ଫଳକରେ ଶହୀଦ ପୀଠ ଭାଗ୍ୟ

ବାସୁଦେବପୁର, ୯।୮ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ରକ୍ତତୀର୍ଥ ଇରମ ଶହୀଦ ପୀଠର ଉନ୍ନତୀକରଣ କେବଳ ରାଜ୍ୟ ସଂସ୍କୃତି ପର୍ଯ୍ୟଟନ ବିଭାଗର ଫଳକରେ ଅଟକି ରହିଛି। ବିଭିନ୍ନ ସମୟରେ ବିବାଦରେ ଛନ୍ଦି ହୋଇଥିବାରୁ ଶହୀଦ ପୀଠ ଉନ୍ନତୀକରଣ ଦିଗରେ ବିବାଦ ହିଁ ବାଧକ ସାଜୁଛି। ବିଳମ୍ବରେ ହେଲେ ମଧ୍ୟ ଗତ ୩ ବର୍ଷ ତଳେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ତତ୍କାଳୀନ ମନ୍ତ୍ରୀ ଅଶୋକ ପଣ୍ଡା ଏହି ଐତିହାସିକ ଶହୀଦ ପୀଠକୁ ପର୍ଯ୍ୟଟନସ୍ଥଳର ମାନ୍ୟତା ଦେଇଥିଲେ। ବିଭାଗ ପକ୍ଷରୁ ପୀଠର ବିକାଶ ଉନ୍ନତୀକରଣ ପାଇଁ ପ୍ରଦତ୍ତ ଅର୍ଥ ଠିକ୍‌ ଭାବେ ଖର୍ଚ୍ଚ ହୋଇପାରୁ ନାହିଁ। ଏହାଛଡ଼ା ୨ ବର୍ଷ ପୂର୍ବେ କେନ୍ଦ୍ର ପ୍ରାକୃତିକ ଗ୍ୟାସ୍‌ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପୀଠର ଉନ୍ନତୀକରଣ ସକାଶେ ୧ କୋଟି ଟଙ୍କାର ଅନୁଦାନ ରାଶି ଘୋଷଣା କରିଥିବା ବେଳେ ପ୍ରଦତ୍ତ ଅର୍ଥରାଶିରୁ ଟଙ୍କାଟିଏ ମଧ୍ୟ ଏଯାଏ ଖର୍ଚ୍ଚ ହୋଇପାରି ନ ଥିବା ଜଣାପଡ଼ିଛି।
୧୯୪୨ ମସିହାରେ ଏହି ଐତିହାସିକ ପୀଠରେ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇ ୨୯ ଜଣ ସଂଗ୍ରାମୀ ଶହୀଦ ହୋଇଥିବା ବେଳେ ଏହା ଦ୍ୱିତୀୟ ଜାଲିଆନାୱାଲାବାଗ ଭାବେ ପରିଚିତ। ପୀଠର ଅବସ୍ଥା ଏବେ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। କେତେକ ବ୍ୟକ୍ତି ଶହୀଦ ସ୍ମୃତିସ୍ତମ୍ଭକୁ ଲାଗି ପରିବା ଦୋକାନ କରିଛନ୍ତି। ପଚା ପନିପରିବାର ଦୁର୍ଗନ୍ଧରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ସେହିପରି ସମାଧି ପୀଠକୁ ଲାଗି ୧୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଅସ୍ଥାୟୀ ଭାବେ ମାଛ ବିକ୍ରି କରୁଥିବା ଦେଖିବାକୁ ମିଳିଛି, ଯାହାକି ଅତ୍ୟନ୍ତ ଲଜ୍ୟାକର ବିଷୟ। ଏଠାରେ ମାଛ ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ଅସାମାଜିକ ବ୍ୟକ୍ତିମାନେ ପୀଠରେ ମଦ୍ୟପାନ କରୁଛନ୍ତି ଓ ଆଡ୍ଡା ଜମାଉଛନ୍ତି। ଦୀର୍ଘଦିନରୁ ଲାଗିରହିଥିବା ସମସ୍ୟା ଜମି ବିବାଦକୁ ସମାଧାନ କରିବା ଓ ଏହି ପୀଠର ଉନ୍ନତି ପାଇଁ ବାଟ ଫିଟାଇବା ଲାଗି ଓଟିଡିସି ବିଭାଗ, ଜିଲା, ବ୍ଲକ ପ୍ରଶାସନ ଓ ପଞ୍ଚାୟତ ପ୍ରତ୍ୟକ୍ଷ ଭାବେ ହସ୍ତକ୍ଷେପ କରି ୬୯ ଡିସିମିଲି ଜମିକୁ ଚିହ୍ନଟ କରିଛନ୍ତି। ଏଥିସହ ସୀମାରେ ନାଳ ଖୋଳି ଓ ଖୁଣ୍ଟି ବାଡ଼ ବସାଇ ଅକ୍ତିଆରକୁ ନିଆଯାଇଛି ବୋଲି ସରପଞ୍ଚ ପ୍ରଫୁଲ୍ଲ ବିଶ୍ୱାଳ କହିଛନ୍ତି। ଆଉ ମାତ୍ର ଦେଢ଼ମାସ ପରେ ସେପ୍ଟେମ୍ବର ୨୮ ତାରିଖରେ ଶହୀଦ ଦିବସ। ଏହି ଦିବସ ପାଳନ ନିମନ୍ତେ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ତେବେ ଚଳିତବର୍ଷର ଶହୀଦ ଦିବସ ପୂର୍ବ ବର୍ଷଗୁଡ଼ିକଠାରୁ ନିଆରା ଢଙ୍ଗରେ ପାଳନ କରାଯିବା ସହ ପୀଠର ଉନ୍ନତୀକରଣ ଦିଗରେ ଧ୍ୟାନ ଦିଆଯିବା ଲାଗି ସେ ପ୍ରଶାସନର ସହଯୋଗ ଲୋଡ଼ିଛନ୍ତି। ଏ ସମ୍ପର୍କରେ ବିଡିଓ ବୀରକିଶୋର ପାଣିଗ୍ରାହୀଙ୍କୁ ପଚାରିବାରୁ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରଦତ୍ତ ଅର୍ଥରେ ଶହୀଦ ପୀଠର ଉନ୍ନତୀକରଣ ନିମନ୍ତେ ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ବରଗଡ଼ରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ, ଖଡ଼ି ଛୁଆଁଇଲେ ଜିଲାପାଳ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ)- ଚଳିତ ଶିକ୍ଷାବର୍ଷରେ ନୂତନ ଛାତ୍ରୀଛାତ୍ରମାନଙ୍କ ନାମଲେଖା ଓ ଖଡ଼ିଛୁଆଁ ପାଇଁ ଶନିବାର ଜିଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri