Posted inଜାତୀୟ

ଫାରୁକ୍‌-ଓମାରଙ୍କ ନଜରବନ୍ଦୀ ହଟାଇବା ପାଇଁ ହୋଇପାରେ ଡିଲ୍‌: ସକ୍ରିୟ ରାଜନୀତିରୁ ରହିବେ ଦୂରେଇ !

ଶ୍ରୀନଗର,୧୧।୧: ଜମ୍ମୁ-କଶ୍ମୀର ରାଜନୀତିରେ ପୁଣିଥରେ ଉଷ୍ଣତା ବୃଦ୍ଧି ପାଇଛି। କେନ୍ଦ୍ର ସରକାର ଇତିମଧ୍ୟରେ ୨୬ ଜଣ ରାଜନୈତିକ ବନ୍ଦୀଙ୍କ ଉପରୁ ପିଏସ୍‌ଏ ହଟାଇ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧ ଜଣ ଉତ୍ତର କଶ୍ମୀରର ଥିବାବେଳେ ୧୪ ଜଣ ଦକ୍ଷିଣ କଶ୍ମୀରର ବାସିନ୍ଦା। ଏହା ସହିତ କଶ୍ମୀର ବାର୍‌ ଆସୋସିଏସନ୍‌ର ପୂର୍ବତନ ଅଧ୍ୟକ୍ଷ ନଜିର ଅହମ୍ମଦ ରୋଙ୍ଗା ମଧ୍ୟ ସେମାନଙ୍କ ମଧ୍ୟରେ ରହିଛନ୍ତି। ତେବେ ନ୍ୟାସନାଲ୍‌ କନଫରେନ୍ସ୍‌ର ନେତା ଫାରୁକ୍‌ ଅବଦୁଲା ଏବଂ ଓମାର ଅବଦୁଲାଙ୍କ ଉପରୁ ନଜର ବନ୍ଦୀ ହଟାଇବା ପାଇଁ ସରକାରଙ୍କ ପକ୍ଷରୁ ଏକ ଯୋଜନା ପ୍ରସ୍ତୁତ କରାଯାଇଛି। ଏଥି ପାଇଁ ରାଜନୈତିକ ଡିଲ୍‌ ହୋଇପାରେ ବୋଲି କୁହାଯାଉଛି। ଦୁଇ ନେତା କିଛି ଦିନ ସକ୍ରିୟ ରାଜନୀତିରୁ ଦୂରେଇ ରହିବା ପାଇଁ ସହମତି ପ୍ରକାଶ କଲେ ସେମାନଙ୍କ ଉପରୁ ନଜରବନ୍ଦୀ ହଟାଯିବା ଲାଗି ଯୋଜନା କରାଯାଉଛି। ଏଥି ପାଇଁ ଦୁଇ ନେତାଙ୍କୁ ହୁଏତ ବ୍ରିଟେନ୍‌ ପଠାଯାଇ ପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ପିଡ଼ିପି ନେତା ମେହବୁବା ମୁଫତିଙ୍କ ଉପରୁ ନଜରବନ୍ଦୀ ହଟାଇବା ଲାଗି ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇ ନ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାକୁ ଧମକ ଦେଲେ ଟ୍ରମ୍ପ, ଏମିତି କଲେ ଭୋଗିବ ପରିଣାମ: ସାରା ବିଶ୍ୱ ହଲଚଲ

ଓ୍ବାଶିଂଟନ୍‌,୧୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣାର କିଛି ଦିନ ପରେ ଉଭୟ ଦେଶର ପ୍ରତିନିଧି ଦଳ ପାକିସ୍ତାନରେ ମୁହାଁମୁହିଁ ଆଲୋଚନା କରିଥିଲେ।…

ପାରାଦୀପ, କପିଳଯୋରରେ ମାଛ ମଡକ:  ପଚାମାଛ ଗନ୍ଧରେ ସହର…

ପାରାଦୀପ ୧୨।୪(ଶରତ ରାଉତ): ବନ୍ଦର ସହର ପାରାଦୀପ ମଧ୍ୟସ୍ଥଳରେ ଥିବା କପିଳଯୋରରେ ରବିବାର ମାଛ ମଡକ ହୋଇଛି। ସହରର ବଡପଡିଆ ପରିବା ମାର୍କେଟଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ…

ସଇତାନ ସାଜିଲେ ମା’: ୨ ଶିଶୁଙ୍କୁ ପନିକିରେ ହାଣିବା ପରେ ନିଜେ…

ଝାରସୁଗୁଡା, ୧୨।୪(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବିମାନ ବନ୍ଦର ଥାନା ଓରାମପଡାଠାରେ ଶନିବାର ବିଳମ୍ବିତ ରାତ୍ରିରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ମା’…

ହନୁମାନ ଦେଖି ଭୟରେ ଦୌଡ଼ୁଥିଲେ ଶୁଭଙ୍କର: ବିଦ୍ୟୁତ ସବ୍‌ଷ୍ଟେଶନରେ ଘଟିଲା ଅଘଟଣ

କୃଷ୍ଣପ୍ରସାଦ,୧୨।୪(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଭାବିନିପୁର ଗ୍ରାମରେ ଯାତ୍ରା ଦେଖିବାବେଳେ ଘଟିଛି ଏକ ଅଭାବନୀୟ ଘଟଣା। ଯାତ୍ରାର ହନୁମାନକୁ ଦେଖି ପାରଳା ଗ୍ରାମର…

ଶ୍ରୀମନ୍ଦିର ଖଣ୍ଡୋଲାଇଟ୍‌ ପଥରକୁ ନେଇ ସାଂଘାତିକ କଥା କହିଲେ ବବିଙ୍ଗ ଦାଦା: ଚର୍ଚ୍ଚାରେ..

ଯାଜପୁର ଟାଉନ,୧୨।୪(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ବାହାବଳପୁରରେ ନିର୍ମାଣ ହୋଇଥିବା ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଘର ଏବେ ଚର୍ଚ୍ଚାରେ। ଉକ୍ତ…

ଶାନ୍ତିବାର୍ତ୍ତା ବିଫଳ ହେବା ପଛର କାରଣ କହିଲା ଇରାନ, ଆମେରିକା ଏଭଳି ଦାବି ରଖିଲା ଯାହା…

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ବିଫଳ ହୋଇଛି। ପ୍ରାୟ ୨୧ ଘଣ୍ଟାର ଦୀର୍ଘ ଆଲୋଚନା ପରେ…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri