ଢାବାରେ ନାବାଳକଙ୍କ ମୃତ୍ୟୁ ନେଇ ଲଙ୍କାକାଣ୍ଡ : ପୋଲିସକୁ ଗୋଡ଼େଇ ପିଟିଲେ ଲୋକେ

ବାଲିଆପାଳ,୨୬।୭(ଡି.ଏନ.ଏ./ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳ ଇଡକୋ ଛକସ୍ଥିତ ରାଜଧାନୀ ଢାବାରେ କାମ କରୁଥିବା ଜଣେ ୧୫ ବର୍ଷର ନାବାଳକଙ୍କୁ ହତ୍ୟା କରାଯିବା ଅଭିଯୋଗ ନେଇ ସାରା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ସକାଳେ ଏହି ନାବାଳକଙ୍କ ମୃତଦେହ ଢାବାରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ବାଲିଆପାଳ ପୋଲିସ ପହଞ୍ଚି ଏହାକୁ ଏକ ଆତ୍ମହତ୍ୟା ଘଟଣା କହି ଫେରିଯାଇଥିଲା। ପରେ ପୂର୍ବାହ୍ନ ୯ଟା ବେଳକୁ ମୃତଦେହ ବ୍ୟବଚ୍ଛେଦ ଲାଗି ପଠାଇବା ସକାଶେ ପୋଲିସ ଆସିବାରୁ ସ୍ଥାନୀୟ ଲୋକେ ଓ ନାବାଳକଙ୍କ ପରିବାର ସହ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ। ଏହା ଆତ୍ମହତ୍ୟା ନୁହେଁ, ହତ୍ୟା ଘଟଣା ବୋଲି କହି ଗ୍ରାମବାସୀ ପୋଲିସ ସହ ଯୁକ୍ତିତର୍କ କରିଥିଲେ। ଉତ୍ତେଜନା ତୀବ୍ରରୂପ ନେବାରୁ ଆରମ୍ଭ ହୋଇଥିଲା ଲଙ୍କାକାଣ୍ଡ। ଲୋକେ ପୋଲିସକୁ ଗୋଡେଇ ଗୋଡେଇ ପିଟିଥିଲେ। ବାଲିଆପାଳ ଥାନାଧିକାରୀ ପ୍ରଭୁ କଲ୍ୟାଣ ଆଚାର୍ଯ୍ୟ ଏଥିରୁ ବର୍ତ୍ତି ନ ଥିଲେ। ଇଡକୋ ଛକ ଏକପ୍ରକାର ରଣକ୍ଷେତ୍ର ପାଲଟି ଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ଆଖପାଖ ଅଞ୍ଚଳର ଲୋକେ ରାସ୍ତାକୁ ଓହ୍ଲାଇ ଆସିଥିଲେ। ସେମାନେ ଇଡ୍‌କୋ ଛକସ୍ଥିତ ରାଜଧାନୀ ଢାବାକୁ ନିଅଁା ଲଗାଇ ପୋଡିଦେବା ସହ ଢାବା ମାଲିକଙ୍କ କଚୁଆପଡାସ୍ଥିତ ଘର ଉପରେ ଆକ୍ରମଣ କରିଥିଲେ। ତାଙ୍କ ଘରେ ମଧ୍ୟ ନିଅଁା ଲଗାଇ ଦିଆଯାଇଥିଲା। ଇଡକୋ ଛକରେ ଲୋକେ ରାସ୍ତା ଅବରୋଧ କରିବାରୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଏହି ସମୟରେ ଏସ୍‌ପି ବି. ଯୁଗଳ କିଶୋର ପୋଲିସ ଫୋର୍ସ ସହ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ରାସ୍ତାରୋକୋ କରିଥିବା ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ଦାବି ପୂରଣ କରାଯିବ ବୋଲି କୁହାଯିବାରୁ ୭ଘଣ୍ଟା ପରେ ରାସ୍ତାରୋକୋ ହଟିଥିଲା। ଅପରାହ୍ନରେ ନାବାଳକଙ୍କ ମୃତଦେହକୁ ବ୍ୟବଚ୍ଛେଦ ଲାଗି ବାଲେଶ୍ୱର ପଠାଯାଇଥିଲା।
ସ୍ଥାନୀୟ ଆନ୍ଦୋଳନକାରୀଙ୍କ ପକ୍ଷରୁ ଜଣାପଡିଛି ଯେ, ବାଲିଆପାଳ-ବସ୍ତା ରାସ୍ତାର ଇଡ୍‌କୋ ଛକରେ ଥିବା ରାଜଧାନୀ ଢାବା ଏବଂ ରେଷ୍ଟୁରାଣ୍ଟରେ ଭୋଗରାଇ ବ୍ଲକ ଉଲୁଡ଼ା ଗ୍ରାମର ଦେବେନ୍ଦ୍ର ଦଳେଇଙ୍କ ପୁଅ ବିଜୟ ୨ ବର୍ଷ ହେବ କାମ କରିଆସୁଥିଲେ। ଶୁକ୍ରବାର ପୂର୍ବାହ୍ନରେ ତାଙ୍କ ଝୁଲନ୍ତା ମୃତଦେହ ମିଳିବା ଓ ପାରିପାର୍ଶ୍ୱିକ ସ୍ଥିତି ଦେଖି ସ୍ଥାନୀୟ ଲୋକେ ଏହାକୁ ହତ୍ୟା ଘଟଣା ବୋଲି ସନ୍ଦେହ ପ୍ରକାଶ କରିଥିଲେ। ୨୦ କି.ମି. ଦୂର ଉଲୁଡ଼ା ଗ୍ରାମରୁ ନାବାଳକଙ୍କ ପରିବାର ସମେତ ଶତାଧିକ ଲୋକ ଆସି ସେଠାରେ ପହଞ୍ଚିଥିଲେ। ସେତେବେଳେ ଢାବା ମଧ୍ୟରେ କାହାକୁ ଦେଖିବାକୁ ମିଳି ନ ଥିଲା। ଏହି ସମୟରେ ତଦନ୍ତ କରିବାକୁ ଥାନାଧିକାରୀ ଆସି ପହଞ୍ଚିଥିଲେ। ପୋଲିସ ତଦନ୍ତରେ ବିଳମ୍ବ କରିବା ଏବଂ ଏହାକୁ ଆତ୍ମହତ୍ୟା ଘଟଣା ଦର୍ଶାଇବାରୁ ଉତ୍ତ୍ୟକ୍ତ ଲୋକେ ଏହାକୁ ବିରୋଧ କରିଥିଲେ। ସେଠାରେ ଢାବା ମାଲିକଙ୍କୁ ଗିରଫ ଦାବି କରି ଲୋକେ ରାସ୍ତାରୋକୋ କରିଥିଲେ। ଆଇଆଇସି ସେମାନଙ୍କୁ ରାସ୍ତାରୁ ଉଠିଯିବା ପାଇଁ କହିବାରୁ ଉତ୍ତ୍ୟକ୍ତ ମହିଳା ଓ ପୁରୁଷ ତାଙ୍କୁ ଗୋଡ଼େଇ ମାଡ଼ ମାରିଥିଲେ ା ଏହି ଘଟଣାରେ ପୋଲିସ ଛତ୍ରଭଙ୍ଗ ଦେଇଥିଲା। ଏସ୍‌ପି ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ସ୍ଥିତି ସୁଧୁରିଥିଲା। ବସ୍ତା ଏସ୍‌ଡିପିଓ ରଞ୍ଜିତ ପୃଷ୍ଟି, ବସ୍ତା ଓ ସିଂଲା ଆଇଆଇସି ମଧ୍ୟ ଆସି ପହଞ୍ଚିଥିଲେ। ଅପରାହ୍ନରେ ବାଲିଆପାଳ ତହସିଲଦାରଙ୍କ ଉପସ୍ଥିତିରେ ନାବାଳକଙ୍କ ମୃତଦେହ ଢାବାରୁ ବାହାର କରି ବ୍ୟବଚ୍ଛେଦ ପାଇଁ ବାଲେଶ୍ୱର ପଠାଯାଇଛି। ମୃତ ନାବାଳକଙ୍କ ମା’ ଶାନ୍ତିଲତା ଦଳାଇ ଢାବା ମାଲିକ ସହାବିଦ୍ଦିନ ସାହା ଓ ଅନ୍ୟ କର୍ମଚାରୀ ମିଶି ତାଙ୍କ ପୁଅକୁ ମାରିଦେଇ ଏହାକୁ ଆତ୍ମହତ୍ୟା ରୂପ ଦେବାକୁ ଉଦ୍ୟମ କରିଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ ଏକ ମାମଲା (ନଂ. ୧୪୭/୧୯) ରୁଜୁ କରିଥିବା କହିଛି। ମୃତ ବିଜୟ ନାବାଳକ ହୋଇଥିବାରୁ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଯୁବକ ମାଝି, ଏ.ଏଲ.ଓ ସଞ୍ଜୟ କେଶ୍ୱରୀ ଜେନା ଏବଂ ବାଲିଆପାଳ ଚାଇଲ୍ଡ ଲାଇନ ଅଧିକାରୀ ପହଞ୍ଚତ୍ ତଦନ୍ତ କରୁଛନ୍ତି। ଅପରପକ୍ଷେ ପୋଲିସ ପ୍ରତିହିଂସା ପରାୟଣ ହୋଇ ଗଣ୍ଡଗୋଳରେ ସମ୍ପୃକ୍ତ ଲୋକଙ୍କ ତାଲିକା ପ୍ରସ୍ତୁତ କରୁଥିବା କୁହାଯାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଏ ସମ୍ପର୍କରେ ଏସ୍‌ପି ବି. ଯୁଗଳ କିଶୋରଙ୍କୁ ପଚାରିବାରୁ କହିଛନ୍ତି, ଢାବାରେ ନାବାଳକଙ୍କ ଆମତ୍ହତ୍ୟା ଘଟଣାର ତଦନ୍ତ କରାଯାଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରେ ଆକ୍ରମଣ କରିବା ଘଟଣାର ମଧ୍ୟ ତଦନ୍ତ କରାଯିବ। ବାଲିଆପାଳରେ ବଢୁଥିବା ଅପରାଧ ଘଟଣା ଉପରେ ପୋଲିସ ନଜର ରଖିଛି। ବତ୍ତର୍ର୍ମାନ ଉତ୍ତେଜନାପୂର୍ଣ୍ଣ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ରାଶିଫଳ ୨୦୨୬: ମେଷରୁ ମୀନ ରାଶି ପାଇଁ କିପରି କଟିବ ନୂତନ ବର୍ଷ, ସବୁ…

ନୂତନ ବର୍ଷ ନୂତନ ଆଶା ଏବଂ ନୂତନ ସୁଯୋଗ ସହିତ ଆରମ୍ଭ ହୁଏ। ଏହି ସମୟରେ ସମସ୍ତେ ଭାବନ୍ତି ଯେ ନୂଆ ବର୍ଷ କ’ଣ ହେବ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri