‘ଫନୀ’କୁ ବର୍ଷେ: ଉଜାଡ଼ି ଦେଇଥିଲା ୧୪ ଜିଲା

ଭୁବନେଶ୍ୱର,୩।୫(ବ୍ୟୁରୋ): ୨୦୧୯ ମେ ୩ ତାରିଖ ଶୁକ୍ରବାର। ଓଡ଼ିଶା ଉପକୂଳକୁ ମାଡ଼ିଆସିଥିଲା ଭୟଙ୍କର ସାମୁଦ୍ରିକ ଝଡ଼ ‘ଫନୀ’। ସକାଳ ୮ଟାରେ ପୁରୀ ଉପକୂଳକୁ ଧକ୍କା ଦେଇ ଘଣ୍ଟାକୁ ୧୭୫ରୁ ୧୮୫ କି.ମି. ବେଗରେ ପବନ ସୁ ସୁ ଗର୍ଜନ କରି ତାଣ୍ଡବ ରଚାଇଲା। କଟକ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଯାଜପୁର, ଜଗତ୍‌ସିଂହପୁର, ନୟାଗଡ଼, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ ଆଦି ୧୪ଟି ଜିଲା ନିମିଷକେ ଛାରଖାର ହୋଇଗଲା। ମହାଦ୍ରୁମ ଉପୁଡ଼ିବା ସାଙ୍ଗକୁ ବିଦ୍ୟୁତ୍‌ ଟାୱାର ଚୁରମାର ହୋଇଗଲା। ଏହି ଅଦିନିଆ ଝଡ଼ରେ ଦୋହଲି ଯାଇଥିଲା ଉପକୂଳ ଓଡ଼ିଶା। ଉଜୁଡ଼ି ଗଲା ପର୍ଯ୍ୟଟନର ସହର ପୁରୀ। ଏହି ପ୍ରଳୟଙ୍କରୀ ଝଡ଼କୁ ବର୍ଷେ ବିତି ଯାଇଥିଲେ ମଧ୍ୟ ସେଦିନର ସେହି ଲୋମ ଟାଙ୍କୁରା ଦୃଶ୍ୟ ଆଜି ବି ତାଜା ହୋଇରହିଛି। ବାତ୍ୟା ନାଁ ଶୁଣିବା ମାତ୍ରେ ଉପକୂଳବାସୀଙ୍କ ମନରେ ଛନକା ପଶି ଯାଉଛି। ନିକଟରେ ଦକ୍ଷିଣ ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ କାଳେ ବାତ୍ୟା ରୂପ ନେଇ ଓଡ଼ିଶା ଆଡ଼େ ମୁହାଁଇବ ସେହି ଭୟରେ ପୁଣି ଉପକୂଳବାସୀ ଆଶଙ୍କା ମଧ୍ୟରେ ରହିଥିଲେ। ତେବେ ଓଡ଼ିଶା ପ୍ରତି କାୈଣସି ବିପଦ ନ ଥିବା ପାଣିପାଗ ବିଭାଗ ସ୍ପଷ୍ଟ କରିବା ପରେ ଲୋକମାନେ ଆଶ୍ୱସ୍ତ ହୋଇଛନ୍ତି।

ବାତ୍ୟା ଫନୀ ଯେଉଁ ଅପୂରଣୀୟ କ୍ଷତି ଘଟାଇଯାଇଛି ତାହାକୁ ପୁଣି ଫେରି ପାଇବାକୁ ଆହୁରି କେତେବର୍ଷ ଯେ ଲାଗିବ ତାହା କହିବା ମୁସ୍କିଲ। ସରକାରୀ ହିସାବ ଅନୁଯାୟୀ ସାମୁଦ୍ରିକ ଝଡ଼ ଫନୀ ଯୋଗୁ ସମୁଦାୟ ୨୪,୧୭୬କୋଟି ଟଙ୍କାର କ୍ଷତି ହୋଇଥିଲା। ସେସବୁ ଭରଣା ପାଇଁ ପ୍ରାୟ ୨୯,୩୧୫ କୋଟି ଟଙ୍କା ଆବଶ୍ୟକ ପଡ଼ିବ ବୋଲି ସେତେବେଳେ ସରକାରଙ୍କ ପକ୍ଷରୁ ଆକଳନ କରାଯାଇଥିଲା। ଏହି ବାତ୍ୟା ଯୋଗୁ ୧୪ଜିଲାର ୧.୬୫କୋଟି ଲୋକ ପ୍ରଭାବିତ ହୋଇଥିଲେ। ୬୪ଜଣଙ୍କ ମୃତ୍ୟୁ ହୋଇଥିଲା। ୫ଲକ୍ଷ ୫୬ହଜାର ଘର ନଷ୍ଟ ହୋଇଥିବାବେଳେ ୬ହଜାର ୨୮୧ ଗୃହପାଳିତ ପ୍ରାଣୀଙ୍କ ଜୀବନ ଯାଇଥିଲା। ବାତ୍ୟା ଯୋଗୁ ଉକ୍ତ ଜିଲାଗୁଡ଼ିକରେ ୧ଲକ୍ଷ ୪୮ହଜାର ୬୬୩ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିବାବେଳେ ୬,୪୧୬ ଡଙ୍ଗା କ୍ଷତିଗ୍ରସ୍ତ ହୋଇଥିଲା। ବିଦ୍ୟୁତ୍‌ କ୍ଷେତ୍ରରେ ୫୦୦କୋଟି ଟଙ୍କାରୁ ଊର୍ଦ୍ଧ୍ୱ କ୍ଷତି ହୋଇଥିଲା। ମେ ମାସର ପ୍ରଚଣ୍ଡ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଥିବା ସମସ୍ତଙ୍କୁ ବିଜୁଳି ଯୋଗାଇବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଥିଲା। ଲୋକଙ୍କୁ ବିଜୁଳି ଯୋଗାଇବା ପାଇଁ ୬ମାସରୁ ଊର୍ଦ୍ଧ୍ୱ ସମୟ ଲାଗିଯାଇଥିଲା। ସ୍କୁଲ, କଲେଜ କ୍ଷତିଗ୍ରସ୍ତ ହେବା ଯୋଗୁ ପୁରୀ ଜିଲାରେ ଦୀର୍ଘ ୬ମାସ ଯାଏ ପାଠପଢା ସ୍ବାଭାବିକ ହୋଇପାରି ନ ଥିଲା। ପାନବରଜ, କାଜୁ, ଗୁଆ, ନଡ଼ିଆ ଜଙ୍ଗଲ ଉଜୁଡ଼ି ଗଲା। ନିମାପଡ଼ାର ସପନି ସାହୁଙ୍କ କହିବା କଥା ହେଲା ଫନୀ ବାତ୍ୟା ଦେଇଯାଇଥିବା ଦୁଃଖ ଆଜି ବି ଭରି ନାହିଁ। ବାଡ଼ିରେ ଥିବା ୨୦୦ ନଡ଼ିଆ ଗଛ ଉଜୁଡ଼ି ଗଲା। ଧାନ, ବିରି, ମୁଗ, ପନିପରିବା, କଦଳୀ, ଗୁଆ ବଗିଚା ନଷ୍ଟ ହୋଇଗଲା। ସେହିଭଳି ବଗିଚା କରିବାକୁ ଆହୁରି ୧୦ବର୍ଷ ଲାଗିବ। ପ୍ରତିବର୍ଷ କିମ୍ବା ଦୁଇ ତିନିବର୍ଷରେ ଥରେ ଆମକୁ ଫନୀ ବାତ୍ୟା ଭଳି ଦୁର୍ଦ୍ଦଶା ଭୋଗିବାକୁ ପଡୁଛି। ଯାହାକିଛି ରୋଜଗାର କରି ଆଗକୁ ବଢ଼ିବାକୁ ଚେଷ୍ଟା କରିବା ବେଳକୁ ଝଡ଼ ଆମ ମେରୁଦଣ୍ଡକୁ ଭାଙ୍ଗି ଦେଉଛି ବୋଲି ସପନି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri