ଫନୀ ମୁକାବିଲା: ରାଜ୍ୟ ଦାବି କଲା ୫୨୦୦ କୋଟି

ଭୁବନେଶ୍ୱର, ୧୩।୬(ବ୍ୟୁରୋ): ବାତ୍ୟା ଫନୀ ମୁକାବିଲା କରିବାରେ ଓଡ଼ିଶାର ପ୍ରସ୍ତୁତି ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରଣାଳୀ ବିଶ୍ୱସ୍ତରୀୟ ଥିଲା ବୋଲି ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଏନ୍‌.ଡି.ଏମ୍‌.ଏ.) ସଦସ୍ୟ କମଲ କିଶୋର କହିଛନ୍ତି। ଗୁରୁବାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସରକାର ଏବଂ ଏନ୍‌.ଡି.ଏମ୍‌.ଏ. ସମନ୍ବୟ ବୈଠକରେ କମଲ ଏହା କହିଛନ୍ତି। ସେ ଆହୁରି କହିଛନ୍ତି, ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନୂତନ ମାନଙ୍କ ଓ ନିର୍ଣ୍ଣୟ ବିନ୍ଦୁ ନିର୍ଦ୍ଧାରଣ କରିଛିି। ଯାହା ଅନ୍ୟ ରାଜ୍ୟ ଓ ଦେଶଗୁଡ଼ିକ ପାଇଁ ଅନୁକରଣୀୟ ବୋଲି କିଶୋର କହିଛନ୍ତି।
ମୁଖ୍ୟ ଶାସନ ସଚିବ ପାଢୀ କହିଛନ୍ତି ଯେ, ଫନୀ ପରେ ଏବେ ପୁନଃ ଥଇଥାନ ଓ ପୁନଃ ନିର୍ମାଣ କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ କରାଯାଇଛି। ଏହି କାର୍ଯ୍ୟରେ ଅନ୍ତର୍ଜାତୀୟ ସ୍ତରୀୟ ବୈଷୟିକ ସହାୟତା ଯୋଗାଇବା ପାଇଁ ସେ ଏନ୍‌.ଡି.ଏମ୍‌.ଏ.କୁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣା ପରେ ଏନ୍‌.ଡି.ଆର୍‌.ଏଫ୍‌.ରୁ ମିଳିଥିବା ୧ହଜାର କୋଟି ଟଙ୍କାର ବିନିଯୋଗ ହୋଇସାରିଛି। ପୁନଃ ଥଇଥାନ କାର୍ଯ୍ୟ ଲାଗି ଏନ୍‌.ଡି.ଆର୍‌.ଏଫ୍‌.ରୁ ଆହୁରି ୫,୨୦୦ କୋଟି ଟଙ୍କା ଯୋଗାଇ ଦେବାକୁ ପାଢୀ ଅନୁରୋଧ ମଧ୍ୟ କରିଛନ୍ତି। ଏହାଛଡା ବାତ୍ୟା ସହନଶୀଳ ଗୃହ ନିର୍ମାଣ, ବିଦ୍ୟୁତ୍‌ ବଣ୍ଟନ ଭିତ୍ତିଭୂମି, ଟେଲିକମ୍‌ ଏବଂ ଜୀବିକା ନିର୍ବାହ ସହାୟତା ଆଦି କ୍ଷେତ୍ରରେ ଉଭୟ ରାଜ୍ୟ ସରକାର ଏବଂ ଏନ୍‌.ଡି.ଏମ୍‌.ଏ. ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ସ୍ଥିର ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ‘ଭି’, ୩ ‘ଟି’ ସୁରକ୍ଷା ଦେବ

ଭୁବନେଶ୍ୱର, ୧୯ା୪(ବ୍ୟୁରୋ):ଓଡ଼ିଶାର କରୋନା ପରିସ୍ଥିତିକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ମନୋଜ କୁମାର ସାହୁ କହିଛନ୍ତି, ଭାରତରେ ବିଗତ...

ସମ୍‌ରେ ସ୍ବତନ୍ତ୍ର କୋଭିଡ-୧୯ ହସ୍ପିଟାଲ ପ୍ରସ୍ତୁତ: ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬।୪(ବ୍ୟୁରୋ): ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସୋମବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ସମ୍‌ରେ କୋଭିଡ-୧୯ ହସ୍ପିଟାଲର ଉଦ୍‌ଘାଟନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ...

ଇଦ୍‌ ପାଳି ଫେରୁଥିବା ବେଳେ ଦୁର୍ଘଟଣା: ଚାଲିଗଲା ୨ ଯୁବକଙ୍କ ଜୀବନ

ଚାନ୍ଦବାଲି, ୩।୫ (ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ଥାନା କେନ୍ଦ୍ରାପଡ଼ା-ଚାନ୍ଦବାଲି ରାସ୍ତାର ତାରିଣୀ ଛକ ନିକଟରେ ମଙ୍ଗଳବାର ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ୨ ଯୁବକଙ୍କ...

ଜାତୀୟସ୍ତରରେ ୧ ନମ୍ବର ର଼୍ୟାଙ୍କରେ ଓଡ଼ିଆ ଡାକ୍ତର

ଭୁବନେଶ୍ୱର,୭।୧୧(ବ୍ୟୁରୋ): ଓୟୁଏଟି ସ୍ଥିତ ଭେଟେରିନାରି କଲେଜର ସର୍ଜରି ବିଭାଗର ସହକାରୀ ପ୍ରଧ୍ୟାପକ ଡାକ୍ତର ବିଶ୍ୱଦୀପ ଜେନା ଚଳିତ ବର୍ଷର ଭାରତୀୟ କୃଷି ଅନୁସନ୍ଧାନ ଓ ଗବେଷଣା...

ରାଜ୍ୟରେ ବଢ଼ିଚାଲିଛି କରୋନା, ଆଜି ୬୯ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୭ା୬(ବ୍ୟୁରୋ): ରାଜ୍ୟରୁ ସୋମବାର ୬୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୯,୩୨୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ଦେଶ ଉନ୍ନତିରେ ସହଭାଗୀ ହୁଅନ୍ତୁ ଯୁବଗୋଷ୍ଠୀ

କ୍ଷେତ୍ରକୁ କିପରି ଆସିଲେ? ମୁଁ ରେଭେନ୍‌ଶାରୁ ସ୍ନାତକ ପାସ୍‌ କରି ଖଲିକୋଟରେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ପଢ଼ିଲି। ସେହି ସମୟରେ ମୋ ମାମୁ ତଥା ବ୍ରହ୍ମପୁରର...

ଗ୍ଲୋବାଲ ଓ୍ବାର୍ମିଂ ଦାୟୀ: ବିଧାୟକ

ଭୁବନେଶ୍ୱର,୨୧ା୯ (ବ୍ୟୁରୋ):ଭୁବନେଶ୍ୱରର ମୁକୁଳା ଡ୍ରେନ୍‌୍‌ରେ ପଡ଼ି ନିଖୋଜ ହୋଇଯାଇଥିବା ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କ ମୃତଦେହ ସୋମବାର ମିଳିଛି। ଏହି ଘଟଣାକୁ ନେଇ ରାଜ୍ୟବ୍ୟାପୀ...

ସୋମବାର ରାଜ୍ୟବ୍ୟାପୀ ସତ୍ୟାଗ୍ରହ କରିବ ଭାଜପା

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେଙ୍କ ଅମାନବୀୟ ଆଚରଣକୁ ନେଇ ଭାଜପା ଆନ୍ଦୋଳନ କରିବ । ସୋମବାର ରାଜ୍ୟବ୍ୟାପୀ ସତ୍ୟାଗ୍ରହ କରିବ ବୋଲି ଭାଜପା ସାଧାରଣ...

Advertisement
Archives

Model This Week