣି ଓ ଫଳ ତାଙ୍କ ଫିଟ୍‌ନେସ୍‌ର ଆଉଏକ ସିକ୍ରେଟ୍‌ କହିଲେ ଚଳେ। ଦୀର୍ଘବର୍ଷ ଧରି ବାସ୍କେଟବଲ୍‌ ଭଳି କ୍ରୀଡା ସହ ଜଡ଼ିତ ଥିବା ପୂଜା ଏବେବି ଫିଟ୍‌ ରହିବାକୁ ବାସ୍କେଟ୍‌ବଲ୍‌ ଖେଳିଥାନ୍ତି। ଅନ୍ୟ ମଡେଲ୍‌ମାନଙ୍କ ଭଳି ସେ ଜିମ୍‌ ଯିବାକୁ ଆଦୌ ପସନ୍ଦ କରନ୍ତିନାହିଁ। ଏହା ପରିବର୍ତ୍ତେ ଯଦି ସମୟ ମିଳେ ଘରେ ଓ୍ବାର୍କଆଉଟ୍‌ କରିବାକୁ ପସନ୍ଦ କରନ୍ତି। ‘ସ୍କ୍ବାଟ୍‌’ ତାଙ୍କ ଫେଭରାଇଟ୍‌ ଏକ୍ସରସାଇଜ୍‌ ହୋଇଥିବା ବେଳେ କୌଣସି ଶୋ’ ପୂର୍ବରୁ ସେ ଅଧିକ ଏକ୍ସରସାଇଜ୍‌ କରିଥାନ୍ତି। ଏନେଇ ପୂଜା କୁହନ୍ତି, ଖାଇବା ମୋତେ ଏତେ ଭଲ ଲାଗେନା। କିନ୍ତୁ ମୁଁ ବହୁତ ଅଧିକ ଫ୍ରୁଟ୍‌ସ ଖାଏ ଓ ପାଣିପିଏ। ଅଧିକ ପାଣି ଓ ଫଳ କେବଳ ଫିଟ୍‌ ରହିବାରେ ନୁହେଁ, ତ୍ୱଚାରେ ଗ୍ଲୋ ଆଣିବାରେ ମଧ୍ୟ ସାହାଯ୍ୟ କରେ। ଆଜିକାଲି ଭଲ ଦେଖାଯିବା ପାଇଁ ସମସ୍ତେ ମେଡିସିନ୍‌ ଖାଉଛନ୍ତି। ବିଶେଷକରି ଯୁବପିଢ଼ି ବହୁତ ଷ୍ଟେର୍‌ଏଡ୍‌ ନେଉଛନ୍ତି। ମୁଁ ଏତିକି କହିବି ସେସବୁଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ। ଅଳ୍ବ ଟାଇମ୍‌ରେ ଯାହା କାମକରେ ତାହା ଆମ ଉପରେ ଖରାପ ପ୍ରଭାବ ପକାଏ। ଘରେ ଏକ୍ସରସାଇଜ୍‌ କରନ୍ତୁ। ଜଙ୍କ୍‌ଫୁଡ୍‌ଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ ଓ ଘରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri