ଫନୀରେ ଧ୍ୱସ୍ତ ବିଧ୍ୱସ୍ତ ରତ୍ନବଟ ଆଶ୍ରମ: ଆଜି ପ୍ରାଚୀ ଉପତ୍ୟକାରେ ବାରଗାଦି ମେଳଣ

କାକଟପୁର, ୧୭।୫(ଡି.ଏନ୍‌.ଏ.):ପବିତ୍ର ବୁଦ୍ଧ ପୂର୍ଣ୍ଣମୀ ଅର୍ଥାତ୍‌ ବୈଶାଖ ପୂର୍ଣ୍ଣୀମାରେ ଶନିବାର କାକଟପୁରର ରତ୍ନବଟ ଆଶ୍ରମରେ ଅନୁଷ୍ଠିତ ହେବ ବାରଗାଦି ମେଳଣ। ଦିନକ ପାଇଁ ଉତ୍ସବ ମୁଖର ହୋଇପଡ଼ିବ ରତ୍ନବଟ ଆଶ୍ରମ। ମାତ୍ର ଫନୀର ତାଣ୍ଡବରେ ରତ୍ନବଟ ଆଶ୍ରମର ବୃକ୍ଷରାଜୀ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି। କେତେକ ଗଛ ଉପୁଡ଼ି ପଡ଼ିଥିବାବେଳେ କିଛି ଗଛ ଭାଙ୍ଗିରୁଜି ଯାଇଛି। ଭଙ୍ଗାଗଛ ସବୁ ଆଶ୍ରମ ପରିସରରେ ପଡ଼ିରହିଛି। ଏଥିରେ ବହୁ ପୁରାତନ ଆମ୍ବ, ନଡିଆ, ବେଲ ଆଦି ବିଭିନ୍ନ ଗଛ ରହିଛି। ବାତ୍ୟା ପୂର୍ବରୁ ସବୁଜିମାରେ ଭରପୁର ରତ୍ନବଟ ଆଶ୍ରମ ବାତ୍ୟାରେ ସମ୍ପୂର୍ଣ୍ଣ ଭାବେ ଉଜୁଡ଼ି ଯାଇଛି। ପ୍ରକୃତିର ତାଣ୍ଡବରେ ଛାରଖାର ହୋଇଯାଇଛି ସଭାମଣ୍ଡପ ନିକଟସ୍ଥ ଆଶ୍ରମ। ଏମିତିରେ ଏଥରର ମେଳଣ ଚମକହୀନ ହେବା ଆଶଙ୍କା ସୃଷ୍ଟି ହୋଇଛି।
ପରମ୍ପରା ପ୍ରତ୍ୟୁଷରୁ ତୁଳସୀପୁର, ତେନ୍ତୁଲିଗୁଅଁା, ଦଣ୍ଡିକିରା, ବଳଭଦ୍ରପୁର, ଭାଣପୁର, ସାନହୁଲି, ଛଣିଜଙ୍ଗ, ଜାହାଙ୍ଗୀରପୁର ପ୍ରଭୃତି ୧୨ଟି ଗଁାରେ ପୂଜା ପାଇଆସୁଥିବା ଭାଗବତ ଗାଦିକୁ ଗ୍ରାମବାସୀ ସୁସଜ୍ଜିତ ବିମାନରେ ଆଣି ରତ୍ନବଟ ଅଶ୍ରମର ପଶ୍ଚିମ ପାର୍ଶ୍ୱରେ ନିର୍ମାଣ ହୋଇଥିବା ଏକ ବୃହତ୍ତ ମଣ୍ଡପରେ ଉପବେସନ କରାଇବେ। ଆଶ୍ରମ ପକ୍ଷରୁ ସମସ୍ତ ଗାଦିକୁ ସ୍ବାଗତ କରାଯିବ। ପୂର୍ଣ୍ଣମୀ ଦିନସାରା ୧୨ ଗାଦି ଠାକୁର ୧୨ଟି ବିମାନରେ ଏଠାରେ ପୂଜା ପାଇବେ। ଗାଦିଙ୍କ ସମ୍ମୁଖରେ ଦ୍ୱାଦଶ ସ୍କନ୍ଧ ଭାଗବତ ପାଠ କରାଯିବ। ସନ୍ଧ୍ୟାରେ ଆଶ୍ରମର ଭେଟ ପଡ଼ିଆଠାରେ ମେଳା ବସିବ। ଏନେଇ ଆଶ୍ରମର ପୂଜକ ରାଜକିଶୋର ଶତପଥୀ କୁହନ୍ତି, ଦୀର୍ଘ ବର୍ଷରୁ ଚାଲିଆସିଥିବା ପରମ୍ପରାକୁ ଭାଙ୍ଗି ହେବନି। ତେଣୁ ଆଶ୍ରମରେ ଶନିବାର ୧୨ଗାଦି ମେଳଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି। ଏହା ସହ ବର୍ଷା
ରୁତୁରେ ଏହି ଆଶ୍ରମକୁ ମାଗଣାରେ ଚାରା ଯୋଗାଇଦେବାକୁ ଶତପଥୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ୍‌ରେ ଅଘଟଣ, ପାଚେରୀ ଭୁଶୁଡ଼ି ଚାଲିଗଲା ୨ ଛାତ୍ରୀଙ୍କ ଜୀବନ

ପାରଳାଖେମୁଣ୍ଡି,୧୫।୪(ଗିରିଧାରୀ ପରିଛା): ରା.ଉଦୟଗିରିରେ ଅଭାବନୀୟ ଘଟଣା । ସ୍କୁଲ ପାଚେରୀ ତଳେ ଚାପି ହୋଇ ଦୁଇ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ରା.ଉଦୟଗିରି ଥାନା ୠବୁଡିସିଂ ପ୍ରାଥମିକ…

ଆଇନମନ୍ତ୍ରୀଙ୍କ ଘୋଷଣା, ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାରେ ହେବ ବଡ଼ ପରିବର୍ତ୍ତନ

ଭୁବନେଶ୍ବର,୧୫।୪: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ବଡ଼ ଘୋଷଣା କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ବଦଳିବ ଦର୍ଶନ ବ୍ୟବସ୍ଥା । ଖୁବଶୀଘ୍ର ସ୍ଲଟ ବୁକିଂ ମାଧ୍ୟମରେ…

ଏପ୍ରିଲ ୧୬ରେ ବଡ଼ ନିଷ୍ପତ୍ତି ନେବେ ଏମଏସ ଧୋନୀ! CSK ମ୍ୟାଚ୍…

ନୂଆଦିଲ୍ଲୀ,୧୫।୪:  ଏମଏସ ଧୋନୀ ଏପ୍ରିଲ ୧୬ରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ନିଷ୍ପତ୍ତି ତାଙ୍କର ପରବର୍ତ୍ତୀ ଆଇପିଏଲ ୨୦୨୬ ମ୍ୟାଚରେ ଅଂଶଗ୍ରହଣ କରିବା…

ରାଜଧାନୀରେ ଚାଞ୍ଚଲ୍ୟ: ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା

ଭୁବନେଶ୍ୱର,୧୫।୪: ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା। ଏଭଳି ଅଭାବନୀୟ ଘଟଣା ଘଟିଛି ନୟାପଲ୍ଲୀ ଥାନା ଅଞ୍ଚଳରେ। ନୟାପଲ୍ଲୀ ଥାନା ସାଲିଆସାହି ନାବାଳିକାଙ୍କ ପତ୍ତା ମିଳୁନି ।…

ମୋକିମଙ୍କ ନୂଆ ଦଳରେ ସୋଫିଆ? ରାଜ୍ୟ ରାଜନୀତିରେ ଚହଳ

ଭୁବନେଶ୍ୱର,୧୫।୪: ନୂଆ ଆଞ୍ଚଳିକ ଦଳ ଲୋକାର୍ପଣ କଲେ ମହମ୍ମଦ ମୋକିମ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଏକ ବିରାଟ ସମାବେଶରେ ଲୋକାର୍ପଣ ହେଲା ନୂଆଦଳ। ମୋକିମଙ୍କ ନୂଆ ଦଳ…

ସମ୍ବଲପୁରରେ ବଡ଼ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ : ଉଦ୍‌ଘାଟିତ ହେଲା ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ

ସମ୍ବଲପୁର,୧୫।୪(ପ୍ରମୋଦ ବହିଦାର): ସମ୍ବଲପୁରର ଐତିହାସିକ ଗୌରବକୁ ନୂଆ ପରିଚୟ ଦେବା ପାଇଁ ବୁଧବାର ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ ଲୋକାର୍ପିତ ହୋଇଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

ଅବନୀତଙ୍କ ଗ୍ଲାମରସ୍‌ ଲୁକ୍‌କୁ ନେଇ ଉଠିଲା ପ୍ରଶ୍ନ

ଅଭିନେତ୍ରୀ ଅବନୀତ କୌର ଯେତିକି ଗ୍ଲାମରସ୍‌ ସେତିକି ଚର୍ଚ୍ଚିତ ମଧ୍ୟ। ନିଜ ଚମକଦାର ଲୁକ ପାଇଁ ପ୍ରାୟତଃ ପ୍ରଶଂସା ସାଉଁଟନ୍ତି। ନିକଟରେ ସେ ତାହା ତ୍ୱଚାରେ ବୋଟକ୍ସ…

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ସର୍ବନିମ୍ନ ମୌଳିକ ଦରମା…

ନୂଆଦିଲ୍ଲୀ,୧୫।୪: ଅଷ୍ଟମ ବେତନ କମିଶନକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ବେତନ କମିଶନର ସରକାରୀ ୱେବସାଇଟ ମଧ୍ୟ ବିଭିନ୍ନ ସହରର ଅଂଶୀଦାରମାନଙ୍କ ସହିତ ଆଲୋଚନା ପାଇଁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri