ଫାଇନାନ୍ସ କର୍ମଚାରୀଙ୍କଠାରୁ ଟଙ୍କା ଲୁଟ ଘଟଣା: ବନ୍ଧୁକ, ବାଇକ, ଟଙ୍କା ଜବତ: ୬ ଗିରଫ

ରାଇକିଆ,୧୩ା୭(ଡ଼ି.ଏନ.ଏ.)-ରାଇକିଆ ଥାନା କରଡ଼ା ନିକଟରେ ଗତ ଫେବୃୟାରୀରେ ଏକ ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀମାନଙ୍କଠାରୁ ହୋଇଥିବା ଟଙ୍କା ଲୁଟ ଘଟଣାରେ ୬ ଅଭିଯୁକ୍ତଙ୍କୁ ଶୁକ୍ରବାର ରାଇକିଆ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ଦାରିଙ୍ଗବାଡ଼ିର ପ୍ରଶାନ୍ତ ପ୍ରଧାନ, ରାଇକିଆର ବିଜୟ ନାୟକ, ରଣବାର ଅଧୀର ଦଳ ବେହେରା, ସଞ୍ଜୟ ନାୟକ , ଚନ୍ଦ୍ର ଶେଖର ନାୟକ ଓ ଭଞ୍ଜନଗରର ଅମିତ ବେହେରା। ତାଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ୪ ବାଇକ୍‌, ନଗଦ ୪୪ ହଜାର ଟଙ୍କା, ଦୁଇଟି ଟ୍ୟାବ, ଏବଂ ଗୋଟିଏ ମୋବାଇଲ ଫୋନ ଜବତ କରିଛି। ଫେବୃୟାରୀ ୬ ତାରିଖରେ ସୋରଡ଼ାର ଏକ ଫାଇନାନ୍ସ କମ୍ପାନୀ କର୍ମଚାରୀମାନେ ଋଣ ଟଙ୍କା ଆଦାୟ ପାଇଁ ରାଇକିଆ ଆସିଥିଲେ। ବିଭିନ୍ନ ଅଞ୍ଚଳରୁ ଟଙ୍କା ସଂଗ୍ରହ କରି ୭ ଜଣ କର୍ମଚାରୀ ସନ୍ଧ୍ୟାରେ ସୋରଡ଼ା ଅଭିମୁଖେ ୭ଟା ବାଇକ୍‌ରେ ବାହାରିଥିଲେ। ପୂର୍ବରୁ ଏମାନଙ୍କ ଗତିବିଧି ଲକ୍ଷ୍ୟ ରଖିଥିବା ଅଭିଯୁକ୍ତମାନେ କରଡ଼ା – ସୁନାପାଲି ନିକଟରେ ସନ୍ଧ୍ୟା ପ୍ରାୟ ସାଢେ ୬ଟାlj ଅତର୍କିତ ଆକ୍ରମଣ କରିଥିଲେ। ଚାରିଜଣ କର୍ମଚାରୀ ଖସି ପଳାଇବାକୁ ସକ୍ଷମ ହୋଇଥିବା ବେଳେ ୩ ଜଣ ଲୁଟେରାଙ୍କ ହାବୁଡ଼ରେ ପଡ଼ିଥିଲେ। ସେମାନଙ୍କୁ ପ୍ରଥମେ ମାଡ଼ ମାରିବା ପରେ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ୬ଲକ୍ଷ ଟଙ୍କା ସମେତ ଏକ ବାଇକ୍‌, ଦୁଇଟି ଟ୍ୟାବ, ଦୁଇଟି ମୋବାଇଲ ଫୋନ, ଦୁଇଟି ପାଓ୍ବାର ବ୍ୟାଙ୍କ ଛଡ଼଼ାଇ ନେଇଥିଲେ। ଏ ନେଇ କର୍ମଚାରୀମାନେ ରାଇକିଆ ଥାନାରେ ଅଭିଯୋଗ କରିବା ପରେ ପୋଲିସ ନଂ. ୬/୧୯ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଗୁରୁବାର ରାଇକିଆ ସତ୍‌ସଙ୍ଗ ବିହାର ନିକଟରେ ଯାନବାହନ ଯାଞ୍ଚ ବେଳେ ଏକ ବାଇକ୍‌କୁ ଅଟକାଇବା ସହ କାଗଜପତ୍ର ମାଗିଥିଲା। ଗାଡ଼ିଟି ଚୋରା ଏବଂ କରଡ଼ା ଡ଼କାୟତିରେ ଚୋରି ହୋଇଥିବା ନେଇ ନିଶ୍ଚିତ ହେବା ପରେ ଏହି ଘଟଣାରେ ଜଣକ ପରେ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଥିଲ। ଘଟଣାରେ ଆହୁରି ୪ ଜଣ ସମ୍ପୃକ୍ତ ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ଉଦ୍ୟମ କରାଯାଉଥିବା ନେଇ ରାଇକିଆ ଥାନା ଅଧିକାରୀ ନରେଶ ସାହୁ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ: ବ୍ରାହ୍ମଣୀଗାଁ ଫରେଷ୍ଟର ଗିରଫ

ବ୍ରହ୍ମପୁର ଅଫିସ,୩୦ା୧୨-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଛନ୍ଦି ହୋଇଥିବା କନ୍ଧମାଳ ଜିଲା ଦାରିଙ୍ଗିବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଫରେଷ୍ଟର କୈଳାସ ଚନ୍ଦ୍ର ସାହୁଙ୍କୁ ରବିବାର ଭିଜିଲାନ୍ସ...

କୋଭିଡ୍‌ ଫଣ୍ଡକୁ ବୃତ୍ତି ଟଙ୍କା ଦେଲେ ଛାତ୍ରୀ

ଛତ୍ରପୁର,୩୧ା୩(ଡି.ଏନ୍‌.ଏ.)- କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ (କୋଭିଡ୍‌ ଫଣ୍ଡ)କୁ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ପୂର୍ବରୁ ପାଇଥିବା ବୃତ୍ତି ଅର୍ଥରୁ ୩ ହଜାର...

ପଞ୍ଚାୟତିରାଜ ଦିବସ ପାଳିତ

ଗଞ୍ଜାମ,୫।୩(ଡି.ଏନ.ଏ): ସାରା ରାଜ୍ୟ ପଞ୍ଚାୟତିରାଜ ଦିବସ ପାଳନ କରାଯାଉଛି। ଗଞ୍ଜାମ ବିଜେଡି ପକ୍ଷରୁ ମଧ୍ୟ ତାହା ପାଳନ କରା ଯାଇଥିଲା l ଏହି ଅବସରରେ ବିଜୁ...

ସଂଘବଦ୍ଧ ଆକ୍ରମଣ ମାମଲା; ୩ କୋର୍ଟଚାଲାଣ

ଦିଗପହଣ୍ଡି,୧୫।୫(ଡି.ଏନ.ଏ.)-ଏକ ସଂଘବଦ୍ଧ ଆକ୍ରମଣ ମାମଲାରେ ଶୁକ୍ରବାର ଦିଗପହଣ୍ଡି ପୋଲିସ ଭୀଷ୍ମଗିରି ଗ୍ରାମର ଏମ. କଂଗ୍ରେସ ପାତ୍ର, ଏମ.ରାଜି ଓରଫ ରାଜେନ୍ଦ୍ର ପାତ୍ର ଦୁଇ ଭାଇଙ୍କ ସମେତ...

ସାନ ରାମଚନ୍ଦ୍ରପୁରରେ ଗୋଷ୍ଠୀ ସଂଘର୍ଷ: ପୋଲିସର ମୃଦୁ ଲାଠିଚାଳନା, ୭୦ରୁ ଉର୍ଦ୍ଧ୍ୱ ଅଟକ

ଗଞ୍ଜାମ,୨୩ା୬(ଡି.ଏନ.ଏ.)-ରମ୍ଭା ଥାନା ଗଞ୍ଜାମ ବ୍ଲକ ସାନ ରାମଚନ୍ଦ୍ରପୁର ଗ୍ରାମରେ ଓଡିଆର୍‌ପି ଯୋଜନାରେ ମିଳୁଥିବା ଗୃହକୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ୪ ବର୍ଷରୁ ଉର୍ଦ୍ଧ୍ୱ ହେବ ଛକାପଞ୍ଝା...

ଲୋକଙ୍କ ପାଖରେ ପହଞ୍ଚିଲା ଲୋକାୟୁକ୍ତ

ବ୍ରହ୍ମପୁର ଅଫିସ,୧୮ା୮-ଗଞ୍ଜାମ ଜିଲା ଆଇନ ସେବା ପ୍ରାଧିକରଣ (ଡିଏଲଏସ୍‌ଓ) ତରଫରୁ ହିଲପାଟଣାସ୍ଥିତ ସାଂସ୍କୃତିକ ଭବନରେ ଶନିବାର ଲୋକାୟୁକ୍ତ ଆଇନ-୨୦୧୪କୁ ନେଇ ଏକ ଜନ ସଚେତନତା କାର୍ଯ୍ୟକ୍ରମ...

ଖେଳ ପଡ଼ିଆରୁ ଉଦ୍ଧାର ହୋଇଥିବା ଶିଶୁର ଚାଲିଗଲା ଜୀବନ

ବ୍ରହ୍ମପୁର ଅଫିସ,୨୩ା୨: ଗଞ୍ଜାମ ଛତ୍ରପୁର ପିଲି ବନ୍ଧ କଡ଼ରେ ଥିବା ଖେଳ ପଡିଆ ନିକଟରୁ ଏକ ନବଜାତ ଶିଶୁ ବୁଧବାର ଅପରାହ୍ନରେ ଉଦ୍ଧାର ହୋଇଥିଲା। ପ୍ରଥମେ...

ଶେରଗଡ଼କୁ ଆସିଲା ୨ କରୋନା ଆମ୍ବୁଲାନ୍ସ

ଶେରଗଡ଼,୨ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଶେରଗଡ଼କୁ କରୋନା ରୋଗୀଙ୍କ ପାଇଁ ଦୁଇଟା ଆମ୍ବୁଲାନ୍ସ ଆସି ପହଞ୍ଚିଛି। ଶେରଗଡ଼ ବିଡିଓଙ୍କ ତତ୍ତ୍ୱାବଧାନରେ ଏହି ଦୁଇଟି ଆମ୍ବୁଲାନ୍ସ ରହିଛି।...

Advertisement
Archives

Model This Week