Posted inଖେଳ

ଫାଙ୍କା ଷ୍ଟାଡିୟମରେ ଆଇପିଏଲ୍‌ ଖେଳାଯାଇପାରିବ : ହରଭଜନ

ମୁମ୍ବାଇ, ୮।୪ (ପି.ଟି.): କୋଭିଡ୍‌-୧୯ ସଂକ୍ରମଣ କାରଣରୁ ଦେଶ ତଥା ବିଶ୍ୱରେ ପ୍ରାୟ ସବୁ କ୍ରୀଡ଼ା ଇଭେଣ୍ଟକୁ ବାତିଲ୍‌ କିମ୍ବା ସ୍ଥଗିତ ରଖାଯାଇଥିବା ବେଳେ ପୂର୍ବତନ ଭାରତୀୟ ଅଫ୍‌ ସ୍ପିନର ହରଭଜନ ସିଂ କିନ୍ତୁ ଭିନ୍ନ ମତ ପୋଷଣ କରିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଆୟୋଜନ ସପକ୍ଷରେ ସେ ମତ ଦେଇଛନ୍ତି। ଯଦି ଦର୍ଶକଙ୍କ ଅନୁପସ୍ଥିତିରେ ଆଇପିଏଲ୍‌ ଫାଙ୍କା ଷ୍ଟାଡିୟମରେ ଖେଳାଯାଏ ତେବେ କୌଣସି ସମସ୍ୟା ନାହିଁ। ଅର୍ଥାତ ସେ ଫାଙ୍କା ଷ୍ଟାଡିୟମରେ ଆଇପିଏଲ ଆୟୋଜନ କରିବାକୁ କହିଛନ୍ତି। କୋଭିଡ୍‌-୧୯ ନିୟନ୍ତ୍ରଣକୁ ଆସିଛି। ପୁଣି କେତେକ ଆଇପିଏଲ୍‌କୁ ନେଇ ଗୁଜୁରାଣ ମେଣ୍ଟାଉଥିବାରୁ ଏହି ଟୁର୍ନାମେଣ୍ଟ ଆୟୋଜନ ହେବାର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଛନ୍ତି।
କ୍ରିକେଟରେ ଦର୍ଶକ ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଯଦି ପରିସ୍ଥିତି ଅଲଗା ହୁଏ ତା’ହେଲେ ବିନା ଦର୍ଶକରେ ଖେଳିବାରେ କୌଣସି ଅସୁବିଧା ନାହିଁ। ତେବେ ସବୁ ଦର୍ଶକ ଟିଭିରେ ଆଇପିଏଲ୍‌ ମ୍ୟାଚ୍‌ ଦେଖିପାରିବେ। ହରଭଜନ ଚେନ୍ନାଇ ସୁପର କିଙ୍ଗ୍ସ ତରଫରୁ ଖେଳୁଛନ୍ତି। ତେବେ ଖେଳାଳିଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଅଗ୍ରାଧିକାର ଦିଆଯିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ମ୍ୟାଚ୍‌ ଭେନ୍ୟୁ, ଟିମ୍‌ ହୋଟେଲ, ଫ୍ଲାଇଟକୁ ଠିକ୍‌ ଭାବେ ସାନିଟାଇଜ କରିବାର ଆବଶ୍ୟକତା ରହିଛି। ସବୁକିଛି ଠିକ୍‌ଠାକ କରିବା ପରେ ଯାଇ ଏ ବିଷୟରେ ଚିନ୍ତା କରିବା ଠିକ୍‌ ହେବ ବୋଲି ହରଭଜନ କହିଛନ୍ତି।
କରୋନା ଭାଇରସ ସଂକ୍ରମଣ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଇପିଏଲ୍‌କୁ ଏପ୍ରିଲ-୧୫ ପର୍ଯ୍ୟନ୍ତ ସ୍ଥଗିତ ରଖିଛି। ତେବେ ଦେଶରେ ଚାଲିଥିବା ଲକ୍‌ଡାଉନ ଓ ତତ୍‌ ସଂକ୍ରାନ୍ତ ପରିସ୍ଥିତି ଯୋଗୁ ଆଇପିଏଲ୍‌ ଆୟୋଜନ ନେଇ ଆଶଙ୍କା ପ୍ରକାଶ ପାଇଛି। ତେବେ ଫିଟ୍‌ନେସ ବଜାୟ ଉପରେ ହରଭଜନ ଏବେ ଗୁରୁତ୍ୱ ଦେଉଛନ୍ତି। ଆଇପିଏଲ୍‌ ଶୀଘ୍ର ଆରମ୍ଭ ହେବ ବୋଲି ସେ ଆଶାପ୍ରକାଶ କରିଛନ୍ତି। ତେବେ ସେପର୍ଯ୍ୟନ୍ତ ନିଜକୁ ଫିଟ୍‌ ରଖିବା ପାଇଁ ପ୍ରୟାସ ଜାରି ରଖିବି ବୋଲି ୧୦୩ଟି ଟେଷ୍ଟ ଖେଳିଥିବା ୩୯ ବର୍ଷୀୟ ହରଭଜନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri