ଫନୀ କ୍ଷୟକ୍ଷତି ଆକଳନ: ଓଡ଼ିଶାରେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର,୨୧।୬ (ବ୍ୟୁରୋ): ବାତ୍ୟା ‘ଫନୀ’ କ୍ଷୟକ୍ଷତି ଆକଳନ କରିବାକୁ ଏକ ୪ ଜଣିଆ କେନ୍ଦ୍ରୀୟ ଟିମ୍‌ ୩ ଦିନିଆ ଓଡିଶା ଗସ୍ତରେ ଆସି ଗୁରୁବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହିି ଟିମ୍‌ ଶୁକ୍ରବାର ପୁରୀ ଜିଲା ଗସ୍ତ କରି କ୍ଷୟକ୍ଷତି ଆକଳନ କରିବେ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ଏହି ଟିମ୍‌ ପୁରୀ ଜିଲାର ବିଭିନ୍ନ ବ୍ଲକ ପରିଦର୍ଶନ କରିବେ। କ୍ଷୟକ୍ଷତି ସମ୍ପର୍କରେ ପୁରୀ ଜିଲାପାଳଙ୍କ ସହ ମଧ୍ୟ ଆଲୋଚନା କରିବେ। ଶୁକ୍ରବାର ଅପରାହ୍ନରେ ଟିମ୍‌ର ସଦସ୍ୟମାନେ ସଚିବାଳୟଠାରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ। ଶନିବାର କେନ୍ଦ୍ରୀୟ ଟିମ୍‌ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ଓଡିଶାରୁ ଫେରିବା ପରେ ଟିମ୍‌ କେନ୍ଦ୍ର ସରକାରଙ୍କୁ କ୍ଷୟକ୍ଷତିର ଚୂଡାନ୍ତ ରିପୋର୍ଟ ପ୍ରଦାନ କରିବେ।
ଏଠାରେ ସୂଚନାଯୋଗ୍ୟ ଯେ କେନ୍ଦ୍ରୀୟ ଟିମ୍‌ ମେ ୧୨ରୁ ୧୫ ତାରିଖ ମଧ୍ୟରେ ପୁରୀ, ଖୋର୍ଦ୍ଧା ଓ କଟକ ଜିଲାର କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବା ସହ ଲୋକମାନଙ୍କ ସହିତ ଆଲୋଚନା କରିଥିଲେ। କ୍ଷତିଗ୍ରସ୍ତଙ୍କୁ ରିଲିଫ ମିଳିଛି ନା ନାହିଁ, ବାତ୍ୟା ପରେ କି ଅସୁବିଧା ହେଉଛି ଓ ସେମାନଙ୍କ ନଷ୍ଟ ହୋଇଯାଇଥିବା ନଡିଆ ଗଛ, ଘର, ଉଜୁଡା କ୍ଷେତ ବୁଲି ଦେଖିଥିଲେ। ଗ୍ରାମ ଉନ୍ନୟନ ମନ୍ତ୍ରଣାଳୟ ଅଧୀନରେ ଥିବା ପାନୀୟ ଓ ପରିମଳ ବିଭାଗ ନିର୍ଦ୍ଦେଶକ ଅଜୟ କୁମାରଙ୍କ ନେତୃତ୍ୱରେ ଅନ୍ୟ ଏକ ଟିମ୍‌ ଖୋର୍ଦ୍ଧା ଜିଲାର ଜଟଣୀ ପୌରାଞ୍ଚଳ ପରିଦର୍ଶନ କରିଥିଲେ। କେନ୍ଦ୍ରୀୟ ଟିମ୍‌ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଯିବା ପୂର୍ବରୁ ସ୍ବତନ୍ତ୍ର ରିଲିଫ କମିଶନର(ଏସଆରସି) ବିଷ୍ଣୁପଦ ସେଠୀ ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏସଆରସି କେନ୍ଦ୍ରୀୟ ଟିମ୍‌କୁ ପ୍ରାଥମିକ ଆକଳନରେ ହୋଇଥିବା କ୍ଷୟକ୍ଷତି ଓ କେଉଁ ଜିଲା ଅଧିକ ପ୍ରଭାବିତ ହୋଇଛି ସେ ସମ୍ପର୍କରେ ଅବଗତ କରାଇଥିଲେ। ଏଥିସହିତ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ।
ଏଠାରେ ସୂଚନାଯୋଗ୍ୟ ଯେ ବାତ୍ୟା ଫନୀ ମାଡରେ ପୁରୀ, ଖୋର୍ଦ୍ଧା, କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡା ଜିଲାରେ ପ୍ରଭୂତ କ୍ଷୟକ୍ଷତି ହୋଇଥିଲା। ସରକାରୀ ଭାବେ ୬୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଲକ୍ଷ ଘର ନଷ୍ଟ ହୋଇଛି। ୧ ଲକ୍ଷ ୫୨ ହଜାର ହେକ୍ଟର ଚାଷ ଜମି ଉଜୁଡି ଯାଇଥିବା ବେଳେ ୧୪ ଲକ୍ଷ ଗଛ ମଧ୍ୟ ନଷ୍ଟ ହୋଇଛି। ଏ ସବୁର କ୍ଷତି ଭରଣା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ୧୭ ହଜାର କୋଟି ଟଙ୍କାର ସ୍ମାରକପତ୍ର ଦିଆଯାଇଥିଲା। ମେ ୬ ତାରିଖରେ ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତ କରି ବାତ୍ୟା ଅଞ୍ଚଳ ପରିଦର୍ଶନ କରିବା ସହ ୧ ହଜାର କୋଟି ଟଙ୍କାର ତତ୍କାଳ ସହାୟତା ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ଶନିବାର ହାଇକୋର୍ଟ ସମେତ ସବୁ କୋର୍ଟ ବନ୍ଦ

କଟକ ଅଫିସ, ୪ା୧୨- ଚଳିତ ମାସର ପ୍ରତି ଶନିବାର କୋର୍ଟ କାର୍ଯ୍ୟ ବନ୍ଦ ରହିବ। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ନିଷ୍ପତ୍ତିକ୍ରମେ ହାଇକୋର୍ଟ ଏହି...

କମିଶନ୍‌ରେଟ ପୋଲିସର ଅଭିନବ ଟ୍ରାଫିକ ସଚେତନତା: ଜରିମାନା ନେଲେ, ହେଲ୍‌ମେଟ ଦେଲେ

ଭୁବନେଶ୍ୱର,୧୧-୯(ବ୍ୟୁରୋ):ଜରିମାନାକୁ ନେଇ ଶନିବାର ଭୁବନେଶ୍ୱରରେ ପୋଲିସ-ଜନତା ଖଣ୍ଡଯୁଦ୍ଧ ପରେ ରାଜ୍ୟ ସରକାର ଟ୍ରାଫିକ ନିୟମକୁ ୩ ମାସ ପାଇଁ କୋହଳ କରିଛନ୍ତି। ବିନା ପୂର୍ବ ପ୍ରସ୍ତୁତି...

ରାଜ୍ୟ ସରକାର ଭ୍ରମିତ କରୁଛନ୍ତି: ଭାଜପା

ଭୁବନେଶ୍ୱର,୧୬।୧(ବ୍ୟୁରୋ) : ପରୀ ହତ୍ୟାକାଣ୍ଡକୁ ନେଇ ଚାଲିଥିବା ଏସ୍‌ଆଇଟି ତଦନ୍ତ ପ୍ରସଙ୍ଗରେ ଜନ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ହାଇକୋର୍ଟରୁ ତଥ୍ୟ ମାଗିଥିଲେ। ହେମନ୍ତଙ୍କ...

ଉଚ୍ଛେଦ ନ କରି ପଟ୍ଟା ଦେବାକୁ ଦାବି

ଫୁଲବାଣୀ ଅଫିସ, ୬ା୧୨- ଖଜୁରିପଡା ବ୍ଲକ ପାଖ ସୁରାଦେଇ ଗ୍ରାମରେ ସରକାରୀ ଜାଗା ଜବରଦଖଲ କରିଥିବା ୮୫ ପରିବାରକୁ ଉଚ୍ଛେଦ କରାଯିବ। ତେଣୁ ଜାଗା ଛାଡି...

ଆଧାର ନ ଥିଲେ ଚାଉଳ ନାହିଁ

ଭୁବନେଶ୍ୱର,୯ା୭(ବ୍ୟୁରୋ): ବ୍ୟକ୍ତିର ସମସ୍ତ ବ୍ୟକ୍ତିଗତ ପଞ୍ଜିକା ଆଧାର କାର୍ଡରେ ଲିପିବଦ୍ଧ ହୋଇ ରହିଛି। ଏହାକୁ କୌଣସି ପରିସ୍ଥିତିରେ କୌଣସି ଜନକଲ୍ୟାଣକାରୀ ଯୋଜନାରେ ଦେବାକୁ ବାଧ୍ୟତାମୂଳକ କରାଯାଇପାରିବ...

ଆଜି ରାଜ୍ୟରେ ୧୪୯୪ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୬ା୧୧(ବ୍ୟୁରୋ): ଶୁକ୍ରବାର ୩୦ ଜିଲାରୁ ୧୪୯୪ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୮,୭୬୮ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ବଡ଼ଗଡ଼ରେ ମୁଣ୍ଡ ଟେକୁଛି ବଡ଼ ଗ୍ୟାଙ୍ଗ

ଭୁବନେଶ୍ୱର, ୧୩ା୧(ବ୍ୟୁରୋ): କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ୍‌-୨ ମାର୍କେଟ ବିଲ୍ଡିଂରେ ଭଙ୍ଗାରୁଜା ଓ ଆକ୍ରମଣ କରି ଆତଙ୍କ ଖେଳାଇବା ଘଟଣାରେ ରବିବାର ପୋଲିସ ଆଉ ୩ଜଣ...

ପରଲୋକରେ ଲୋକପ୍ରିୟ ତବଲା ବାଦକ ରାଧାକାନ୍ତ ନନ୍ଦ

କଟକ ଅଫିସ,୩୦।୧୧: ଲୋକପ୍ରିୟ ତବଲା ବାଦକ ରାଧାକାନ୍ତ ନନ୍ଦଙ୍କ ଶନିବାର ପରଲୋକ ଘଟିଛି। କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ...

Advertisement


Archives

Model This Week